STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ନୀଳଆଖି

ନୀଳଆଖି

1 min
132

 ନୀଳ ଆଖିର ସମ୍ମୋହନ ରେ ଫସି ଗଲା ବିବେକ, ବାହା ହୋଇଗଲା ତାକୁ ବିଦେଶରେ, ଓଡ଼ିଶାରେ ମାଧବାନନ୍ଦ ପଟ୍ଟନାୟକ ସମୁଦାୟ ସମ୍ପତ୍ତି ଦେଇଦେଲେ ଅନାଥଶ୍ରମକୁ। ସେକଥା ବିବେକ ଓ ସ୍ତ୍ରୀ ଏଲିନା ଜାଣିଲେ, ତଥାପି ଏଲିନା ଓଡ଼ିଶା ଯିବାକୁ ଜିଦ କଲା। ବାପାଙ୍କୁ ଦେଖିବାକୁ ଚାହିଁଲା ତାଙ୍କ ଆଶୀର୍ବାଦ ଟିକେ ପାଇବାକୁ ଏକା ଜିଦ୍ କରି ଫ୍ଲାଇଟ ରେ ଉଡ଼ିଆସିଲା ଓଡ଼ିଶା , ବାପା ଅର୍ଥାତ୍ ଶଶୁରଙ୍କୁ ଦେଖା କରି ଭୁଲ ମାଗିବାକୁ।


ବାପା ମାଧବାନନ୍ଦ ଭଡ଼ା କରି ରହୁଥିଲେ। ଦେହ ମଧ୍ୟ ଅସୁସ୍ଥ ଥିଲା, ତ ଏଲିନା ଲାଗିପଡିଲେ ସେବା ଶୁଶ୍ରୁଷା ରେ। ହସ୍ପିଟାଲ ନେଇ ଡାକ୍ତର ଦେଖାଇ ଔଷଧ ଆଣି ସମୟ ଜଗି ଦେଲେ ଓ ସେବା କରିଚାଲିଲେ, ଦିନ ଆସିଲା, ମାଧବାନନ୍ଦ ସୁସ୍ଥ ହେଲେ ଆଉ ଏଲିନା ଯେବେ ଯିବାକୁ ବାହାରିଲେ ଆଜିଯାଏଁ ଲୁହ ଗଡ଼ାଇ ନଥିବା ମାଧବାନନ୍ଦ କାନ୍ଦୁଥିଲେ, ସେ କାନ୍ଦ ଅନୁତାପ ର ଅଶ୍ରୁ ଥିଲା କି ନଥିଲା ବୁଝିବା ପୁର୍ବରୁ ଏଲିନା ଶଶୁରଙ୍କୁ ନେଇ ଉଡିଗଲେ ଫ୍ଲାଇଟ ରେ।


ବିବେକ, ଏଲିନାଙ୍କ ସହ ବାପାଙ୍କୁ ଦେଖି ଖୁବ୍ ଖୁସି ହୋଇ ଏଲିନାଙ୍କନୀଳ ଆଖିର ସମ୍ମୋହନରେ ହଜିଯିବା ପୁର୍ବରୁ କାନ୍ଦୁଥିଲେ ବାପାଙ୍କ ସହ ଖୁବ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract