ନୀଳ ଶାଢ଼ୀ
ନୀଳ ଶାଢ଼ୀ
ସ୍ଵାତୀର ନୀଳ ରଙ୍ଗ ଖୁବ ପସନ୍ଦ l ସେ ସବୁବେଳେ ନୀଳ ଆକାଶରେ ନିଜକୁ ହଜେଇ ଦିଏ l ସମୁଦ୍ରର ନୀଳିମାକୁ ଆଖି ପ୍ରସାରି ଦେଖିବାକୁ ଖୁବ ଭଲ ପାଏ l ପୂର୍ଣ୍ଣମା ଚାନ୍ଦର ନିଲାଭ ରଙ୍ଗ ଯେମିତି ତା ପ୍ରେମକୁ ଦ୍ୱିଗୁଣିତ କରିଦିଏ l ସେଥିପାଇଁ ସ୍ୱାମୀ କୋଳରେ ସୋଇ ରହି ଏ ସୁନୀଲ ଆକାଶର ନିରବତା ଭିତରେ କେତେ ସପ୍ନ ବୁଣୁଥାଏ l ଏବେ ବାହାଘରକୁ ମାତ୍ର ବର୍ଷେ ହୋଇଛି l ସ୍ୱାମୀ ସୁମିତ ଖୁବ ଭଲ ପାଆନ୍ତି ସ୍ଵାତୀକୁ l ପେସାରେ ସ୍ୱାମୀ ଜଣେ ସଫ୍ଟୱାୟର ଇଞ୍ଜିନିୟର ଓ ସେ ଜଣେ ଡାକ୍ତର l ଦୁହେଁ ଅଲଗା ଅଲଗା ରୁହନ୍ତି l ସ୍ଵାତୀ ଶାଶୁ ଶଶୁର ପାଖରେ ରୁହେ l କାରଣ ତା ହସ୍ପିଟାଲ ଏଇ ସହରରେ l ସ୍ୱାମୀ ଦିଲ୍ଲୀରେ ରହନ୍ତି l ଛୁଟିରେ ଆସନ୍ତି l କେବେ କେବେ ସ୍ଵାତୀ ନିଜେ ବି ଯାଏ l
ଏବେ ସେ ସୁମିତଙ୍କ ସନ୍ତକକୁ ନିଜ ଗର୍ଭରେ ଧରି ଖୁବ ଖୁସି l ଚାକିରୀ କରି ବି ଖୁବ ସେବା କରେ ଶାଶୁ ଶଶୁରଙ୍କ l ସେଥିପାଇଁ ସୁମିତ ଖୁବ ଭଲ ପାଆନ୍ତି ସ୍ଵାତୀକୁ l ଶାଶୁ ଖୁବ ଯତ୍ନ ନେଉଥିଲେ ତାର l ଖାଇବା ପିଇବାଠୁ ନେଇ ସବୁକିଛି l କାରଣ ଗୋଟେ ବୋଲି ବୋହୁ ପୁଣି ତାଙ୍କ ବଂଶଜକୁ ଦୁନିଆକୁ ଆଣିବ l ସେଥିପାଇଁ ଶାଶୁ ବି ଖୁବ ଭଲ ପାଆନ୍ତି ସ୍ଵାତୀକୁ l ସେଦିନ ବହୁତ ବାନ୍ତି ହେଲା ସ୍ଵାତୀ କିଛି ନ ଖାଇ ହସ୍ପିଟାଲ ଚାଲିଗଲା l ଶାଶୁ ନିଜେ ସବୁ ନେଇ ହସ୍ପିଟାଲରେ ପହଞ୍ଚିଗଲେ l ସ୍ଵାତୀକୁ ଜୋର କରି ଖୁଆଇ ଦେଲେ l ଏ ଦୃଶ୍ୟ ଦେଖି ସବୁ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଗଲେ ଜଣେ ଶାଶୁ ବି ବୋହୁକୁ ଏମିତି ନିଜ ଝିଅ ଭଳି ଭଲ ପାଆନ୍ତି l ଏମିତି ଅନେକ ଦିନ ବିତିଗଲା l ଏବେ ସବୁଆଡେ କରୋନାର ପ୍ରକୋପ l ଶାଶୁ ବାରମ୍ବାର ସ୍ଵାତୀକୁ ଛୁଟି ନେବା ପାଇଁ କହୁଥିଲେ l ହେଲେ ସ୍ଵାତୀ ଜଣେ କର୍ତ୍ତବ୍ୟ ପରାୟଣ ଡାକ୍ତର l ସେଥିପାଇଁ ସେ ଶାଶୁ ମାଆକୁ ସବୁବେଳେ କୁହେ "ମାଆ ତୁମେ ବ୍ୟସ୍ତ ହୁଅନି ମୋର କିଛି ହେବନି l ମୁଁ ସବୁବେଳେ ସତର୍କ ହୋଇ କାମ କରୁଛି l ତା ଛଡା ଏବେ ଠୁ ଛୁଟି ନେଲେ ସବୁ ଛୁଟି ସରିଯିବ l ଛୁଆର ଜନ୍ମ ପରେ ବି ମୋତେ ଛୁଟି ଦରକାର l ତା ଏମିତି କଥା ଶୁଣି କିଛି କୁହନ୍ତିନି ଶାଶୁ l ସବୁବେଳେ ଭଗବାନଙ୍କୁ ଡାକନ୍ତି ନିଜ ବୋହୁର ମଙ୍ଗଳ ପାଇଁ l ଏମିତି ଅନେକ ଦିନ ବିତିଗଲା l ସଟ ଡ଼ାଉନ ପାଇଁ ସ୍ୱାମୀ ବି ଛୁଟିରେ ଆସି ପାରିଲେନି l ବେଳେ ବେଳେ ଭିଡିଓ କଲିଙ୍ଗ୍ କରି କଥା ହୁଏ l ନିଜ ସୁବିଧା ଅସୁବିଧା କୁହେ l ସେ ଦିନ ସ୍ଵାତୀ ଦେହ ବିଲକୁଲ ଭଲ ଲାଗିଲା ନାହିଁ l ସେ ଖୁବ ଅସୁସ୍ଥ ହୋଇ ପଡିଲା l ଏମିତି ଅବସ୍ଥାରେ ସେ କଣ କରିବ କିଛି ଭାବି ପାରୁନଥାଏ l ତଥାପି ସ୍ୱାମୀଙ୍କୁ କିଛି କହିଲାନି l କାଳେ ସେ ତା ପାଇଁ ବ୍ୟସ୍ତ ହେବେ l ନିଜେ ହସ୍ପିଟାଲ ଯାଉ କୋଭିଡ ଟେଷ୍ଟ କରେଇଲା l ହେଲେ ଏ କଣ ଏତେ ସତର୍କ ଥାଇ ବି ତାର ପଜିଟିଭ ବାହାରିଲା l ନିଜ ପାଇଁ ଶାଶୁ ଶଶୁର ହଇରାଣ ନ ହୁଅନ୍ତୁ ଭାବି ହସ୍ପିଟାଲରେ ଆଡମିଟ ହୋଇଗଲା l ଶାଶୁ ଶଶୁରଙ୍କୁ ବୁଝେଇ ଦେଲା l ସେ ଭଲ ହେଲେ ଘରକୁ ଯିବ ବୋଲି l
ସ୍ୱାମୀ ବାପା ମାଆଙ୍କଠୁ ସବୁ ଜାଣି ଖୁବ ଦୁଃଖ କଲେ ହେଲେ ଟ୍ରେନ ଚାଲୁନି କି ଫ୍ଲାଇଟ ଚାଲୁନି କେମିତି ଯିବେ ସ୍ଵାତୀ ପାଖକୁ l ସେଦିନ ସ୍ଵାତୀ ଖୁବ ସିରିୟସ ହୋଇଗଲା l ଆଇ ସି ୟୁରେ ରହ
ିଲା l ଅକ୍ସଇଜେଇନ କମି କମି ଆସିଲା l ସେଦିନ ସ୍ୱାମୀଙ୍କୁ ଭିଡ଼ିଓ କଲ କରି କହିଲା..... ମୋତେ କ୍ଷମା କରିଦେବ ସୁମିତ l ମୋର ବଂଚିବାଟା ବୋଧ ହୁଏ ସମ୍ଭବ ନୁହଁ l ଏ ଅବସ୍ଥାରେ ଟ୍ରିଟମେଣ୍ଟ ବି କରି ହେବନି ଭଲରେ l କାରଣ ମୁଁ ତୁମ ରକ୍ତକୁ କେବେ ନଷ୍ଟ ହେବାକୁ ଦେବିନି l
ତାକୁ ବଞ୍ଚାଇବାକୁ ସବୁବେଳେ ଚେଷ୍ଟା କରୁଛି l ଏ କୋଭିଡ ଯୁଦ୍ଧରେ ଅନେକ ମଣିଷଙ୍କୁ ନିଜ ହାତରେ ଚିକିତ୍ସା କରିଛି l ହେଲେ ଆଜି ମୁଁ ନିଜେ ହାରି ଯାଇଛି ସୁମିତ l ଏତେ ସତର୍କ ହୋଇ ବି ମୁଁ କେତେବେଳେ ସଂକ୍ରମିତ ହୋଇଗଲି ମୁଁ ବି ଜାଣି ପାରିଲିନି l ଯଦି ମୋର କିଛି ହୋଇଯାଏ ମନ ଦୁଃଖ କରିବନି l ବାପା ମାଙ୍କୁ ନିଜ ସାଙ୍ଗରେ ରଖିବ l ସୁମିତର କୋହ ଜକେଇ ଆସିଲା ସ୍ଵାତୀ କଥା ଶୁଣି l ସେ କୋହ ଭରା କଣ୍ଠରେ କହିଊଠିଲା ତୁମର କିଛି ହେବନି ସ୍ଵାତୀ l କାଲି ଫ୍ଲାଇଟ ଚାଲିବ ଆଉ ମୁଁ ଯାଇ ସାଙ୍ଗେ ସାଙ୍ଗେ ପହଞ୍ଚୁଛି l ତୁମେ ମୋ ଜୀବନରୁ ଏତେ ସହଜରେ ଯାଇ ପାରିବନି l କହି କାନ୍ଦି ପକାଇଲେ ସୁମିତ l
ଭିଡ଼ିଓରେ ଏକ ସୁନ୍ଦର ନୀଳ ଶାଢ଼ୀ ଦେଖେଇ କହିଲେ ଦେଖ ତୁମପାଇଁ ମୁଁ କଣ ଆଣିଛି..... ଏ ଶାଢୀରେ ତୁମେ ଖୁବ ସୁନ୍ଦର ଦେଖା ଯିବ ସ୍ଵାତୀ ଠିକ ଗୋଟେ କଣ୍ଢେଇ ଭଳି l ସ୍ଵାତୀର ସ୍ୱର ଧିମା ହୋଇ ଆସୁଥିଲା... ବହୁ କଷ୍ଟରେ କହିଲା ଯଦି ବଞ୍ଚିବି ତାହେଲେ ପିନ୍ଧିବି l
ନ ହେଲେ ମୋତେ ତୁମେ ପିନ୍ଧେଇ ଦେବ ଆସିବା ପରେ l ସୁମିତ ନିଜ କୋହ ସମ୍ଭାଳି ପାରିଲାନି l ମୋବlଇଲ ବନ୍ଦ କରି କାନ୍ଦି ପକେଇଲା l
ଭଗବାନଙ୍କଠି ଖୁବ ଅଭିମାନ କଲା l କହିଲା କାହାର କଣ କଲା ମୋ ସ୍ଵାତୀ ପ୍ରଭୁ ତାକୁ ଏମିତି ଦାଣ୍ଡ ଦେଲ l କେତେ ଲୋକଙ୍କ ଜୀବନ ରକ୍ଷା କରି ବି ଆଜି ତାକୁ କାହିଁକି ଏ ଅବସ୍ଥାରେ ରଖିଲ l ଏମିତି ଅନିଦ୍ରା ହୋଇ ସକାଳ ହୋଇଗଲା ସୁମିତର l ସେ ଠିକ ସମୟରେ ଏୟାର ପୋଟ ଯାଇ ସ୍ଵାତୀ ପାଖରେ ପହଞ୍ଚିବା ପାଇଁ ବାହାରି ପଡିଲା l ସେ ଠିକ ସମୟରେ ପହଞ୍ଚିଗଲା l ମାଆ ଫୋନ କଲେ ଘରକୁ ଆସିବା ପାଇଁ l କହିଲେ ସ୍ଵାତୀ ଠିକ ଅଛି l ସୁମିତ ଖୁସି ହୋଇ ଘରକୁ ଗଲା l ହେଲେ ଏ କଣ l ଘର ବାହାରେ ଆମ୍ବୁଲାନ୍ସ l ଲୋକ ଗହଳି l ସବୁ ଦେଖି ଚମକି ପଡିଲା l ହେଲେ ସ୍ଵାତୀ ଆମ୍ବୁଲାନ୍ସ ଭିତରେ l ତାକୁ ସମ୍ପୂର୍ଣ୍ଣ ରୂପେ ଘୋଡେଇ ଦିଆ ହୋଇଛି l ତା ପାଦ ତଳ ମାଟି ଖସିଗଲା ଯେତେବେଳେ ଜାଣିଲା ସ୍ଵାତୀ ଏକା କରି ଆଜି ଚାଲିଯାଇଛି l ସେ ନୀଳ ଶାଢ଼ୀଟା କେତେ ବେଳୁ ହାତରୁ ଖସି ଯାଇଥିଲା l ଆଉ ଚେତନା ରହିଲାନି ତାର l କିଛି ସମୟ ପରେ ଚେତା ଫେରିଲା.... ଦେଖିଲା ବାପା ମାଆ ଖୁବ କାନ୍ଦୁଛନ୍ତି l ମା କହିଲେ "ସେମାନେ ସେଠି ଶବ ସଂସ୍କାର ପାଇଁ କହୁଥିଲେ ହେଲେ ମୁଁ ମନା କଲି ମୋ ଗୃହଲକ୍ଷ୍ମୀ ଆଜି ମୋ ଘରୁ ଯିବ କହିଲି, ସେଥିପାଇଁ ଏଠିକୁ ଆଣିଲେ l ପିପିଈ କୀଟ ପିନ୍ଧି ଦେ ପୁଅ ତାକୁ ଶେଷ ଥର ପାଇଁ ଦେଖି ଆସିବୁ l ତା ମୁହଁରେ ମୁଖାଗ୍ନି ଦେବୁ l ସୁମିତ ପାଟିରୁ ଭାଷା ହଜିଗଲା l ସେ ଆଉ କାହାକୁ କିଛି ନ କହି କିଟ୍ ପିନ୍ଧି ସ୍ଵାତୀ ପାଖରେ ବସି ବଡ଼ିଲା l ଖୁବ୍ ଶ୍ରଦ୍ଧାରେ ସେ ନୀଳ ଶାଢ଼ୀଟା ଢାଙ୍କି ଦେଲା ତା ମର ଶରୀର ଉପରେ..ଶେଷ ଥର ପାଇଁ... କାରଣ ନୀଳ ରଙ୍ଗ ସ୍ଵାତୀର ଖୁବ ପସନ୍ଦ....