ନିଃସଙ୍ଗତାର କ୍ଷୋଭ
ନିଃସଙ୍ଗତାର କ୍ଷୋଭ
ଜନ୍ମ ମୃତ୍ୟୁର ଧ୍ରୁବ ସତ୍ୟ ଭିତରେ ଆଜି ନିଜକୁ ହଜେଇ ଦେଇଛି ଦୁଃଖର ସେଇ କରାଳ ସ୍ରୋତରେ l ନିଜର ସତ୍ୟ l କେବେଠୁ ହଜେଇ ସାରିଛି ଜୀବନର ଅବlସ୍ତବ ମାୟା ମରୀଚିକା ଭିତରେ l ସପ୍ନ ସବୁ ଭାଙ୍ଗି ଯାଇଛି ସେ ଅଜଣା ଦୁଃଖର ମୃଦୁ କରାଘାତରେ l ନିଃସଙ୍ଗତl ଯେମିତି ଚିର ସହୋଦର ହୋଇଯାଇଛି ସ୍ମିତାର ଜୀବନରେ l ଅତୀତର ପ୍ରତ୍ୟେକ ସ୍ମୃତି ଯେମିତି ତାକୁ ଟାଣି ନେଇଛି ଦୁଃଖର ଅମା ଅନ୍ଧକାର ଭିତରେ l ସ୍ପୃହlହୀନ ଜୀବନରେ ଖାଲି ବଞ୍ଚିବା ଶିଖିଚି କେଇଟା କର୍ତ୍ତବ୍ୟ ସମ୍ପlଦନା କରିବା ପାଇଁ l କାହା ମୁହଁରେ ଦି ଧାର ହସର କାରଣ ହେବା ପାଇଁ l ଆଜି ଜୀବନକୁ ରୋମନ୍ଥନ କରି ଅନେକ କିଛି ଉପଲବ୍ଧି କରି ପାରିଛି ଏଇ ମିଛ ଦୁନିଆର ମିଛ ସମ୍ପର୍କର କେଇଟା ସୂତା ଖିଅରେ l ଜୀବନ ଡୋରି ଭାବି ନେଇଥିବା ସମ୍ପର୍କ ଦିନେ ଛିନ୍ନ ହୋଇଯାଏ.....ପରିସ୍ଥିତିର କରାଳ ସୁଅରେ ସବୁ ସପ୍ନ ଯେମିତି ଭାସିଯାଏ... ଅମାନିଆ ଲୁହକୁ ବି ରୋକିବାର ଆଉ ସାହସ ନ ଥାଏ l
ଆଜି ବି ଭାସି ଉଠୁଛି ସେଦିନର ଅଭିଶପ୍ତ ଅପରାହ୍ନ..... I
ଏଇ କୁସନପୁର ଦିନେ ନିଜ ସାଙ୍ଗ କୀର୍ତ୍ତି ଘରକୁ ଆସିଥିଲା l କଲେଜ ପଢିବା ସମୟରେ l କାରଣ କୀର୍ତ୍ତି ଥିଲା ତା ବେଷ୍ଟ ଫ୍ରେଣ୍ଡ..... ସେଥିପାଇଁ ଛୁଟିରେ ପ୍ରାୟ ତାଙ୍କ ଘରକୁ ଆସେ l ସେଦିନ ବି ସେମିତି ଆସିଥିଲା l ହେଲେ କୀର୍ତ୍ତିର ଭାଇ ଯେ କି ଆର୍ମିରେ ଏଇ ବର୍ଷେ ଆଗରୁ ଯୋଗ ଦେଇଥିଲେ ସେ ଛୁଟିରେ ଆସିଥିଲେ l ସେ ପ୍ରଥମ ଚାହାଣି ଯେମିତି ସ୍ମିତା ମନରେ ଘର କରିନେଲା l ତାଙ୍କ ଭଦ୍ର ନମ୍ର କଥା ଯେମିତି ତା ହୃଦୟକୁ କିଣି ନେଲା l ଏ କଥା କୀର୍ତ୍ତିକୁ ଅଛପା ନ ଥିଲା l ସେ ସ୍ମିତାର ସବୁ କଥା ଭାଇ ଆଗରେ ଜାଣି ଜାଣି କୁହେ ଆଉ ଭାଇ କଥା ସ୍ମିତା ଆଗରେ l ଏମିତି ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଇଲେ l ଚିଠି ଦିଆ ନିଆରେ ବି କୀର୍ତ୍ତି ସାହାଯ୍ୟ କଲା କାରଣ ଏମିତି ଏକ ସୁନ୍ଦରୀ ସାଙ୍ଗକୁ ସେ ସବୁଦିନ ପାଇଁ ନିଜ ଭାଉଜ କରିବା ପାଇଁ ଭାବି ସାରିଥିଲା l ସେଦିନ ଭାଇଙ୍କ ଛୁଟି ସରିଗଲା l କୀର୍ତ୍ତି ଦୁହିଁଙ୍କୁ ଭେଟ ହେବା ପାଇଁ..............ହଷ୍ଟେଲକୁ ଛାଡ଼ିବା ପାଇଁ ଭାଇଙ୍କୁ ବାଧ୍ୟ କରି ଥିଲା l ସେଦିନ କଥା ଏବେ ବି ମନେ ଅଛି ସ୍ମିତାର.... କେମିତି ସ୍ନେହାଶିଷ (କୀର୍ତ୍ତିର ଭାଇ ) ଛୁଆଙ୍କ ଭଳି ତା ହାତ ଧରି କାନ୍ଦି ପକେଇ ଥିଲେ... କହିଲେ ଆଜି ଏ ଆର୍ମି ମ୍ୟାନର ହୃଦୟ ଏତେ କୋମଳ କେମିତି ହେଲା ମୁଁ ବୁଝି ପାରୁନି ସ୍ମିତା.... କେମିତି ବଞ୍ଚିବି ତୁମ ବିନା ଭାବି ପାରୁନି.... କାରଣ ଭଲ ପାଇବାଟା ଏତେ ନିବିଡ଼ ବନ୍ଧନ ମୁଁ ଆଜି ତୁମକୁ ଭଲ ପାଇ ବୁଝି ପାରୁଛି l ଛଅ ମାସ ପରେ ପୁଣି ଦେଖା ହେବ.... ପ୍ରେମିକା ରୂପେ ନୁହଁ ପୁରା ଆପଣେଇ ନେବି ମୋ ଜୀବନ ଅଗଣାରେ l ଠିକ ଏତିକି ବେଳେ କୀର୍ତ୍ତି ଆସି ଭାଇକୁ କହିଲା..... କଣ ଭାଇ ତୁ ତ ମୋ ସାଙ୍ଗକୁ ପାଇ ମତେ ବି ଭୁଲିଯିବୁ l ହଁ ମାନୁଛି ସେ ମୋ ଭାବି ଭାଉଜ ହେଲେ ଭଉଣୀକୁ କେବେ ଭୁଲିବୁନି ତ?? ଆଉ ରହିଲା ବାହାଘର କଥା ମୁଁ ତୁମ ଦୁହିଁଙ୍କୁ ବାହାଘର ନ କରିବା ଯାଏ ଘରୁ ଯିବିନି.. Ii ତା ଛଡା ଭାଉଜ ପାଉଣାଟା ଏୟା ପାଖରୁ ନେବି ନା..... ହସି ଉଠିଲେ ତିନି ଜଣ l ଏମିତି ଛଅ ମାସ ବିତିଗଲା l ସ୍ନେହାଶିଷ ଓ ସ୍ମିତାର ଭଲପାଇବା କଥା ସମସ୍ତେ ଜାଣିଗଲେ l ବାହାଘର ପାଇଁ ଦୁଇ ଘର ରାଜି ହୋଇଗଲେ l
ଖୁବ ଧୁମ ଧାମରେ ବାହାଘର ସରିଗଲା l ସ୍ନେହାଶିଷ ଖୁବ ଭଲ ପାଆନ୍ତି ସ୍ମିତାକୁ l ରାତି ରାତି ଅନିଦ୍ରା ରହି ନିଜ ଚାକିରୀ ଜୀବନର ସ୍ମୃତି ଅନୁଭୂତି କୁହନ୍ତି l ସେ ସବୁବେଳେ କୁହନ୍ତି ମୋ ଦେଶ ମୋ ଜୀବନଠୁ ବି ବଡ଼ l ଆଉ ତୁମେ ମୋ ଜୀବନ ସ୍ପନ୍ଦନ.... Ii ଯଦି ମୋର କିଛି ହୋଇଯାଏ ତେବେ ମୁଁ ତୁମରି ହୃଦୟରେ ରହିବି l ସବୁ ଶୁଣି ସ୍ମିତା କୁହେ ଛି.... ସେମିତି କଣ କୁହନ୍ତି.... ତୁମେ ତ ମୋ ପାଇଁ ସବୁକିଛି... ତୁମ ବିନା ଏ ଜୀବନ ମୂଲ୍ୟହୀନ l ତା ଛଡା ମୋ ସିନ୍ଦୂରକୁ କାହା ଆଖି କେବେ ନ ଲାଗୁ ଏମିତି ତୁମ ବାହୁ ବନ୍ଧନରେ ଝଟକୁ ଥାଉ ସବୁଦିନ ପାଇଁ l ଛୁଟି ସରିବା ଦିନେ ଆଗରୁ ଶୋଇ ପାରିଲେନି ସ୍ନେହାଶିଷ.... ସେମିତି ତୋଫା ଜହ୍ନ ରାତି ବିତିଗଲା ସ୍ମିତାଙ୍କ କୋଳରେ l ଆର ଦିନ ଚାଲିଗଲେ ନିଜ କର୍ମ କ୍ଷେତ୍ରକୁ ସ୍ମିତାକୁ ଛାଡି l ଖୁବ ଖୁସିରେ ସ୍ମିତା ଥିଲା l କାରଣ ବାପା ମାଆ ପରି ଶାଶୁ ଶଶୁର ଆଉ ଭଉଣୀ ପରି ନଣନ୍ଦ l ଆଉ କଣ ବା ଦରକାର ଜୀବନରେ l ଏଇ କିଛି ମାସ ଭିତରେ କୀର୍ତ୍ତିର ବାହାଘର ଠିକ ହୋଇଗଲା l ଭାଇ ଛୁଟିରେ ପୁଣି ଆସିବ ବୋଲି ଖୁବ ଖୁସି ହୋଇ ଫୋନ କଲେ l କୀର୍ତ୍ତି ନିଜ ପାଇଁ ବହେ ଜିନିଷ ଆଣିବା ପାଇଁ ଭାଇକୁ କହିଲା l ସେ ବି ଗୋଟେ ବୋଲି ସୁନାନାକି ଭଉଣୀ କଥା କେମିତି ବା କlଟନ୍ତେ l ଦି ଜଣ ପାଇଁ ସୁନ୍ଦର ରେଶମୀ ଶାଢ଼ୀ ଆହୁରି କେତେ କଣ କିଣିଲେ ସେଦିନ ଆସିବା ପାଇଁ l
ସେଦିନ ସକାଳୁ ସକାଳୁ ଖବର ଆସିଲା ପାକିସ୍ତାନ କୁଆଡେ ହଠାତ ଆକ୍ରମଣ କରିଛି ଆମ ଦେଶ ଉପରେ l ସେଥିପାଇଁ କାର୍ଗିଲ ଯିବାକୁ ହେବ ତାଙ୍କୁ ନିଜ ସେନା ନେଇ l କାରଣ ସେ ଥିଲେ ସେ ସେନାର କମlଣ୍ଡର l ସେ ଦିନ କେତେ ସମୟ କଥା ହେଲେ ସ୍ମିତା ସହିତ l ଦୁଇ ଦିନ ପରେ ଘରକୁ ଆସିବେ ବୋଲି କଥା ହେଲେ l ହେଲେ କିଛି ସମୟ ପରେ ଟିଭିରେ କେତେ ଯବାନ ସେ କାର୍ଗିଲ ଯୁଦ୍ଧରେ ସହିଦ ହେବା ଖବର ଆସିଲା l ସ୍ମିତା ଯେତେ ଫୋନ ଲଗାଇଲା ବିଲକୁଲ ଲାଗିଲାନି l ଏମିତି ବାପା ମାଆ ସମସ୍ତେ ଅଧୈର୍ଯ୍ୟ ହୋଇ ପଡିଲେ l କିଛି ସମୟ ପରେ ଲେଣ୍ଡ ଫୋନ ରିଙ୍ଗ ହେଲା.... ସ୍ମିତା ଏପଟୁ କହିଲା ହେଲୋ ଆପଣ କିଏ କହୁଛନ୍ତି.... ସେପଟୁ କହିଲେ ଆପଣ ସ୍ନେହାଶିଷଙ୍କ ଘରୁ କହୁଛନ୍ତି ତ... ସ୍ମିତା କହିଲା ହଁ ମୁଁ ତାଙ୍କ ସ୍ତ୍ରୀ କହୁଛି... କୁହନ୍ତୁ ସେ କେମିତି ଅଛନ୍ତି..... ସେପଟୁ କହିଲେ ସରି ମାଡାମ ହି ଇଚ ନୋ ମୋର..... ସେଇ ଜାଗାରେ ଟଳି ପଡିଲା ସ୍ମିତା l ଯେତେବେଳେ ତାକୁ ହୋସ ଆସିଲା ମୁଣ୍ଡ ପାଖରେ ତାର ସମସ୍ତେ ବସି କାନ୍ଦୁଛନ୍ତି l ତା ମୁଣ୍ଡ ଆଉ କାମ କଲାନି.... କହିଲା ଏ ମିଛ......ସେ କେବେ ବି ମୋତେ ଛାଡି ଯାଇ ପାରିବେ ନି l ଏମିତି କିଛି ଘଣ୍ଟା ପରେ ଯେତେବେଳେ ତାଙ୍କ ମର ଶରୀରକୁ ଶୋଭାଯାତ୍ରା କରି ଗାଁକୁ ଅଣାଗଲା ସେତେବେଳେ ଆଉ ବିଶ୍ୱାସ ନ କରି ରହିପାରିଲେନି ସ୍ମିତା l ତାଙ୍କ ଜିନିଷ ପତ୍ର ଘରକୁ ଆଣି ଦେଇଗଲେ l ଏ କଣ ସେ ଯାହା ବରାଦ କରିଥିଲେ ସବୁ ଜିନିଷ ଅଛି ସେ ଅlଟାଚିରେ l ଦୁହିଁଙ୍କ ପାଇଁ ନାଲି ଶାଢ଼ୀ..... ହେଲେ ଏ ଆଉ କଣ ହେବ l ସ୍ମିତା ଯେମିତି ଜଡ଼ ପାଲଟି ଗଲା l ଖାଇବା ପିଇବା ଛାଡି ଦେଲା l ପୁରା କଳା କାଠ ପଡିଗଲା l ଦିନେ ପୁଣି ସେ ବେହୋସ ହୋଇଗଲା.... ଡାକ୍ତର ପରାମର୍ଶ ପରେ ଜଣା ପଡିଲା ସେ ମାଆ ହେବାକୁ ଯାଉଛି l ଏମିତି କିଛି ଦିନ ପରେ କୀର୍ତ୍ତି ବି ବାହାହୋଇ ଚାଲିଗଲେ ଶାଶୂଘର l ଏବେ ଏ ନିଃସଙ୍ଗ ଜୀବନ ଯେମିତି ବିଦ୍ରୁପ କରୁଛି ପ୍ରତ୍ୟେକ ମୁହୂର୍ତ୍ତ l ଶାଶୁ ଶଶୁର ବହୁତ ବୁଝେଇଲେ l ଶାଶୁ କହିଲେ ମୋ ପୁଅ ସିନା ଚାଲିଗଲା ହେଲେ ତୁ ତୋ ସନ୍ତାନ ପାଇଁ ବଞ୍ଚିବୁ l କିଛି ନ ହେଲେ ପୁଅର ସନ୍ତକକୁ ଜନ୍ମ ଦେବୁ l ପୁଣି ତା ମୁହଁରେ ଆମେ ଆମ ସ୍ନେହାଶିଷକୁ ଦେଖିବାକୁ ଚେଷ୍ଟା କରିବୁ l ତାଙ୍କ କଥା ରଖି ଆଜି ବଞ୍ଚିଛି l କିଛି ଦିନ ପରେ ପୁଅ ଜନ୍ମ ହେଲା l ସବୁ ଦୁଃଖ ଭିତରେ ବି ଖୁସିର ଧାରେ କିରଣ ଦିଶିଲା l ଏବେ ସେ ଖୁବ ବଡ଼ ହୋଇ ଗଲାଣି l
ଶାଶୁ ଶଶୁର ଆର ପାରିକି ଚାଲି ଗଲେଣି l ଏବେ ସେ ନିଃସଙ୍ଗତା ଭିତରେ ବି ପୁଅ ପାଇଁ ଖାଲି ବଞ୍ଚିଛନ୍ତି ସ୍ମିତା l ଆଜି ପୁଅ ତାଙ୍କର ଏଆର ଫୋର୍ସରେ ଜଏନ କରିବ l ସ୍ମିତାର ଛାତି ଆଜି ଗର୍ବରେ ଫୁଲି ଉଠୁଛି l କାରଣ ସେ ସ୍ନେହାଶିଷଙ୍କ କଥା ରଖି ତା ପୁଅକୁ ବି ସେ ଦେଶ ସେବା ପାଇଁ ପ୍ରସ୍ତୁତ କରି ପାରିଛନ୍ତି l ଆଜି ସେ କାର୍ଗିଲ ଦିବସ ଉପଲକ୍ଷେ ତାଙ୍କୁ ଡକା ଯାଇଛି ସମ୍ମାନିତ କରିବା ପାଇଁ l ପୁଣି ଥରେ ସେ ଲୋମ ଥରା ଇତିହାସକୁ ମନେପକେଇବା ପାଇଁ l ମନେ ପକାଇବା ପାଇଁ ସେ ସହିଦମାନଙ୍କ ବଳିଦାନକୁ ଯେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗେଇ ଦେଇଥିଲେ l ପୁଅକୁ ବି ଆଜି ଜଏନ କରିବା ପାଇଁ ନିର୍ଦ୍ଦେଶ ହୋଇଛି l
