Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Nityananda Sahu

Tragedy Inspirational


3  

Nityananda Sahu

Tragedy Inspirational


ନିଃସଙ୍ଗତା

ନିଃସଙ୍ଗତା

9 mins 39 9 mins 39

ପହିଲି ସ୍ପର୍ଶରେ ଜୀବନର ଆଧାର ପାଇ ବଞ୍ଚିଥିବା ଚଢେଇଟା, ଆଜି ମୁକ୍ତ ଆକାଶରେ ସ୍ୱାଧୀନତା ସବୁ ଉପଲବ୍ଧି କଲା ପରେ, କେଜାଣି କାହିଁକି ତାର ଖୁସିର ପରିଧିକୁ ଡେଇଁ ପାରୁନି । ବନ୍ଦୀ ହୋଇ ରହିଥିବା ଚଢେଇଟା କହି ପାରେ ନାହିଁ ମୁକ୍ତ ଦୁନିଆଁର ଆନନ୍ଦର କଥା।

'ପାପ'କୁ ଯଦି କେବେ ବିଶ୍ଳେଷଣ କରି ହେବ । ତାହା ହେଲେ ଦୁନିଆଁରେ ସେହି ନର୍କରେ ମୁଁ ହିଁ ସେହି ଯିଏ ବିନା ଦୋଷରେ ତାର ସଜା ପାଉଛି ।

ଆହୁତିଙ୍କ ଭଲପାଇବାରେ ମୁଗ୍ଧ ପ୍ରାୟ ଦୁନିଆଁର ଦୁଇ ପ୍ରେମୀ ବିହଙ୍ଗଙ୍କ ମିଳନର ଚିହ୍ନକୁ ଆଜି ସେମାନେ ପରିଶେଷରେ ମୂଲ୍ୟ ହୀନ କରି ରାସ୍ତା କଡ ନାଳରେ ଫିଙ୍ଗି ଦେଇ ଚାଲିଗଲେ।

ମୁଁ ଜାଣେନା ତାଙ୍କର ଆରମ୍ଭ କି ଶେଷରେ, ମୋ ପରିଚୟ କଣ ଦେବାକୁ ଚାହୁଁଥିଲେ ।

ଆଜି ଜଣାଇବାକୁ ଚାହେଁ ମୁଁ ହେଉଛି ସେହି ଝିଅ 'ଶେଫାଳୀ' ।

କ୍ଷଣିକ ଉନ୍ମାଦ ଆଉ ଯୌବନର ଆକର୍ଷଣରେ ମୋ ଜନ୍ମ ହୋଇପାରେ । ଗୋଟିଏ ରାତିରେ ଫୁଟି ନିଜକୁ ଝଡେଇ ପାରିବିନି ।

ମୁଁ ବଂଚିଛି ଆଉ ବଂଚିବି ମୋ ପରିଚୟରେ ସମାଜରେ ଜନମୁଖରେ ସଚେତନତା ସୃଷ୍ଟି କରିବା ସହ, ମୋ ମୂଳ ଲକ୍ଷ୍ୟରେ ପ୍ରକୃତ ଭଲପାଇବା, ଆତ୍ମୀୟତା ଆଉ ମାନବିକତାର ମୌଳିକ ମୂଲ୍ୟବୋଧର ହିଁ ଆଧାର ହେବ ।

[2]

କେବେ ଜନ୍ମ ମୋର ଠିକ୍ ସେ ଜାଣେନି, ତଥାପି ମୋ ଜନ୍ମ ଦିନକୁ ଫେବୃଆରୀ ଅଣତିରିଶିରେ ପାଳନ କରେ । ଏଥିପାଇଁ କି ମୋ ଜନ୍ମର ଦୁଃଖକୁ ତ ମନେ ପକେଇ କଷ୍ଟ ପାଇବାରୁ କିଛି ବର୍ଷ ନିବୃତ୍ତ ରହିବି ।

ଆଶା' ସାମାଜିକ ସଂଗଠନ ମତେ ଉଦ୍ଧାର କରି କିଛି ମାସ ଲାଳନ ପାଳନ କଲା ପରେ, ଜଣେ ସରକାରୀ ଶିକ୍ଷକ ସାଧୁ ସାର୍ ମତେ ତାଙ୍କ କୋଳକୁ ଝିଅ କରି ନେଲେ ।

ଯିଏ ମୋର ପ୍ରଥମ ଗୁରୁ, ପିତା ଆଉ ମୋ ଜୀବନର ମାର୍ଗଦର୍ଶକ ଥିଲେ । ଏତେ ଭଲପାଇବା ଦେଇଥିଲେ ମୋ ଜୀବନରେ ଭୁଲି ବି କେବେ ପାରିବିନି । ମୌଳିକ ଶିକ୍ଷାରେ ମୋ ସଂସ୍କାର, ଆଉ ସାମାଜିକ ପରମ୍ପରା ପ୍ରଥା ଥିବା ସବୁ ଜଣା ଅଜଣା କଥା ମୁଁ ସେହି ମହାନ ଗୁରୁଙ୍କ ଠାରୁ ପ୍ରାପ୍ତ କରିଥିଲି । କମ ବୟସରୁ ସେ ମତେ ସମସ୍ତ ଶିକ୍ଷା ଦେଇ ସାରିଥିଲେ । ହେଲେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଆଗରୁ, ମୋ ଜୀବନରେ ଆଉ ଏକ ଗ୍ରହଣ ଲାଗି ସାରିଥିଲା । ଖୁସିରେ ରହିବା ମୋ ପାଇଁ ଅଭିଶପ୍ତ ଥିଲା । ସେମିତି ମୋ ଭାଗ୍ୟରେ ବି ଲେଖା ଥିଲା, ଆଉ ଏକ ଦୁଃଖଦାୟକ ଦିନ । ସାରଙ୍କ ବିୟୋଗରେ ମୋ ପାଦ ତଳ ମାଟି ଖସି ଯିବା ସହ ମୋ ଉପରେ ଥିବା ଭରସାର ଛାତ ବି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ।

ଆଉ ମୁଁ ପୁଣି ଥରେ ହୋଇଯାଇଥିଲି ଏକା ଏତେ ବଡ ଦୁନିଆଁରେ । ତଥାପି ସବୁ ପରିସ୍ଥିତିକୁ ମୁକାବିଲା କରିବାର କ୍ଷମତା ଥିଲା ମୋ ପାଖରେ । ନିଜକୁ ଗଢି ତୋଳିବା ପାଇଁ, ଏ ସମାଜରେ ଆରମ୍ଭ କରେ ଲଢେଇ।

ମୌଳିକ ଶିକ୍ଷା ପାଇଁ ଦିନରେ ସରକାରୀ ସ୍କୁଲରେ ପାଠ ପଢେ । ରାତିରେ ହୋଟେଲରେ ବାସନ ସଫା କରେ । ଜୀବନରେ ଏହ ଥିଲା ମୋର ପ୍ରଥମ ଲଢେଇ। ପଥ ଥିଲା ଚାଲିବାକୁ ଆହୁରି ଅନେକ । କିନ୍ତୁ ସେଥିପାଇଁ ଦରକାର ବଳ ମତେ ମୋ ଗୁରୁ ଶିକ୍ଷା ଦେଇଥିଲେ ।

ହୋଟେଲରେ କାମ କଲା ବେଳେ କହି ପାରିବିନି ସେହି ଲଜ୍ଜାର କଥା । ଏତେ ଛୋଟ କୋମଳ କିଶୋରୀକୁ, ଅନେକ ଦୈହିକ ରାକ୍ଷସର ନଜରରୁ ବଞ୍ଚେଇବା ଥିଲା ମୋ ପାଇଁ ସବୁଠୁ ବଡ କଷ୍ଟ । ନିଜ ଉଦ୍ୟମରେ ଅନେକ ଥର ଶିକାର ହେବାରୁ ବଂଚିଛି । ତଥାପି ନିରାଶା ହୋଇ ଜୀବନ ନ ହାରି, ଆହୁରି ନିଜକୁ ସାହସୀ କରି ପାରିଛି । ମୋର ମନେ ଅଛି ସାଧୁ ସାରଙ୍କର ବିୟୋଗ ପରେ, ଜୀବନର ଅବୁଝା ଅଙ୍କକୁ ନେଇ ବଞ୍ଚିବା ବହୁତ କଷ୍ଟ ଥିଲା । ସମସ୍ତଙ୍କୁ ହରାଇ ମୋ ଜୀବନରେ ସେ ଶୂନ୍ୟତାକୁ କାହା ପରିଚୟ ଦେବାକୁ ସଂକୋଚ ଲାଗିଲା । ସରକାରୀ ହାଇସ୍କୁଲରେ ନାଁ ଲେଖା ସମୟରେ ନିଜର ପରିଚୟକୁ ବଦଳେଇବାକୁ ଚେଷ୍ଟା କରିଥିଲି । ଶେଷରେ ପରିଚୟରେ କହିଲି ମୁଁ ଅନାଥ । ନାଁ ମୋର ଶେଫାଳି । ସାଧୁ ସାରଙ୍କ ପରିଚୟ ବି ଦେବା ପାଇଁ ଠିକ ଲାଗିଲା ନାହିଁ । ଅନାଥ ଜାଣି ପ୍ରଧାନ ଶିକ୍ଷକ ମତେ ହଷ୍ଟେଲରେ ରହିବାର ସମସ୍ତ ସୁବିଧା କରିଦେଲେ । ପାଠ ପଢାରେ ଆଗ୍ରହ ଦେଖି, ସେ ମତେ ବହୁତ ଭଲ ପାଉଥିଲେ ।

କିଛି ଦିନ ଖୁସିରେ ରହିଲା ପରେ, ପୁଣି ଥରେ ସେହି ଯୌବନର ପିପାସୁମାନଙ୍କର ନଜର ପଡିଲା ମୋ ନିଃସଙ୍ଗତା ଜୀବନ ଉପରେ, ହଷ୍ଟେଲର ଦାୟିତ୍ୱରେ ଥିବା ପରିଚାଳକଙ୍କର ।

ସେ ଚାହୁଁ ଥିଲା ମୋର ଏ ସୁନ୍ଦର ଫଗୁଣର ରଙ୍ଗ ଭରା ଯୌବନର ସାନିଧ୍ୟ କିନ୍ତୁ ମୋ ଦୃଢଇଛା ଶକ୍ତି ସାମ୍ନାରେ, ଶେଷରେ ତାର ପ୍ରକୃତ ଚେହେରାକୁ ମୁଁ ହିଁ ସମସ୍ତଙ୍କର ସାମନାକୁ ଆଣି ଥିଲି । ଯେବେ ମୋ ସହପାଠିନୀର ପ୍ରସୂତି ଖବର ପ୍ରଚାର ହେଲା । ଦୋଷୀ କିଏ ଖୋଜା ହେଲା ବେଳେ ମାନସୀ ଡରିକି ଚୁପ ଥିଲେ ବି ମୁଁ ହିଁ ସାହସର ସହ କହିଥିଲି ପରିଚାଳକଙ୍କର କଥା ।

ସମସ୍ତେ ମୋତେ ସାବାସୀ ଦେଲେ । ନିରୀହ କିଶୋରୀଙ୍କ ଯୌନ ଶୋଷଣରୁ ସମସ୍ତଙ୍କୁ ମୁକ୍ତ କରି ଖୁସି ଲାଗିଲା ।

ଏହା ଭିତରେ ମୋର ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରି ସ୍କୁଲରୁ ସାର୍ଟିଫିକେଟ ନେଇ ବାହାରି ଆସି ସାରିଥିଲି ।

ମୋ ମନରେ ଥିଲା ସେହି ପୁରୁଣା ପ୍ରଶ୍ନ ରହିବାର ଆଉ ସୁରକ୍ଷାର ସମାଧାନର ଶେଷ ପ୍ରୟାସର ମାର୍ଗ ।

[ 3]

ଶେଷରେ ଗାଁର ପରିବେଶ ଛାଡି ସହର ଅଭିମୁଖେ ଆସିଲି ଉଚ୍ଚ ଶିକ୍ଷା ପାଇଁ ।ଭଡା ଘର ନେଇ, ପେଟ ଭୋକ ପାଇଁ କିଛି କାମର ସନ୍ଧାନରେ ଥିଲି ।

ଶୈଳବାଳା କଲେଜରେ ମୁଁ ଯୁକ୍ତ ଦୁଇ ବିଜ୍ଞାନରେ ଆଡମିସନ କଲି । ପିଲା ଦିନରୁ ସଙ୍ଗୀତରେ ରୁଚି ଥିଲା । ସେଥିପାଇଁ ନାଇଟ୍ ହୋଟେଲମାନଙ୍କରେ ଗୀତ ପରିବେଷଣ କରେ । ସଂଧ୍ୟାରେ ଟିୟୁସନ କରି ପେଟ ଗୁଜୁରାଣ ମେଣ୍ଟେଉ ଥିଲି ।

କଠିନ ଅଧ୍ୟବସାୟରେ ପାଠ ପଢା ଜୀବନରେ ଆଗକୁ ବଢାଇବା ଆଉ ନିଜକୁ ସୁରକ୍ଷା ସବୁ ବେଳେ ଦେବାକୁ ଚେଷ୍ଟା କରି ଚାଲିଥାଏ ।

କେବେ ହେଲେ କାହାର ଶିକାର ହେବାକୁ ଦେଇନି ।କାହିଁକି ନା ମୁଁ ଥିଲି ସଚେତନ ।

କଲେଜର ଜୀବନ ଥିଲା ରୋମାଞ୍ଚକର ସବୁ କିଛିର ନିଆରା ଅନୁଭୂତି ।ଯେତେ ରୋକିଲେ ବି ରୋକି ପାରି ନ ଥିଲି ମୋ ନିଜକୁ । ଶେଷରେ ନିଶାନଙ୍କ ପ୍ରେମରେ ହଜେଇ ଦେଇଥିଲି ମୋ ହୃଦୟକୁ ।

ଖୁସିର ଫଗୁଣ କିଛି ଦିନ ନୂଆ ନୂଆ ରଙ୍ଗରେ ଭିଜେଇ ଥିଲା । ବହୁତ ଖୁସି ଲାଗୁଥିଲା । ହେଲେ ବିଡମ୍ବନା, ପଶ୍ଚାତାପ ଆଉ ଧୋକାର ଥିଲା ଆଉ ଏକ କରୁଣ କାହାଣୀ । ଯେଉଁ ଦିନ ନିଶାନ୍ ଆମ ପ୍ରେମର ପ୍ରଥମ ଆନଭର୍ସରୀରେ କହିଥିଲେ ।

ଶେଫାଳୀ 'ତୁମ ପ୍ରେମରେ ମୁଁ ଏକ ମୁଗ୍ଧ ମାଦକ ଭଅଁର। ଏତେ ଭଲପାଇବା ତୁମେ ଦେଇଛ, ଯେ ମୁଁ ଭୁଲି ପାରିବିନି ।

ଆଜି ସେହି ଭଲପାଇବାର ଆଉ ଏକ ସୋପାନ ଡେଇଁବାର ସମୟ ଆସିଛି, କଣ ତୁମେ ରାଜି ।

ଅବୁଝା ନ ଥିଲେ ବି, ବୁଝି ସାରିଥିଲି ନିଶାନଙ୍କ ମନର ତୃଷ୍ଣା କଣ ଚାହୁଁ ଥିଲା । ବୁଝେଇଲି ବିବାହ ପୂର୍ବରୁ ଏହା ଠିକ ନୁହେଁ ।

ତୁମ କଥାରେ ରାଜି ହୋଇ ପାରୁନି । ବିଶ୍ୱାସ ଥିଲା ସେ ବୁଝିବେ କିନ୍ତୁ ସେ ବି ଥିଲେ ସେହିମାନଙ୍କ ଭିତରେ, ମୋ ଯୌବନ ପିପାସୁଙ୍କ ମଧ୍ୟରୁ ଜଣେ ।

କ୍ଷଣକର ଖୁସି ପାଇଁ ସେ କରିଥିବା ସବୁ ପ୍ରତିଜ୍ଞା ଭୁଲି ଗଲେ ଆଉ ମୋ ଭରସା ଭାଙ୍ଗି ଏକା କରି ଚାଲି ଗଲେ ।

କେତେ ଝଡ ବହି ସାରି ଥିଲା ଜୀବନରେ । ସେ ସବୁର ମୁକାବିଲା କରିଛି । ଆଉ ଦୁଃଖ ଅଧିକ ଥିଲେ ବି ମୁଁ ପଛକୁ ଫେରି ନଥିଲି । ଧିରେ ଧିରେ ନିଜକୁ ସଜାଡି ନେଲି ଆଉ ମୁଁ ବିଜ୍ଞାନରେ ଡିଗ୍ରୀ ହାସଲ କଲି କିଛି କ୍ଷତାକ୍ତ ଚିହ୍ନକୁ ଧରି । ଜୀବନରେ ଆଗକୁ ବଢିବା ଆଉ ନିଜକୁ ଗଢିବା ପାଇଁ ଦରକାର ସମ୍ବଳ ନ ଥିଲା ପାଖରେ । ଭରା ଯୌବନର ବୋଝ ଭାର ବି ମୋ ଉପରେ ଦାଉ ସାଧୁ ଥିଲା ।

[ 4 ]

ଶେଷରେ ଚାକିରି କରିବା ପାଇଁ ଚେଷ୍ଟା କରିଲି ଆଉ ସଫଳ ବି ହେଲି । ଏକ ଘରୋଇ ବ୍ୟାଙ୍କରେ ଫିଲଡ୍ ଅଫିସର ପୋଷ୍ଟରେ ଚାକିରି କଲି। ମାସିକ ଭଲ ଦରମା ବି ମିଳୁ ଥିଲା ।

ସାଙ୍ଗ ସାଥିମାନଙ୍କ ସହ କିଛି ସମୟ ଯେଉଁ କଟିଯାଉଥିଲା, ତାହା ଧିରେ ଧିରେ ବଦଳିବାକୁ ଲାଗିଲା ।

ସମସ୍ତେ ବିବାହ ବନ୍ଧନରେ ଆବଧ ହେଉଥିଲେ, କିନ୍ତୁ ମୋ ପାଇଁ ସେ ଖୁସି ଦେବା ପାଇଁ ନା ଥିଲେ ବାପା ମା, ନା ସଂପର୍କୀୟମାନେ।

ଭରସା ଯାହାକୁ କରିଥିଲି ସେ ବି ଅଧା ବାଟେ ଛାଡି ଚାଲି ଯାଉଥିଲେ । ତଥାପି ମୁଁ ସଫଳ । ବୟସର ସତେଜ ଯୌବନରେ ଖେଳିଯାଇଥିଲା ପ୍ରୀତି ଭରା ରଙ୍ଗ ସହ ବଦଳୁଥିଲା ଶରୀର ଭାବଭଙ୍ଗୀରେ ବାରି ହୋଇଯାଇଥିଲା ଦେହରେ ଉଷ୍ମତାର ବାସ୍ନା । କାହିଁକି ନା ଏ ବୟସ ଥିଲା କିଛି ସାନିଧ୍ୟ ମୋହର । ତଥାପି ନିଶାନଙ୍କର ଶେଷ ଚିହ୍ନର ଧୋକା ସବୁ କିଛି ଚାପି ଦେଇଥିଲା ନିଜ ଭିତରେ ।

କର୍ମମୟ ଜୀବନ ମଧ୍ୟରେ ଯେବେ ରାଜ ଦେଖା ହେଲେ, କେମିତି କେତେ ବେଳେ ସବୁ ପଛ ଭୁଲି ଆଉ ଥରେ ଖସାଇ ଦେଲି ମୋ ପାଦ ଭଲପାଇବାର ହାଟରେ । ବୋଧେ ମୋ ଭଲପାଇବା ଅପେକ୍ଷା, ତାଙ୍କର ପ୍ରେମ ଅଧିକ ଥିଲା ମୋ ପାଇଁ ।

ସଜାଡି ନେଇଥିଲେ ସେ ମୋ ଜୀବନକୁ । ଭରି ଦେଇଥିଲେ ଆଉ ଥରେ ସାତ ଫଗୁଣର ରଙ୍ଗରେ ମୋ ଦେହରେ ତାଙ୍କର ମନ କଥା କହି ।

ଶେଫାଳୀ ' ମୁଁ ତୁମକୁ ବହୁତ ଭଲପାଏ କିନ୍ତୁ ମୋ ଭଲପାଇବା ସେତେ ବେଳେ ସଫଳ ହେବ, ଯେବେ ତୁମ ସ୍ଵୀକୃତିରେ ମଥାରେ ସିନ୍ଦୂର ଆଉ ହାତରେ ଶଙ୍ଖା ଦେଇ, ମୋ ଘରକୁ ବୋହୂ ସଜେଇ ଆଣିବି ।

ତୁମେ ଯଦି ରାଜି ହେବ, ମୁଁ ବିବାହ ପାଇଁ ତୁମକୁ ପ୍ରସ୍ତୁତ ଅଛି !!

:-ଲାଜେଇ ଯାଇ କିଛି ଦିନ ସମୟ ମାଗି ସେ ଦିନ ଫେରି ଆସିଥିଲି । ୟା ଭିତରେ ରାଜଙ୍କ ଭଲପାଇବା ମୋ ପ୍ରତି ବଢି ବଢି ଯାଉଥାଏ ।ଆଉ ମୋ ଭରା ଯୌବନର ଉଷ୍ମତା ବି ତାଙ୍କ ପ୍ରତି ଢଳି ଯାଉଥାଏ ।

ମୋ ଉତ୍ତର ଅପେକ୍ଷାର ଥିବା ରାଜ ଶେଷରେ ସମ୍ମତି ପାଇ ଖୁସି ଥିଲେ । ଦୁହେଁଙ୍କ ଜୀବନରେ କେହି ବି ମୁରବୀ ନ ଥିଲେ । ଶେଷରେ ପଣ୍ଡିତଙ୍କ ପରାମର୍ଶରେ ଶୁଭ ଲଗ୍ନ ଦେଖି ବିବାହ ମନ୍ଦିର ପରିସରରେ ଆୟୋଜିତ ହେଲା । ତାହା ବି ଥିଲା ଚମତ୍କାର, କାହିଁକି ନା ମୋ ଜନ୍ମ ଦିନ ଆଉ ବିବାହର ଦିନ ଗୋଟେ ତାରିଖ ଫେବୃଆରୀ ଅଣତିରିଶି ଥିଲା ।

ସବୁ ପ୍ରତୀକ୍ଷାର ଅନ୍ତ ହେଲା ଆଉ ଶେଷରେ ସେହି ମଧୁ ରାତି ଆସିଥିଲା ଜୀବନରେ । ଅସଜଡା ଜୀବନରେ ଆକର୍ଷଣୀୟ ଥିବା ମୋ ଭରା ଯୌବନକୁ ମୁଁ କାହାକୁ ଆଜି ଯାଏ ବି ଛୁଇଁବାକୁ ଦେଇନି ।

ଆଜି ଏ ମଧୁ ରାତିର ସାଥି ମୋ ପତି ପରମେଶ୍ଵରଙ୍କର, କିନ୍ତୁ ଭରସାର କିଛି ଗୋଟେ ସନ୍ଦେହ ମନରେ ଭରି ଯାଇଥିଲା ଭୟରେ ।

ରାଜ ଆସି କେତେ ବେଳେ ପାଖରେ ବସି ଗଲେ ଜଣା ନ ଥିଲା।

:- କଣ ହେଇଚି ଏତେ ଅନ୍ୟମନସ୍କ ତୁମେ ?

:- ନାଇଁ ମୁଁ କଣ କହୁଥିଲି କି, ଏ ରାତିର ଅପେକ୍ଷା ଆଜି ନ ହୋଇ, ଆଉ କିଛି ଦିନ ପରେ ହେଲେ ! ମୋ କହିବାର ମାନେ ଦୁହେଁ ଦୁହିଁଙ୍କୁ ସମୟ ନେଇ ଜାଣିବା, ଆଉ ତା ପରେ ...ଯାହା ।

ନା କଣ କହୁଛ ତୁମେ ? 

:- ଆରେ ମନର ଭାଷାକୁ ତୁମେ କହିଲ । ଏଥିରେ ଭୟ କରିବା କଣ ଦରକାର । ହଉ କିଛି ଅସୁବିଧା ନାହିଁ । ରାତି ବେଶି ହେଲାଣି ଶୋଇପଡ ।

କଣ ସେ ଭାବି ଥିବେ ଜାଣେନା ! ବୋଧେ ହୁଏ ସେ ମତେ ବୁଝି ପାରିଲେ ।ଦୀର୍ଘ ଗୋଟିଏ ବର୍ଷ ବିତି ଗଲାଣି । ରାଜ କେବେ ବି ମୋ ସହ ଜବରଦସ୍ତି କିଛି କରି ନାହାନ୍ତି ।ମୋ ପ୍ରତି ଭଲପାଇବା ବି ତାଙ୍କର କମି ନାହିଁ ।ମୁଁ ଚାହେଁ ନା ଆଉ ସେ ବେଶି ପ୍ରତୀକ୍ଷା କରନ୍ତୁ ।

ମୋ ସହମତିରେ ଆମ ପ୍ରେମର ସେହି ମଧୁ ରାତି ଥିଲା ବହୁ ପ୍ରତୀକ୍ଷାର ରାତି । ସବୁ ବାସ୍ନା ଆଉ ଉଷ୍ମତାର ଭିଜା ପ୍ରେମ ବିହଙ୍ଗର ମିଳନ ରାତି ।ଏହା ଭିତରେ ତିନି ମାସ ବିତି ଯାଇଥିଲା । ମୁଁ ରାଜଙ୍କ ସନ୍ତାନର ମା ହୋଇ ସାରିଥାଏ ।

ହଠାତ୍ ରାଜ ଅସୁସ୍ଥ ହୋଇ ପଡନ୍ତି ।ସବୁ ପ୍ରକାର ଚିକିତ୍ସା ପରେ ବି ରୋଗ କଣ ଜଣା ପଡୁନି ! କାହିଁକି କେଜାଣି ଡାକ୍ତର ଏଚ୍.ଆଇ.ଭି. ଟେଷ୍ଟ୍ କରିବାକୁ କହିଲେ ।

ମୋ ଭରସା ଥିଲା ରିପୋର୍ଟରେ କିଛି ବାହାରି ବ ନାହିଁ କିନ୍ତୁ ଯେବେ ମୁଁ ରିପୋର୍ଟ ଦେଖିଲି, ମୋ ପାଦ ତଳ ମାଟି ଖସି ଯାଉଠିଲା ।

ଏ କଣ ପଜିଟିଭ ! ହଠାତ ବୁଝେଇ ନିଜକୁ ପାରୁ ନ ଥିଲି । ମୁଁ ତ ରାଜକୁ ତାଙ୍କ ଅତୀତର ସବୁ କଥା ପଚାରି ଥିଲି କିନ୍ତୁ କେମିତି ହେଲା ।

ଏ ରିପୋର୍ଟ ଭୁଲ ।ହସ୍ପିଟାଲ ଯିବା ପୂର୍ବରୁ ଘରକୁ ଆସି ଟଙ୍କା ଆଲମିରା ଖୋଲି ନେଲା ବେଳେ ଗୋଟେ ଫାଇଲ ପାଇଲି ।

ସନ୍ଦେହ ହେବାରୁ ଦେଖେ, କିଛି ମାସ ତଳେ ଦେହ ଖରାପ ସମୟର ରିପୋର୍ଟ । ଏଚ୍.ଆଇ.ଭି. ଟେଷ୍ଟ୍ ପଜିଟିଭ ।

ବୁଝି ପାରେନି ସେ, ରାଜ ଜାଣି ବି, କେମିତି ମତେ କିଛି କହିଲେ ନାହିଁ।

କଣ କରିବି, ଭରସା ତ ଭାଙ୍ଗି ଚାଲିଛି, ଆଉ କୋଉ କୁଟା ଖିଅ ମୋ ସାହାରା ହବ ।

ମେଡିକାଲ ଯାଇ ରାଜଙ୍କ ପାଖରେ ବସି ପତ୍ନୀ ଧର୍ମର ପାଳନ କରି ବାର ଶେଷ କର୍ତ୍ତବ୍ୟକୁ କରିବାକୁ ପଡିବ ।

ରିପୋର୍ଟରେ କଣ ବାହାରିଛି ଜାଣିବାକୁ ଆଗ୍ରହ କରନ୍ତି ରାଜ, କିଛି ନ କହି ସେ ରିପୋର୍ଟ ହାତକୁ ବଢେଇ ଦିଏ । ପୁରା ଚୁପ ଥିଲା ଶେଫାଳୀ ।

ଚାହୁଁ ନ ଥିଲା ସେ କଷ୍ଟକୁ ଆଉ ଥରେ ଶୁଣିବାକୁ ।

କିନ୍ତୁ ରାଜ କହୁଥିଲେ । ବିବାହର ଗୋଟେ ବର୍ଷ ବିତି ସାରିଥିଲେ ବି, କେଉଁ ପୁରୁଷ କେବେ ବି ଚାହିଁବ କି ପତ୍ନୀଠୁ ଦୂରେ ରହିବାକୁ । ଏ ତ ଭରା ଯୌବନର କଥା । ବହୁତ ଚେଷ୍ଟା କରିଥିଲି ମୁଁ ତୁମ ଭରସାରେ ରହିବାକୁ ।

କିନ୍ତୁ ପାରି ନ ଥିଲି । ଅଫିସ୍ କାମରେ ଯେବେ ଦିଲ୍ଲୀ ଯାଇଥିଲି ।

ସେଠି ଯିଏ ମୋ ସହପାଠିନୀ ଥିଲେ, ସେହି ରାତିରେ ଆମ ଭିତରେ ସମ୍ପର୍କ ଗଢି ଉଠିଥିଲା ।

ଫେରି ଆସିଲା ପରେ ଛଅ ମାସ ଅର୍ଥାତ ଆମ ମଧୁ ରାତିର କିଛି ଦିନ ପରେ ଦେହ ସାମାନ୍ୟ ଖରାପ ହେବାରୁ ଜାଣିବାକୁ ପାଇଲି ମୁଁ ଏଚ୍.ଆଇ.ଭି. ରୋଗରେ ଆକ୍ରାନ୍ତ ।

ତୁମ ପାଖେ ମୁଣ୍ଡ ଟେକି ବାଟ ଚାଲିବାକୁ ସାହସ ନ ଥିଲା ।

ମତେ କ୍ଷମା କରି ଦିଅ ଶେଫାଳୀ ।

ଧାର ଧାର ଲୁହ ଝରି ଯାଉଥିଲା ମୋ ଆଖିରୁ ।

ତାର ଟିକେ ସନ୍ଦେହ ଆଉ ଭୟ ପାଇଁ ଆଜି ଯେଉଁ ଯୌବନର ସେ ରକ୍ଷା କରୁଥିଲା ସେଶ୍ଵରେ ତା ସ୍ୱାମୀକୁ ନ ଦେବାରୁ ଆଜି ଏ ଦିନ ଆସିଲା । ନିଜକୁ ମୁଁ ବୁଝେଇ ପାରୁ ନ ଥିଲା ।

ମେଡିକାଲରେ ଦୀର୍ଘ ଦୁଇ ଦିନ ସଂଘର୍ଷ କଲା ପରେ ରୋଗ ସହ, ରାଜ ଆଖି ବୁଝି ଦେଇଥିଲେ ଆଉ ମୁଁ ବି ବେସାହାରା ହୋଇ ସାରି ଥିଲି । ହୃଦୟ ଏ କ୍ଷତାକ୍ତ ଯନ୍ତ୍ରଣା ମତେ ପ୍ରତି ଥର ଛଟପଟ କରୁଥିଲା । ରାଜଙ୍କ ମୃତ୍ୟୁ ପରେ, ଯେତେ ବେଳେ ମୋର ମେଡିକାଲରେ ଏଚ୍.ଆଇ.ଭି. ଟେଷ୍ଟ୍ କରେ, ପଜିଟିଭ ରେଜଲଟ ପାଇଲି ।ହତାସ ହୋଇ ପଡିଲି ।

:-ଡାକ୍ତର କହୁଥିଲେ କିଛି ବି ଜୀବନରେ ହୋଇପାରେ ।

:- ଫେରି ଆସେ ଘରକୁ । ରାତି ସାରା ବସି ବହୁତ ଭାବେ କଣ କରିବି । ମୋ ପରି ଏ ପିଲା କଣ ପରିଚୟ ହୀନ ହୋଇଯିବ। 

ନା' ନା' !!ମୁଁ କଦାପି ଏମିତି ହେବାକୁ ଦେବିନି । ମୋ ପେଟର ଛୁଆ ଆମ ଭଲପାଇବାର ସ୍ମୃତି କିନ୍ତୁ ମୋ ଦେହର ରୋଗ ଆଉ କାହା କାମନାର ଜ୍ୱାଳାରେ ଶିକାର । ଆଉ ବା କଣ ମୋର ବଞ୍ଚିବାର ଅଧିକାର ଅଛି ।ମୋର ଆୟୁଷ ଆଉ କିଛି ଦିନ କି ମାସ କି ବର୍ଷ ।କିନ୍ତୁ ମୋ ସନ୍ତାନର କଣ ହେବ ।

ସୂୃୁଦୂର ସହର ଗହଳି ଭିତରେ ଆଜି ମୋ ଜୀବନର ଅନ୍ତିମ ଫଇସଲା ନେଇ ପାରୁନି । ନିଃସଙ୍ଗତାର ଜୀବନରେ ମୁଁ ଯେଉଁ ଦୁଃଖ ପାଇଛି, ତାକୁ ମନେ ପକେଇ ଆଜି ବହୁତ ମର୍ମାହତ ।

ଆଉ ଲୋଭ କି ସାହସ ନାହିଁ । ସବୁ ଭିତରୁ ଭାଙ୍ଗି ସାରି ଲାଣି ।

ସବୁ ବାଧାବିଘ୍ନର ଶେଷ କେବଳ ଶାନ୍ତି ଥିଲା ।ଭଗବାନଙ୍କୁ ସୁମରି ମାତୃ ଦୋଷରେ ପାପୀ ହୋଇ ଆଜି ଡେଇଁ ସାରି ଥିଲି ମୁଁ ଶୂନ୍ୟତାରେ ଛଲାଙ୍ଗ୍ ।

ଆଉ କିଛି କ୍ଷଣର ଛଟପଟ ପରେ, ହଜି ଯାଇ ଥିଲା ଜୀବନର ସବୁ ଖୁସି, ଯାହା ମୁଁ କଠିନ ପରିଶ୍ରମରେ ପାଇ ଥିଲି । ଫେରେଇ ବି ନେଇ ଥିଲି ପିନ୍ଧି ମଥାର ପାପର କଳଙ୍କ, ଲିଭି ଯାଇଥିଲା ଜୀବନର ସଳିତା ନିଃସଙ୍ଗତାରେ ଲଢି ଲଢି ଶେଷରେ ବାଜି ଜୀବନ ହି ଜିତିଗଲା ।।

କିଛି ଲୁହ ଏମିତି ବି ଝରେ,  

ଯାହା ଖୁସି ଖୋଜି ଖୋଜି, 

ସବୁ କିଛି ହରାଇ ବି ବହେ |



Rate this content
Log in

More oriya story from Nityananda Sahu

Similar oriya story from Tragedy