STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ନିବୁଜ କାଚ

ନିବୁଜ କାଚ

4 mins
212

ମାନବିକ ଆବେଗରେ ପ୍ରୟୋଗାମକ ବିକାର ନରହୁ ।ମାନବିକତାର ବିଜୟ ହେଉ। କରୋନା କାଳରେ ଏ ସନ୍ଦର୍ଭରେ ଲିଖିତ ଗପଟି ଭଲ ଲାଗିବ ବୋଲି ଆଶାବାଦୀ !


--ଭୂବନ ବାବୁ ଜଣେ ସେବାବ୍ରତୀ ସରକାରୀ କର୍ମଚାରୀ । ସକାଳ ୧୦ଟା ରେ ଅଫିସ୍ ଯାଇ ଫେରିଲା ବେଳକୁ ସନ୍ଧ୍ୟା ୬/ ୭ଟା ବେଳ ହୁଏ । କାମରେ ଏତେ ବ୍ୟସ୍ତ ରୁହନ୍ତି ଯେ ନିଜ କଥା ବୁଝିବାକୁ ସମୟ ମିଳେନାହିଁ । ତାହା ସହ ଅବସର ସମୟରେ ନିଜକୁ ସତେଜ ରଖିବାକୁ କିଛି କିଛି ଲେଖା ଲେଖି ବି କରନ୍ତି ।ସରକାରୀ ମହଲରେ ବାବୁଙ୍କ ଢେର ସୁନାମ ।ଅନ୍ୟ ମାନଙ୍କ ବିପଦ ଆପଦରେ ହାତ ବଢାଇବା ତାଙ୍କ ଅଭ୍ୟାସ ।ସଭିଙ୍କ ଆଦର ଓ ପ୍ରିୟ ।ଅନେକ ତ୍ୟାଗ ବି ପରିବାର ପାଇଁ କରିଛନ୍ତି ..ପେଟକୁ ମାରି ଭଉଣୀକୁ ଡାକ୍ତର କରିଛନ୍ତି ।ପତ୍ନୀ ଓ ଝିଅକୁ ବି କେବେ ଅବହେଳା କରିନାହାନ୍ତି ।

--ସମୟର ପ୍ରବାହରେ ଗତ ଦୁଇ ଦିନ ତଳେ ଅଫିସ୍ ରୁ ଫେରି ଦେଖାଗଲା ଭୂବନ ବାବୁଙ୍କୁ ପ୍ରବଳ ଜ୍ୱର । ତା ସହିତ ଆଉ ସବୁ ଲକ୍ଷଣ ତାଙ୍କ ଠାରେ ଦେଖାଦେଉଛି ଯାହାକି ଜଣେ କୋରୋନା ପଜେଟିବ ରୋଗୀଠାରେ ସାଧାରଣତଃ ଦେଖାଯାଇଥାଏ ।

--ପରିବାର ଲୋକ ବୋଇଲେ ତାଙ୍କର ପତ୍ନୀ ସ୍ନେହ ଓ ଝିଅ ଦିଶା। ଯେ ତାଙ୍କ ସହ ରୁହନ୍ତି ।ଆଉ ବିବାହିତା ଡାକ୍ତର ଭଉଣୀ ତା ପରିବାର ସହ ବିଦେଶରେ ରହେ । ପତ୍ନୀ ବ୍ୟସ୍ତ ହୋଇ ନଣନ୍ଦକୁ ଖବର ଦେଲେ । ଅଜଣା ଭୟର ଚି଼ହ୍ନ ସମସ୍ତଙ୍କ ମନରେ ଭରିଗଲା ।ସମସ୍ତେ ବ୍ୟସ୍ତ ବିବ୍ରତ।

--ଗାଡି ଘୋଡା ଚାଲୁନି, ଯିବି କେମିତି ? ଭଉଣୀ କହିଦେଲା ।ଭୁବନ ବାବୁ ଆଶା କରିଥିଲେ ଡାକ୍ତର ଭଉଣୀ ଆସିଲେ ସବୁ ସମସ୍ୟା ସମାଧାନ ହୋଇଯିବ ।ସେ ମନା କରିବାରୁ ବିବ୍ରତ ହୋଇପଡିଲେ ।

--ଏପଟେ କରୋନା କାରଣରୁ ବି ବାବୁ ଅଛୁଆଁ ହେଲେଣି । ନିବୁଜ କାଚ ଭଳି ନିଜ ଘରେ ନିଜେ ବନ୍ଦୀ ।ତାଙ୍କ ବାହାର ଘରର ଗୋଟେ ପୁରୁଣା, ପ୍ରାୟ ଅବ୍ୟବହୃତ ବଖରାରେ ତାଙ୍କୁ ରଖି ଦିଆଗଲା ।ସେ ଘର ସାଧାରଣତଃ ତାଙ୍କ ପାଳିତ ଜୀବ 'ଟମି' ରହେ ।ଭୂବନ ବାବୁ ଦୁଇ ବର୍ଷ ତଳେ ସେଇ କୁକୁର ଛୁଆକୁ ରାସ୍ତା କଡ଼ରୁ ଉଠେଇ ଆଣି ଅତି ଯତ୍ନର ସହିତ ପାଳିଥିଲେ । ନାମ ଦେଇଥିଲେ ‘ଟମି’ । ଟମି, ବାବୁଙ୍କ ଅତି ପ୍ରିୟ ବି ଥିଲା ।ତାଙ୍କ ସହ ବଜାର ଯାଏ ବେଳେବେଳେ ଅଫିସ୍ ଆଡେ ବି ଯାଏ । ଏବେ ନିସଙ୍ଗ ଏହି ବଖରାରେ ଏବେ ଭୂବନ ବାବୁ, ତାଙ୍କ ଖଟିଆ ଓ ତାଙ୍କର ପ୍ରିୟ ‘ଟମି’ ।


--ନିଜର ପତ୍ନୀ ତାଙ୍କ ଠାରୁ ଦୂରତା ବଜାୟ ରଖିବା ସହିତ ଝିଅକୁ ବି ନିଜ ବାପାଙ୍କ ପାଖକୁ ନ ଯିବା ପାଇଁ କଡ଼ା ନିର୍ଦ୍ଦେଶ । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନମ୍ବରରେ ସୂଚନା ଦେଇ ଦିଆଗଲା ।ହୋମ୍ କରେଣ୍ଟାଇନ ବଦଳରେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସ୍ନେହ ଦେବୀଙ୍କ ଏକ ଜିଦ ।

--ଏଇ ଖବର ସାହି ପଡ଼ିଶା ଚାରିଆଡ଼େ ଖେଳିଗଲା । କିନ୍ତୁ ଭୂବନ ବାବୁଙ୍କୁ ଦେଖା କରିବାକୁ କେହି ଆସିଲେ ନାହିଁ ।ନା ପରିବାର ଲୋକ ନା ବନ୍ଧୁ ବାନ୍ଧବ(ଶ୍ବଶୁର ଘର ଏକ ବିରାଟ ଯୌଥ ପରିବାର ଥାଇ ସୁଦ୍ଧା)ନା ସହକର୍ମୀ କାହାରି ଦେଖା ନାହିଁ ।ଖାଲି ଯାହା ଆଶ୍ବାସନା ସବୁ ଠିକ୍ ହୋଇଯିବ। ଭୟ ଓ ଘୃଣାର ଏମି ଅବସ୍ଥାରେ ନିଜକୁ ବହୁତ ଅସହାୟ ମନେକରୁଥିଲେ ଭୂବନ ବାବୁ।

--ପର ଦିନ ଶାଢ଼ୀ ପଣତରେ ମୁହଁକୁ ବାନ୍ଧି ହାତରେ ବାଡି଼ଟିଏ ଧରି ଜଣେ ପଡ଼ିଶା ବୁଢ଼ୀ (ଯାହାକୁ ଭୂବନ ବାବୁ ପାନ,ଗୁଣ୍ଡି ମୋତିଆର ପାଇଁ ସମୟ ସମୟରେ କିଛି ଦିଅନ୍ତି)ଆସି, ଭୂବନ ବାବୁଙ୍କ ସ୍ତ୍ରୀଙ୍କୁ କହିଲା, ଆରେ କିଏ ଜଣେ ଟିକେ ଦୂରରେ ରହି ଖାଇବା ଖାଦ୍ୟଟା ବଢ଼େଇ ଦିଅ, ନଚେତ୍ ହସ୍ପିଟାଲ ବାଲା ତାଙ୍କୁ ଭୋକିଲା ହିଁ ଉଠେଇ ନେବେ ।


--ଏବେ ପ୍ରଶ୍ନ ଉଠିଲା ତାଙ୍କ ପାଇଁ ଖାଇବା କିଏ ନେଇକି ଯିବ !


--ସ୍ନେହ ମ୍ୟାଡାମ କିଛି ଉପାୟ ନ ପାଇ ବୁଢୀ ହାତରେ ଖାଦ୍ୟ ଥାଳି ଧରେଇ ଦେଲେ ।ବୁଢୀକୁ ଲାଗିଲା ତାଙ୍କ ସ୍ତ୍ରୀ ର ଗୋଡ଼ ଦୁଇଟା ସତେ ଯେମିତି କୌଣସି ଖୁଣ୍ଟରେ ବାନ୍ଧି ଦିଆ ଯାଇଛି ।ମନେ ମନେ ଧୀକାର କଲା ସ୍ନେହକୁ ।ସବୁ ଜାଣି ସୁଧା ନିଜକୁ ସମ୍ଭାଳି ନପାରି ପଡ଼ୋଶୀ ବୁଢ଼ୀ କହିଲା, ଆରେ ତୋ ସ୍ୱାମୀ ସିଏ, ତୁ ବି ! ମୁହଁ ବାନ୍ଧିକି ଚାଲିଯା ଆଉ ଦୂରରୁ ଥାଳି ବଢ଼େଇ ଦେ, ସେ ନିଜେ ଖାଇନବ ।

--ସବୁ ବାର୍ତାଳାପ ଭୂବନ ବାବୁ ଚୁପଚାପ ଶୁଣୁଥିଲେ, ତାଙ୍କର ଥର ଥର ଓଠରେ କହିଲେ ଯେ, ତାଙ୍କ ପାଖକୁ କେହି ନ ଆସିବାଟା ହିଁ ଭଲ । ତାଙ୍କୁ ଭୋକ ନାହଁ ।

--ଏହି ସମୟରେ ଆମ୍ବୁଲାନ୍ସ ଆସିଯାଏ, ଭୂବନ ବାବୁ ଆମ୍ବୁଲାନ୍ସରେ ଉଠିବା ପୂର୍ବରୁ ଥରେ ପଛକୁ ଚାହିଁ ନିଜ ଘରକୁ ଭଲକରି ଟିକେ ଦେଖିନେଲେ, ପ୍ରଥମ ମହଲାର ଝରକାରୁ ମାସ୍କ ପିନ୍ଧିଥିବା ଝିଅ ଓ ତାଙ୍କର ପଛପଟେ ଓଢ଼ଣା ଦେଇ ଠିଆ ହୋଇଥିବା ପତ୍ନୀ ସ୍ନେହ କୁ ଦେଖି ପାରିଲେ । ଝିଅ ହାତ ହଲେଇ ବାଏ କହିଲା । 

--ଅନେକ ଭାବନା ତାଙ୍କ ଭିତରେ ଝଡ଼ ସୃଷ୍ଟି କରୁଥିଲେ । କ୍ଷଣକ ପାଇଁ ତାଙ୍କୁ ଲାଗିଲା ଯେମିତି ଜୀବନଟା ‘ ନିବୁଜ କାଚ’ ବୋଲି ।ଭୂବନ ବାବୁ ଛଳ ଛଳ ଆଖିରେ ନିଜ ଘରର ଦୁଆର ମୁହଁରେ ବସି ପଡି, ଚୁମ୍ବନ ଟିଏ ଦେଇ ଆମ୍ବୁଲାନ୍ସରେ ବସି ପଡିଲେ । ତାଙ୍କ ସ୍ତ୍ରୀ ସାଙ୍ଗେ ସାଙ୍ଗେ ବାଲଟିଏ ପାଣି ଆଣି ଦୁଆର ମୁହଁରେ ସେ ବସିଥିବା ଜାଗାରେ ଢାଳି ଦେଲେ ।

ଏହାକୁ ତିରସ୍କାର କୁହାଯିବ ନା ମଜବୁରି ! କିନ୍ତୁ ଏ ଦୃଶ୍ୟ ଦେଖି କୁକୁର ବି କାନ୍ଦି ପକେଇଲା । ଟମି କିନ୍ତୁ ବାବୁଙ୍କୁ ହସ୍ପିଟାଲ ନେଇକି ଯାଉଥିବା ଆମ୍ବୁଲାନ୍ସ ପଛେ ପଛେ ଲାଙ୍ଗୁଡ଼କୁ ହଲାଇ ହଲେଇ ଚାଲିଲା ।

--ଭୂବନ ବାବୁ ହସ୍ପିଟାଲରେ ୧୪ ଦିନ ରୁହନ୍ତି, ତାଙ୍କର ସବୁ ପରୀକ୍ଷା ସାମାନ୍ୟ ଥିଲା । ତାଙ୍କୁ ପୁରାପୁରି ସୁସ୍ଥ ଘୋଷଣା କରି ଡିସ୍‌ଚାର୍ଜ କରି ଦିଆ ଗଲା । ସେ ହସ୍ପିଟାଲରୁ ବାହାରକୁ ଆସି ଦେଖନ୍ତି ତ, ତାଙ୍କ କୁକୁର ଟମି ବସିଛି । ଦୁଇ ଜଣ ପରସ୍ପରକୁ ଜାବୁଡ଼ି ଧରିଲେ ।ଦୁଇଜଣଙ୍କ ଆଖିରେ ସତେ ବହୁ ଇପ୍ସିତ ପୁନର୍ମିଳନର ଅଶ୍ରୁପୂର୍ଣ୍ଣ ଅବସ୍ଥା ।

--ତାଙ୍କ ଘର ଗାଡ଼ି ତାଙ୍କୁ ନବାକୁ ପହଞ୍ଚିବା ପୂର୍ବରୁ ପ୍ରକୃତିସ୍ଥ ହୋଇ ନିଜ କୁକୁରକୁ ନେଇ ଅନ୍ୟ ଦିଗରେ ଧରି ସେ ବାହାରି ପଡ଼ିଲେ । ସେ ଦିନଠୁଁ ତାଙ୍କୁ କେହି ଆଉ ଦେଖି ନାହାନ୍ତି । ପରିବାର ପାଖରୁ ଖୁବ୍ ଦୂରକୁ ଚାଲିଯାଇଛନ୍ତି ।ଜିବାବସ୍ଥାର ପରିବାର/ସମାଜ/ ଆତ୍ମ ପରିଜନଙ୍କ ପ୍ରତି ତାଙ୍କର ସମସ୍ତ ତ୍ୟାଗ ଦରକାର ସମୟରେ କିଛି କାମ କଲା ନାହିଁ ।ବିପଦ ସମୟରେ ନିଜକୁ 'ନିବୁଜ କାଚ'ର ନିସଙ୍ଗ ଅବସ୍ଥାରେ ଆବିଷ୍କାର କଲେ । ଏଇତ ଜୀବନ ।ଭୂବନ ବାବୁଙ୍କ ଭଳି ଏ ନିର୍ଯ୍ଯାତନା ଆଉ କାହା ଭାଗ୍ୟରେ ନ ଘଟୁ ।


(ବି ଦ୍ର:- କରୋନା ରୋଗୀଙ୍କୁ ଘୃଣା ନକରି ଆଦର ଓ ସ୍ନେହ ଦିଅନ୍ତୁ ।ସେ ଅପରାଧୀ ନୁହେଁ ।ତାର ମନୋବଳକୁ ବଢାଇବାକୁ ହେବ ।ତା ପ୍ରତି ସମ୍ବେଦନଶୀଳ ହେଲେ କରୋନା ବିରୋଧୀ ସଂଗ୍ରାମରେ ଆମେ ବିଜୟୀ ହେବା ।ମାନବିକତାର ଜୟ ହେଉ ।ଜୟ ଜଗନ୍ନାଥ )



Rate this content
Log in

Similar oriya story from Tragedy