Akshayakumar Dash

Inspirational

3.1  

Akshayakumar Dash

Inspirational

ନେତା

ନେତା

3 mins
154


ନରହରି ସାର ଗୁମର ଖୋଲିଲେ । ଗାଁ ମୁଣ୍ଡ ଯେମସୁଣୀ ମନ୍ଦିର ବେଢାରେ ବସିଥିଲେ କେତେକ ଲୋକ । ଆଜି ମନ୍ତ୍ରୀ ଆସିବେ । ସଭାର ଆୟୋଜନ । ଉପରେ ଚାନ୍ଦୁଆ । ତଳେ ଚେୟାର ପକାଯାଇଛି । ଡ଼ାକବାଜି ଯନ୍ତ୍ର, ଢୋଲ ବାଜା ଓ ଝାଡ଼ ଫୁଟିବ । ଜିଲ୍ଲା ର ଉଚ୍ଚପଦସ୍ତ କର୍ମଚାରୀ ଜିଲ୍ଲା କଲେକ୍ଟର, ପୋଲିସ ଅଧିକାରୀ,ଓ ଶିକ୍ଷା ମଣ୍ଡଳ ଅଧିକାରୀ ପହଁଚିବେ । ହାଇସ୍କୁଲ ହତାରେ ଗହଳି । ମନ୍ତ୍ରୀ ବିଦ୍ୟାଳୟର ସ୍ୱର୍ଣ୍ଣ ଜୁଗୁଲି ତ୍ସବରେ ଯୋଗ ଦେବେ । ବିଦ୍ୟାଳୟକୁ ପଚାଶ ବର୍ଷ ପୁରିଗଲା । ଶିକ୍ଷା ମନ୍ତ୍ରୀ ଆସିବେ । 

    ନରହରି ସାର ଅବସର ପ୍ରାପ୍ତ ଶିକ୍ଷକ । ଜଣେ ଲେଖକ । ପରିବେଶବିତ । ଦୁଃଖର କଥା, ତାଙ୍କର ନିର୍ଭିକ ଗୁମର ଫିଟା କଥାକୁ ତାଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇନାହିଁ । ନରହରି ସାର ନିଜ ଚାକିରୀରୁ ଅବସର ନେଲାପରେ ଲେଖନୀ ଚାଳନା କରିଆସୁଛନ୍ତି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ଲେଖା ମାନ ପ୍ରକାଶ ହୋଇ ଆସୁଛି । ସରକାରଙ୍କୁ ତୀବ୍ର ସମାଲୋଚନା କରି ପାଠକ ଆଦୃତ ହୋଇଛନ୍ତି । ନରହରି ସାରଙ୍କ ଛାତ୍ର ଆଜିର ଶିକ୍ଷାମନ୍ତ୍ରୀ । ଝାଡ଼ ଫୁଟିଲା, କିଏ ଜଣେ କହିଲେ, ହେଇ ମନ୍ତ୍ରୀ ଆସିଗଲେ । ବସିଥିବା ଲୋକ ମାନେ ସ୍କୁଲ ଅଭିମୁଖେ ଚାଲିଲେ । ନରହରି ସାର ନିଜ ଘରକୁ ଫେରିଲେ । 

   ମନ୍ତ୍ରୀଙ୍କ ଗାଡି ପୂର୍ବରୁ ନାଲିବତୀ ଜଳୁଥିବା ଗାଡି ଆସିଲା । ସ୍କୁଲ ହତାରେ ଗାଡି ସବୁ ରହିଲା । ମନ୍ତ୍ରୀ ଗାଡିରୁ ଓହ୍ଲାଇ ପଡିଲେ । ହଜାର ହଜାର ଲୋକ, କର୍ମୀ, ଅଭିଭାବକ, ଅଫିସର, ଓ ମିଡିଆ ବାଲେ । ସଭା ସ୍ଥଳକୁ ମନ୍ତ୍ରୀ ଗଲେ । ମଞ୍ଚ ଉପରେ ଆଲୋକ ଝଲମଲ । ବିଭିନ୍ନ ସୁଗନ୍ଧିତ ପୁଷ୍ପ ମାଲ ଓ ସୁବାସିତ ଅତର । ଡ଼ାକବାଜି ଯନ୍ତ୍ରରେ ମନ୍ତ୍ରୀଙ୍କ ନିନ୍ଦାବାଦ ଚିତ୍କାର । କେବୁଲ ଟିଭିରେ ସିଧା ପ୍ରସାରଣ । ନରହରି ସାରଙ୍କ ପତ୍ନୀ ଟିଭି ଦେଖୁଥିଲେ । ତାତ୍ସଲ୍ୟ କରି କହିଲେ । ତୁମେ ସ୍କୁଲକୁ ଯାଇନ, କଣ ହେଲାକି? ତୁମକୁ କିଏ ପଚାରେ, ତୁମେ ତ ଏତେ ଆଦର୍ଶ କଥା କୁହ । ଗାଁ ସ୍କୁଲକୁ ମନ୍ତ୍ରୀ ଆସୁଛନ୍ତି, ତୁମକୁ ଡକା ହୋଇନି । ନରହରି ସାର କହିଲେ, ମୁଁ କଣ ମନ୍ତ୍ରୀ ଯେ ମତେ ଡାକିବେ । ମଲା, ଗାଁର ସବୁ ଲୋକଙ୍କୁ ଡକାହେଲା, ତୁମକୁ ଡାକିଲେ ନାହିଁ । ନରହରି ସାର ନିରବ ରହିଲେ । 

   ମନ୍ତ୍ରୀ ଭାଷଣ ଦେଲେ । ସ୍କୁଲର ଉତ୍ତରୋତ୍ତର ଉନ୍ନତି କାମନା କଲେ । ନିଜର ଛାତ୍ର ଜୀବନର ଦୃଷ୍ଟାନ୍ତ ଦେଲେ । କହିଲେ ପିଲା ମାନେ, ତୁମପରି ମୁଁ ଯେଉଁ ସ୍କୁଲରେ ପଢ଼ୁଥିଲି ସେ ସ୍କୁଲର ଜଣେ ଶିକ୍ଷକଙ୍କ ପ୍ରେରଣାରେ ମୁଁ ଆଜି ମନ୍ତ୍ରୀ ହୋଇପାରିଛି । ସେ ଶିକ୍ଷକ ତୁମ ଗ୍ରାମର ନରହରି ସାର । ସଭା ମଧ୍ୟରୁ କରତାଳି କମ୍ପି ଉଠିଲା । ସାର, ଜଣେ ଉତ୍ତମ ଶିକ୍ଷକ ଓ ଲେଖକ । ସେ ସ୍କୁଲ ଜୀବନର କଥା, ମୁଁ ଶ୍ରେଣୀରେ ଭଲ ପଢେ ନାହିଁ । ପ୍ରତିଦିନ ମୋ ନାମରେ କମ୍ପ୍ଲେନ ସାରଙ୍କ ପାଖକୁ ଯାଏ । ସାର ମତେ ଡାକି ମୋର ଭୁଲ ପାଇଁ ଦଣ୍ଡ ଦିଅନ୍ତି । ଦିନେ ସାର ମତେ ଡାକି ବୁଝେଇଲେ । କହିଲେ, ହାତରେ ଦୁଇ ମୁଠାରେ ଗୋଟିକରେ ମଲ୍ଲି ଫୁଲ ଓ ଅନ୍ୟ ମୁଠାରେ ଅଙ୍ଗାର ଆଣିବାକୁ କହିଲେ । ମୁଁ ଆଣି ଦେଖେଇଲି । କହିଲେ ଏବେ ତାକୁ ପକାଇ ଦିଅ ଓ ନିଜ ହାତ ମୁଠା ଖୋଲି ଦେଖ । ଦେଖିଲି, ଗୋଟିଏ ମୁଠାରେ ଅଙ୍ଗାର ଲାଗି କଳା ଦିଶୁଛି । ଅନ୍ୟ ମୁଠଟି ବାସନା ଛୁଟୁଛି । ସାର କହିଲେ, ତୁମେ ଅଙ୍ଗାର ପରି ହେବାକୁ ଚାହଁ ନା ଫୁଲପରି ମହକ ଦେବାକୁ ଚାହଁ । ମୁଁ ବୁଝିଗଲି, ଜୀବନ ଆମର ଫୁଲପରି ସୁବାସ ଦେବା ଉଚିତ । ସେଇଦିନରୁ ପରିବର୍ତନ ହେଲି । ପାଠରେ ମନ ଧ୍ୟାନ ଦେଲି । କରତାଳି ଗୁଞ୍ଜରିତ ହେଲା । ନରହରି ସାରଙ୍କ ପତ୍ନୀ ଶୁଣି ନିଜକୁ ଗୌରବ ମନେ କଲେ, ଡାକି କହିଲେ, ହେଇଟି ମନ୍ତ୍ରୀ ତୁମ କଥା କହୁଛନ୍ତି, ଆସ ଶୁଣିବ । ନରହରି ସାର ଠାକୁର ଘରେ ସନ୍ଧ୍ୟା କରୁଥିଲେ । ଏହି ସମୟରେ ତାଙ୍କ ଘର ସାମନାରେ ମନ୍ତ୍ରୀଙ୍କ ଗାଡି । ପତ୍ନୀ ଆସି କହିଲେ, ଆମ ଘରକୁ କିଏ ଗାଡ଼ିରେ ଆସିଛନ୍ତି, ଯାଇ ଦେଖ । ମନ୍ତ୍ରୀ ଗାଡିରୁ ବାହାରି ନରହରି ସାରଙ୍କ ପାଦ ଛୁଇଁ ପ୍ରଣାମ କଲେ । ନରହରି ସାର ଏତିକି କହିଲେ, ଯଶ ରଖ । 



Rate this content
Log in

Similar oriya story from Inspirational