STORYMIRROR

Sunanda Mohanty

Abstract Drama Others

3  

Sunanda Mohanty

Abstract Drama Others

ନାତୁଣୀ

ନାତୁଣୀ

2 mins
226


ଝିଅକୁ ପାଞ୍ଚ ବର୍ଷ ହେଲାଣି ପୁଅକୁ ଦୁଇ ବର୍ଷ ହେଲାଣି ବାହାଘର କରି ନାତି ନାତୁଣୀ ଙ୍କ ମୁଁହ ନଦେଖି ମନଦୁଃଖ କରୁଥିଲା ବେଳେ କରୋନା ସମୟରେ ଝିଅର ଝିଅଟିଏ, ଯିବା ଆସିବା ଠପ ଭିତରେ ନାତୁଣୀକୁ ଦେଖି ହେଇନଥିଲା, ଚାରିମାସର ଛୁଆ କୁ ଧରି ଝିଅ ଜୋଇଁ ନିଜ କାର ରେ ପିଲାକୁ ନେଇ ଆସିବା ବେଳକୁ ଆମେ ଅଜା ଆଇ ଦୁହେଁ ଅସୁସ୍ଥ, କରୋନା ର ଭୟ ଭିତରେ ନାତୁଣୀ ର ହସ ଖେଳ ଦେଖି ଅସୁସ୍ଥତା ଉଭେଇ ଯାଉଥାଏ, ନାତୁଣୀ କୁ ଡ୍ରପର ସାହାଯ୍ୟରେ ଟିକେ ଟିକେ ବାହାର ଖାଦ୍ୟ ଦିଆଯାଉଥାଏ, ସହଜେ ଢ଼ୋକେନି ବୋଲି ମୋବାଇଲ ରୁ ଗୀତ ଲଗାଇ ତାର ଅନ୍ୟମନସ୍କତା ର ସୁଯୋଗ ନେଇ ଢ଼ୋକିଦିଏ, ତ ସେଇ ଫର୍ମୁଲା ଚାଲିଥାଏ ତାକୁ ଖୁଆଇବାକୁ 

   ସେଦିନ ମୁଁ ଓଡ଼ିଆ ଗୀତ "ଆରେ ବାଇ ଚଢେଇ, ତୋ ମାଆ ଯାଇଛି ଗାଇ ଚରେଇ" ଗୀତଟି ଲଗେଇ ଦେବାରୁ ଓଠ ନେଫେଡ଼େଇ ମୁଁହ ଫୁଲେଇ କାନ୍ଦିଲା ତ ସଙ୍ଗେ ସଙ୍ଗେ ସେ ଶୁଣୁଥିବା ରାଇମ ଲଗେଇ ଦେବାରୁ ଚୁପ ହୋଇ ଢୋକିଲା ଖାଦ୍ୟ ଆଉ ମୋ ଝିଅ ଜୋଇଁ ରସିକତା କରି ନାତୁଣୀ ତୋର ଇଂରାଜି ରାଇମ ଶୁଣିବ ଓଡ଼ିଆ ଗୀତ ଶୁଣିବନି କହିବାରେ ହାସ୍ୟରୋଳ ଉଠୁଥିଲା, କିନ୍ତୁ ପ୍ରକୃତ ରେ କଥା ଇଂରାଜି ଓଡ଼ିଆ ରେ ନଥିଲା, ଅନ୍ୟ ସବୁ ଓଡ଼ିଆ ଗୀତ ରେ କିଛି ସମ୍ବେଦନ ନଥିଲା ବେଳେ ସେହି ବାଇ ଚଢେଇ ଗୀତ ରେ ଓଠ ନେଫେଡ଼ି କାନ୍ଦୁଥିଲା l

  ଖୁସିର ଦିନ ସରିଗଲା ନାତୁଣୀ ଝିଅ ଜୋଇଁ ଙ୍କ ସହ ଫେରିଗଲା, ତା କୌତୁକିଆ ଖେଳକୁଦ ଦେଖିବା ମାଧ୍ୟମ କେବଳ ଭିଡିଓକଲିଙ୍ଗ ହିଁ ଥିଲା, ଝିଅ ତାକୁ ଗୀତ ଗାଇ ଗାଇ ଶୁଣାଏ ଓ କୋଳରେ ଝୁଲେଇ ଝୁଲେଇ ଶୁଆଇ ପକାଏ, କାମ କରେ, ପୁଣି ସେ ଉଠିଲେ ଖୁଆଇବାକୁ ମଧ୍ୟ ସେଇ ଫର୍ମୁଲା, ରାଇମ ବୋଲି ବୋଲି ଡ୍ରପର ଛାଡି ଚାମଚ ରେ ଖୁଆଏ, ଅଳ୍ପ ଅଳ୍ପ ବୋତଲ ରେ ଅଭ୍ୟାସ କରେ, ଖୁଆଇ ସାରିଲା ପରେ ଶୁଆଇଲା ବେଳେ ବି ନାନା ରକମ ଗୀତ ଗାଇ ଶୁଣାଏ, ହେଲେ ଭୁଲରେ ଯଦି ବାଇ ଚଢେଇ ଗାଏ ତ, ଓଠ ନେଫେଡ଼ି କାନ୍ଦ, ଭିଡିଓ ଦେଖି ଅଜା କହନ୍ତି ଅଦ୍ଭୁତ ଛୁଆ, ମୁଁ କହେ ଭାରି ବୁଦ୍ଧିଆ, ତ ଅଜା କହନ୍ତି ହଁ "ନବଧଵୀ ", ମୁଁ କହେ ଦେଖିବ ରୁହ ଆଉ ଏକ ଲତାମଙ୍ଗେସକର ଯଦି ନହୋଇଛି !

   ସେଦିନ ହଠାତ ନାତୁଣୀ କୁ ଶୁଆଉ ଶୁଆଉ ଝିଅ ମୋର ଗୀତ ଗାଇବା ବନ୍ଦ କରିଦେଉଥାଏ ତ ପିଲା ତାର ସେ ନିଜେ ନିଜେ ଗାଇବା ଆରମ୍ଭ କରୁଥାଏ, ""ତା ତା ଦା ଦା ଦାଉଲ ତା ଡା," ସ୍ୱରରେ ଡାକ ପକାଏ ମୁଁ ଅଜା ଙ୍କୁ ତାର, ପୁଣି ଝିଅ ଆରମ୍ଭ କଲେ ସେ ରହିଯାଏ, ଆଉ ବନ୍ଦ କଲେ ପୁଣି ଆରମ୍ଭ ହୁଏ ତା ତା..., ଆଉ ଭୁଲ ରେ ବି ବାଇ ଚଢେଇ ଗାଇଲେ ଓଠ ନେଫେଡ଼େଇ ଯୋଉ କାନ୍ଦ, ଅଜା ଉହୁଁକି ପଡି କହୁଥିଲେ" ଅବିଯା "ଛୁଆ ଟେ, ଆଉ ମୁଁ ଖିଲ ଖିଲ ହସି ଗଡୁଥିଲି, ନାତୁଣୀ ଚାଁହୁଥିଲା ବୁଲି ବୁଲି, ମୁଁ ଡାକୁ ଥିଲି ଆ ଆ ଆରେ ଆ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract