STORYMIRROR

Sunanda Mohanty

Abstract Drama Children

3  

Sunanda Mohanty

Abstract Drama Children

ନାତୁଣୀ ରଙ୍ଗ ଲଗାଇଦେଲା

ନାତୁଣୀ ରଙ୍ଗ ଲଗାଇଦେଲା

1 min
180

  ସକାଳୁ ସକାଳୁ ଧଳା ପାରା ଦୁଇଟି ଦେଖି ମନରେ ଅନେକ ଶାନ୍ତି ଭରିଗଲା ବେଳେ, ପୁଅର ଫ୍ଲାଇଟ ଟିକେଟ କରିବା କଥା ଶୁଣି ବିଗିଡି ଗଲେ ବଂଶୀଧର ବାବୁ, କହିଲେ କହିଦିଅ ପୁଅକୁ ଶୀଘ୍ର କାନ୍ସଲ କରି, ଟ୍ରେନରେ କରୁ ଟିକେଟ ତ ଟ୍ରେନ ଯାତ୍ରା ମୋର ପସନ୍ଦ ନଥିବାରୁ କଣ କରିବି ନକରିବି ଦୋଛକିରେ ପଡ଼ି ପୁଅକୁ ପାଟି କଲି ତ ପୁଅ କହୁଥିଲା, ତେବେ ମୋର ଓଡ଼ିଶା ଯିବାର ନାହିଁ, ମୁଁ ରାଜସ୍ଥାନ ହିଁ ଯାଉଛି।

ସେହି କଥା ଜଣାଇଦେଲା ପରେ, ବଂଶୀଧର ବାବୁ ଆହୁରି ରାଗି ଗଲେ, ଏଣୁ ତେଣୁ ଶୁଣାଇ ଦେଲେ, ତେଣେ ପୁଅର ଏକାଜିଦ୍ ଓଡ଼ିଶା ଫେରିବା ପୂର୍ବରୁ, ଥରେ ଆସି, କାଶୀ, ବାରଣାସୀ, ହରିଦ୍ଵାର ବୁଲି ଜେଜେମା ଓ ଜେଜେ ବାପାଙ୍କ ଅସ୍ଥି ପକେଇ ଦେଇ ଗଲେ କ୍ଷତି କଣ? ବଂଶୀଧର ବାବୁଙ୍କର ସେଇ ଗୋଟିଏ ଚିନ୍ତା, ପ୍ଲାଇଟ ରେ ତାଙ୍କ ମୁଣ୍ଡ ଚହଲି ଗଲା ପରି ଲାଗେ ତ ସେ ଯିବେନି, ଦ୍ଵିତୀୟରେ ତାଙ୍କ ପାଇଁ ପୁରୀ ସମୁଦ୍ର, ସବୁକିଛି, ସେଇଠି ସେ ପିତା ମାତାଙ୍କ ଅସ୍ଥି ବିସର୍ଜନ କରିନେବେ, ତୃତୀୟରେ ଓଡ଼ିଶାକୁ ପୁଅ ଫେରିଆସିବ ତ ସେଠାରେ ଥିବା ଜିନିଷ ପତ୍ର, ଫୋପାଡି ନଦେଇ ସେସବୁ ସେ ଟ୍ରେନରେ ହିଁ ଆଣିପାରିବେ।

ଝିଅକୁ ମଧ୍ୟସ୍ଥି କରାଗଲା। ଝିଅ କହିଲା ବାପା ମା ଝିଅ, ତୁମ ଟିକି ନାତୁଣୀ ବୁଢ଼ୀଆ କୁ ନେଇ ମୁଁ ଯିବି, ତୁମ ସଂଗେ ତ ତୁମେ ମୋ ଝିଅ ସଙ୍ଗେ ନରହିଲେ, ମୁଁ ଯିବି କିପରି ପ୍ଳାଇଟ ରେ, ତ ବଂଶୀଧର ବାବୁ ଏକଦମ୍ ଚୁପ୍। ଶାନ୍ତି ଯାତ୍ରା ଆରମ୍ଭ ହେଲା ଦିଲ୍ଲୀକୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract