STORYMIRROR

Subhalaxmi Nayak

Inspirational

3  

Subhalaxmi Nayak

Inspirational

ନାରୀର ପ୍ରକୃତ ସ୍ଥିତି

ନାରୀର ପ୍ରକୃତ ସ୍ଥିତି

1 min
297

"ସମୁଦୁଣୀ !!!! ତୁମେ ମୋ ଝିଅକୁ ଏମିତି ଗାଳି ଦେଇ ପାରିବନି.... ପିଲା ଲୋକ, ଭୁଲ୍ କରିଛି ତ ବୁଝେଇ ଦିଅ, ଏମିତି ବ୍ୟବହାର ଚାକରାଣୀ ସାଙ୍ଗରେ ବି ଆଜିକାଲି କେହି କରୁନାହାନ୍ତି...."


"ବୋଉ, ତୁ ଆମ ଶାଶୁ ବୋହୂଙ୍କ ଭିତରେ କହିବା ଠିକ୍ ହେଉନାହିଁ...."

"ନା.... ମୁଁ କହିବି.... ମୋ ଝିଅ ଏମିତି କ'ଣ ଭୁଲ୍ କରିଛି ଯେ, ଆମ କୁଳ-ବଂଶ ଉଖାରି ସାରିଲେଣି ?"


"ଆଜି ତୁ, ମୋ କୁଳ-ବଂଶ ଉଖାରିଲେ ବୋଲି ଏଠି ଓକିଲାତି କରି ଚାଲିଛୁ.... ତୁ ଯେତେବେଳେ ମୋ ଭାଉଜଙ୍କ କୁଳ-ବଂଶ କଥା କହି ଆଶୀର୍ବାଦ କରୁ, ସେତେବେଳେ ମନେପଡ଼େନି, ତାଙ୍କୁ କେମିତି ଲାଗୁଥିବ? ମୋ ପାଇଁ ତୁ ଅଛୁ ବୋଲି ଚାଲିଆସିଲୁ ଏଠି ମୋ ଶାଶୁଙ୍କ ସାଙ୍ଗରେ ଓକିଲାତି କରିବାକୁ.... ଭାଉଜଙ୍କର କେହି ନାହାନ୍ତି ବୋଲି ତୁ ଯାହା ଇଚ୍ଛା ତାହା କହିବୁ?"


ଝିଅ ସବୁବେଳେ ଝିଅ, ମାଆ ସବୁବେଳେ ମାଆ....

ବୋହୂ ହେଲେ କେବଳ ଘର ବଦଳେ,

ଉଭୟ "ଶାଶୁ" ଓ "ବୋହୂ" କେବଳ ଉଚ୍ଚାରିତ ଶବ୍ଦରେ ରୂପାନ୍ତର ହେଲେ, ନା କୌଣସି ଝିଅ ଯୌତୁକ ନିର୍ଯାତନାର ଶିକାର ହେବ, ନା କୌଣସି ମାଆ ବୃଦ୍ଧାଶ୍ରମରେ ବାକି ଜୀବନ ବିତେଇବ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational