kamal kumar dash

Inspirational

3  

kamal kumar dash

Inspirational

ନାନୀ

ନାନୀ

1 min
174



ନାନୀ ରାତି ଦଶଟାରେ ଫୋନ କଲା ସାନ ଭାଇ ମିଲୁକୁ ଓ ପଚାରିଲା, ଆରେ ମିଲୁ କାହିଁକି ଏତେ ଥର ଫୋନ କରିଥିଲୁ ? ମୁଁ ଟିକେ ଗୋଟେ ପାର୍ଟିରେ ଥିଲି, ଏବେ ଆସିଲି | କଣ କଥା ଥିଲା କହ ? ମିଲୁ ଟିକେ ପିଲାଙ୍କ ପରି କହିଲା, ନାନୀ ତୁ ଦରକାର ଏବେ ଆସି ପାରିବୁ ? ମତେ ବହୁତ ଏକl ଲାଗୁଚି | ନାନୀ କହିଲା ମୋ ଧନଟା ପରା, ସଣ୍ଡେ ତୋ ଘରକୁ ଯିବି | ନହେଲେ ତୁ ରୁନୁ(ମିଲୁର ସ୍ତ୍ରୀ)କୁ ନେଇ ଏଠିକି ଚାଲି ଆସୁନୁ | ମିଲୁ ଚୁପ ରହିଲା | ନାନୀ ଫୁଣି ପଚାରିଲା ରୁନୁ ସଂଗେ କଣ କଳି କରିଛୁ ନl କଣ ? ମିଲୁ କହିଲା ମୁଁ ଜାଣି ପାରୁନି ମତେ ସବୁ ବେଳେ କାହିଁ କି ଦୁଃଖ ଲାଗୁ ଛି | ନାନୀ କହିଲା ତୋର ଛୁଟି ଦିନରେ ରିନୁକୁ ନେଇ ସିନେମା ଯାଉନୁ, ବୁଲିବାକୁ ଯା | ମିଲୁ ଚୁପ ରହିଲା | 

     ନାନୀ ପଚାରିଲା କଣ ହେଲା କହୁନୁ କାହିଁକି, ଦୁଃଖ ଲାଗୁଛି ? ମିଲୁ କହିଲା ନନା, ବୋଉ ଗଲା ପରେ ତୋ ଛଡା ମୋର ଆଉ କିଏ ଅଛି ? ତୁ ତ ଜାଣିଛୁ ମୁଁ ସିନେମା ଯାଏନି, ହଁ ରୁନୁ ସାଙ୍ଗରେ ବେଳେବେଳେ ପାର୍କକୁ ଯାଏ | ହେଲେ ବୋଉ ଗଲା ପରେ କେହି ମୋ ମୁଣ୍ଡରେ ହାତ ମାରି ନାହାନ୍ତି | ବୋଉ କଥା ମନେ ପଡିଲେ ବହୁତ ଦୁଃଖ ଲାଗୁଛି, ସେଥିପାଇଁ ତତେ ରିଂ କରିଥିଲି, ହେଲେ ତୋର ତ ସମୟ ନାହିଁ, ଛାଡ଼ ଫୋନ ରଖୁଛି | ନାନୀ କାନ୍ଦି ପକାଇଲା ମିଲୁ କଥା ଶୁଣି ଓ କହିଲା ଆଜି ତ ଅନେକ ରାତି ହୋଇଗଲାଣି କlଲି ସକାଳେ ଭାଇନlଙ୍କ ସାଙ୍ଗରେ ତୋ ଘରକୁ ଯିବି ଆଉ କାନ୍ଦନା ଯାଆ ଶୋଇପଡ଼ |



Rate this content
Log in

Similar oriya story from Inspirational