STORYMIRROR

Archana Sahoo

Comedy Tragedy Fantasy

4  

Archana Sahoo

Comedy Tragedy Fantasy

ନାଲି ଆଖିରେ ସ୍ନେହ ଚରିତ୍ର

ନାଲି ଆଖିରେ ସ୍ନେହ ଚରିତ୍ର

5 mins
553


ସେଦିନ ମୁଁ ବସିଥାଏ ସନ୍ଧ୍ୟା ର ପୁଲକିତ ଅଧା ଆଲୋକ ଆଉ ଅଧା ଅନ୍ଧାର ର ମିଳନ ମୂହୁର୍ତ୍ତରେ । ବସି ବସି ଗଣୁ ଥାଏ କେତେ ତାରକା ଆସିଲେ ଆଉ କେତେ ତାରା ସେଇ କୋମଳ ବାଦଲରେ ଲୁଚିଲେ । ଜୋସ୍ନା ର ପହିଲି କିରଣ ରେ ଶାନ୍ତ ପରିବେଶ ଟି ଅତି ସୁକୋମଳ । କେତେ ସୁନ୍ଦର ମୂହୁର୍ତ୍ତ ସେ ଦିନ । ଆଖିବୁଜି ସବୁ ଯେମିତି ପିଇ ଯାଉଥିଲି ଏକାଥରକେ । ହେଲେ ଫୋନ ଟି ହଟାତ୍ ଥରି ଉଠିଲା । ହାତରେ ଆନ୍ଦୋଳନ ଅନୁଭୂତ ହେଲା । ଫୋନ ଟି ଉଠେଇଲି । ସେପଟୁ କିଏ ଜଣେ କହିଲେ , ହେଲୋ ! ମୁଁ ହାପି କହୁଛି । ମୁଁ କହିଲି ,ଆପଣ କିଏ ମୁଁ ତ ଜାଣିନି ।

ହାପି- ନା ତମେ ମତେ ଜାଣିନ । ହେଲେ ମୁଁ ତୁମକୁ ଭୁଲ ରେ ଫୋନ କରିଦେଇଛି ।

ମୁଁ- ହଉ ରହୁଛି ।

ହାପି- ନା ନା

ମୁଁ- ଆରେ କି ଅଜବ ଲୋକ

ହାପି- ମାଡାମ ତୁମର ସ୍ୱର ମତେ ବହୁତ ଭଲ ଲାଗୁଛି ପ୍ରଥମ ଥର । ଆପଣଙ୍କ ସ୍ୱର ଆଉ ଟିକେ ଶୁଣିବି । ଦୟାକରି ଫୋନ ରଖନ୍ତୁନି । ମୁଁ ମୋ ସାଙ୍ଗ ପାଖକୁ ଫୋନ କରିଥିଲି ଭୁଲରେ ଆପଣଙ୍କ ପାଖକୁ ଲାଗିଗଲା । ଆଉ ଆପଣଙ୍କ ସ୍ୱର ଶୁଣିବାକୁ ସୁଯୋଗ ମିଳିଲା

ମୁଁ ମନେ ମନେ ଭାବୁଥାଏ । ହେ ମୋ ସ୍ୱର ଭଲ । ମୁଁ ମୋ ଭଉଣୀ ସହ କଥା କହିଲେ କି ଗୀତ ଗାଇଲେ । ମୋ ଭଉଣୀ କୁହେ ମୋ ଭଉଣୀ ତୁ ପାଟି ବନ୍ଦ କର ଭଲା । ମୋ କାନ ଫାଟି ଯାଉଛି । ତୁ ଏମିତି ବେସୁରା ଆଉ ଘାଘେଡା କଣ୍ଠ ରେ ଗୀତ ଗାଇଲେ ମୁଁ ବେହୋସ ହେଇ ଯିବି ।

ମୁଁ କିଛି ସମୟ ନିରବ ହେଲାରୁ । ସେ କହିଲେ , କ'ଣ ହେଲା ମାଡାମ ? ଏତେ ନିରବତା କାହିଁକି ? କିଛି କୁହନ୍ତୁ ।

ମୁଁ - ଫୋନ ରଖୁଛି

ହାପି - ନା ନା । ଆଉ କ'ଣ କିଛି କୁହ ଟିକେ

ମୁଁ - ଆରେ କି ଅଜବ କଥା । ମୁଁ ଆପଣଙ୍କୁ ଜାଣିନି ଚିହ୍ନିନି କେମିତି କଥା ହେବି ?

ହାପି - ହେଲେ ଆପଣଙ୍କ ସ୍ୱର କୁ ମୁଁ ସବୁ ଦିନ ଶୁଣିବାକୁ ଚାହେଁ ମୁଁ ଆପୋଲ ରେ ରହୁଛି

ମୁଁ - ଟିକେ ମଜା କରି କହିଲି ଓଃ ତେବେ ଆପଣ ମଞ୍ଜି । ତେଣୁ ଆପୋଲ ରେ ଅଛନ୍ତି ।

ହାପି - ମୋ ନାଁ ହାପି । ମତେ ମଜା ଭଲ ଲାଗେନି । ମୁଁ ଆପୋଲ ହସ୍ପିଟାଲରେ ଅଛି ।

ମୁଁ - ଓଃ ହ ଆପଣ ଯିଏ ହୁଅନ୍ତୁ ନା କାହିଁକି ? ମୋର କାହା ସହ କଥା ହେବାର ନାହିଁ । ଆପଣ ଆପଲ ହୁଅନ୍ତୁ କି ଅରେଞ୍ଜ

ଏତିକି କହି ଫୋନ ଟି ରଖିଦେଲି । ତା'ପରେ ଗୁଡାଏ ମେସେଜ ଆଉ କଲ । ଶେଷ ରେ ଫୋନ ରୁ ସେ ହାପି ନମ୍ବର ଟି ବ୍ଲକ କରିଦେଲି । ସେ ତା ବାପା ଙ୍କ ଫୋନ ରୁ ଫୋନ କରି କହିଲା, ଆପଣ ବ୍ଲକ କାହିଁକି କରିଛନ୍ତି ?

ମୁଁ- କ୍ଷମା କରିବେ ମୁଁ ବ୍ଲକ ତିଆରି କରିନି । ସରକାର ତିଆରି କରିଛନ୍ତି ।

ହାପି ଏଥର ଟିକେ ରାଗିଯାଇ ଆପଣ ମୋ ନମ୍ବର କୁ ବ୍ଲକ ରୁ ହଟାନ୍ତୁ ।

ମୁଁ - କ୍ଷମା କରିବେ ମୁଁ ବ୍ଲକ ରେ ଚାକିରୀ କରିନାହିଁ ।

ହାପି- ଓଃ ହ ଏତେ ମଜା କରନାହିଁ । ମୁଁ ଗମ୍ଭୀର ଭାବରେ କହୁଛି । ମୁଁ ତୁମ ସ୍ୱର ଶୁଣିବାକୁ ବ୍ୟାକୁଳ । ତମ ସହ ମୁଁ ମୋ ଫୋନ ରୁ କଥା ହେବାକୁ ଚାହେଁ । ଏ ଫୋନ ମୋ ବାପାଙ୍କର

ମୁଁ - ଆରେ କି କଥା । ଆପଣ ଙ୍କୁ ମୁଁ ଦେଖିନି ଜାଣିନି କେମିତି ଆପଣଙ୍କୁ ମୁଁ ବିଶ୍ୱାସ କରିବି ? ଏମିତିରେ ବି ମୋର ଇଚ୍ଛା ନାହିଁ ସେ ସବୁ ପ୍ରତି

ହାପି ଙ୍କ ବାପା ଫୋନ ଟି ଧରିଲେ ଏଥର

ହାପି ଙ୍କ ବାପା - ଆରେ ବୋହୂ ମାଆ ! ମୋ ପୁଅ କୁ ତମେ ରାଜି ହେଇ ଯାଅ । ମୋ ପୁଅ ପାଇଁ ଆଜି ଯାଏ କାହାକୁ ବି କିଛି ମାଗିନି ସବୁ ନିଜେ କିଣି ଆଣି ଦେଇଛି । ଆଜି କିନ୍ତୁ ପ୍ରଥମ ଥର ତମକୁ ତମ ହାତ ମାଗୁଛି । ଦୟକର ବୋହୂ ମାଆ । ମୋ ପୁଅ କୁ ରାଜି ହେଇ ଯାଅ । ମୁଁ ନିରୁତ୍ତର ସେମିତି ଥାଏ । ଗୋଟେ ବାପା ଆଗରେ ଆଉ କ'ଣ କହିବି ? ସେ କହୁଥିଲେ ମୋ ପୁଅ ପାଇଁ କେତେ ଜାଗାରେ ବାହାଘର ପ୍ରସ୍ତାବ ଲାଗେଇଲାଣି । ହେଲେ ସେ ତମ କୁ ପସନ୍ଦ କରିଛି । ପୁଣି ତମକୁ ନ ଦେଖି । କେତେ ସୁନ୍ଦର ଝିଅ କୁ ସେ ଆଡେଇ ଦେଇଛି । ଜାଣିନି ମାଆ , ତମେ କେତେ ସୁନ୍ଦର କି ନାହିଁ । ହେଲେ ଲୁଚିକି ଶୁଣିଛି । ଯେ ସେ ତମକୁ କହୁଥିଲା, ତମ ସ୍ୱର ବହୁତ ସୁନ୍ଦର ବୋଲି ।

     ସେପଟୁ ପାଟି ଶୁଣା ଯାଉଥିଲା ଜଣେ ମାଆ ର , ଏଁ ମୋ ସୁନା ପୁଅ ପାଇଁ ତମେ କେବେ ଠୁ ଭାବିଲଣି ? ସବୁ ଦିନ ତ ମୋ ପୁଅ ଉପରେ ଗାଳି କର ଆଉ ଆଜି ? ସତରେ ତମେ ହାପି କୁ ଭଲ ପାଅ ?

     ମୁଁ ତାଯୁବ ହେଇ ତାଙ୍କର ସଂଳାପ ଶୁଣୁଥିଲି । ସେ ନାଟକ କରିଚାଲିଥିଲେ ଫୋନ ସେପଟେ । ଗୋଟେ ବାପାଙ୍କ ହୃଦୟ ମାପୁଥିଲି ମୁଁ ଆଖିରେ ଲୁହ ଆସି ଯାଉଥିଲା ମୋର

       ହେଇ ଦେଖ ବା ମୁଁ ତୁମ ସହ ଗପୁଛି ହେଇଟି ମୋ ହାପି ର କୋଉ ଝିଅ ପସନ୍ଦ ହେଇଛି । ଦେଲ ଦେଲ ମୁଁ ମୋ ବୋହୂ ରାଣୀ ସହ ଟିକେ ଗପି ଦିଏ । ହାପି ଙ୍କ ବାପା ନୀରବତା ଭାଙ୍ଗି କହିଲେ , ଆରେ ରୁହ ଟିକେ ବୋହୂ ମାଆ ଙ୍କୁ ମୁଁ ବୁଝାଉଛି ପରା ସେପଟୁ ଘୋ ଘା ପୁଣି ଶୁଣା ଗଲା । ନାଇଁ ନାଇଁ ମୁଁ ମୋ ବୋହୂ ମାଆ ସହ କଥା ହେବି । ମତେ ଆଗେ ଦିଅ । ଆଉ କେହି ଜଣେ କହୁଥାଏ କେହି କଥା ହେବେନି । ମୁଁ ମୋ ଭାଉଜ ରାଣୀ ସହ କଥା ହେବି । ଆଉ କାହାର ନୀରବତା ବି ମତେ ଅନୁଭବ ହେଉଥାଏ ।

      ମୋ ବୋଉ ବାପା ଆସିଲେ ତେଣୁ ମୁଁ ଫୋନ ଟିକୁ କାଟି ଦେଲି ଏ ଘୋ ଘା ଭିତରେ । ମୋ ଭଉଣୀ ଆଉ ବାପମାଆ ଙ୍କର ପ୍ରଶ୍ନବାଚୀ ଆଖି କେତୋଟି ମୋ ଉପର କୁ ଲମ୍ପ ଦେଲା ପରି ଲାଗିଲା । ମୁଁ ଚୋର ପରି ଫୋନ କୁ ପୁରା ବନ୍ଦ କରି ରଖିଦେଲି ।

     ତା' ପର ଦିନ ଆଉ ଥରେ ଫୋନ ଆସିଲା ସେଇ ନମ୍ବର ରୁ । ବୋହୂ ମାଆ , ମୋ ପୁଅ ପରା ମନ ଦୁଃଖ କଲାଣି ତୁମ ସହ ନ କଥା ହେଇ । ନିଅ ତା' ସହ କଥା ହୁଅ । ହାପି କିଛି କହୁନଥାଏ ଫୋନ ଧରି ମଧ୍ୟ । ସେ ବୋଧେ ତା' ବାପା ଙ୍କୁ ଡ଼ରେ । ସେ ନିରବ ରହିଲା । କେହି ଜଣେ ଘର ଭିତରୁ ବହାରିଯିବାର ଶବ୍ଦ ହେଲା । ଟିକେ ସମୟ ପରେ କୋହ ଭରା କଣ୍ଠ ରେ ଖାଲି ଏତିକି ଶୁଣାଗଲା, ମୁଁ ମୁଁ ତୁମ ବିନା ବଞ୍ଚି ପାରିବିନି । ତୁମ ସ୍ୱର ମତେ ପାଗଳ କରିସାରିଲାଣି । ପୁଣି ସୁ ଉଁ ସୁ ଉଁ ଶୁଣାଗଲା । ତା'ପରେ ମଉସା ମାନେ ହାପି ଙ୍କ ବାପା ଫୋନ ଧରି କହିଲେ , ବୋହୂମାଆ ! ମୁଁ ତମ ସହ ଆଉ କି କଥା ହେବି ? ମୋ ସମୁଦୁଣି ସମୁଦି କୁ ଫୋନ ଦିଅ । ମୁଁ ତାଙ୍କ ସହ କଥା ହେବି । ସେପର୍ଯ୍ୟନ୍ତ ମୁଁ ନିରବ ।

       ବୋହୂ ମାଆ ! ଦୟାକରି

ସେପଟୁ ପାଟି ଶୁଣା ଗଲା । ନା ବାପା ତମେ ମୋ ସକାଶେ କାହାକୁ ଦୟା ମାଗନି । ତୁମର ନାଲି ଆଖିର ଚରିତ୍ର ତଳେ ଥିବା କେତେ ସ୍ନେହକୁ ମୁଁ ଜାଣିନଥିଲି । ଭାବୁଥିଲି ତମେ ମତେ ଭଲ ପାଅନି ବୋଲି । ହେଲେ । ନା ବାପା ତମେ ମୋ ସକାଶେ ଗୋଟେ ଝିଅ ଆଗରେ ତଳ କୁ ଯାଇ ଦୟା ମାଗନି

ମୁଁ ଭୁଲି ଯିବି ତାକୁ । ହେଲେ ତମକୁ ତଳକୁ ଯିବାର ଦେଖି ପାରିବିନି । ତାଙ୍କ ବୋଉ ବୋଧେ କାନ୍ଦୁ ଥିଲେ ଆନନ୍ଦ ଖୁସି ରେ ଆଉ ଭଉଣୀ ବୋଧେ ସ୍ଥିର ହେଇ" ଭାଇ "ବୋଲି ଡାକିଥିଲା

ବାସ୍ ଫୋନ ଟି କଟି ଯାଇଥିଲା । ଜାଣିନି ତା'ପରେ ଆଉ କ'ଣ ଘଟି ଥିବ ? ମୋ ବୋଉ ଡାକିଲା ଆଃ ଖାଇବୁ ଲୋ

ମୁଁ ଚାଲିଲି ଖାଇବା କୁ । ଖାଇଲା ବେଳେ ଭାବୁଥିଲି ସେଇ ନାଲି ଆଖି ତଳେ ଲୁଚିଥିବା ସ୍ନେହ ବୋଳା ଚରିତ୍ର କଥା ।

     

      



Rate this content
Log in

Similar oriya story from Comedy