STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

ନାଗିନ ନାଗିନ

ନାଗିନ ନାଗିନ

1 min
169

ବାଣ ଫୁଟେଇ ବାଜା ବଜାଇ ରୋଷଣୀରେ ବର ବାହାରି ଥାଏ।ଡିଜେ ବାଲା ଡେନସର ଗିତର ତାଳେ ତାଳେ ସମସ୍ତ ବରଯାତ୍ରୀ ମତୁଆଲା।କାହାର କେଉଁ ପ୍ରକାର ଭାବଭଙ୍ଗି।ନୂଆ ନୂଆ ଗିତ ବାଜିବା ସଙ୍ଗେ ସଙ୍ଗେ ଆରମ୍ଭ ହୋଇ ଯାଏ ମତୁଆଲା ଡେନସ୍।ପୁଅ ଝିଅ ହାତଧରା ଧରି ହୋଇ ଖାଲି ନାଗିନ ନାଗିନ।ଏହି ସମୟରେ ଏକ ବୟସ୍କ ମହିଳା ଦେଖିବାକୁ ପାଗଳୀ ଭଳି ଆସି ମିଶିଗଲା ବରଯାତ୍ରୀଙ୍କ ଗହଣରେ ।ସେ ବରଯାତ୍ରୀଙ୍କ ନାଚ ଦେଖି ଆଉ ସମ୍ଭାଳି ପାରିଲା ନାହିଁ ସଙ୍ଗେ ସଙ୍ଗେ ସେ ଭିତରେ ପଶି ଆରମ୍ଭ କରିଦେଲା ନାଚ ନାଗିନ ନାଗିନ।ସତରେ କି ସାହାସ ମନୋବଳ ତାର।କି ନାଚ!ସମସ୍ତେ ନିଜ ନିଜ ନାଚ ବନ୍ଦ କରି ତାକୁ ଚାହିଁରହିଥାନ୍ତି।ଦେଖିବାକୁ ସିଏ ପଙ୍ଗୁ ବୃଦ୍ଧା ବୟସ୍କ ମହିଳା।କିନ୍ତୁ ତା ନାଚ ଆଗରେ ଜଣେ ସୁସ୍ଥ ସବଳ ନୃତ୍ୟ ପାରଙ୍ଗମ ବ୍ୟକ୍ତି ମଧ୍ୟ ହାର ମାନିଯିବ।ଗୋଟେ ଗୋଡ ଅଧା ଖଣ୍ଡିଆ ଗୋଟେ ହାତ ଅଧାଖଣ୍ଡିଆ ସେଥିରେ ମଧ୍ୟ ନୃତ୍ୟ ! ମନରେ କେତେ ଆଗ୍ରହ ନିଜକୁ ସେ ଅକର୍ମଣ୍ୟ ବୋଲି ଭାବି ନାହିଁ।ତାର ବହୁତ ସୁନ୍ଦର ନୃତ୍ୟ ଦେଖି ଦେଖଣାହାରୀ ତାକୁ କିଏ ୧୦୦ ଟଙ୍କା ଦେଉଥାନ୍ତି ଆଉ କିଏ ୧୦ ଏବଂ କୋଡିଏ ।ଏ ପଇସା ପାଇବା ମାତ୍ରେ ତା ମନୋବଳ ଆହୁରି ବଢିଯାଏ ସେ ପୁଣି ସେ ନାଚେ ଡିଜେର ତାଳେ ତାଳେ ।ମୁଁ ବରଯାତ୍ରୀରେ ମଧ୍ୟ ଥାଏ।ତାକୁ ଏମିତି ଚାହିଁ ରହିଥାଏ।ମନକୁ ମନ ଭାବୁଥାଏ ମଣିଷ ଯଦି ନିଜର ଧର୍ଯ୍ୟ,ମନୋବଳ ଏବଂ ସାହାସ ହରାଇ ବସେ ଜୀବନରେ କିଛି କରିପାରିବ ନାହିଁ।ବହୁ ଉଦାହରଣ ପାଇଥିଲି ଜୀବନରେ।କିନ୍ତୁ ଆଜି ଏ ଅକର୍ମଣ୍ୟ ବୃଦ୍ଧାର ସାହାସ ମନୋବଳକୁ ଦେଖି ନିଜକୁ ନିଜେ ମୁଁ ଲଜ୍ଜିତ ମନେକଲି।ମୁଁ ଯେଉଁ କାମ କରିବାକୁ ପଛଘୁଞ୍ଚା ଦେଉଥିଲି ଏବଂ ମନୋବଳ ହରାଇ ବସୁଥିଲି ତାଠୁ ମୁଁ ଉଦାହରଣ ପାଇଗଲି।ସେହି ବୃଦ୍ଧା ମହିଳା ପାଖକୁ ଯାଇ ତାକୁ ଏକ ଆମ୍ବରସ ପକେଟ୍ ଦେଲି।ସେଥିରୁ ସେ ଟିକେ ପିଇ ପୁଣି ଆରମ୍ଭ କରିଦେଲା ନାଗିନ ନାଗିନ.... ଡକ୍ଟର ଝରଣା ଶତପଥୀ ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational