ମୂଲ୍ୟବୋଧ
ମୂଲ୍ୟବୋଧ
ଛ ମାସ ତଳେ ଇଷା ସହିତ ମୋର ବିଦ୍ଧିପୂର୍ବକ ବ୍ୟବସ୍ଥା ବିବାହ ହୋଇଥିଲା ! ମୁଁ ଏକ ବେସରକାରୀ ସଂସ୍ଥା ରେ ନିଯୁକ୍ତ ଥିଲି !କମ୍ପାନୀ କାର୍ଯ୍ୟ ପାଇଁ ଭ୍ରମଣ କରିବାକୁ ପଡିଥାଏ !କମ୍ପାନୀ ଲକ୍ଷ୍ୟ ପୂରଣ କରିଥିବାରୁ emplyee of the year ସଂମ୍ମାନରେ ସମ୍ମାନିତ କରିଥିଲେ,ଏହି ଖୁସିରେ କମ୍ପାନୀ ଖର୍ଚ୍ଚରେ କୁଲୁ ମନାଲି ପାଇଁ ସସ୍ତ୍ରିକ ଯିବାର ଯୋଜନା ଥିଲା ! ଇଷାଙ୍କୁ ନେଇ ଘରୁ ବାହାରିବା ସମୟରେ ବାପ କହିଲେ ଅରୁଣ ତୋ ପାଖରେ ଦୁଇଶହ ଟଙ୍କା ଅଛି କି ମୋର ଦରକାର ଅଛି ! କିଛି ସମୟ
ଭାବିଲି, ପିଲାଦିନ କଥା ମନେ ପଡିଗଲା, ଦିନେ ମୁଁ ବାପାଙ୍କୁ ପାଞ୍ଚ ଟଙ୍କା ମାଗିଥିଲି , ବାପା କାରଣ ପଚାରିବାରୁ ମୁଁ କହିଥିଲି, ସାଥି ମାନଙ୍କ ସହ କ୍ରିକେଟ ବଲ କିଣିବା କଥା, ବାପା ଖୁସିରେ ପଚାଶ ଟଙ୍କା ଦେଇ କହିଲେ, ଯା ତୁ ଗୋଟିଏ ବଲ ନେଇଆସେ ! ଖେଳ ପଡିଆରେ ମୁଁ ଯେତେବେଳେ ବଲ ସହିତ ଗଲି ଗର୍ବରେ ମୋ ଛାତି କୁଣ୍ଢେମୋଟ ହୋଇଗଲା ! ଆମ ମଧ୍ୟମବର୍ଗ ପରିବାରର
ପାରିବାରିକ ମୂଲ୍ୟବୋଧ ଅତି ଉତ୍କୃଷ୍ଟ! ନିଜେ ଜଳି ଜଳି ଆମକୁ ଆଲୋକ ପ୍ରଦାନ କରୁଥିଲେ !ମୁଁ କାଳ ବିଳମ୍ବ ନ କରି ଅତି ଶୀଘ୍ର ମନିପର୍ସ ରୁ ଚାରିଟି ପଚାଶ ଟଙ୍କିଆ ନୋଟ ବାପାଙ୍କୁ
ବଢ଼େଇଦେବା ସମୟରେ ଇଷା ମୋ ହାତରୁ ଟଙ୍କା ସହ ପର୍ସ ଛଡେଇ ନେଇଗଲେ , ମୁଁ କିଛି ସମୟ ସ୍ତବ୍ଧ ହୋଇ ତା ମୁହଁକୁ ଚାହିଁ ଥିଲି, ଭାବୁଥିଲି ଭୁଲ କେଉଁଠି ରହିଗଲା, ଏଇ ସେହି ଇଷା ତ ଯିଏ ମୋ ବାପା, ମା ଙ୍କୁ ନିଜ ବାପା, ମା ଙ୍କ ଠାରୁ ଅଧିକ ଭଲପାଏ ଅଚାନକ ଏମିତି ପରିବର୍ତ୍ତନ ମୁଁ ବିଶ୍ୱାସ କରି ପାରୁନଥିଲି ! ମୁଁ ବାପା ଙ୍କୁ ନଜର ମିଳାଇ ପାରୁନଥିଲି ! ହଠାତ ଯେମିତି ଚମତ୍କାର ହୋଇଗଲା,ଇଷା ମୋ ପର୍ସରୁ ସବୁତକ ନୋଟ ବାପାଙ୍କ ହାତକୁ ବଢ଼େଇଦେଲା, କେବଳ ଶହେ ଟଙ୍କିଆ ନୋଟ ଟିଏ ରଖି ! ମୋ
ଖୁସିର ଠିକଣା ନ ଥିଲା ଆଉଥରେ ଛାତି ଗର୍ବରେ କୁଣ୍ଢେମୋଟା ହୋଇଯାଇଥିଲା ! ମୋ ଆଖି ଲୁହରେ ଭରି ଯାଇଥିଲା ମୁଁ ଲୁହ ଲୁଚେଇବାକୁ ବାହାର କୁ ଚାଲିଯାଇଥିଲି ! ବାପା କହିଲେ ଏତେ ପଇସା ମୁଁ କ'ଣ କରିବି ଆରେ ବୋହୁ, ମାତ୍ର ଦୁଇଶହ ଚଳିଯିବ ! ଇଷା କହିଲେ, ଆପଣ ଆପଣଙ୍କ ସାଥି ମାନଙ୍କ ସହ ବୁଲିବାକୁ ଯାଆନ୍ତୁ, ଯାହା ମନହେବ ଖାଇନେବେ, କିଛି ସମୟ ଖୁସି ରେ ବିତାନ୍ତୁ! ଇଷା କହିଲେ ଶୁଣ ଅରୁଣ ଆଗକୁ କେବେ ବାପାଙ୍କୁ ପଇସା ମାଗିବାକୁ ନ ପଡେ, ଏ ବିଷୟରେ ତୁମକୁ ଧ୍ୟାନ ଦେବା ଆବଶ୍ୟକ ! ମୁଁ ମଥା ନତ କରି ସ୍ୱୀକାର କରିଥିଲି !ବାପା ଙ୍କୁ ଦୁହେଁ ପ୍ରଣାମ କରି ଭ୍ରମଣ ପାଇଁ ବାହାରି ଯାଇଥିଲୁ ! ମୁଁ ଟ୍ରେନ ରେ ଭାବୁଥାଏ ବାପା ଙ୍କ ବିଷୟରେ, ମଧ୍ୟ୍ୟବିତ୍ତ ପରିବାର, ଅନେକ ଦୁଃଖ କଷ୍ଟ ସହି ମୋର ସମସ୍ତ ଅଭାବ ପୂରଣ କରିଛନ୍ତି, ଛୋଟିଆକିରାଣୀଟିଏ, ସେଥିରେ ଦିଦି, ଆଉ ମୋର ପଢା ଖର୍ଚ୍ଚ, ବେମାର ମା ଙ୍କ ଔଷଧ, ଡାକ୍ତର ଖର୍ଚ୍ଚ, ମା ଚାଲିଗଲେ, ସେଥିରେ ଭାଙ୍ଗି ନ
ପଡି ଆମ ଭାଇ ଭଉଣୀ ଙ୍କୁ ମଣିଷ କଲେ ଦୁଇ ବର୍ଷ ତଳେ ଦିଦି ର ବିବାହ ସରିଛି , ଏବେ ବାପା ନିଜକୁ ଆଗଠାରୁ ଭଲ ଲାଗୁଛନ୍ତି ବିବ୍ରତ ନୁହନ୍ତି! ମୁଁ ନିଜକୁ ସବୁଠୁଁ ଧନୀ ବୋଲି ଭାବୁଥିଲି, ଯେ ଇଷା ଙ୍କୁ ପୂର୍ଣ୍ଣ ସଂମ୍ମାନ ସହ ପତ୍ନୀ ରୂପେ ପାଇ !! ଯଦି ଆପଣାଙ୍କ ପାଇଁ କିଛି କରିନପାରିବା ତାହାଲେ ଧନ ପଇସା, ସମ୍ପତ୍ତି ର ପ୍ରୟୋଜନ ବା କଣ ? ସେମାନେ ହସିଲେ ଦୁନିଆଁ ହସିବ, ଏହି ପାରିବାରିକ ମୂଲ୍ୟବୋଧ ସଭିଙ୍କୁ ପାଳନ କରିବା ଆବଶ୍ୟକ ! ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଥିଲି !! ପ୍ରେମ ଚିରନ୍ତନ, ଆଉ ସବୁ ଚାରିଦିନର ଚାନ୍ଦିନୀ ପୁଣି ସେହି ଅନ୍ଧାର , ଦୟା, କ୍ଷମା, ପ୍ରେମ
ଭକ୍ତି,କର୍ମ ଏହି ପଞ୍ଚରତ୍ନ ରେ ବିଭୂଷିତ ମନୁଷ୍ୟ ମହାମାନବ ପଦ ଯୋଗ୍ୟ ! ଦୁନିଆଁ ରେ ଇଷା ପରି ଅନେକ ପତ୍ନୀ ଯିଏ ନିଜ ସ୍ୱାମୀ
କୁ ନିଜ ମାତାପିତା ଙ୍କ ଠାରୁ ଅଲଗା ରଖିବାକୁ ଚାହାଁନ୍ତି, ପରନ୍ତୁ
ଇଷା ନିଜ ପିତା ମାତା ଙ୍କ ମିଳିଥିବା ସଂସ୍କାର, ଅନୁଶାସନରୁ ଆଜି ମୋ ବାପା ଙ୍କ ସମସ୍ତ ଖିଆଲ ରଖି ପାରିଛି, ମୁଁ ଇଷା ଭଳି ପତ୍ନୀ
ପାଇ ଗର୍ବିତ ! ଖୁସିର ମନେ ଠିକ ସେଇୟା ନୁହେଁ, ମହଙ୍ଗା ରେଷ୍ଟ୍ରୋରାଣ୍ଟ ରେ ପାର୍ଟି କରିବା, ମହଙ୍ଗା ଆଇଫୋନ କିଣିବା, ପ୍ରକୃତ ଖୁସି ପରିବାର ସହ ମିଶି ସୁଖ ଦୁଃଖ ବାଣ୍ଟିବା, ପାରିବାରିକ
ମୂଲ୍ୟବୋଧ ର ମନେ ବୁଝିବା , ସମସ୍ତ ଙ୍କୁ ସାହାଯ୍ୟ କରିବା ,ଭଲ ପାଇବା,ଏହାର ମାନେ ହିଁ ପ୍ରକୃତ ଜୀବନ !
