STORYMIRROR

nirmal nayak

Tragedy

3  

nirmal nayak

Tragedy

ଫଗୁ ଉତ୍ସବ

ଫଗୁ ଉତ୍ସବ

3 mins
148


ସୁଦୂର ପ୍ରସାରିତ ନୀଳ ନଭ କୁ ନିହାରୁ ଥିଲା ସରିତା ! ଇତି ମଧ୍ୟରେ ପାଞ୍ଚୋଟି ଫଗୁଣ ଅତିବାହିତ ହୋଇଯାଇଛି !କାଲି ଭଳି ଲାଗୁଛି, ସଞ୍ଜୟ କୁ ଏହି ଫଗୁଣ ରେ ମିଳିଥିଲା ପାଞ୍ଚବର୍ଷ ତଳେ, ମାମୁଁ ଗାଁ ରେ ! ମାମୁଁ ଫାଲ୍ଗୁନ ମହୋତ୍ସବ ପାଇଁ ମୋତେ ତାଙ୍କ ସାଥିରେ ନେଇଥିଲେ ! ବଡ଼ ଧୁମଧାମ ରେ ଉତ୍ସବ ପାଳନ କରାଯାଏ ମାମୁଁ ଗାଁ ରେ ! ଏକ ବଳିଷ୍ଠ ଶରୀର, ଉଚ୍ଚତା ଛ ଫୁଟପାରେଇବ, ହସ ହସ ଚେହେରା, ଦେହରେ ଆର୍ମି ର ପୋଷାକ, ସେ ବ୍ୟକ୍ତିତ୍ୱ ପାଇଁ ହିଁ ପ୍ରଯୁଜ୍ୟ ! କମନୀୟ ରୂପ କାନ୍ତି ସହିତ

ଶାନ୍ତ ସ୍ମିତହାସ୍ୟ ଚେହେରା ସେଦିନ ମୋତେ ଆକୃଷ୍ଟ ଓ ବିବ୍ରତ କରି ଦେଇଥିଲା !! ଗାଁ ଶେଷରେ ଖେଳ ପଡିଆ ରେ ହୋଲି ମହୋତ୍ସବ ପ୍ରତିବର୍ଷ ପରି ପାଳନ ହୋଇଆସୁଛି, ଅନେକ ଗ୍ରାମ ରୁ ରାଧାକୃଷ୍ଣ ଙ୍କ ବିଭାନ ସୁଶଜ୍ଜିତ ହୋଇ ଆସିଥଏ, ଶଙ୍ଖ, ହୁଳହୁଳି ରେ ଗ୍ରାମ ଯୁବତୀ ମାନେ ବନ୍ଧାପନା କରୁଥିଲେ, ଢୋଲ, ଝାଞ୍ଜ, ମୃଦଙ୍ଗ, ପଖାଜ, ଶବ୍ଦ ରେ ଗାଁ ଉଛୁଳି ପଡୁଥାଏ ! ଦଳ ଦଳ ହୋଇ ନିଜ ବିଭାନ ସଂମୁଖ ରେ ଅବିର ଖେଳ ସହ ଗୀତ ଗାଇ ନୃତ୍ୟ ପରିବେଷଣ ମଧ୍ୟ କରୁଥିଲେ, "" ଅକ୍ରୁର ଆଣିଛି ରଥ ନେବାପାଇଁ ଗୋପୀନାଥ "" କି କରିବ ନନ୍ଦ ରାଜନ... ହୋ ନନ୍ଦ ନନ୍ଦନ ! ଏହି ଭଳି ଅନେକ ଲୋକଗୀତ ଉପଭୋଗ କରୁଥିଲି ମୁଁ ! ଦୂର ପାହାଡ଼ ଉହାଡ଼ରେ ଅସ୍ତମିତ ରବିଙ୍କ ଆଭା ଧରଣୀ ବକ୍ଷ ରେ ନାରଙ୍ଗୀ ମୁରୁଜ ବୁଣିଲା ପରି ଦୃଶ୍ୟମାନ ହେଉଥାଏ !" ମାମୁଁ ଝିଅ ବନିତା କହିଲା ଚାଲ ଅପା ଘରକୁ ଯିବା, ସନ୍ଧ୍ୟା ହୋଇ ଆସିଲାଣି ବୋଉ ବ୍ୟସ୍ତ ହୋଇଥିବେ , ଠିକ ଅଛି କହି ମାମୁଁ ଘର ଅଭିମୁଖେ ହୋଲି ମହୋତ୍ସବ ପ୍ରାଙ୍ଗଣରୁ ପ୍ରସ୍ଥାନ କଲୁ , ମାଇଁ ନାନାଧି ସୁମିଷ୍ଟ ପଦାର୍ଥ ହୋଲିପାଇଁ ତିଆରି କରିଥିଲେ, ସନ୍ଧ୍ୟା ରେଖୁବ ଆନନ୍ଦରେ କଟିଥିଲା ବନିତା ସହ ସମ ବୟସୀ ଛ ମାସରଅନ୍ତର ଏଇ ପଗୁଣ କୁ ତାକୁ ଅଠର ପୁରିଲା ପ୍ଲୁସ ଥ୍ରୀ ଶେଷବର୍ଷ ବିଜ୍ଞାନ ଛାତ୍ରୀ ପଟାମୁଣ୍ଡାଇ ମହା ବିଦ୍ୟାଳୟ ରେ ! ରାତିରେ ସେ ମୋ ପାଖରେ ଶୋଇଥିଲା, ଦିନର ଫଗୁଉତ୍ସବ ର ଚିତ୍ର ମନ ମଧ୍ୟରେ ଭାସି ଉଠୁଥିଲା ଗୋଟି ଗୋଟି, ନିଦ ଆସୁନି, ବିଶେଷ କରି ସଞ୍ଜୟ ଙ୍କ ଚେହେରା ଇଚ୍ଛା କଲେବି ମନ ଆକାଶ ରେ ଭସା ବାଦଲ ପରି ପ୍ରତିକ୍ଷଣ ଝଲସି ଉଠୁଥିଲା, ଅହେତୁକ ମୋହ କାହିଁକି କେଜାଣି ତାଙ୍କ ପାଇଁ ! ବାରମ୍ବାର କରଲେଉଟେଉଥିଲି , ରାତି ଦି " ଟା ପାଖାପାଖି , ବନିତା ର ନିଦ୍ରାଭାଙ୍ଗେ, ଦେଖେ ବିନା ପାଣି ମୀନ ପରି ଛଟପଟ ଦେଉଥିଲା ସରିତା,... ଅପା ଶୋଇନୁ ଏଯାଏ, କଥା କଣ କି? କାହା କଥା ଏତେ ଭାବୁଛ କି ? ଆରେ ସେ କିଛି ନୁହେଁ ତୁ ଶୋଇପଡ଼!! କେମିତି ଶୋଇବି କହିଲୁ, ତୁ ଏପାଖ ସେପାଖ କରଲେଉଟଉଛୁ, ମୋତେ ନିଦ କେମିତି ଆସିବକହିଲୁ ! ଧେତ ତୁ ବଡ଼ ଇଏ ! ମୁଁ ବୁଝୁଛି କିଏ ତୋ ମନ ଚୋରି କରିଛି ଆଜି, ତୁ ମନକୁ ଖୋଜୁଛୁ ଏଯାଏ , କଣ ମିଳିଲା?

ଆରେ ସେମିତି କିଛି ନୁହେଁ ! ସତ କହ ଅପା କାହା କଥା ଭାବୁଚୁ ? ଫଗୁ ଉତ୍ସବ ରେ ମିଲିଟାରୀ ପୋଷାକ ରେ ସେ ଯୁବକ ଜଣଙ୍କ କଥା ଭାବୁଛି ଏଯାଏ,ଯେତେ ଚେଷ୍ଟା କଲେବି ସେ ଚେହେରା ଆଖି ସାମନା ରେ ଭାସିଉଠୁଛି !! ଓହଃ ସଞ୍ଜୟ ଭାଇଙ୍କ କଥା କହୁଛୁ ! ସଭିଏଁ ତାଙ୍କୁ ଭଲ ପା ଆ ନ୍ତି, ସୁନ୍ଦର ସ୍ଵଭାଵ ର ଧନୀ ! ଆମ ଗାଁ

ର ଟେକ!! ଦେଶ ମାତୃକା ର ସେବା ପାଇଁ ସମସ୍ତେ ଗର୍ବିତ !! ଆଉ କିଛି କହନା ତାଙ୍କ ବିଷୟରେ ଭଲ ଲାଗୁଛି ଶୁଣିବାକୁ, ଶୋଇପଡ

କହିବି, ମୋ କଥା ଟି ସରିଲା... ମଲ୍ଲୀ ଗଛଟି ମରିଲା... ଥଟ୍ଟାଳିଆ ଅନ୍ଦାଜ ରେ ବନିତା କହି ଶୋଇବାକୁ ଚେଷ୍ଠା କରୁଥିଲା, ପରନ୍ତୁ

ସରିତା କୁ ନିଦ କାହିଁ ? ରାତି ପାହିଲା, ସକାଳ ହେଲା, ମାମୁଁ ସହ ଘରକୁ ଆସିଲା, ହେଲେ ମନ ମାମୁଁ ଗାଁ ରେ କାହା ପାଖରେ ଛାଡି

ଆସିଥିଲା !

            ବୋଉଙ୍କ ସହ ମାମୁଁ କିଛି କଥା ହେଉଥିଲେ, ବାପା ଚାଲି ଗଲା ପରେ ମାମୁଁ ଆମ ଘରର ସମସ୍ତ ହାନି ଲାଭ ବୁଝନ୍ତି , ଶୁଣ

ରାଜୁ ତୋତେ କିଛି ଅଛପା ନାହିଁ, ତୋ ଭାଇ ଗଲା ପରେ ମୋରଗୋଟିଏ ଚିନ୍ତା ସରିତା କୁ ହାତକୁ ଦି ହାତେ କରିଦେଲେ ମୁଁ ଗଙ୍ଗା ସ୍ନାନ କରିବି ବୋଲି ଜାଣିବୁ, ବୋଉ କହୁଥିଲା ମାମୁଁଙ୍କୁ,ମୋତେ ଆର ଘରକୁ ଶୁଭୁଥିଲା, ଠିକ ଅଛି କହି ମାମୁଁ ଚାଲିଯାଇଥିଲେ !"ତା ପର ସନ ଫଗୁଣରେ ମାମୁଁଙ୍କ ପ୍ରଚେଷ୍ଟା ରୁ ସଞ୍ଜୟ ଙ୍କ ସହ ମୋ ବିବାହ ସ୍ଥିର ହୋଇଥିଲା, ବର୍ଷ କେତେଟା ଖୁବ ଆନନ୍ଦ ରେ କଟିଗଲା, ସତରେ ଭଗବାନଙ୍କୁ କାହାର ଖୁସି ବରଦାସ୍ତ ହୁଏନି ପୁନେଇଁ ପରେ ଉଆଁସ ଆସିଲା ପରି ସୁଖ ପରେ ଦୁଃଖ ଦେଇଗଲା

ସରିତା ର ଜୀବନରେ !! ଏବେ ନିଃସଙ୍ଗ ଜୀବନ, ସିନ୍ଥି ରେ ସିନ୍ଦୁର ନାହିଁ, ହାତରେ ଶଙ୍ଖା ନାହିଁ, ଶୁଭ୍ର ବେସଭୂଷା, ପତ୍ରଝଡା ତରୁ ସମ

ନିର୍ବାକ, ନିସ୍ତେଜ, ସ୍ଥାଣୁ ପରି ଚାହିଁ ଥାଏ ନୀଳ ଗଗନ କୁ !! ପୁଅ ନିର୍ବାଣ ଏବେ ଏବେ ଚାଲିବା ଶିଖୁଛି , ତା ଦରୋଟି ଭାଷା ସରିତା

ପାଇଁ ବଞ୍ଚିବା ପାଇଁ ମହା ଔଷଧୀ !! ଏକ ମାତ୍ର ଲକ୍ଷ୍ୟ ସଞ୍ଜୟ ଙ୍କ ଅଧୁରା ସ୍ବପ୍ନ ପୁରା କରିବା, ପୁତ୍ର ନିର୍ବାଣ କୁ ଜଣେ ଉତ୍ତମ ସୈନିକ

ରୂପେ ଗଢି ତୋଳିବା ! ସଞ୍ଜୟ ଙ୍କ ଦେଶପ୍ରେମ ନିର୍ବାଣ ଠୁଁ ପାଇବା ଆଶାରେ ବଞ୍ଚିଥିଲା ସେ !ବାହାରେ ରାଧା କୃଷ୍ଣ ଙ୍କ ରୋଷଣୀ ସହ ବିଭାନ ଯାଉଥିଲା, ଆଜି ରଙ୍ଗପଞ୍ଚମୀ, ସମସ୍ତେ ରଙ୍ଗ ଅବିର ରେ ମାତିଛନ୍ତି, ଗାଁ ଦାଣ୍ଡ ଉଛୁଳି ପଡୁଛି, ହର୍ଷ ଉଲ୍ଲାସ ରେ ଗାଁ ନାଚୁଛି ! ପରନ୍ତୁ ସରିତା ର ବେରଙ୍ଗ ଜୀବନରେ ରଙ୍ଗ ଭରିବାବୁ ସଞ୍ଜୟ

ଚାଲିଯାଇଥଲେ ସେହି ଅଫେରାନ୍ତା ରାଇଜ କୁ କାର୍ଗିଲ ସମର ରେ ଶହୀଦ ହୋଇ ! ସାଥି ସରିତା ଆଉ ଦୁଇ ବର୍ଷ ର ପୁଅ ନିର୍ବାଣ କୁ

ଏକା କରିଦେଇ !
















Rate this content
Log in

Similar oriya story from Tragedy