Sunanda Mohanty

Tragedy

3  

Sunanda Mohanty

Tragedy

ମୂକସାକ୍ଷୀ

ମୂକସାକ୍ଷୀ

2 mins
414


ସେହି ଗଳିରେ ବୁଲୁଥିବା ବାୟାଣୀଟିର କେହି ନଥାନ୍ତି, ଦୟା ହେଲେ କିଏ ଖଣ୍ଡେ ପିନ୍ଧିବାକୁ ଦିଏ, ସୁଦୟା ହେଲେ ମୁଠେ ଖାଇବାକୁ, ହେଲେ ବାୟାଣୀ ବା କଣ ଜାଣେ ପୁରୁଣା ପୋଷାକ ଚିରି ଯାଇଥାଏ, ଶରୀର ଅନାବୃତ ଦେଖିଲେ ମତେ ଦୁଃଖ ଲାଗେ, ଆଉ ହଳେ ପୋଷାକ ଦେବାକୁ ଭାବି ବି ଠିକ ସମୟରେ ଦେଇହେଉନଥିଲା ବେଳେ ପଡିଶା ଘର ପୁରୁଷ ଲୋକ ଟିର ତା ଆଡକୁ ଦେଉଥିବା ଅଶ୍ଳୀଳ ଟୀକ୍କା ଟିପ୍ପଣୀ ବହୁତ କ୍ରୋଧ ଜାଗ୍ରତ କରାଉଥିଲେ ବି କିଛି କହିବାର କ୍ଷମତା ନଥାଏ l

  ସବୁଦିନ ଅନ୍ତତଃ ତା ପାଇଁ ଖାଦ୍ୟ ମୁଠିଏ ରଖି ଚାହିଁଥାଏ ତାକୁ, ଆଉ ଏଵେ ଆସୁଛି ଠିକ ସମୟରେ ଖାଇଦେଇ ପ୍ରାୟେ ବାରଣ୍ଡାରେ ଆମର ଶୋଇ ଯାଉଛି, ସେଦିନ ପୁରୁଣା ବେଡ଼ସିଟ ଖଣ୍ଡିଏ ଘୋଡାଇ ଦେବାକୁ ଯାଇ ଦେଖିଲି ପଡିଶା ଘର ପୁରୁଷ ଲୋକଟି ଅନ୍ଧାରରେ ବାୟାଣୀକୁ କୁଆଡେ ନେଇଯାଉଛି, କଣ କରିବି ବୋଲି ଭାବି ଡର ଓ ଭୟରେ ପୋଲିସକୁ ଜଣାଇବି ଭାବିଲା ବେଳକୁ ପୁଣି ସେହି ଭୟ, ସହଜେ ଫୋନ ବି ଲାଗୁନି, ସ୍ୱାମୀ ଟୁରରେ, ଛୋଟ ପୁଅ ଝିଅଙ୍କୁ ଛାଡି ମତେ ସବୁ ଦିନ ବାର କିଲୋମିଟର ସ୍କୁଲ ଯିବାକୁ ପଡେ, ପଡୋଶୀ ସଙ୍ଗେ ବିବାଦୀ ହେଲେ ପୁଅ ଝିଅଙ୍କ ଜୀବନ ପ୍ରତି ଆଶଙ୍କା ଅଛି ତ ପ୍ରଭୁ ଭରସା, ତାଙ୍କୁ ପ୍ରାର୍ଥନା କରି ବିଗଳିତ ହୃଦୟରେ ଶୋଇପଡ଼ିଲି l

  ତା ପରଠୁ ବାୟାଣୀର ଦେଖା ନାହିଁ, ମନ ଓ ହୃଦୟ ଆଶଙ୍କାରେ ପରିପୂର୍ଣ୍ଣ, ଚାରିଦିନ ପରେ ବାୟାଣୀର ଗଳିତ ମୃତ ଦେହ ଟିକେ ଦୂର କିଆବୁଦାରୁ ମିଳିବା ପରେ ପୋଲିସ ଅନ୍ଧାରରେ ବାଡ଼ିବୁଲାଇଲା ବେଳେ ପାଖାପାଖି ଘର ଲୋକମାନଙ୍କୁ ପଚରା ଉଚରା କଲା ବେଳେ ମୁଁ କହିବାକୁ ଚାହୁଁଥିଲି କେହି ଜଣେ ବାୟାଣୀକୁ ସଙ୍ଗରେ ନେଇ ଯାଉଥିବାର ମୁଁ ଦେଖିଛି, ହେଲେ ନକହିପାରି ତିଳ ତିଳ ହୋଇ ଜଳୁଛି, ତଥାପି ସତ୍ୟର ଉନ୍ମୋଚନ ହେବାର ଭରସା ଅଛି, କାରଣ ବାୟାଣୀ ହାତ ମୁଠାରୁ କୌଣସି ପୁରୁଷ ଲୋକର ଶାର୍ଟ କଲର ରହିଯାଇଛି, ଆଉ ସେହି ଶାର୍ଟ ପଡୋଶୀ ଛାତ ଉପରେ ଶୁଖୁଥିଲା ବେଳେ ତାର ଫୋଟୋ ଉଠେଇ ମୁଁ ରଖିଛି ସାଇତି ଆଉ କୋଉ ପାଣି କୁଆଡେ ଯାଉଛି ଦେଖିବାକୁ ସମୟକୁ ଅପେକ୍ଷା କରିଛି l



Rate this content
Log in

Similar oriya story from Tragedy