ମୁଠାଏ ଦାନା
ମୁଠାଏ ଦାନା
ଭୋକ ଲାଗୁଛି ମାଆ ଖାଇବାକୁ ମୁଠାଏ ଦିଅ।
ଆରେ ତୁ ପ୍ରତ୍ୟକ ଦିନ ଘର ଘର ବୁଲି ଭିକ ମାଗୁଛୁ ତତେ ଲାଜ ମାଡୁନି ଯମା ତୁ ଦିନେ ନୁହେଁ ଦୁଇଦିନ ନୁହଁ ପ୍ରତ୍ୟକ ଦିନ ମୋ ଘରକୁ ଚାଲିଆସୁଛୁ। ଖାଇବାକୁ ଦିଅ କହି। ତୁ ଗୋଟେ ମଣିଷ ହୋଇଥାନ୍ତୁ ଏମିତି ଭିକ ମାଗି ନଥାନ୍ତୁ। ନିତି ସକାଳେ ସଂନ୍ଧ୍ୟାରେ ଚାଲିଆସୁଛୁ । ଛି ଛି ଯାଆ ଏଇଠୁ। କିଛି କାମକରେ ମୂଲ ଲାଗେ।
ଏ ମୁଠାଏ ଦାନାରେ ପେଟ ପୁରେ ନାହିଁ ମାଆ। ମୋର ପେଟଭର୍ତ୍ତି ହୋଇଯାଏ ଯେତେବେଳେ ଏ ଦାନାମୁଠାକ ନେଇ ଭୋକିଲାକୁ ଦେଇଦିଏ।
ମାଆ ମାଆ ମାନବିକତା ବି ମୋ ପାଖରେ ଅଛି। ମାଆ ତୁମେ ଜାଣିଛ ମାଗିଯାଚି ଯେତିକି ଖାଦ୍ୟ ମୁଁ ନିଏ ମୁଁ ନିଜେ ଭୋକିଲା ରହି ଭୋକରେ ଆଉଟୁପାଉଟୁ ଖାଦ୍ୟ ମିଳୁନଥିବା ବୁଲା କୁକୁର,ଗାଇ ଇତ୍ୟାଦିକୁ ଖାଇଵାକୁ ଦେଇଦିଏ। ସେଥିରେ ମୋ ଭୋକ ମେଣ୍ଟିଯାଏ। ଯିଏ ଯାହାର ଭୋଜିଭାତ କରନ୍ତି ବାହାରେ ବଳକା ଫେପଡା ଖାଦ୍ୟଗୁଡାକୁ ଗୋଟେଇ ଆଣି ବୁଲା କୁକୁର
ଇତ୍ୟାଦିକୁ ଦେଇଦିଏ। ଏବଂ ଯିଏ ଭୋକିଲା ତାକୁ ଦେଇଦିଏ। ଭୋକିଲା ହିଁ ଜାଣେ ଭୋକର କଷ୍ଟ କଣ।
ମାଆ ମାଆ ତୁମକୁ ମୁଁ ନିତି ଦେଖେ ତୁମର ବଳକା ଖାଦ୍ୟସବୁ ବାହାରକୁ ଆସି ଏକ ଗଭିର ନାଳରେ ଫୋପାଡି ଦେଉଛ ଯେଉଁ ନାଳ ଭିତରେ କୌଣସି ପଶୁଵି ଯାଇ ଖାଇପାରିବେ ନାହିଁ। ମୁଁ ଭାବିଲି ଯଦି ମୁଁ ଘରଘର ବୁଲି ମାଗିବି ,ବଳକା ଖାଦ୍ୟକୁ ସଂଗ୍ରହ କରି ପଶୁପକ୍ଷୀ ଇତ୍ୟାଦିକୁ ଦେବି ସେମାନେ ବି ଭୋକ ଦାଉରୁ ରକ୍ଷା ପାଇବେ।
ଭୋକିଲାର ଏଥିରେ ପେଟ ପୁରିବ। ଯେଉଁଦିନ ମୁଁ ନିଜେ ଛିଣ୍ଡା କମ୍ବଳ ଏବଂ ଖୋଲା ଆକାଶ ତଳେ ଅସହ୍ୟ ଭୋକର ଯନ୍ତ୍ରଣାରେ ଛଟପଟ ହୋଇ ବାହାରେ ବୁଲୁଥିବା ଭୋକିଲାମାନଙ୍କୁ ଦେଖିଲି ମୋ ନିଦ ହଜିଗଲା ଏବଂ ଭୋକଶୋଷ ସବୁ ଭୁଲିଗଲି। ସେହିଦିନଠାରୁ ଏହି ବୃର୍ତ୍ତି ଅବଲମ୍ବନ କଲି। ନିଜେ ଭୋକିଲା ରହି ଅନ୍ୟମାନଙ୍କୁ ଖାଇବାକୁ ଦେଲି ।
ତୁ ଠିକ୍ କରିଛୁ କହି ଭଦ୍ର ମହିଳାଟି ଘର ଭିତରକୁ ଚାଲିଗଲେ।