ଓଡ଼ିଆ ଗଳ୍ପ ଓ କବିତା - ୨

Classics Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics Inspirational

ମୁଁ ତୁମ ସାଥୀରେ ଅଛି

ମୁଁ ତୁମ ସାଥୀରେ ଅଛି

2 mins
7.2K


ଆଜି ରବିବାର। ଅଜାଙ୍କଠାରୁ ଗପ ଶୁଣିବା ବବଲୁ ଓ ରିଙ୍କିର ପାଳି। ଖିଆପିଆ ସାରି ଦୁହେଁ ଅଜାଙ୍କ ପାଖରେ ହାଜର ହୋଇଗଲେ। ନାତି- ନାତୁଣୀଙ୍କୁ ପାଖରେ ବସାଇ ଅଜା ଗପ ଆରମ୍ଭ କଲେ। ଅନେକ ଦିନ ତଳର କଥା। ଜଣେ ସନ୍ନ୍ୟାସୀ ଥିଲେ। ସେ ସଦାସର୍ବଦା ଭଗବାନଙ୍କୁ ଡାକୁଥିଲେ। ସନ୍ନ୍ୟାସୀଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଦିନେ ଭଗବାନ ସନ୍ନ୍ୟାସୀଙ୍କୁ ଦେଖାଦେଲେ। ଭଗବାନଙ୍କୁ ଆଖି ସାମ୍ନାରେ ପାଇ ସନ୍ନ୍ୟାସୀ ବହୁତ ଖୁସି ହୋଇଗଲେ, କିନ୍ତୁସେ ଭଗବାନଙ୍କୁ ଅଭିମାନ କରି କହଲେି “ହେ ପ୍ରଭୁ ! ମୁଁ ଆପଣଙ୍କୁ ଦିନ ରାତି ଡାକୁଛି, କିନ୍ତୁ ଆପଣ ମୋତେ କିଛି ସାହାଯ୍ୟ କରୁନାହାନ୍ତି | ଭଗବାନ କହଲେି ‘ବତ୍ସ’ ! ତୁମର ଏପରି ଭାବିବା ଉଚିତ ନୁହେଁ। ମଁ ସଦାସର୍ବଦା ତୁମ ସାଥୀରେ ଅଛି। ଭଗବାନଙ୍କ କଥା ଶଣି ସନ୍ୟାସୀ କହଲେି “ପ୍ରଭୁ”! ଯଦି ଆପଣ ସଦାସର୍ବଦା ମୋ ସାଥୀରେ ଅଛ , ମୁଁ କେମିତି ଜାଣି ପାରୁନାହିଁ ? ଭଗବାନ କହଲେି ଆଜିଠାରୁ ତୁମେ ଯେଉଁଆଡ଼େ ଯିବ ତୁମ ପଛରେ ଦୁଇଟି ପାଦ ଚିହ୍ନ ପଡ଼ିଥିବ। ଗୋଟିଏ ମୋର ଏବଂ ଗୋଟିଏ ତୁମର। ଏହା ଶଣି ସନ୍ନ୍ୟାସୀ ଖୁସି ହୋଇ ଭଗବାନଙ୍କୁ ପ୍ରଣାମ କଲେ। ଭଗବାନ ଆଶୀର୍ବାଦ ଦେଇ ଅଦୃଶ୍ୟ ହୋଇଗଲେ। ସେହି ଦିନଠାରୁ ସନ୍ନ୍ୟାସୀ ଯେଉଁଆଡ଼େ ଯାଉଥାନ୍ତି ପଛକୁ ଚାହିଁ ଦେଖନ୍ତି ପ୍ରକୃତରେ ତାଙ୍କ ଚଲାପଥରେ ଦୁଇ ପାଦ ଚିହ୍ନ ପଡ଼ିଥାଏ। ସେଥିପାଇଁ ସେ ବହୁତ ଖୁସି ହୁଅନ୍ତି , ଯାହା ହେଉ ଭଗବାନ ତାଙ୍କ ସାଥୀରେ ଅଛନ୍ତି | ଦିନେ ସନ୍ୟାସୀ ଉଦୁଉଦିଆ ଖରାରେ ଗୋଟିଏ ମରୁଭୂମିରେ ଯାଉଥାଆନ୍ତି । ଖଇ ଫୁଟିଲା ପରି ବାଲି ତାତି ଥାଏ, କିନ୍ତୁ ସନ୍ନ୍ୟାସୀଙ୍କୁ କିଛି କଷ୍ଟ ଲାଗିଲା ନାହିଁ। ସେ ମନ ଆନନ୍ଦରେ ଚାଲୁ ଥାଆନ୍ଟି ଗନ୍ତବ୍ୟ ସ୍ଥଳରେ ପହଞ୍ଚିସେ ପଛକୁଫେରିଚାହିଁ ଦେଖିଲେ ତାଙ୍କ ଆସିବା ରାସ୍ତାରେ ଗୋଟିଏ ପାଦ ଚିହ୍ନ ପଡ଼ିଛି। ଭଗବାନ ତାଙ୍କୁ ଠକି ଦେଲେ- ଏହି କଥା ଭାବି ସେ ଭଗବାନଙ୍କ ଶରଣାଗତ ହୋଇ ପ୍ରାର୍ଥନା କଲେ, ହେ ପ୍ରଭୁ ! ଆପଣ ମୋର ସୁଖ ସମୟ ରେ ମୋ ସହିତ ରହଲେି ; କିନ୍ତୁମୋର ଯେତେବେଳେ କଷ୍ଟ ସମୟ ଆସିଲା ସେତେବେଳେ ଆପଣ ମୋତେ ଏକୁଟିଆ ଛାଡିଦେଲେ କାହିଁକି ? ଆପଣ ମୋତେ କଥା ଦେଇ ଭୁଲି ଗଲେ କେମିତି ? ଭକ୍ତର ଡାକ ଶଣି ଭଗବାନ ପ୍ରକଟ ହୋଇ କହଲେି ‘ବତ୍ସ’! ତୁମେ ଯାହା ଭାବୁଛ ତାହା ଭାବିବା ସ୍ୱାଭାବିକ। ମୁଁ କିନ୍ତୁ ତୁମ ସୁଖ ଓ ଦୁଃଖ ସବୁଥିରେ ଅଛି। ତୁମେ ଯେଉଁ ଗୋଟିଏ ପାଦ ଚିହ୍ନ ଦେଖିଲ ତାହା ମୋର, ତୁମକୁ ଚାଲିବାରେ କଷ୍ଟ ହେଉଥିବା ଦେଖି ମୁଁ ତୁମକୁ ମୋ କାନ୍ଧରେ ବସାଇ ମରୁଭୂମି ପାରକରାଇଲି। ତେଣୁ ଆଉ ଗୋଟିଏ ପାଦ ଚିହ୍ନ ପାଇଲ ନାହିଁ। ବତ୍ସ ! ଭଗବାନ କେବେବି ଭକ୍ତକୁ ଠକାନ୍ତି ନହିଁ । ସନ୍ନ୍ୟାସୀ ନିଜ ଭୁଲ ବୁଝିପାରି ଭଗବାନଙ୍କୁ କ୍ଷମା ମାଗିଲେ। କରୁଣାସାଗର ପ୍ରଭୁ ହସି ଦେଇ ଅଦୃଶ୍ୟ ହୋଇଗଲେ। ସନ୍ୟାସୀ ପ୍ରଭୁଙ୍କ ନାମ ଜପିଜପି ନିଜ ପଥରେ ଆଗେଇ ଗଲେ। ବୁଝିଲ ପିଲେ ତୁମେ ଭକ୍ତି ମନରେ ଭଗବାନଙ୍କୁ ଡାକିଲେ ସେ ସଦାବେଳେ ଦୁଃଖ ହେଉ କିମ୍ବା ସୁଖ ହେଉ ତୁମ ସାଥୀରେ ଥିବେ |


Rate this content
Log in

Similar oriya story from Classics