STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ମୁଁ କିଏ

ମୁଁ କିଏ

2 mins
322

ଗାନ୍ଧୀ କିଏ ? ର, ପ୍ରଶ୍ନ ମତେ ବ୍ୟତିବ୍ୟସ୍ତ କରୁଥିଲା ବେଳେ ମୋର ଭଗବାନଙ୍କ ଅବତାର କଥା ମନେ ପଡେ. ଦୁଷ୍ଟ ନିବାରଣ ପାଇଁ ତଥା ଶାନ୍ତି ପ୍ରତିଷ୍ଠା ପାଇଁ ଯୁଗେ ଯୁଗେ ଭଗବାନ ଅବତାର ନିଅନ୍ତି, ସେ ଅବତାରୀ କେବେ ରାମ ତ କେବେ ଶ୍ରୀକୃଷ୍ଣ l

   ରାମ ବା ଶ୍ରୀକୃଷ୍ଣ ଯେମିତି ମଣିଷ ରୂପେ ଜନ୍ମ ଗ୍ରହଣ କରିଥିଲେ, ଗାନ୍ଧୀ, ଗୋପବନ୍ଧୁ, ଜବାହର, ଶାସ୍ତ୍ରୀ, ବିବେକାନନ୍ଦ, ରାମକୃଷ୍ଣ ପରମହଂସ, ଶ୍ରୀ ଅରବିନ୍ଦ ମଧ୍ୟ ଜଣେ ଜଣେ ସିଦ୍ଧ ପୁରୁଷ ରୂପେ ଜନ୍ମଗ୍ରହଣ କରିଥିଲେ, ଏହି ସିଦ୍ଧ ପୁରୁଷ ମାନଙ୍କ କାର୍ଯ୍ୟ, ଧର୍ମ ଯଦି ତୁଳନା କରାଯାଏ, ସମସ୍ତେ ଗୋଟେ ପଟେ ରହିଲେ ଗାନ୍ଧୀ ଗୋଟେ ପଟେ ନିଶ୍ଚିନ୍ତ କହିବାକୁ, "ମୁଁ କିଏ "ଭାବିଲେ ବି ମୋ ସୀମିତ ଜ୍ଞାନ ମତେ ସେଥିପାଇଁ ବାଧ୍ୟ କରେ କେଜାଣି କାହିଁକିର ଉତ୍ତରରେ l

    ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ସଖା ହୋଇ ବିଶ୍ଵରୂପ ଦେଖାଇ ତାଙ୍କୁ କେବଳ କର୍ତ୍ତବ୍ୟବୋଧର ସରହଦ ଭିତରକୁ ଏକରକମ ବାଧ୍ୟ କରିଥିଲେ ଯୋଉଠି ଆତ୍ମୀୟ ସ୍ୱଜନଙ୍କ ରକ୍ତ ମଧ୍ୟ କିଛି ନୁହେଁ କର୍ତ୍ତବ୍ୟ ଆଗରେ, ଏମିତିକି ଆତ୍ମୀୟ ସ୍ୱଜନ କଣ ପିତା ମାତା ଭ୍ରାତା ପୁତ୍ରଙ୍କ ମୃତ୍ୟୁ ବି କିଛି ନୁହେଁ, ସବୁ ଅଢେଇ ଦିନିଆଁ ମାୟା ଓ ମୋହ ବୋଲି କହି ସଚେତନ କରିଥିଲେ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ, କିନ୍ତୁ ଗାନ୍ଧୀ, ସ୍ୱାର୍ଥର ଉର୍ଦ୍ଧରେ ଦେଶ ଓ ଦେଶବାସୀଙ୍କ ହିତରେ ବିନା ରକ୍ତପାତରେ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇଥିଲେ l

   କର୍ତ୍ତବ୍ୟ ପାଇଁ ହିଂସା ଅହିଂସା ଯେଉଁ ପଥ ବି ହେଉ ବାଛି ନେବାକୁ ଅଣ୍ଟା ଭିଡୁଥିବା ଅନେକ ଦେଶପ୍ରେମୀ, ସେ ହୁଅନ୍ତୁ ସୁବାଷ ବୋଷ ଅବା ଶ୍ରୀ ଅରବିନ୍ଦ, ତାଙ୍କ ଆଗରେ ଗୋଟିଏ ଲକ୍ଷ, କର୍ତ୍ତବ୍ୟପାଇଁ ଯେକୌଣସି ପନ୍ଥା ବା ଉପାୟ ଅବଲମ୍ବନ କରାଯାଇପାରେ କିନ୍ତୁ ଗାନ୍ଧୀଜି ?, ଦୃଢ଼ମନା, ଆତ୍ମସଂଯମୀ, ସ୍ଥିରବୁଦ୍ଧିସମ୍ପର୍ଣ୍ଣ, କ୍ଷମତାପ୍ରତି ବିତସୄହତା, ସ୍ୱାର୍ଥର ଉର୍ଦ୍ଧରେ, ପରିବାରରୁ ନିବୃତ୍ତି ରହି ଜନଜାଗରଣ କରି ବିନା ରକ୍ତପାତରେ ଅହିଁସା ମନ୍ତ୍ର ରେ ଦେଶକୁ ସ୍ବାଧୀନତା ଆଣିଦେବା କଣ ସାଧାରଣ ମଣିଷର କାମ? ଏଇଠି ମନେ ପଡନ୍ତି ରାମ, ସ୍ୱାର୍ଥ ଉର୍ଦ୍ଧରେ ପ୍ରଜା ହିତରେ ନିଜ ସୁଖ ସମୃଦ୍ଧି ଭୁଲି ଅସୁର ଓ ଆସୁରୀକ ପ୍ରବୃତ୍ତି ର ହତ୍ୟା କରିଥିଲେ ସେ କିନ୍ତୁ ବିନା ରକ୍ତପାତରେ ବି ନୁହେଁ, ତେବେ ରାମଙ୍କଠୁ ବି ଟିକେ ଉର୍ଦ୍ଧ ରେ ନୁହନ୍ତି କି ଗାନ୍ଧୀ ? 

    ଆହୁରି ଅନେକ କଥାର ଅବତାରଣା ରହିଛି ଗାନ୍ଧୀଙ୍କ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ, ଭୂମିରୁ ଭୂମା ଯାଏଁ ତାଙ୍କ ମହିମାମୟ କାର୍ଯ୍ୟଧାରା କୁ ଧରି ରଖିବାକୁ, ତାଙ୍କ ବିଚାରଧାରା କୁ ଆପଣେଇନେଲେ, ଆଜି ଦେଶ ଭିତରେ ଓ ଦେଶ ବାହାରେ ଯେତେ ସବୁ ଦଙ୍ଗା ହିଂସା ଲୁଣ୍ଠନ, ଲୁଟତରାଜ, ଦୁଷ୍କର୍ମ, ନାରୀନିର୍ଯାତନା, ସାମ୍ପ୍ରଦାୟିକତା ମନୋଭାବର ନିଶ୍ଚୟ ପରିସମାପ୍ତି ଘଟି କେବଳ" ଓଁ ଶାନ୍ତି " ର ବାର୍ତ୍ତା ପ୍ରସାରିତ ହେଉଥାନ୍ତା, ହେଲେ ଏସବୁ କହିବାକୁ ଉପସ୍ଥାପନ କରିବାକୁ ମୁଁ କିଏ ର ଭାବନା ମତେ କାହିଁକି ନିରୁତ୍ସାହିତ କରୁଛି ବୁଝିପାରନା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract