Lipsa Acharya

Tragedy

3.3  

Lipsa Acharya

Tragedy

ମୁଁ ହିଁ କେବଳ ଦାୟୀ

ମୁଁ ହିଁ କେବଳ ଦାୟୀ

1 min
482


ଯନ୍ତ୍ରଣା ଭାରି ବେଦନା ଦାୟକ। କହି ହେଉ ନାହିଁ, କି ସହି ହେଉନାହିଁ ।ଯାହାକୁ କହିପାରିଥାନ୍ତି ; ତାଙ୍କୁ ଦେଖିଲେ ଆଜି ଭୟ ଲାଗୁଚି । କେତେ ସୁନ୍ଦର ମୁଁ ଥିଲି ! ସ୍ବପ୍ନର ପରିଥି ମଧ୍ଯରେ ରଙ୍ଗିନ ପରଜାପତି, ଡେଣା ମେଲାଇ ଭ୍ରମଣ କରୁଥିଲି । କଢିଟିଏ ଥିଲି, ବଗିଚାରେ ରଙ୍ଗବେରଙ୍ଗର ଫୁଲଟିଏ ହୋଇ ଫୁଟିଥାନ୍ତି । ହେଲେ....ନର ରାକ୍ଷାସ ଗଣ!କଢିକୁ ଚ୍ଥିଣ୍ଢାଇ,ପାଦରେ ଦଳିଦଳି ଖଣ୍ଡ ବିଖଣ୍ଡିତ କରି,ରାସ୍ତା କଡରେ ପିଙ୍ଗି ଚାଲିଗଲେ ।


      ତା ପରବର୍ତ୍ତୀ ଯନ୍ତ୍ରଣା ଏ ସବୁ ।ପ୍ରାଣଟା ବି ଶରୀରକୁ ଚ୍ଥାଡି ଯାଉନି ।ଭାରି କଲବଲ କରୁଚି ମୋତେ। କେତେ ଲୋକ ଦେଖିବାକୁ ଆସନ୍ତି। ଦୁଃଖିତ ହୋଇ, ମା କୁ ଦୁଇପଦ ଆତ୍ମୟୀଭରା କଥା କୁହନ୍ତି । ଖବର କାଗଜ ଆଉ ଟିଭି ବାଲା ବାପାଙ୍କୁ ବାରମ୍ବାର ସେ ଗୋଟିଏ କଥା ପଚାରୁଛନ୍ତି। ଦାୟୀ କିଏ ? ସେମାନଙ୍କ ମଧ୍ଯରୁ କାହାକୁ ଚିହ୍ନିଛନ୍ତି ? ଏମିତି କେତେ ପ୍ରଶ୍ନ ?


      ମୋତେ ଏଇ ପ୍ରଶ୍ନ କିଏ ପଚାରିଥାନ୍ତା ? ବାପା ସିନା କହିପାରୁ ନାହାନ୍ତି । ମୁଁ ନିଶ୍ଚିତ କହିପାରିଥାନ୍ତି । ପ୍ରଥମ ଭୁଲ୍ ଟି ବାପା ମା ର । କାହିଁକି ନା ,ଯେତେବେଳେ ଜାଣିଲେ କନ୍ଯା ସନ୍ତାନ ଟିଏ ଜନ୍ମ ନବ ବୋଲି । ସେହି ସମୟରେ ମାରିଦେବାର ଥିଲା ତାଙ୍କର । ଯଦିବା ଜନ୍ମ ହେଲି,କଣ ପାଇଁ ଏତେ ଆଦର ସ୍ନେହ କରୁଥିଲେ। ଯେଉଁଥିପାଇଁ ମୋ ଠାରୁ ଅଧିକ କଷ୍ଟ ସେମାନଙ୍କୁ ହଉଛି । ଆଉ ରହିଲା ଏ ସମାଜ କଥା । ଏଠାରେ ମୁଖାପିନ୍ଧା ଆତ୍ମୀୟୀ ସଂଖ୍ଯା କମ୍ ନୁହେଁ । ସମାଜ ମତରେ ପୁରୁଷ କୌଣସି ଭୁଲ୍ କରେ ନାହିଁ । ତେଣୁ ଆଜି ମୋ ଉପରେ ହେଇଥିବା ଅମାନୁଷିକ ଅତ୍ଯାଚାର ପାଇଁ ମୁଁ ହିଁ କେବଳ ଦାୟୀ ।



Rate this content
Log in

Similar oriya story from Tragedy