Gitanjali Pujapanda

Drama Romance

4.5  

Gitanjali Pujapanda

Drama Romance

ମୁଁ ଏକା ତୁମର

ମୁଁ ଏକା ତୁମର

9 mins
464



ଅନିରୁଦ୍ଧ କଣେଇ କଣେଇ ଚାହୁଁ ଥିଲା ସୀମାକୁ ସୀମା ମଧ୍ୟ ଇଚ୍ଛା କରୁଥିଲା ଅନିରୁଦ୍ଧ ଆସି ତାକୁ କୋଳେଇ ନିଅନ୍ତୁ ବୋଲି ହେଲେ କିଛି କହୁ ନ ଥିଲା ଦିନେ ଦୁଇ ଦିନ ଗଲା କିଏ କାହାକୁ କିଛି ନ କହି ଯାହା ଦରକାର ହେଉଥିଲା ପିଲାମାନଙ୍କୁ ମଝିରେ ରଖି ସେମାନଙ୍କର ଦୂରା କୁହାକୁହି ହେଉଥିଲେ ସ୍ୱାମୀ ସ୍ତ୍ରୀ ହୋଇ ମଧ୍ୟ କାରଣ ସେମାନଙ୍କର ସାମନ୍ୟ କଥା ରେ ମନ ମାଳିନ ଘଟିଥିଲା ଆଉ ସାମନ୍ୟ କଥା ହି ବଡ଼ ଆକାର ଧାରଣ କରେ ଯେତେବେଳେ ତୁମର ମୁଡ ଟି ଅଫ ଥାଏ ।

ସ୍ତ୍ରୀ ହେଉ କି ସ୍ୱାମୀ ରାଗ କି ଅସମ୍ଭାଳ ଛୋଟ ଛୋଟ କଥାରେ ରାଗ ଝିମିଟି ଖେଳ ରୁ ମହାଭାରତ ବାହାଘର କୁ ଦଶ ବର୍ଷ ହେବ ବାହାଘର ଦୁଇ ମାସ ରୁ ମାତ୍ର ଦୁଇ ଥର କି ତିନି ଥର ଅନିରୁଦ୍ଧ ସୀମା ଉପରେ ରାଗିଛନ୍ତି ପୁଣି ସାମାନ୍ୟ କଥା ରେ ମୁଁ ଅଫିସ ରୁ ଆସିଲା ବେଳେ ତୁମେ ରୋଷେଇ ଘରେ ରହିଯାଉଛ ,ଦେହ ତୁମର ଝାଳ ଗନ୍ଧ ହେଉଛି ସମସ୍ତଙ୍କ ପାଇଁ ସମୟ ଅଛି ହେଲେ ମୋ ପାଇଁ ! ସୀମା କାହା ସହିତ ହସିହସି କଥା ହେଲେ ମଧ୍ୟ ସେ ସହି ପାରନ୍ତି ନାହିଁ ,ଟିକେ ଟିକେ କଥା ରେ ରାଗ ।ରାତି ରେ ଏକାଠି ଗୋଟିଏ ବେଡ଼ ଉପରେ ଶୋଇ ଲା ବେଳେ ମଧ୍ୟ ସିଏ ମନେ ମନେ ଭାବୁ ଥିବ ଅନି ମୋ ପାଖ କୁ ଲାଗି ଆସନ୍ତେ କି ସୀମା ବି ଭାବି ନିଏ ଅନିରୁଦ୍ଧ ପଚାରନ୍ତି କି ମୁଁ କଣ ଖାଇଛି? ମୁଁ ଆଜି ତାଙ୍କ ବିନା କେମିତି ଘରେ ସମୟ କାଟିଲି ମତେ ତାଙ୍କ ଛାତି ରେ ଆଉଜି ଦେଇ ମୁଣ୍ଡ କୁ ମୋର ସେହ୍ନ ରେ ସାଉଁଳି ଦିଅନ୍ତେ ମାତ୍ର ଅନି କୁ ପଡୁପଡୁ ସେଜ ରେ ନିଦ ଆଉ ଏମିତି ଜୋର ରେ ଘୁଙ୍ଗୁଡ଼ି ଛାଡ଼ନ୍ତି ଯେ ଶୋଇବା ମୁସ୍କିଲ ହୋଇଯାଏ ସୀମା ର ।ସେ ତାଙ୍କୁ କେତେ ଥର କହିଲାଣି ଅନି ଟିକେ ଡାକ୍ତର ଙ୍କୁ ଦେଖା ଅ ତୁମ ପାଇଁ ମୋ ନିଦ ଖରାପ ହେଉଛି ଯେ ! ମାତ୍ର ଅନି ତାକୁ ଫାଙ୍କି ଦେଇ କୁହନ୍ତି ନିଜେ ଘୁଙ୍ଗୁଡ଼ି ମାରୁ ଥିବ ଆଉ ମତେ କହୁଚ ! ସୀମା କୁ ଏ ମିଛ କଥା ବରଦାସ୍ତ ହୁଏ ନାହିଁ

ଦିନେ ରାତି ରେ ଅନି ଶୋଇ ଘୁଙ୍ଗୁଡ଼ି ମାରିବା ଅଵସ୍ଥା ରେ ରେକଡ଼ିଂ କରିଦେଇ ପାଖ ରେ ରଖେ ଦରକାର ପଡ଼ିଲେ ଘୁଙ୍ଗୁଡ଼ି ର ପ୍ରମାଣ ଦେବା ପାଇଁ ହେଲେ ଦିଏ ନାହିଁ ।

ଯୌଥ ପରିବାର ଘରେ ଶଶୁର ବୟସ ପାଖା ପାଖି ପଞ୍ଚସ୍ତରୀ ଶାଶୁ ଙ୍କର ଷାଠିଏ ପାଖାପାଖି ପନ୍ଦର ବର୍ଷ ବଡ଼ ସାନ ପୁରୁଣାକାଳ ଲୋକ ହିସାବ ରେ ଶାଶୂର ହାଇକୋଟ ର ଜର୍ଜ ଥିଲେ ଶାଶୂ ଙ୍କର ମଧ୍ୟ କଲେଜ ରେ ଲେକଚର ଚାକିରୀ ।ଦେହ ଖରାପ ହେବାରୁ ସେ ଶାଶୁ ଙ୍କର କହିବା ରୁ ଭଲିୟଂଟାରୀ ରିୟାର ମେଣ୍ଟ ପରେ ଏବେ ଘରେ। ସୀମା ର ପ୍ରେମ ବିବାହ ଅନିରୁଦ୍ଧ ସଂଗେ! ଦୁଇଟି ଛୁଆ ବେଳେ ବେଳେ ତାକୁ ବିରକ୍ତ ଲାଗେ କଲେଜରେ ପଢିବା ବେଳେ ଅନିରୁଦ୍ଧ କେତେ ଥର ତାକୁ ପ୍ରେମ ର ଅଢେଇ ଅକ୍ଷର କହିଛନ୍ତି ଆଉ ବିବାହ ପରେ ଥରେ କି ଦୁଇ ଥର ମାତ୍ର! ସତେରେ ବିବାହ ପରେ ସବୁ କିଛି ବଦଳି ଯାଏ ଜୀବନ ରେ ଯେଉଁ ଲୋକ ଟି ତୁମ କୁ ନ ଦେଖିଲେ ଉଦାସ ହୁଏ ସେ ତୁମ କୁ ଘରେ ପାଇ ବିରକ୍ତ ଅନୁଭବ କରେ କଥା ରେ କାର୍ଯ୍ୟକଳାପ ରେ ସବୁ ବେଳେ ତୁମକୁ ଏକୁଟିଆ ପାଇବା କୁ ଚେଷ୍ଟା କରି କିଛି ଦୁଷ୍ଟାମୀ ପାଇଁ ମାତ୍ର ନ ମିଳିଲେ ରାଗ ଆସେ ମନ ରେ ଯାହା ଅଭିମାନ ରେ ପରିଣତ ହୁଏ ।

ଆଗେ ପ୍ରଫୁମ ମାରି ଡ୍ରେସ କୁ ଆଇରନ କରି ପୁରା ସ୍ମର୍ଟ ବେଶ ପୋଷାକ ରେ ସୀମା କୁ ନେଇ ଦୁନିଆଁ ବୁଲନ୍ତି ହେଲେ ବିବାହ ପରେ ଛ ଅ ମାସ ରେ ବହୁତ କଷ୍ଟ ରେ ଥରେ ସୀମା ମଧ୍ୟ ଚାକିରୀ ଛାଡି ଘର ର ଜଞ୍ଜାଳ ମୁଣ୍ଡୁଉଛି ।ପିଲା ଆଉ ଘର ସମ୍ବାଳିବା ଏତେ ସହଜ ନୁହେଁ

ତଥାପି ନିଜ କୁ ସେମାନଙ୍କର ସେବା ରେ ନିୟୋଜିତ କରିଛି ତା ବଦଳ ରେ ଖାଲି ଚାହିଁ ଛି ଅନି ରୁଦ୍ଧ ଙ୍କର ସେ ପ୍ରେମ ଭରା ଚାହିଁଣି ଆଉ ଦୁଇ ଟି କଥା ଗୋଟିଏ ତୁମେ ଖାଇସାରିଲାଣି ଆଉ ଗୋଟେ କାମ କରିକି ଥକି ପଡିଛ ନା ଆଉ ସାମନ୍ୟ କିଛି ଖୁଶି ଯେଉଁ ଥିରେ ତାର ଅଧିକାର ମ୍ୟାରେଜ ଅନିବର୍ଷରୀ ରେ କିଛି ଗିଫ୍ଟ ।

ହେଲେ ମନେପଡିଲେ ତ ତାରିଖ ସବୁ ମନେପଡୁଛି ମାତ୍ର ଖାଲି ଦୁଇ ଟି ତାରିଖ ମନେପକାଇବା କଷ୍ଟ ସେ ଲାଗି ବି ଅଭମାନ ସହିତ ରାଗ ।

ବର୍ଷ ବର୍ଷ ଧରି ତମ ଘରେ କାମ କରିବି ତମ ମାନଙ୍କର ଯତ୍ନ କରିବି ।

କିନ୍ତୁ ମୋ ପାଇଁ କିଛି ନାହିଁ ମୁଁ କଣ ମଣିଷ ନା ଗୋଟେ ମେସିନ ଭାବିଛ!! ମତେ ଯାହାର କିଛି ଆଶା ନାହିଁ କି ଆକାଂକ୍ଷା ବି ନାହିଁ ଭାବି ମୁହଁ କୁ ଫୁଲେଇ ବସେ କେତେ ସମୟ କେତେ ଦିନ ବା ବସିବ ସେ କଣ ତାକୁ ମନେ ଇବେ ଓଲଟି ଚୋର ପୋଲିସ କି ଗାଳିକଲା ପରି ଅନିରୁଦ୍ଧ ସୀମା କହିବା ଆଗରୁ ବହୁତ ଚିଡିଚିଡି ହେଇ ଯାନ୍ତି କଣ ପାଇଁ ସୀମା ଯଦି କିଛି କୁହେ କହିବେ ଓଃ !!କି କାମ ଖାଲି ଘରେ ବସିବସି ରୋଷେଇ କରିବା ଛଡା ଆଉ ପିଲା ସମ୍ଭାଳିବା କାମ ତ ।ଆମ ପରି ବାହାରକୁ ଗଲେ ଖରା ରେ ତରାରେ ସିଝିଲେ ତମର ବାଗ ଛାଡ଼ି ଯିବ। ଟିକେ ମଧୁର ଭାଷା ବି ନାହିଁ ଆଜିକାଲି ବିରକ୍ତ ହେବାରୁ ରାତିରେ ସୀମା କୁ ନିଦ ନାହିଁ ସକାଳୁ ମୁଣ୍ଡ କି ଉଠେଇ ବା ସମ୍ଭବ ନୁହେଁ ତା ପାଇଁ ଦେହ ରେ ରୋଗ ବୋଲି କିଛି ନାହିଁ ମାତ୍ର ମାନସିକ ଯନ୍ତ୍ରଣା ଅଛି ସୀମା କୁ ବିବାହ କରିବା ଦିନୁ ଅନିରୁଦ୍ଧ ଘର ର ଦେବା ନେବା ସମ୍ପର୍କୀୟ ଙ୍କର ବିଷୟ ରେ ତାଙ୍କର କିଛି ବି ଜ୍ଞାନ ନାହିଁ ସବୁ ସୀମା ବୁଝନ୍ତି ସେ ସବୁ କିଛି ଜଣାପଡେନି ଅନିରୁଦ୍ଧ ଙ୍କୁ ।

ସୀମା ର ମୁଣ୍ଡ ବିନ୍ଧାରେ ଫଟେଇ ଦେଉଥାଏ ତା ଶାଶୂ ଦେଖି କହିଲେ ମାଆରେ ଟିକେ ରେଷ୍ଟ ନେ ଗୋଟେ ଥର ମୁଣ୍ଡ ବୁଲେଇ ହୋଇ ବାର୍ଥ ଟଵରେ ମଧ୍ୟ ଗଳି ପଡିଥିଲା ଭାଗ୍ୟକୁ କିଛି ହେଲାନି ତାର ସେ ଦିନ ସାତ ବର୍ଷର ଝିଅ ତାକୁ ପଡ଼ୁ ପଡୁ ବଞ୍ଚେଇ ଥିଲା ତାପରେ ରାତି ହେବାରୁ ଯାଇ ଅନିରୁଦ୍ଧ କୁ କହିଲା ପାପା ମମି ଆଜି ବାର୍ଥ ରୁମରେ ପଡୁପଡୁ ବଞ୍ଚିଲେ ।

ମାତ୍ର ଅନିରୁଦ୍ଧ ଶୁଣୁ ଶୁଣୁ ଟିକେ ସହାନୁଭୂତି କଣ ଦେଖାଇବେ ଗାଳିରୁ ଆରମ୍ଭ କଲେ ହଁ ଉପର କୁ ମୁହଁ କରିଚାଲୁ ଥିବେ ବାର୍ଥ ରୁମ ଅପରିଷ୍କାର ଶିଉଳି ହେଇଥିଲା ବୋଧେ ସଫା କରି ନ ଥିଲେ ଆହୁରି ଅନେକ କଥା ସୀମା ରାତିରେ ରୋଷେଇଘରେ ରୁଟି କଲା ବେଳେ ଶୁଣୁଥିଲେ ଅନିରୁଦ୍ଧ ପାଟିରୁ ! ସତରେ କେତେ ବଦଳି ଯାଇଛି ଅନିରୁଦ୍ଧ ବିଶ୍ୱାସ ହେଉନି ଏ ସେହି ଅନିରୁଦ୍ଧ ନା ଆଉ ଅଲଗା କିଏ ଯିଏ ସୀମାର ପାଦ ଫୁଲରେ ପଡିଲେ ପଚାରୁଥିଲେ କାଟିଲା ବୋଲି ଆଜି ତାଙ୍କର ଏତେ ପରିବର୍ତ୍ତନ କିପରି ସମ୍ଭବ ।

ମନରେ ଏତେ ରାଗ ମୋ ପାଇଁ ମୁଁ କଣ କିଛି ଅସୁବିଧାରେ ତାଙ୍କୁ ପକେଇଲି କିଛି ନ କହି ଏକଥା ଭାବି ସୀମାର ମୁଣ୍ଡ ଟି ବିନ୍ଧି ଫଟେଇ ଦେଉଥାଏ କଷ୍ଟ ନ ସମ୍ଭାଳିପାରି ତା ପରଦିନ ସେ ଶାଶୁ ସହିତ ଡାକ୍ତର ପାଖକୁ ଯାଏ ଡାକ୍ତର ପରାମର୍ଶ ଦିଅନ୍ତି ଏ ମ ଆର ଆଇ ଟେଷ୍ଟ ପାଇଁ ଏକଥା ସୀମାର ଶାଶୂ ତାଙ୍କ ପୁଅ ଅନିରୁଦ୍ଧ କୁ ଜଣାଇଦିଅନ୍ତି ଆଉ ଅନିରୁଦ୍ଧ ସବୁ ଶୁଣି ଆଶ୍ଚର୍ଯ୍ୟ ହୁଏ ଆଉ ମନ ଦୁଃଖ କରିବା ସହିତ ବିଚଳିତ ହୋଇ ସଂଗେ ସଂଗେ ଡାକ୍ତର ଖାନା ଆସି ସୀମାକୁ ଗାଳି କରେ ଓଃ ! ନିଜର ଦେହ ଟିକୁ ସମ୍ଭାଳିବା କଷ୍ଟ ତୁମ ପାଇଁ ରୋଗୀ ହୋଇ  ଭୋଗି ସାଜିଛ ପିଲାମାନଙ୍କର କଥା ଆଉ ବାବା ମାଆ କଥା କଣ ବୁଝିବ ତୁମେ ! ନର୍ସ ଓ ଡାକ୍ତର ଅନିରୁଦ୍ଧଙ୍କର ପାଟିକୁ ଚାହିଁ ରହିଥାନ୍ତି ଆଉ ନର୍ସ କୁହେ ସାର ଆସନ୍ତୁ ଏଠି ବେଶୀ ପାଟି କରିବା ମନା ଅନିରୁଦ୍ଧ କୁ କହିବା କିଛି ବି ଲାଭ ହୁଅନି ସୀମା ଡାକ୍ତର ଙ୍କର ପରାମର୍ଶ ରେ କିଛି ଦିନ ହସ୍ପିଟାଲରେ ଆଡ୍ମିସନ ନିଅନ୍ତି ଅନିରୁଦ୍ଧ ରାଗି କି ଘରକୁ ଚାଲିଆସେ ।

ସବୁ ଦିନ ପରି ଅଭ୍ୟାସ ଅନିରୁଦ୍ଧଙ୍କର ଅଫିସରୁ ଘ କୁ ପସୁ ପସୁ ସୀମା ତାଙ୍କ ବ୍ୟାଗ ନେଇ ହାତକୁ ପାଣି ଗ୍ଲାସ ଟିକୁ ବଢ଼ାଇ ଦେଇ କୁହନ୍ତି ଯାଅ ଫ୍ରେସ ହେଇ ଆସ ମୁଁ ଗରମ ଗରମ ଖାଇବା ବାଢିକି ଆଣୁଛି। ଆଜି କିନ୍ତୁ ସେ ଅଭ୍ୟାସ ବି ଅଛି ଆଉ ଅଭ୍ୟାସକୁ ପୂରଣ କରୁଥିବା ଲୋକ ଟି ନାହିଁ ସତେ ର

 ବଡ଼ ବିଚିତ୍ର ଏ ସଂସାରରେ ସଂପର୍କ ପାଖରେ ଥିଲେ ତାର ମୂଲ୍ୟ ନାହିଁ ଦୂରକୁ ଗଲେ ମନ ତାକୁ ହିଁ ଖୋଜ ଇ ! ମନେ ମନେ ଖୋଜୁଥିଲେ ଅନିରୁଦ୍ଧ ସୀମାକୁ ଘରେ ବାପା ଆଉ ମାଆ ବି ନାହାନ୍ତି ବୋହୂର ଦେହ ଭଲ ନାହିଁ ବୋଲି ଝିଅ ଘରକୁ ଚାଲିଯାଇଛନ୍ତି ଗଲା ବେଳେ ଅନିରୁଦ୍ଧଙ୍କର ମାଆ ଚିଠି ଟିଏ ଲେଖି ଥୋଇ ଦେଇ ଯାଇଥିଲେ ରୁମରେ ତାଙ୍କ ଝିଅକୁ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି ପିଇସୀ ନାନୀ ଘରକୁ ଆଉ ଦୁଇ ବର୍ଷର ପୁଅକୁ ତା ଅଜା ଘରେ ଛାଡ଼ି ଦେଇଥିଲେ ବୋଲି ଚିଠି ପଢି ଜାଣିଲେ ଅନିରୁଦ୍ଧ ସତରେ ଅନିରୁଦ୍ଧ ଆଜି ଭାରି ଏକୁଟିଆ ଜଣା ପଡୁଥିଲେ ଖାଲି ଘର ଯେମିତି ତାଙ୍କୁ ଖାଇ ଗୋଡାଉଛି । ମଣିଷ ଏମିତି ଗୋଟେ ପ୍ରାଣୀ ଯାହାକୁ ଗାଳି କରେ ତାକୁ ବୋଧେ ବେଶୀ ନିଜର ଭାବେ ଆଉ ତାର ଅନୁପସ୍ଥିତି ତା ପ୍ରିୟ ଜନ କଥା ମନେ ପକାଇ ଦିଏ ।

ସୀମା ବି ହସ୍ପିଟାଲର ବେଡ଼ରେ ଶୋଇ ଭାବୁଥାଏ ଅନି ତାଙ୍କ ଜୀବନରେ ଆସିବା ଦିନ ଠାରୁ କଣ ସେ ପାଇଛନ୍ତି ଆଉ କଣ ହରେଇଛନ୍ତି ଖାଲି ଘର ଜଞ୍ଜାଳରେ ଛଟପଟ ହେଇଚାଲିଛନ୍ତି କେତେ ବେଳେ ବିରତି ନାହିଁ ତଥାପି ସେ ତାଙ୍କ ସହ ଖୁସି କାରଣ ଭଲପାଇବା ଯେଉଁଠି ଥାଏ ସେଠି ଖୁସି ଆପେଆପେ ଚାଲିଆସେ ।ଆଉ ଯଦି ହୃଦୟରେ ଆତ୍ମୟତା ନ ଥାଏ ତା"ହେଲେ ସମ୍ପର୍କରେ ଶୀତଳ ତା ଖୋଜିବା ମୃଖାମୀ ମନର ଆର ପାଖ ରେ ସନ୍ଦେହର ବିନ୍ଦୁଟିଏ ସାଗରର ରୂପ ନେବାକୁ କେତେ ସମୟ ସତରେ କଣ ଅନି ଆଉ ମତେ ଭଲ ପାଉ ନାହାଁନ୍ତି ! ଦଶବର୍ଷ କଣ ଆମ ପାଇଁ କାଫି ସାମନ୍ୟ କଥାରେ କଳି କରିବା କଣ ଦରକାର ଘୁଙ୍ଗୁଡ଼ି ତ ସମସ୍ତଙ୍କର ହୁଏ ଆଉ ମୁଁ କିଛି ଖରାପ କହିଲି ଡାକ୍ତରକୁ ଦେଖାଇ ବା ପାଇଁ କହିଥିଲି କାଳେ କିଛି ଅସୁବିଧା ଥିବ ତାଙ୍କ ଭଲ ଚିନ୍ତା କରିଛି ସବୁ ବେଳେ ମୁଁ ହେଲେ ସେ ମତେ ସବୁ ସମୟ ରେ ଖରାପ ବୁଝନ୍ତି ।ଆଉ କଥା କୁ ବଡ଼ କରି ଗାଳି ବି ମୁଁ ଆଉ ଯିବନି ତାଙ୍କ ପାଖ କୁ ଏଇ ହସ୍ପିଟାଲ ରୁ ନିଜ ଘର କୁ ଚାଲି ଯିବି ସତେ ରେ ମୁଁ କଣ ତାଙ୍କୁ ଛାଡିକି ରହିପାରିବି ।ସୀମାର ମନରେ ଅନି ର ବ୍ୟବହାର କୁ ନେଇ ଯୁଦ୍ଧ ଚାଲିଥାଏ ।

ସେପଟେ ଘରେ ଅନିରୁଦ୍ଧ ପ୍ରତ୍ୟେକ କଥାରେ ସୀମାକୁ ଖୁଜୁଥାନ୍ତି ସବୁଠି ତାଙ୍କୁ ସୀମାର ହସ ଲୁହ ରାଗ ର ସ୍ୱର ଶୁଣିବା ସହ ତାଙ୍କ ମାନସ ପଟଲ ରେ ସୀମା ର ଚିତ୍ର ସବୁ ଆଙ୍କି ହୋଇଯାଏ ଆଜି ବି ସୀମା ମୋ ହୃଦୟର ରାଣୀ ସତ କହିବାକୁ ଗଲେ ଯିଏ ଯାହାକୁ ଯେତେ ବେଶୀ ମନେପକାଏ ସେ ତା ହୃଦୟ ରେ ସେତିକି ଗଭୀରତା ରେ ରହି ଥାଏ ।

କଣ ଖାଇବେ ସୀମା ଥିଲେ ଘର ଟା ପୁରା ପୁରା ଲାଗେ ମାତ୍ର ଆଜି ଘର ଖାଲି ଖାଁ ଖାଁ ଲାଗୁଛି କେହି ବୋଲି ନାହାନ୍ତି ତାଙ୍କ ଛଡା ।ଜଞ୍ଜାଳ ରୁ ବାହାରି ଏକୁଟିଆ ଜୀବନ ବଂଚିବା କୁ ଇଛା ହେଲେ ଏକୁଟିଆ ସୀମା ସହ ସେ ବି ବୁଝିବା ଦରକାର ମୁଁ ତାଙ୍କ ସ୍ୱାମୀ ମୋର ଭଲ ମନ୍ଦ ସବୁ ତ ବୁଝୁଛନ୍ତି ସେ ଆଉ କଣ ଦରକାର ମନ ଖୋଲା ପ୍ରେମ ସେଟା କଣ ସମ୍ଭବ ତାର ବି ଏକ ସମୟ ଅଛି ! ପ୍ରେମର ମାତ୍ରା କଣ କମିଯାଇଛି ସୀମା ପ୍ରତି ମୋର ମୁଁ କଣ ଖାଲି ସୀମାଙ୍କର ଦେହକୁ ଭଲପାଉଛି ନା ତାଙ୍କ ମନ ର ପ୍ରତ୍ୟକ ଛୋଟ ବଡ଼ ଭାବନା ମୋ ପ୍ରତି ହେଉ କି ମୋ ପରିବାର ପ୍ରତି ! ଅନିରୁଦ୍ଧ ବହୁତ ମିସ କରୁଥିଲେ ସୀମାକୁ ଆଉ ସୀମା ମଧ୍ୟ।

ଆଉ ରହି ନ ପାରି ବାହାରି ପଡିଲେ ହସ୍ପିଟାଲର ଅଭିମୁଖେ ସୀମା ରହୁଥିବା କ୍ୟାବିନ ଆଡ଼ କୁ ଧସେଇ ହୋଇ ପଶିଗଲେ ସୀମା କିନ୍ତୁ ଆଖି ଦୁଇଟି ବନ୍ଦ କରି ଶୋଇ ଥାଏ ହସ୍ପିଟାଲ ର ବେଡ଼ ଉପରେ ଅନିରୁଦ୍ଧ କୁ ବିଶ୍ୱାସ ହେଉ ନ ଥାଏ ସତେ ରେ ସୀମା ଙ୍କର ଏତେ ଦେହ ଖରାପ ବୋଲି ନର୍ସ ଟି ଦେଖୁ ଦେଖୁ ଆପଣ ଏଠି ବଡ଼ ପାଟି କରନ୍ତୁ ନାହିଁ ବୋଲି ଆଗୁଆ ସୁଚେଇ ଦେଇ ଚାଲିଯାଏ ।ଅନିରୁଦ୍ଧ ସୀମା ପାଖ ରେ ବସିପଡି ସୀମାର ହାତକୁ ନିଜ ହାତରେ ଧରି ଲୁହ ଗଡାଉ ଥାନ୍ତି ପୁରା ମାହୋଲ ଟି ଶାନ୍ତ ଧୀର ସମୟ ସତରେ ସେଠି ଅଟକି ଯାଇଛି। ଅନିରୁଦ୍ଧ ଆଖିର ତତଲା ଲୁହ ସୀମା ହାତରେ ପଡ଼ିଯାଏ ସୀମା ଦେହ ରେ ଏକ ଅଜବ ପ୍ରେମ ର ଗଜବ ଶିହରଣ ଖେଳିଯାଏ ସତରେ ଲୁହରେ ଭର୍ତ୍ତି ଆଖି ଦୁଇଟି ତାର ସେ ଖୋଲି ଦେଖେ ତ ଅନିରୁଦ୍ଧ ତା ପାଖରେ ବସି ତା ହାତକୁ ତାଙ୍କ ଗାଲ ପାଖରେ ରଖି ଆଖିରୁ ଲୁହ ଝରାଉ ଛନ୍ତି ଆଉ ସେ ନିଜକୁ ବିଶ୍ୱାସ କରିପାରେ ନି ପୁରୁଣା ଅନିରୁଦ୍ଧକୁ ନିଜ ପାଖ ରେ ପାଇ ସତ ରେ ଅନିରୁଦ୍ଧ କଣ ବଦଳି ଗଲେଣି ତାର ଏମିତି ଅବସ୍ଥା ତାକୁ ଦେଖିପାଟି ରୁ ବାହାରି ତାର ହେ   ତୁମେ କାନ୍ଦୁଛ !

ଏମିତି କଣ ପିଲା ପରି ହେଉଛ ମ ! ପିଲା ମାନେ ଙ୍କର ଯତ୍ନ କିଏ ନେବ ତୁମେ ଏଠି ମୋ ପାଖ ରେ ଅଭିମାନ ସ୍ୱରରେ କହିଛନ୍ତି ସୀମା ମାତ୍ର ଅନିରୁଦ୍ଧ ତାଙ୍କ ପାଟି ରେ ହାତ ରଖି ଭଲ ଲୋକ ତମେ ମୋର ଏତେ ଗୁଡିଏ ଖରାପ ଅଭ୍ୟାସ କରି ଆଜି ହସ୍ପିଟାଲ ର ବେଡ଼ ରେ ପଡିଛ କିଛି ଚିନ୍ତା କରିଛ ମୋର ମୋ ଘର ର ଆଉ ପିଲାମାନେ ତୁମ କୁ ସମସ୍ତେ ଛାଡି କେମିତି ରହିବେ ।

ସୀମା ତୁମେ ରହିପାରିଲ କି ମୋ ବିନା ! ନା ମୁଁ ତୁମ ବିନା ରହିପାରିବି କି କିମିଆଁ କରିଛ ସମସ୍ତଙ୍କୁ ତୁମେ ଏଠି ଆଉ ସମସ୍ତେ ମତେ ଛାଡି ଚାଲିଗଲେ ଘର ପୁରା ଖାଁ ଖାଁ ତୁମ ବିନା ତୁମେ ଭାବିପାରୁଛ ସୀମା ତୁମର ମୋର ପ୍ରେମର ସୀମା କେବଳ ତୁମେ ଆଉ ମୁଁ ଆଉ ଆମ କୁ ନେଇ ଆମ ପରିବାର ।

ହେ ତୁମେ କେତେ ବଦଳିଯାଇଥିଲ ଯେ ମୋ ପ୍ରତି ଦୁଷ୍ଟି ଦେଉ ନ ଥିଲା ସବୁ ବେଳେ କାମ କାମ କାମ ଆଉ କାମ ଭିତରେ ତୁମର ସ୍ତ୍ରୀ ପିଲା ଘର ସଂସାର ଅଛି ସେ କଥା ଟି ଭୂଲିଗଲ ।

କାହା ଉପରେ ଦୃଷ୍ଟି ଦେବି ଯେ ମୁଁ ନିଜକୁ ଭୁଲିସାରିଲାଣି ଅଳରା ବାଳ ଗୁଡିକ ସୀମା ମୁହଁରୁ ଆଡ଼ଉ  ଆଡ଼ଉ ପ୍ରାଗଳ୍ଭ ପରି ତାକୁ ଚାହିଁ ଥିଲେ ଅନିରୁଦ୍ଧ ସୀମା ପିଲଜ୍ ମୋର ପୁରୁଣା ସୀମା ମତେ ଫେରେଇ ଦିଅ ଯିଏ ମୋ ଫେରିବା ବାଟ କୁ ଅତି ଉତ୍କଣ୍ଠା ସହ ଚାହିଁରହୁଥିଲା ଆଉ ମତେ ଅଧିକ ମହତ୍ତ୍ୱ ଦେଉଥିଲା ତା ଜୀବନରେ ଆଉ ଏବେ ମୁଁ ମୂଲ୍ୟହୀନ ତୁମପାଇଁ !

ସେ କଥା ମୁଁ ଯଦି ତୁମକୁ କୁହେ ଅନି ତୁମେ କେତେ ମୋର ପ୍ରେମ ସେହ୍ନ ଆଉ ମୋମନର ଯତ୍ନ ନେଇଛ ଯାହା କେତେ ବେଳୁ ଖିନଭିନ ହୋଇ ପଡିଛି ତୁମ ପାଖରେ ! ମୁଁ ତୁମକୁ ପ୍ରେମ କରିଥିଲି ତା ସହିତ ତୁମ ପରିବାରକୁ ଆଉ ତୁମେ ଖାଲି ମୋ ଦେହଟିକୁ ବୋଧେ ! ସୀମା ଏ କଥା କହୁ କହୁ ଅନିରୁଦ୍ଧ ସୀମା ର ପାଟିରେ ହାତ ରଖିଦେଇ କହିଲେ ଆଉ ଆଘାତ ଦିଅନି ମତେ ଶବ୍ଦର ତିର ମାରି ! ମୁଁ ମୋର ଭୂଲ୍ ବୁଝିଛି ବୋଲି ଆଜି ତୁମ ପାଖକୁ ଲେଉଟି ଆସିଛି ସେହି ପୁରୁଣା ଅନିରୁଦ୍ଧ ହୋଇ ଆଉ ତୁମ ହାତ ଉପରେ ହାତ ରଖି କଥା ଦେଉଛି ଆଉ କେବେ ତୁମକୁ ଅଣଦେଖା କରିବିନି ମୁଁ ଜାଣିଛି ତୁମେ ମୋ ପରିବାର ପାଇଁ ସମର୍ପିତ ହେଲେ ମୋ ପାଇଁ ତ କିଛି ଛାଡ଼ ନିଜକୁ ଓଃ ! ପୁଣି ସେ କଥା ଯାଅ ମୁଁ ତୁମ ସହ ଆଉ କଥା ହେବିନି ଘୁଙ୍ଗୁଡ଼ିର ଯୋଉ ରେକର୍ଡ଼ିଂଗ ରଖିଥିଲି ସମସ୍ତଙ୍କୁ ଶୁଣେଇବି ଅନିରୁଦ୍ଧ କିଛି ନ ଶୁଣି ସୀମାକୁ ବାହୁବନ୍ଧନରେ ନେଇ ତା ଗାଲରେ ଚୁମ୍ବନ ଆଙ୍କି ଚାଲିଥିଲେ ଆଉ କହୁଥିଲେ ପାଗେଲି ଟା ମୋର ମୁଁ ବି ପାଗଳ ଆଉ

ଏକା ତୁମର ତୁମ ବିନା ମୋ ଜୀବନର ପ୍ରତିଟି କ୍ଷଣ ଅଧୁରା ଆଉସୀମା କହୁଥିଲେ ତୁମ ବିନା ମୋର ! ହେଲେ ଆଉ ପଛରେ ଦୋଷ ଦେବନି କିଛି ବି କଥା କୁ ଧରି !

ହଁ ଦେବି ନା ଯଦି ତୁମେ ପୁଣି ଘୁଙ୍ଗୁଡ଼ି ମାରି ମନା କର ଆଉତୁମେ ନିଜ ଦୋଷ ଲୁଚେଇବାକୁ ବାର ପ୍ରକାର ବାହାନା ଦିଅ ସତେରେ ଅଜବ ସେ ଝଗଡା ଯାହା ନିତି ଦିନ ଚାଲେ ସୀମା ଆଉ ଅନିରୁଦ୍ଧ ପରି ସ୍ୱାମୀ ସ୍ତ୍ରୀ ଙ୍କର ଜୀବନରେ କିଛି ସମୟ ପାଇଁ ଅଲଗା କଲେ ବି ପୁଣି ଏକାଠି ହୁଅନ୍ତି ସେମାନେ ବଡ଼ ବିଚିତ୍ର ଏ ସମ୍ପର୍କ !



Rate this content
Log in

Similar oriya story from Drama