Deeptismita Sahu

Romance

2  

Deeptismita Sahu

Romance

ମୁଁ ଏବଂ ମୋର ପ୍ରେମ (୨)

ମୁଁ ଏବଂ ମୋର ପ୍ରେମ (୨)

2 mins
75


     ଆସନ୍ତୁ ପଢ଼ିବା ଆମର କାହାଣୀ.... ମୁଁ ଏବଂ ମୋର ପ୍ରେମ । ଆପଣମାନେ ଶୁଣିଥିଲେ ଶ୍ରୀ କେମିତି କା ଝିଅ, କଲେଜରେ ସେ କେମିତି ଦାଦାଗିରି କରେ ଆଉ କେମିତି ପୁଅମାନଙ୍କ ସହିତ ସବୁ ବେଳେ ଥାଏ । କଲେଜର ସବୁ ଝିଅଙ୍କ ଠାରୁ ଅଲଗା ଥିଲା ଆମ ଶ୍ରୀ । ସମସ୍ତେ ଡରୁଥିଲେ ତାକୁ । କାହାର ବି ସାହସ ନଥିଲା ତାକୁ ଆଖି ଉଠେଇ ଚାହିଁ ବାର । କିନ୍ତୁ ପ୍ରେମକୁ କିଏ ଅଟକାଇବ??? ଜଣେ ଥିଲା ଯିଏ କି ଶ୍ରୀକୁ ଲୁଚି ଲୁଚି ଦେଖୁଥିଲା । ଶ୍ରୀ ଅଲଗା ପୁଅଙ୍କ ସହିତ କଥା ହେଲେ ସେ ଜଳୁଥିଲା । କିନ୍ତୁ କିଛି କହିପାରୁନଥିଲା ବିଚରା.. ଦିନେ ସେ ପୁଅଟି ତାର ବେଷ୍ଟ ଫ୍ରେଣ୍ଡକୁ କହିଲା ତାର ମନ କଥା । ସେ ଯାଇକି ଶ୍ରୀକୁ କହିଲା କି ଶ୍ରୀ ତତେ ନା ଆମ ଆନନ୍ଦ ଲାଇକ କରେ । ଶ୍ରୀ ପଚାରିଲା..... କଉ ଆନନ୍ଦ ବେ??? ସେଠୁ ସେ ପୁଅ ମାନେ ମନୋଜ କହିଲା ଆରେ ତୁ ଆମ ଆନନ୍ଦକୁ ଜାଣିନୁ?? ଆମ କଲେଜର ହିରୋ ଆନନ୍ଦ ଦେଖ ସେଠି ଠିଆ ହୋଇଛି ସେ । ସେଠୁ ଶ୍ରୀ ସିଧା ଗଲା ଆନନ୍ଦ ପାଖକୁ... ତାକୁ ଡରେଇବା ଭଳି ଆନ୍ଦାଜରେ ପଚାରିଲା... ଚିହ୍ନିଛୁ ମତେ?? ଚାଲି ଆସିଲା ଲାଇକ କଲା ବାଲା । ଗୋଟେ ଦେବି ଯେ ଜାଣିବୁ । କଲେଜକୁ ଏଗୁଡା କରିବା ପାଇଁ ଆସୁଛୁ ନାଇଁ?? ଖାଇବୁ ମାଡ ଯେ ଅକଲ ଆସିଯିବ........ ଇତ୍ୟାଦି ଇତ୍ୟାଦି । ବିଚରା ଆନନ୍ଦ, କାନ ମୁଣ୍ଡ ଆଉଁସି ଶ୍ରୀକୁ ଭୁଲ ମାଗି ସେଠୁ ଚାଲିଗଲା । ଶ୍ରୀର ସବୁ ସାଙ୍ଗ ଶ୍ରୀକୁ ଏମିତି ଦେଖି ଡରିଗଲେ । ତା ସାଙ୍ଗ ମନେ କହିଲେ କିରେ ଶ୍ରୀ ପିଲା ତା ତ ଭଲ ଥିଲା ହଁ କହି ଦେଲୁନି, ଏତେ ଗାଳି କାଇଁ କଲୁ?? ଶ୍ରୀ କହିଲା ଦରକାର ନାଇ ମର ସେ ପ୍ରେମ ଫ୍ରେମ । ମୁଁ ଯେମିତି ଅଛି ଠିକ୍ ଅଛି । ଶ୍ରୀର ଗୋଟେ ଭାଇ ଥିଲା ଅଙ୍କିତ୍ । ସେ କହିଲା ଠିକ୍ କହିଚୁ ତୋର ସେ ସବୁ ଧନ୍ଦାରେ ପଶିବା ଦର୍କାର ନାଇ । କିଛି ପିଲା ଥିଲେ ମନେ ମନେ ଶ୍ରୀକୁ କହୁଥିଲେ.... କେଜାଣି କଣ ଭାବୁଛି ସେ ନିଜକୁ । ଆନନ୍ଦ ପରି ଏତେ ଭଲ ପିଲାକୁ ସେ ରିଜେକ୍ଟ କରିଦେଲା । ନିଜେ ନିଜକୁ ଦେଖିଚି କି ନାଇ କେଜାଣି ?? ଆନନ୍ଦ ପାଇଁ ତ ଜମା ବି ପରଫେକ୍ଟ ନୁହଁ ତଥାପି ୟାର ଭାଉ ଦେଖ ହୁଁ.... ଏମିତି ଏମିତି ଅନେକ କଥା । କିନ୍ତୁ ଶ୍ରୀ ଆଗରେ ତ ସବୁ କହିବାକୁ ଡରୁଥିଲେ । ଶ୍ରୀ କିନ୍ତୁ ସେ ପୁଅ କଥା ଜାମା ବି ଭାବି ନଥିଲା । ତା ପରଦିନ କଲେଜରେ ଜଣା ଗଲା କି ଆନନ୍ଦ କଲେଜ ଆସିନି । ଶ୍ରୀ ମନେ ମନେ ଭାବିଲା କଲେଜରେ ଆନନ୍ଦକୁ ସମସ୍ତଙ୍କ ସାମ୍ନାରେ ଗାଳି କରି ସେ ଆଉ ଭୁଲ କରିନ ତ??? 

  ଆଜିର ଅଧ୍ୟାୟରେ ଏତିକି । ଆଗକୁ କଣ ଅଛି ଜାଣିବା ଆଗାମୀ ଅଧ୍ୟାୟରେ । ଧନ୍ୟବାଦ୍ ଆଶା କରୁଛି ଆପଣମାନଙ୍କୁ ମୋ କାହାଣୀ ଭଲ ଲାଗୁଥିବ ।  



Rate this content
Log in

Similar oriya story from Romance