STORYMIRROR

Deeptismita Sahu

Romance

3  

Deeptismita Sahu

Romance

ଏଇ ବୋଧହୁଏ ପ୍ରେମ

ଏଇ ବୋଧହୁଏ ପ୍ରେମ

2 mins
304

ଏଇ ଶୁଣ... ଜାଣିନି କେମିତି କହିବି... ଶୁଣିଲେ ତମେ କଣ ଭାବିବ... ତମେ ଯଦି ରାଗିଯିବ। କିନ୍ତୁ ଆଜି ମୁଁ କହିଦେବି... କିଏ ଜାଣେ ହୁଏତ କାଲିକୁ ଡେରି ହୋଇ ଯାଇଥିବ... ଶୁଣ ମୁଁ ଯାହାବି କହୁଛି ସବୁ ମୋ ମନର କଥା... ଟିକେ ବୁଝିବାକୁ ଚେଷ୍ଟା କରିବ... ଯେବେ ତମକୁ ଫାଷ୍ଟ୍ ଟାଇମ ଦେଖିଥିଲି ନା... ସେବେଠୁ ତମ ଚେହେରା ମୋ ଆଖିରେ ଘର କରି ରହି ଯାଇଥିଲା... ପ୍ରତ୍ୟେକ ମୁହୂର୍ତ୍ତ ମୁଁ ମୋ ପାଖରେ ତମ ଉପସ୍ଥିତିକୁ ଚାହୁଁଥିଲି... ସତରେ ନା ହେଲେ ବି ମୋ ସ୍ୱପ୍ନରେ ସବୁ ବେଳେ ତମେ ମୋ ସହିତ ଥିଲ... ଧିରେ ଧିରେ କେବେ ଆଖିରୁ ଯାଇ ତମେ ମୋ ଛାତିରେ ଘର କଲ ଜାଣି ପାରିଲିନି..... ଟିକେ filmy ହେଇଗଲା ବଧେ...

କିନ୍ତୁ ବିଶ୍ୱାସ କର ମୁଁ ଯାହା ବି କହୁଛି ସବୁ କିଛି ସତ। ଯେବେ ବି ତମକୁ ଦେଖେ ନା ମୋ ଛାତିର ସ୍ପନ୍ଦନ ବଢ଼ି ଯାଏ... ସାମ୍ନାରୁ ତମକୁ ଦେଖିବାକୁ କେଜାଣି କାହିଁକି ଡର ଲାଗେ... କିନ୍ତୁ ଲୁଚି ଲୁଚି ତମକୁ ଦେଖିବାର ସୁଯୋଗ ମୁଁ କେବେ ମିସ କରେନି । କହିପାରିବ କି ଏଇଟା ମୋର ପ୍ରେମ ନା ପାଗଳାମି??? ବୋଉ ଏଥର ସବୁବେଳେ କହୁଛି ତୁ ପାଗଳ ହେଇ ଗଲୁଣି... ଜାଣିପାରୁନି କଣ ପାଇଁ... କିନ୍ତୁ ଏଇଟା ସତ ଯେ ମୁଁ ଯାହାବି ହେଇଛି ତମ ପାଇଁ। ଯେବେ ତମେ ଆଉ କାହା ସହିତ କଥା ହୁଅ ନା... କେଜଣି କାହିଁକି ରାଗ ଲାଗେ... କିନ୍ତୁ ମୋର ବିଶ୍ୱାସ ଥାଏ ଯେ ତମେ ଯାହା ସହିତ କଥା ହେଲେ ବି ଶେଷ ରେମୋ ସହିତ ନିଶ୍ଚୟ କଥା ହବ... ମୁଁ ଜାଣିନି ଏ ସବୁ କଣ... ଯଦି ୟାକୁ ହିଁ ପ୍ରେମ କୁହା ଯାଏ ତାହେଲେ ହଁ... ମୁଁ ତମକୁ ଭଲ ପାଉଛି। କିନ୍ତୁ କହିବାକୁ ଡ଼ରୁଚି... ପ୍ଲିଜ୍ ନିଜେ ନିଜେ ଟିକେ ବୁଝି ଯାଅ ନା...... I love you କହିଦେଲେ କଣ ତମେ ବୁଝି ଯିବ ମୁଁ ତମକୁ କେତେ ଭଲ ପାଏ??? ମୁଁ ନିଜେ ଏପର୍ଯ୍ୟନ୍ତ ଜାଣିନି କି ମୁଁ ତମକୁ କେତେ ଭଲ ପାଏ.... ତମେ ଥରେ ବୁଝିବାକୁ ଚେଷ୍ଟା କରି ଦେଖ ନା... I love you କହିବାକୁ ମୋର ସାହସ ନାଇ... ମନର କଥା ଥରେ ପଢ଼ ନା..... ତମେ ମତେ ଭଲ ପାଇଲେ ପାଅ ନହେଲେ ନ ପାଅ... 

ତମେ ଖାଲି ଖୁସିରେ ରହିଲେ ମୁଁ ଖୁସି ହେବି... ଯଦି ଆଉ କେହି ତମ ମନରେ ଅଛି ତାହେଲେ ଠିକ୍ ଅଛି... ଖୁସିରେ ରୁହ ତମେ। 

ସେତିକିରେ ହିଁ ମୁଁ ଖୁସି ହେବି... ତମେ ୟାକୁ ପଢ଼ିକି ଭାବିବ ମୁଁ ବୋଧହୁଏ ପାଗଳ... ତମ ପାଇଁ ଯଦି ପାଗଳ ହେବାକୁ ପଡ଼େ ତାହେଲେ ହେଇଯିବି... ତମ ଖୁସି ପାଇଁ ସବୁକିଛି କରିବି... ଏଇ ବୋଧହୁଏ ମୋ ଭଲ ପାଇବା...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance