STORYMIRROR

Deeptismita Sahu

Tragedy

3  

Deeptismita Sahu

Tragedy

ଜୀବନ ରେ ଜୀବନ

ଜୀବନ ରେ ଜୀବନ

2 mins
296


କେତେ ଖୁସି ରେ ରହୁଥିଲୁ ଆମେ.... ବଉ, ମୁଁ, ମୋ ସ୍ତ୍ରୀ। ଏଇ କିଛି ମାସ ପୂର୍ବରୁ ମୋର ବାହାଘର ହେଇଥିଲା। ବହୁତ୍ ଖୁସି ରେ ଥିଲୁ ଆମେ ସମସ୍ତେ, ସକାଳ ର ଚା ପାଖରୁ ରାତିର ଖାଇବା ସହିତ... ସମସ୍ତେ ସାଙ୍ଗ ହେଇ ଖାଉଥିଲୁ, ଖୁସି ରେ ଥିଲୁ। ମୋ ସ୍ତ୍ରୀ ଆମ ମାଆ ପୁଅଙ୍କ ର ବହୁତ୍ ଯତ୍ନ ନେଉଥିଲେ... ବଉ ବହୁତ୍ ଖୁସି ଥିଲା, ଛାତି ଫୁଲେଇ କି କହୁଥିଲା ବାଛି ବାଛି ବହୁ ଖଣ୍ଡେ ଆଣିଛି। ରୂପ ରେ ଯେମିତି, ଗୁଣ ରେ ବି ସେମିତି। ସତରେ ମୋ ସ୍ତ୍ରୀ ବହୁତ୍ ସୁନ୍ଦରୀ, ମୋର ବହୁତ୍ ଯତ୍ନ ନେଉଥିଲେ, ବହୁତ୍ ଭଲ ପାଉଥିଲେ ମତେ। ସତରେ ଜୀବନ ର ସବୁ ଖୁସି ମତେ ମିଳି ଯାଇଥିଲା । 

    ହଠାତ୍ ଆମ ଗାଁ କୁ ବି କରୋନା ଆସିଲା। କେତେ ହସ ଖୁସି ର ପରିବାର ଉଜୁଡ଼ି ଗଲା। ଆଖି ସାମ୍ନା ରେ ଏ ସବୁ ଦେଖି ମୋତେ ବହୁତ୍ ଡର ଲାଗୁଥିଲା, ମୋ ସ୍ତ୍ରୀ ମତେ ବୁଝାଇଲେ କି ତମେ ଡରନି, ଛୋଟ ପରିବାର ଆମର ଚଳିବାରେ ଅସୁିବିଧା ହବନି। ଘର ବାରି ରେ କିଛି ପନି ପରିବା ଚାଷ କଲେ ଆରାମ ସେ ଚଳିଯିବା। ଖୁସି ଲାଗିଲା ମୋ ସ୍ତ୍ରୀ ଙ୍କ କଥା ଶୁଣିକି । ହସିଲି ଭାବିଲି ଭାଗ୍ୟ ରେ ଥିଲେ ଏମିତି ସ୍ତ୍ରୀ ଖଣ୍ଡେ ମିଳେ। ଏମିତି ସୁଖ ଦୁଃଖ ରେ ଜୀବନ ବିତୁଥିଲା... ଏବେ ଆମ ପରିବାର ପାଇଁ ଆଉ ଗଟେ ଖୁସି ର ଖବର ଥିଲା, ମୁଁ ବାପା ହେବାକୁ ଯାଉଥିଲି। ଜୀବନ ରେ ଯେମିତି ସବୁ କିଛି ମତେ ମିଳି ଯାଇଥିଲା। କିଛି ମାସ ପରେ କଉଠୁ କେଜାଣି କରୋନା ର ୨ୟ ଲହରୀ ଖେଳିଗଲା ପୁଣି ଥରେ କେତେ ଲ

ୋକଙ୍କ ଜୀବନ ଚାଲିଗଲା। ହସ୍ପିଟାଲରେ ଆଉ ଚିକିତ୍ସା ପାଇଁ ଜାଗା ବି ନଥିଲା। ପୁଣି ଏଇ ସମୟ ରେ କଉଠୁ ବାତ୍ୟା ୟଶ ଆସିବାର ଖବର ଆସିଲା। 

    ହଠାତ୍ ବୋଉ ର ଦେହ ବହୁତ୍ ଖରାପ୍ ହେଇଗଲା... ଟେଷ୍ଟ କରିବାରୁ ଜଣା ପଡିଲା କି ବଉ କୁ କରୋନା ପଜିଟିଭ ଆସିଛି। ହସ୍ପିଟାଲ୍ ରେ ତ ଜାଗା ନଥିଲା ବଉ ଘରେ ରହିକି ଚିକିତ୍ସା ହେଇଥିଲା। ଘର ଆମର କଚ୍ଚା ଥିଲା। ଏପଟେ ବାତ୍ୟା ବି ଆସି ଯାଇଥିଲା, ସ୍ତ୍ରୀ ର ଡେଲିଭାରି ସମୟ ବି ପାଖେଇ ଆସିଲାଣି। ଚିନ୍ତା ରେ ମୁଣ୍ଡ କାମ କରୁ ନଥିଲା.... କ'ଣ କରିବି ? ବାତ୍ୟା ବି ଆସିଗଲାଣି, ସମସ୍ତେ ସ୍କୁଲ ଘର କୁ ଚାଲି ଯାଉଥିଲେ। କିନ୍ତୁ ମୁଁ ବଉ କୁ ଛାଡ଼ିକି କେମିତି ଯାଇଥାନ୍ତି ? ମୁଁ ଘରେ ହିଁ ରହିଲି। ବାତ୍ୟା ଆସିଯାଇଥିଲା, ବହୁତ୍ ଜର ରେ ବର୍ଷା ହଉଥିଲା, ବଉ କୁ ହଠାତ୍ ନିଃଶ୍ୱାସ ନେବାକୁ କଷ୍ଟ ହେଲା.... କଉଠୁ ଯାଇକି ଡକ୍ଟର ଆଣିବି ମୁଣ୍ଡରେ ବୁଦ୍ଧି ପସିଲାନି। ଏପଟେ ମୋ ସ୍ତ୍ରୀ ର ପେଟ ରେ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ମୁଁ ୧୦୨ କୁ ଫୋନ୍ କରିଥିଲି କିନ୍ତୁ ଗାଡ଼ି ଆସି ନଥିଲା.... ୨ ଦିନ ପରେ ବନ୍ୟା ର ପ୍ରକୋପ କମିଲା। ଲୋକ ମାନେ ଆସିଲେ କେମିତି ଅଛି ଦେଖିବାକୁ, ସମସ୍ତେ ଆସି ଦେଖିଲେ... ବୋଉ ଆଉ ନାହିଁ ଆଉ ମୋ ସ୍ତ୍ରୀ. ସେ ବି ଆଉ ନଥିଲା. ମୋ ସୁଖ ର ସଂସାର ଚୂର୍ମର ହେଇ ଯାଇଥିଲା। ମୁଁ ଦୁନିଆ ରେ ଏକ ହେଇ ଯାଇଥିଲି। କରୋନା ଆଉ ବନ୍ୟା ମୋ ଜୀବନ କୁ ଧୂଳିସାତ କରି ଦେଇଥିଲା ।

 


Rate this content
Log in

Similar oriya story from Tragedy