ମୁଁ ଏବଂ ମୋ ପ୍ରେମ (୧)
ମୁଁ ଏବଂ ମୋ ପ୍ରେମ (୧)


ମୁଁ ଶ୍ରୀ । ମୁଁ ଆପଣମାନଙ୍କୁ ମୋ ପ୍ରେମ କାହାଣୀ ଶୁଣେଇବାକୁ ଯାଉଛି..... ମୁଁ ବାପା ମାଆଙ୍କର ଗୋଟିଏ ବୋଲି ଝିଅ। ବହୁତ ଗେହ୍ଲାରେ ବଢ଼ିଥିଲି ମୁଁ। ପ୍ରେମ ଆଉ ଭଲପାଇବା ମାନେ ମୁଁ କେବଳ ମୋ ବାପା, ମାଆଙ୍କୁ ହିଁ ଜାଣିଥିଲି। ଆଜି କାଲିକା ପ୍ରେମ ଉପରେ ମୋର ଜମା ବିଶ୍ୱାସ ନଥିଲା। ମୁଁ ଭାବୁଥିଲି କି ଏଇ ଦୁଇ, ଚାରି ଦିନର ପ୍ରେମ, ପ୍ରେମ ନୁହଁ... ବାସ୍ ଗଟେ ଆକର୍ଷଣ। ଯାହା କି କିଛି ଦିନ ପରେ କମି ଯାଏ, ଆଉ ପ୍ରେମ ନାମର ସେଇ ଚଢେଇର ଡେଣାଟା କଟିଯାଏ। ସେଥିପାଇଁ ମୁଁ କେବେ ପ୍ରେମରେ ଆଗ୍ରହୀ ନଥିଲି। କିନ୍ତୁ ମୋର ସାଙ୍ଗମାନଙ୍କ ଭିତରେ ଅଧିକାଂଶ ପୁଅ ହିଁ ଥିଲେ। ସେମାନଙ୍କ ସହିତ ମୁଁ ବହୁତ୍ ଆରାମ ସେ ମିଶି ଯାଉଥିଲି। ଆଉ ସେମାନେ ବି ମୋ ସହିତ ନିଃସଙ୍କୋଚରେ ସାଙ୍ଗ ହେଉଥିଲେ।
ଏମିତି ହସ ଖୁସିରେ ମୋର ଦିନ କଟୁଥିଲା। ନା କାହାକୁ ହରେଇବାର ଚିନ୍ତା ଥିଲା ନା କାହାକୁ ମନେଇବାର।
ମୁଁ ସବୁବେଳେ ସମସ୍ତଙ୍କୁ କହୁଥିଲି ପ୍ରେମ କରନି, କି ଜୀବନକୁ ଖରାପ୍ କରନି.... ବୋଧହୁଏ ମୁଁ ପ୍ରେମ କଣ ଜାଣି ନଥିଲି।
ଆଉ ପ୍ରେମ କଣ ଜଣେଇବାକୁ ମୋ ପାଖରେ କେହି ନଥିଲେ.... କାହାର ସେତିକି ସାହସ ବି ନଥିଲା.... ମୁଁ ଥିଲି ହିଁ ସେମିତି। ଲେଡି ଡନ ଟାଇପ୍..... ସମସ୍ତେ ଡରୁଥିଲେ ମତେ। ଆମ ଗ୍ୟାଙ୍ଗର ଲିଡର ଥିଲି ମୁଁ। ଯୋଉଠି ପାଞ୍ଚ ଜଣ ପୁଅ ଥିଲେ ଆଉ ମୁଁ ଏକା ଝିଅ। କେହି କେବେ ଭାବି ନଥିଲେ କି ମୁଁ ବି କେବେ ପ୍ରେମରେ ପଡ଼ିବି। ଭାବିବେ ବି କେମିତି... ମୁଁ ଥିଲି ହିଁ ସେମିତି। କିନ୍ତୁ କିଏ ଜାଣିଥିଲା କଲେଜର ସେଇ ଲେଡି ଡନକୁ କିଏ ଜଣେ ଲୁଚି ଲୁଚି ଦେଖୁଥିଲା..........
ଆଜି ପାଇଁ ଏତିକି। ୟା ପରର କାହାଣୀ ଆଗକୁ ଅଛି। ମୋ ସହିତ ରୁହନ୍ତୁ ଏବଂ ମୋର କାହାଣୀକୁ ଭଲ ପାଇବା ଦିଅନ୍ତୁ। ଆଶା କରୁଛି ଆପଣମାନଙ୍କୁ ମୋ କାହାଣୀ ଭଲ ଲାଗିବ।