STORYMIRROR

Deeptismita Sahu

Comedy Drama Romance

3  

Deeptismita Sahu

Comedy Drama Romance

ମୁଁ ଏବଂ ମୋ ପ୍ରେମ (୩)

ମୁଁ ଏବଂ ମୋ ପ୍ରେମ (୩)

2 mins
189

ଆପଣ ମନେ ଶୁଣିଥିଲେ କେମିତିି ଶ୍ରୀ ଆନନ୍ଦ କୁ କଲେଜ ରେ ସମସ୍ତଙ୍କ ସାମ୍ନା ରେ ଗାଳି କରିଥିଲା। ଆଉ ତା ପରଦିନ ଆନନ୍ଦ ଆଉ କଲେଜ ଆସି ନଥିଲା। ଶ୍ରୀ ଉପରେ କାହାକୁ ନ କହିଲେ ବି ଭିତରେ ଭିତରେ ଭାବୁଥିଲା ସେ ଆଉ କିଛି ଭୁଲ୍ କରି ଦେଲାନି ତ.... ବିଚରା ଛୁଆ ଟା ଆଜି କଲେଜ ବି ଆସିନି। ଏଇ ସମୟରେ ତ ଏମିତି ଭୁଲ୍ ହୁଏ। ତାର ଆନନ୍ଦ କୁ ଏମିତି ସମସ୍ତଙ୍କ ସାମ୍ନା ରେ ଗାଳି କରିବା ଟା ଠିକ୍ ହେଲାନି। କଲେଜ ରେ ସବୁ କିଛି ଠିକ୍ ଥିଲା.... ଶ୍ରୀ କୁ କେହି ଆଖି ଉଠେଇ ଦେଖିବାକୁ ବି ଡରୁଥିଲେ। ଶ୍ରୀ କିନ୍ତୁ ମନ ଭିତରେ କଉଠି ନା କଉଠି ଆନନ୍ଦ କଥା ଭାବୁଥିଲା। ୟା ଭିତରେ ୬ ମାସ ବିତି ଯାଇଥିଲା। ପ୍ରକଟିକାଲ ପାଇଁ ଆନନ୍ଦ କୁ କଲେଜ ଆସିବାକୁ ପଡିଲା। ସେ କିନ୍ତୁ ଶ୍ରୀ କୁ ବହୁତ୍ ଡରୁଥିଲା। ଯଦି କଉଠୁ ଶ୍ରୀ ଆସୁଥିବ ତାହେଲେ ସେ ୧୨ ହାତ ଦୂରରୁ ଅନ୍ୟ କୁଆଡେ ପଳାଉଥିଲା। ଦିନେ ପ୍ରକଟିକାଲ୍ ଖାତା ଦେଖିବା ସମୟ ରେ... ଆନନ୍ଦ ର ପଛକୁ କିଛି ଛୁଆ ଙ୍କୁ ଛାଡ଼ିକି ଶ୍ରୀ ବି ଲାଇନ ରେ ଥିଲା। ଜଉ ମାମ୍ ଖାତା ଦେଖୁଥିଲେ ସେ ବହୁତ୍ ରାଗି ଥିଲେ। ଗୋଟେ ଭୁଲ୍ ଦେଖିଲେ ପୁରା ଖାତା ଛିଡ଼ିକି ଫିଙ୍ଗି ଦଉଥିଲେ। ଆଉ ଆନନ୍ଦ ସହିତ ବି ଠିକ୍ ସେଇଆ ହିଁ ହେଲା। ବିଚରା ଛୁଆ ଟା ର ମୁହଁ ପୁରା ଶୁଖି ଯାଇଥାଏ। ଶ୍ରୀ କୁ କାଇଁ କେଜାଣି ଟିକେ ଦୁଃଖ ଲାଗିଲା। ସେ ତାର ଖାତା ଆନନ୍ଦ କୁ ଦେଇ କହିଲା.... ବଦମାସୀ ନ କରିକି ଖାତା କମ୍ପଲିଟ୍ କର୍। ଆନନ୍ଦ ବି ଖାତା ନେଇକି ଚାଲି ଗଲା। କିନ୍ତୁ ଶ୍ରୀ ବହୁତ୍ ଡରି ଯାଇଥିଲା। ନିଜେ ନିଜକୁ ଗାଳି କରୁଥିଲା..... କଣ ଦରକାର ଥିଲା ତାକୁ ଖାତା ଦବା.... ଯଦି ସେ ରାଗ ସୁଝିବାକୁ ଯାଇ ତ ପ୍ରାକଟିକାଲ ଖାତା ଛିଡି ଦେଲା.... କାଇଁ ଦଉଥିଲୁ ଶ୍ରୀ??? ଏମିତି କେତେ କଣ ଭାବିକି ବିଚାରି ସେଦିନ ରାତିରେ ଠିକ୍ ସେ ଶୋଇ ପାରିଲାନି। ୩ ଦିନ ପରେ ଆନନ୍ଦ ଆସିଲା। ଆଉ ପୁରା ଠିକ୍ ଠାକ୍ ଖାତା କୁ ନେଇକି ଆସିଲା। ଶ୍ରୀ ର ଖୁସି କିଏ ଦେଖେ।।। ସେ ଭାବିଲା କି ପୁଅ ତା ଏତେ ବି ଖରାପ୍ ନୁହଁ ଯେମିତି ସେ ଭାବୁଥିଲା..... ଏଇଟା କଣ ଶ୍ରୀ ର ପ୍ରେମ ଥିଲା??? ଆଗକୁ ଜାଣିବା ପାଇଁ ମୋ ଷ୍ଟୋରି କୁ ଫୋଲୋ କରନ୍ତୁ ଧନ୍ୟବାଦ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy