ମୁଁ ଡାହାଣୀ ନୁହେଁ
ମୁଁ ଡାହାଣୀ ନୁହେଁ
ଆଜି କଚେରୀରେ ବହୁତ ଭିଡ଼ l ଦୁଇ ତିନିଟା ଗାଆଁର ଲୋକ ଜମା ହେଇଛନ୍ତି l କାଠଗଡ଼ାରେ ଅପରାଧୀ ହୋଇ ଠିଆ ହୋଇଛି ପଚସ୍ତରି ବର୍ଷ ବୟସର ବୁଢ଼ୀ କମଳି ଓରଫ ଡାହାଣୀ l ତା ମୁଣ୍ଡ ଓ ଦେହରେ ଗାଆଁ ଲୋକଙ୍କର ଟେକା ଓ ବାଡ଼ି ମାଡ଼ର ଆଘାତ ଏବେ ବି ସ୍ପଷ୍ଟ ଦେଖି ହେଉଛି l କମଳି ଉପରେ ଆରୋପ ଯେ ସେ ଗୋଟିଏ ଡାହାଣୀ, ସେ ଏହି ଗାଆଁକୁ ଯେବେଠାରୁ ବାହା ହୋଇ ଆସିଛି, କିଛି ନା କିଛି ଅଘଟଣ ଘଟୁଛି l ପ୍ରଥମେ ତାର ବୋହୁ ହେଇ ଆସିବାର ତିନି ବର୍ଷ ପୁରୁଣୁ ନିଜ ଶାଶୁ ଶ୍ୱଶୁରଙ୍କୁ ମାରିଦେଲା, ସେ ଦୁଇଜଣ ଝାଡ଼ା, ବାନ୍ତି ଓ ଜ୍ୱରରେ ପଡି ସବୁଦିନ ପାଇଁ ଆଖି ବୁଜିଲେ l ତାର ଗୋଟିଏ ବର୍ଷ ପୁରୁ ପୁରୁ ନିଜ ସ୍ୱାମୀ କୁରୁପାକୁ ମାରି ସେ ବିଲରେ ପକାଇ ଦେଲା l ସେତିକିରେ ତା ମନ ପୁରିଲା ନାହିଁ ଯେ ନିଜ କୁନି କୁନି ପୁଅ ଓ ଝିଅ ଦୁହିଙ୍କି ମାରି କୁଆଡେ ଚାଲି ଯାଇଥିଲା l ତା ପୁଅ ଝିଅଙ୍କ କିଛି ପତା ମିଳିଲା ନାହିଁ l ଏବେ ଏତେ ଦିନ ପରେ ଗାଆଁକୁ ଆସି ରାମ ପ୍ରଧାନର ପାଞ୍ଚ ବର୍ଷର ନାତିକୁ ବସିଥିଲା ଚୋରେଇ ନେବାକୁ, ସାହୁକାର ଶୁକ ସାହୁ ଦେଖି ତାକୁ ଚିନ୍ହି ପାରିଲା ଓ ଡ଼ାକ ଦେଇ ସମସ୍ତଙ୍କୁ ଡାକିବାରୁ ସମସ୍ତେ ଆସି ତାକୁ ମାଡ଼ ମାରି ଥାନାରେ ଦେଇ ଦେଲେ l ସେଇ ମକଦ୍ଦମାର ଆଜି ଶୁଣାଣି ହେଉଛି l ସେଥିପାଇଁ ବହୁତ ଭିଡ଼ l ସାହୁକାର ଓ ଅନ୍ୟମାନେ ସବୁ ଦୋଷ କମଳି ଉପରେ ଦେଇ ତାକୁ ଦୋଷୀ ସାବ୍ୟସ୍ଥ କରିବାରେ ଲାଗିଛନ୍ତି l କାଠଗଡ଼ାରେ ଠିଆ ହେଇଥିବା କମଳିର ଆଖିରୁ ଲୁହ ବୋହିଯାଉଛି l ତା ପାଇଁ ସରକାର ଜଣେ ଓକିଲ ଦେଇଛନ୍ତି l ତା ପକ୍ଷ ରଖିବାକୁ ଯେତେବେଳେ ମାନ୍ୟବର ବିଚାରପତି ତାକୁ କହିଲେ, ସେତେବେଳେ ସେ ଚାରି ଆଡକୁ ବଡ଼ ବିକଳରେ ଚାହିଁଲା ଓ କାନ୍ଦି କାନ୍ଦି କହିଲା, "ମୁଁ ଡାହାଣୀ ନୁହେଁ l ମୁଁ ଗୋଟିଏ ସ୍ତ୍ରୀ, ଗୋଟିଏ ବୋହୁ, ଗୋଟିଏ ମାଆ, ମୁଁ ଡାହାଣୀ ନୁହେଁ l l l l l l " ବିଚାରପତି ସବୁ ଶୁଣି ଟିକେ ଭାବ ବିହ୍ଵଳ ହେଇ ଯାଇ ପଚାରିଲେ, "କେହି ସାକ୍ଷୀ ଅଛନ୍ତି ତୁମ ସପକ୍ଷରେ ?"ସେତିକି ବେଳେ ଜଣେ ପ୍ରାୟ ଅଶୀ ବର୍ଷର ଜଣେ ବୁଢା ବାଡ଼ି ଧରି ଆସି କହିଲେ, "ଆଜ୍ଞା ମୁଁ ସବୁ କହିବି l ମୋତେ ଆପଣ କହିବାକୁ ଦିଅନ୍ତୁ l "ବିଚାରପତି ଦେଖିଲେ ସେହି ବୃଦ୍ଧଙ୍କୁ l ସେ ଥିଲେ ଅନାଥ ଆଶ୍ରମର ପ୍ରତିଷ୍ଠାତା ଓ ସଞ୍ଚାଳକ ପଞ୍ଚାନନ ମଉସା l ଯାହାଙ୍କର ପାଇଁ ଆଜି ଅନାଥ ମହେନ୍ଦ୍ର ଦାସ ଆଜି ପାଠ ପଢି ଯୋଗ୍ୟ ହୋଇ ବିଚାରପତି ହେବାର ସୌଭାଗ୍ୟ ଲାଭ କରିଛି l ନିଜ ଆଖିରୁ ଲୁହ ପୋଛି ବିଚାରପତି ସେଇ ବୃଦ୍ଧଙ୍କୁ କହିବାକୁ ଅନୁମତି ଦେଲେ l
ପଞ୍ଚାନନ ବାବୁ କାଠଗଡ଼ାକୁ ଯିବାବେଳେ ଟିକେ କମଳିକୁ ଚାହିଁଲେ, ତାପରେ ଧୀରେ ଧୀରେ ସେ କାଠଗଡ଼ାରେ ଯାଇ ଠିଆ ହୋଇ କହିବା ଆରମ୍ଭ କଲେ
"ମୋ ନାମ ପଞ୍ଚାନନ ମିଶ୍ର l ମୁଁ 'ସାରଳା ଅନାଥ ଆଶ୍ରମ'ର ସଞ୍ଚାଳକ ଭାବେ କାର୍ଯ୍ୟ କରେ l ସେହି ଅନାଥ ଆଶ୍ରମର ପ୍ରତିଷ୍ଠାତା ହେଲେ ମୋର ଗୁରୁଦେବ ସ୍ୱର୍ଗତ ଦୀନବନ୍ଧୁ ଦାସ l ସେ ଏହି ଅନାଥ ଆଶ୍ରମ ପାଇଁ ନିଜର ସମ୍ପତିକୁ ବିକ୍ରି କରି ଏହି ଅନାଥ ଆଶ୍ରମ ନାମରେ ବ୍ୟାଙ୍କରେ ଜମା ରଖିଛନ୍ତି l ବାକି କିଛି ଜମିରୁ ଯାହା ଚାଷ କରି ମିଳେ, ସେଥିରେ ପୁରା ବର୍ଷକର ପାଇଁ ସବୁ ପିଲାମାନଙ୍କର ଖାଇବା ହେଇଯାଏ l ବ୍ୟାଙ୍କରୁ ମିଳୁଥିବା ସୁଧ ଓ ସାଧାରଣ ଲୋକଙ୍କ ଦାନରେ ବାକି ପିଲାମାନଙ୍କର ପାଠ ପଢା ଓ ପୋଷକର ଖର୍ଚ୍ଚ ହେଇଯାଏ l ଏହି କମଳିର ସ୍ୱାମୀ କୁରୁପା ବଞ୍ଚିଥିବା ଯାଏ ଅନାଥ ଆଶ୍ରମକୁ ସବୁବେଳେ ସାହାଯ୍ୟ କରୁଥିଲେ l କମଳି ଓ କୁରୁପା ଉଭୟ ଅନାଥ ଆଶ୍ରମ ପ୍ରାୟ ଆସନ୍ତି l ସେମାନେ ଭଲମନ୍ଦ ବୁଝନ୍ତି l କମଳି ମୋର ପୂଜ୍ୟ ଗୁରୁଦେବ ଦୀନବନ୍ଧୁ ଙ୍କର ଏକମାତ୍ର କନ୍ୟା l କମଳି ବିବାହ କରିବା ପରେ ଏହି ଅନାଥ ଆଶ୍ରମର ସମ୍ପୂର୍ଣ ଦାୟିତ୍ୱ ମୋ ଗୁରୁ ମୋ ଉପରେ ଦେଇଦେଲେ l ସେ ଆଖି ବୁଜିବା ପରେ କମଳି ଓ କୁରୁପା ପ୍ରତ୍ୟେକ ମାସରେ ଆସନ୍ତି ଭଲମନ୍ଦ ବୁଝିବାକୁ l କମଳି ମୋର ସାନ ଭଉଣୀ ପରି l କୁରୁପାର ପିତା ମାତା ଭୀଷଣ ବଡ଼ ରୋଗରେ (ଟାଇଫଏଡ)ରେ ପଡି ମୃତ୍ୟୁ ବରଣ କଲେ l ସେତେବେଳେ ତାଙ୍କ ପାଇଁ ଯେଉଁ ଡାକ୍ତର ଆସିଥିଲେ ତାଙ୍କୁ ମୁଁ ଆଣିଥିଲି l ଡାକ୍ତର ବାବୁଙ୍କ ମୃତ୍ୟୁର କାରଣ ସହିତ ପୁରା ପ୍ରମାଣପତ୍ର ଟିକେ ଡେରିରେ ପଠାଇଥିଲେ l ମୁଁ କୁରୁପାକୁ ନେଇଯିବାକୁ କହିଥିଲି, କିନ୍ତୁ ସେ ମୋତେ କହିଥିଲା ଯେ ଯେତେବେଳେ ତା ବାପା ଓ ମାଆ ଚାଲିଗଲେ, ଏବେ ସେ ପ୍ରମାଣପତ୍ରରୁ ମିଳିବ କଣ ?ଏଇଟା ମୋ ପାଖରେ ରଖିବାକୁ କହିଥିଲା କୁରୁପା l ହଁ ସେ ମୋତେ କହୁଥିଲା ଶୁକ ସାହୁଙ୍କ ସହିତ କିଛି ଜମି ଜମା କଥା ନେଇ କଣ ଗୋଟିଏ ଝାମେଲା ଚାଲିଥିଲା ସେତେବେଳେ l ମୋ ସାଙ୍ଗରେ କୁରୁପାର ଏହି କଥା ହେବାର ବର୍ଷକ ପରେ କୁରୁପାର ଅଚାନକ ମୃତ୍ୟୁ ଖବର ପାଇ ମୁଁ ଆସିଥିଲି l କମଳି ତାର ତିନି ବର୍ଷର ଝିଅ କାବେରୀ ଓ ବର୍ଷକର ପୁଅ ଅଜୟକୁ ଧରି ସ୍ଥାଣୁ ପାଲଟି ଯାଇଥିଲା l ଶୁକ ସାହୁ ଓ ଗାଆଁର କିଛି ଲୋକ ତାକୁ କଞ୍ଚା ଡାହାଣି ବୋଲି କହି ବହୁତ ଗାଳି ଦେଉଥିଲେ l କିନ୍ତୁ କୁରୁପାର ମୃତ୍ୟୁ ରହସ୍ୟ ଏବେ ବି ରହସ୍ୟ ହୋଇ ରହିଛି l କୁରୁପାର ମୃତ୍ୟୁର ଦୁଇ ମାସ ପରେ ଦିନେ ରାତିରେ କମଳି ତାର ଝିଅ କାବେରୀ ଓ ପୁଅ ଅଜୟକୁ ନେଇ ଆଶ୍ରମ ଆସି ତା ଛୁଆଙ୍କୁ ସେଇଠି ଛାଡି ଦେଇ କହିଥିଲା ତାଙ୍କୁ ବଞ୍ଚାଇବା ପାଇଁ l ସେଦିନ ତାଠାରୁ ଶୁଣିଥିଲି ଶୁକ ସାହୁ ତା ଘରେ ନିଆଁ ଲଗାଇ ଦେଇଛି l ବଡ଼ କଷ୍ଟରେ ତାଠାରୁ ଲୁଚି ସେ ପିଲାଙ୍କୁ ଧରି ଆଶ୍ରମ ଯାଇଥିଲା l ଶୁକ ସାହୁ ତାଙ୍କୁ ଜାଳି ମାରିଦେବାର ଚେଷ୍ଟା କରିଥିଲା, କାରଣ ସବୁ ସମ୍ପତିର କାଗଜ ସେ ନିଜ ପାଖରେ ରଖିଥିଲା l କୁରୁପା ସବୁ କରଜ ଶୁଝିବା ପରେ ବି ସେ କାଗଜ ଫେରାଇଲା ନାହିଁ l ସେଥିପାଇଁ କୁରୁପା ଓ ଶୁକ ସାହୁ ମଧ୍ୟରେ ଝାମେଲା ଚାଲିଥିଲା l କୁରୁପା ଯିବା ପରେ କମଳି ସେ କାଗଜ ମାଗିଥିଲା, ସେଥିପାଇଁ ସେ ତା ପିଲାଙ୍କ ସହିତ ତାକୁ ଜାଳିଦେବାକୁ ଚେଷ୍ଟା କରି କମଳିକୁ ଡାହାଣୀ ବୋଲି କହି ବଦନାମ କରିବାରେ ଲାଗିଛି l ରାମ ପ୍ରଧାନଙ୍କ ପାଞ୍ଚ ବର୍ଷର ନାତି ଆଉ କେହି ନୁହେଁ, ଏଇ କମଳିର ଝିଅ କାବେରୀର ପୁଅ l କମଳି ପିଲାଙ୍କୁ ଅନାଥ ଆଶ୍ରମରେ ଛାଡି ସହରର ଗୋଟିଏ ବିଦ୍ୟାଳୟରେ କାମ କରୁଥିଲା ଓପ୍ରତ୍ୟେକ ମାସରେ ଆଶ୍ରମକୁ ଟଙ୍କା ପଠାଉଥିଲା l ପିଲାମାନେ ତା ବିଷୟରେ ଜାଣି ନ ଥିଲେ l ହେଲେ କାବେରୀର ବିଭାଘର ଦିନ କମଳି ଲୁଚିକରି ଆସି ତା ଝିଅକୁ ଆଖି ପୁରେଇ ଦେଖିଥିଲା ଓ ନିଜର ସବୁ ଅଳଙ୍କାର ତାକୁ ଦେଇ ଯାଇଥିଲା l କାବେରୀ ତା ମାକୁ ଦେଖି ଖୁସି ହେଇଥିଲା ଓ ବହୁତ କାନ୍ଦିଥିଲା l ତାର ପୁଅ ହେଲା ପରେ କମଳି ଲୁଚି ଲୁଚି ଯାଇ କାବେରୀ ଓ ତା ପୁଅକୁ ଦେଖି ଆସେ l ସେଦିନ କମଳି ତା ନାତିକୁ ଗେଲ୍ହା କରିବା ବେଳେ ଶୁକ ସାହୁ ତାକୁ ଦେଖି ଗାଆଁ ବାଲାଙ୍କୁ ଜମା କରି ମିଛରେ କମଳିକୁ ଡାହାଣୀ ବୋଲି କହି ପିଲା ଚୋରିର ଦୋଷ ଦେଇଥିଲା l କାବେରୀ କିଛି କହିବା ଆଗରୁ ସବୁ ମିଶି ତାକୁ ମାର ପିଟ କରି ପୋଲିସକୁ ଦେଇଥିଲେ l କାବେରୀ ତା ଭାଇ ଅଜୟ ଯିଏ ଏବେ ଜିଲ୍ଲାର ପୋଲିସ ଅଧିକ୍ଷକ, ତାକୁ ଫୋନ କରିଥିଲା, କିନ୍ତୁ ସେ ରାଜ୍ୟ ବାହାରେ ଥିବାରୁ ବାଧ୍ୟ ହୋଇ ମୋତେ କାବେରୀ ଖବର ଦେଲା l ମୁଁ ଅସୁସ୍ଥତା ସତ୍ତ୍ୱେ ଆସିଲି ମୋ ଭଉଣୀ କମଳି ପାଇଁ l ଏଇ ନିଅନ୍ତୁ କୁରୁପା ବାପା ମାଆଙ୍କର ମୃତ୍ୟୁର ଡାକ୍ତରୀ ପ୍ରମାଣ ପତ୍ର, କମଳି ଅନାଥ ଆଶ୍ରମରେ କାବେରୀ ଓ ଅଜୟକୁ ଛାଡିଥିବା ବେଳର ଲିଖିତ କାଗଜରେ କମଳୀର ଥିବା ହସ୍ତାକ୍ଷର l ବାକି ସବୁ ଆପଙ୍କ ଉପରେ l ଆପଣ ଚାହିଁଲେ କାବେରୀକୁ କିଛି ପଚାରି ପାରିବେ l ଆଉ ହଜୁର ମୋ ଭଉଣୀ କମଳି ଡାହାଣୀ ନୁହେଁ l "ଏତକ କହି ପଞ୍ଚାନନ କାନ୍ଦି କାନ୍ଦି ହାତ ଯୋଡି କାଠଗଡ଼ାରୁ ଓଲ୍ହାଇ ଆସିଲେ l ସେତିକି ବେଳେ ନ୍ୟାୟାଧୀଶ ମହେନ୍ଦ୍ର କାବେରୀକୁ କାଠଗଡ଼ାକୁ ଆସିବାକୁ କହିଲେ l କାବେରୀ କାନ୍ଦି କାନ୍ଦି କାଠଗଡ଼ାକୁ ଆସି ନ୍ୟାୟାଧୀଶଙ୍କ କହିବା ହିସାବରେ ସବୁ ପ୍ରଶ୍ନର ଉତ୍ତର ଦେଲା l ପ୍ରଶ୍ନ ଥିଲା, ""କାବେରୀ ଯଦି ତା ବାହାଘର ଦିନ ଜାଣିଥିଲା କମଳି ତା ମାଆ ବୋଲି, ତେବେ କାହିଁକି ଏପର୍ଯ୍ୟନ୍ତ ଚୁପ ଥିଲା ?ସେ କାହିଁକି ତା ଭାଇ ଅଜୟକୁ ବି କହି ନ ଥିଲା ?"
କାବେରୀ ଆଖିରୁ ଲୁହ ପୋଛି ପ୍ରଶ୍ନର ଉତ୍ତର ଦେଲା, " ବାହାଘର ଦିନ ତା ବୋଉ କମଳି ତାକୁ ମନା କରିଥିଲା କାହାକୁ ତା ପରିଚୟ ଦେବାକୁ l ସେ କହିଥିଲା ତା ପରିଚୟ ଜାଣିଲେ ହୁଏତ ମୋ ବାହାଘର ଭାଙ୍ଗି ଯିବ l ସେତେବେଳେ ଅଜୟ ପାଠ ପଢୁଥିଲା କଲେଜରେ l ତେଣୁ କାଳେ ତା ପରିଚୟ ଜାଣି ଅଜୟକୁ ସାହୁକାର ଶୁକ ସାହୁ ମାରିଦେବ, ସେଥିପାଇଁ ସେ ମୋତେ ରାଣ ପକାଇ ମନା କରିଥିଲା l ସେ କହିଥିଲା ତାକୁ ସମସ୍ତେ ଗାଆଁରେ ଶୁକ ସାହୁ କଥାରେ ପଡି ଡାହାଣୀ ବୋଲି କହୁଛନ୍ତି, ତେଣୁ ମୋ ପୁଅକୁ ସେ ଲୁଚି ଲୁଚି ଦେଖିବାକୁ ଆସୁଥିଲା ଓ ଚାଲି ଯାଉଥିଲା l ଦେଖିବେ ମୋର ପାଞ୍ଚ ବର୍ଷର ପୁଅ ରାଜା ମୋ ବୋଉକୁ କଣ ବୋଲି ଡାକୁଛି ?ସେ ବି ମୋ ବୋଉକୁ ବହୁତ ଭଲପାଏ l "ଏତିକି କହି କାବେରୀ ତା ପାଞ୍ଚ ବର୍ଷର ପୁଅ ରାଜାକୁ କମଳିକୁ ଦେଖାଇ ପଚାରିଲା "ସେ କିଏ ରାଜା ?"ଏତିକି ଶୁଣି ଛୋଟ ରାଜା ଦୌଡ଼ି ଦୌଡ଼ି କମଳି ପାଖକୁ ଯାଇ କହିଲା, "ଆଇ, ଏ ମୋ ଆଇ l ମୋତେ ଗପ କୁହେ l ଗେହ୍ଲା କରେ l ମୋ ପାଇଁ ଖେଳନା ଆଣି ଦିଏ l ମୋ ଆଇ ବହୁତ ଭଲ l ତାକୁ କେହି ମାର ନାହିଁ l ତାକୁ ଛାଡିଦିଅ l "ଛୋଟ ପାଞ୍ଚ ବର୍ଷର ରାଜାର ବ୍ୟାକୁଳତା ଦେଖି କଚେରୀରେ ଥିବା ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା l ସେଇ କାଠଗଡ଼ା ଭିତରୁ ହାତ ଗଳାଇ କମଳି ରାଜକୁ ଜାବୁଡି ଧରି ତା ଆଖିରୁ ଲୁହ ପୋଛି ଦେଉଥିଲା l
ସେତିକିବେଳେ ଅଜୟ ବି ଆସି ପହଞ୍ଚି ଯାଇଥିଲା ସାଙ୍ଗରେ ଓକିଲଙ୍କୁ ନେଇ l ସେ ଆଗେ ଯାଇ ତା ବୋଉକୁ ପ୍ରଣାମ କରି ବହୁତ କାନ୍ଦିଲା ଓ କହିଲା, "ମୋ ବୋଉ ଡାହାଣି ନୁହେଁ l ସେ ଆମର ବୋଉ l "
ସବୁ ସାଖ୍ୟ ପ୍ରମାଣକୁ ଦେଖି ନ୍ୟାୟାଧୀଶ କହିଲେ, "କାଠଗଡାରେ ଠିଆ କୋଇଥିବା କମଳି ଦେବି ସମ୍ପୂର୍ଣ ରୂପେ ନିର୍ଦୋଷ l ତାଙ୍କ କହିବା କଥା 'ମୁଁ ଡାହାଣୀ ନୁହେଁ 'ସମ୍ପୂର୍ଣ ସତ୍ୟ l ଏ ସମାଜରେ ତାଙ୍କୁ ଏମିତି ଘୁର୍ଣ୍ୟ ଦୃଷ୍ଟିରେ ଦେଖୁଥିବା ଲୋକେ ଓ ସାହୁକାର ଶୁକ ସାହୁ ପକୃତ ଦୋଷୀ l କମଳି ଦେବିଙ୍କୁ ସସମ୍ମାନେ ଦୋଷମୁକ୍ତ କାରଯୁଛି l ଶୁକ ସାହୁ ଓ ଅନ୍ୟମାନଙ୍କୁ ଦୋଷୀ ବୋଲି ପାଇ ତାଙ୍କ ବିରୁଦ୍ଧରେ ଆଜିଠାରୁ ପନ୍ଦର ଦିନ ଭିତରେ ଉଚିତ ଦଫା ସହିତ କାଗଜ ପ୍ରସ୍ତୁତ କରି ଅଦାଲତରେ ଦାଖଲ କରିବାକୁ ପୋଲିସକୁ ଆଦେଶ ଦିଆଗଲା l କଚେରୀର ଆଜିର କାର୍ଯ୍ୟ ଏହିଠାରେ ଶେଷ ହେଲା l "
ସେଠାରୁ ଉଠି ମହେନ୍ଦ୍ର ତଳକୁ ଆସି ପଞ୍ଚାନନଙ୍କୁ ପ୍ରଣାମ କାଳେ l ପ୍ରମିଳାଙ୍କୁ ହାତ ଯୋଡି ନମସ୍କାର କଲେ l ରାମ ପ୍ରଧାନ ଆସି ହାତ ଯୋଡି ପ୍ରମିଳାକୁ କହିଲା, "ମୋତେ କ୍ଷମା କରିଦିଅ ସମୁଦୁଣୀ l ମୁଁ ବହୁତ ବଡ଼ ଭୁଲ କରିଦେଇଛି ସେ ଶୁକ ସାହୁ କଥାକୁ ବିଶ୍ୱାସ କରି l "ତାଙ୍କ ହାତକୁ ଧରି ପ୍ରମିଳା କହିଲା, "ଆରେ ସମୁଦୀ ମୁଁ ପରା ଝିଅ ଦେଇଛି l ଆପଣ ମୋତେ କ୍ଷମା ମାଗି ପାପ ଦିଅନ୍ତୁ ନାହିଁ l "ରାଜାକୁ କାଖେଇ ପ୍ରମିଳା ବହୁତ ଗେଲ୍ହା କରି କାବେରୀ, ଅଜୟ, ପଞ୍ଚାନନ, ରାମ ପ୍ରଧାନ ସହିତ କଚେରୀ ବାହାରକୁ ବାହାରି ସମସ୍ତଙ୍କୁ ହାତ ଯୋଡି କହିଲା, " ମୁଁ ଡାହାଣୀ ନୁହେଁ l "ଶୁକ ସାହୁ ଓ ତାର ସାଥୀମାନଙ୍କୁ ପୋଲିସ ହାତକଡ଼ି ପକାଇ ହାଜତକୁ ନେଇ ଗଲା l କମଳି ତା ପୁଅ, ଝିଅ, ଜ୍ୱାଇଁ, ନାତି, ସମୁଦୀ ଓ ଭାଇ ପଞ୍ଚାନନ ସହ ଖୁସିରେ ଫେରି ଗାଆଁକୁ ଗଲା …
