STORYMIRROR

Kalyani Hota

Romance

4.5  

Kalyani Hota

Romance

ମୁଁ ବି ଗପ ଲେଖିପାରେ

ମୁଁ ବି ଗପ ଲେଖିପାରେ

3 mins
280


ତରୁଣକାନ୍ତ ଜଣେ ଶାନ୍ତ ଶିଷ୍ଟ ପୈାରୁଷ ଭରା ଗମ୍ଭୀର ଚେହେରା ଯୁକ୍ତ ସୁନ୍ଦର ଯୁବକ। ପିତା ମାତା ଙ୍କ ଆଜ୍ଞାଧୀନ ପୁତ୍ର। ହୃଦୟ ବି ସେମିତି ନିଷ୍ଠା ଓ ଧର୍ମପରାୟଣ। ତାଙ୍କ ପଢା ଓ ଚାକିରୀ ଜୀବନକାଳରେ ଅନେକ ସୁନ୍ଦରୀ ଯୁବତୀ ତାଙ୍କ ବିରଳ ବ୍ୟକ୍ତିତ୍ବ ପ୍ରତି ଆକର୍ଷିତ ହୋଇଥିଲେ।ହେଲେ ତରୁଣକାନ୍ତ ଜଣେ ଅନ୍ୟ ପ୍ରକାର ଯୁବକ ଥିଲେ କହିବାକୁ ଗଲେ ଆଧୁନିକ ଯୁଗର ଶ୍ରବଣ କୁମାର।

                        ଏପଟେ ତାପସୀ ଚାରି ଭଉଣୀ ଭିତରେ ବଡ। ଦେଖିବାକୁ ଗୋଟିଏ ଚାଉଳ ରେ ଗଢା।ତାପସୀ ଙ୍କ ବାପା ତରୁଣକାନ୍ତ ଙ୍କ ପ୍ରସ୍ତାବ କୁ ନେଇ କହିଲେ ତାପସୀ ,ଅନ୍ୟ ଭଉଣୀ ମାନଙ୍କ ମୁହଁ କୁ ଚାହିଁ ତୋତେ ଏ ସମ୍ବନ୍ଧିତ ବିବାହ କରିବାକୁ ପଡ଼ିବ।ମନ ଅଭିମାନ ରେ ଭରି ରହିଥିଲେ ମଧ୍ୟ ସାନ ଭଉଣୀ ମାନଙ୍କ ମୁହଁ କୁ ଚାହିଁ ତାପସୀ ଏ ବିବାହ ପ୍ରସ୍ତାବ ରେ ରାଜି ହୋଇଗଲେ।

                        ସମୟାନୁକ୍ରମେ ରୀତିନୀତି ଅନୁଯାୟୀ ତାପସୀ ଙ୍କୁ ବିବାହ କରିଥିଲେ ତରୁଣକାନ୍ତ। ହେଲେ ସେ କ'ଣ ଜାଣିଥିଲେ ସର୍ବ ଗୁଣ, ରୂପ ଆଉ ବିଭବ ସଂପନ୍ନ ହୋଇ ମଧ୍ୟ ସେ କେବେ କାହାର ନାପସନ୍ଦ ହେବେ ବୋଲି।ତରୁଣକାନ୍ତ ଯେତେ ମହାନ ପୁରୁଷ ହେଲେ ବି ସ୍ଵାମୀ ବୋଲି ସ୍ଵୀକାର କରିପାରିନଥିଲେ ତାପସୀ। ଆଧୁନିକ ଜୀବନଶୈଳୀରେ ଗଢା, ଆଡମ୍ବର ପୂର୍ଣ୍ଣ ତଥା ସୁସଜ୍ଜିତ ବେଶଭୂଷା ଧାରୀ ସହପାଠୀ ମହେଶ୍ ଙ୍କୁ ତାପସୀ ପସନ୍ଦ କରୁଥିଲେ। ଗୋଟିଏ ଛାତ, ଗୋଟିଏ ଘର, ଗୋଟିଏ ଅଗଣା ତଥା ଗୋଟିଏ ଶଯ୍ୟା ରେ ବାସ କରି ମଧ୍ୟ ଉଭୟଙ୍କ ମଧ୍ୟରେ ଏକ ପୃଥକ୍ ଗାର ଟିଏ ଦଣ୍ଡାୟମାନ ହେଉଥିଲା।ତରୁଣକାନ୍ତ ଙ୍କ ନିଷ୍ପାପ ହୃଦୟ କୁ ନିଜ ସ୍ତ୍ରୀ ର ଅବମାନନା ଆଉ ନକାରାତ୍ମକ ଭାବ ବହୁତ କୁଠାରାଘାତ କରୁଥିଲା। ପିତାମାତା ଙ୍କୁ ଏ କଥା ଅବଗତ ହେଲେ ଦୁଃଖ ରେ ଭାଙ୍ଗି ପଡିବେ ଭାବି ତରୁଣକାନ୍ତ ରଙ୍ଗମଞ୍ଚ ର ନାୟକ ସଦୃଶ୍ୟ ଅଭିନୟ କରିଚାଲିଥିଲେ। ବେଳେବେଳେ ତାପସୀ ଙ୍କ ପାଟି ରୁ ମହେଶ୍ ନାଁ ଟା ବି ଶୁଣିଛନ୍ତି ତରୁଣକାନ୍ତ।ଭାବନ୍ତି "କେତେ ଭାଗ୍ୟବାନ ଯୁବକ ସେ ମହେଶ୍,ଗୋଟେ ନାରୀ ହୃଦୟ ରେ ସ୍ଥାନ ପାଇଛନ୍ତି। ମୁଁ ତ ଅପାରଗ,ଅଲୋଡା, ଅଦରକାରୀ ହୋଇ ପଡ଼ିରହିଛି ମୋ ସ୍ତ୍ରୀ ର ମୁହଁ କୁ ଚାହିଁ ଚାହିଁ।"ନିଜକୁ ତନ୍ନ ତନ୍ନ କରି ପରୀକ୍ଷା କରନ୍ତି ତରୁଣକାନ୍ତ,ହୁଏତ ତାଙ୍କ ଭିତରେ କେଉଁଠି କିଛି ଅଭାବ ରହୁଛି ବୋଲି ଆଜି ତାଙ୍କ ସ୍ତ୍ରୀ ଠାରୁ ତାଙ୍କ ଦୂରତା ବଢି ବଢି ଯାଉଛି।ଘରେ ପଶିଲେ ଅକାରଣ ରେ ଝଗଡା କରନ୍ତି ତାପସୀ।କାରଣ ତରୁଣକାନ୍ତ ମଫସଲି ପୁରାତନ ଚିନ୍ତାଧାରା ର ଯୁବକ ଟିଏ ଆଉ ସେ ଯାହାକୁ ଭଲ ପାଉଥିଲେ ସେ ସଂପୂର୍ଣ୍ଣ ଆଧୁନିକ ଜୀ

ବନ ଶୈଳୀ ର ଯୁବକ।ତାପସୀ କେବଳ ରାତି ଶୋଇଲା ବେଳେ ରୁମ୍ କୁ ଆସନ୍ତି ଆଉ ଦିନସାରା ଅଫିସ୍ ,ବାହାରେ ବୁଲା ବୁଲି କରି ଦିନ ବିତାନ୍ତି।ବାପା ମାଁ ଙ୍କ ଅନୁନୟ ବିନୟ ପରେ ଅବଶ୍ୟ ତାପସୀ ତରୁଣକାନ୍ତ ଙ୍କୁ ବାହା ହୋଇଗଲେ ହେଲେ ନିଜର କରି ପାରିଲେନି।ତରୁଣକାନ୍ତ ତାପସୀ ଙ୍କ ଠାରୁ ସ୍ନେହ ସୁହାଗ ଟିକେ ପାଇବାକୁ ଯେତେ ଛଟପଟ ହୋଇ ନିକଟତର ହୁଅନ୍ତି ତାପସୀ ସେତେ ଦୂରେଇ ଦୂରେଇ ଯାଆନ୍ତି। ଏମିତି ଭ୍ରାନ୍ତ ଧାରଣା ମଧ୍ୟରେ ସ୍ଵାମୀ ସ୍ତ୍ରୀ ଦୁହେଁ ଦିନ କାଟୁଥାନ୍ତି। ଯେନତେନ ପ୍ରକାରେ ଦିନ କଟିଯାଏ,ରାତି ମାଡି ଆସେ ଅକୁହା ଦୀର୍ଘ ବେଦନା ନେଇ।

                          ଦିନେ ମଧ୍ୟାହ୍ନ ସମୟରେ ,ତାପସୀ ନାଁ ରେ ଆସିଥିବା ପାର୍ସଲ ଟିକୁ ଖୁବ୍ ଆଗ୍ରହ ରେ ଖୋଲିବାକୁ ଉଦ୍ୟତ ହେଉଥିଲେ ସ୍ବାମୀ ତରୁଣକାନ୍ତ କିନ୍ତୁ କ'ଣ ହେଲା କେଜାଣି ସେ ଆଉ ଖୋଲିଲେ ନାହିଁ ‌ବରଂ ତାପସୀ ଅଫିସ୍ ରୁ ଆସିବା ଯାଏଁ ଅପେକ୍ଷା କରାଯାଉ ଓ ସେ ନିଜେ ଖୋଲି ଆଉ ଟିକେ ଅଧିକା ଖୁସି ହୁଅନ୍ତୁ ଭାବି ତାପସୀ ର ଟେବୁଲ୍ ଉପରେ ହିଁ ଥୋଇଦେଲେ।ପ୍ରେରକ ଜଣକ ତରୁଣକାନ୍ତ ଙ୍କ ସଂପୂର୍ଣ୍ଣ ଅପରିଚିତ ଥିଲେ ବି ଥରେ ଅଧେ ତାଙ୍କ ଆଗରେ ସେ ନାଁ ଟିକୁ ତାପସୀ ଉଚ୍ଛାରିତ କରିଛି ସତ କିନ୍ତୁ ତରୁଣକାନ୍ତ ସେଥିପ୍ରତି ସେତେ ଗୁରୁତ୍ବ ଦେଇ ନାହାନ୍ତି।

                         ତାପସୀ ଆସୁ ଆସୁ ତରୁଣକାନ୍ତ ଧରେଇ ଦେଇ କହିଲେ,ଏଇ ନିଅ ତୁମ ନାଁ ରେ ଆଜି ପାର୍ସଲ ଆସିଛି।ତାପସୀ ପାର୍ସଲ ଟିକୁ ଖୋଲି ସ୍ତବ୍ଧ ହୋଇଗଲେ।ତାହା ଥିଲା ମହେଶ୍ ଙ୍କ ବାହାଘର ନିମଂତ୍ରଣ ପତ୍ର ଓ ତାଙ୍କ ହାତଲେଖା ଗୋଟିଏ ଛୋଟିଆ ପତ୍ର।ସେ ପତ୍ର ରେ ମହେଶ୍ ସ୍ଫଷ୍ଟ ଲେଖିଛନ୍ତି ଯେ ତାପସୀ ମୋତେ ସବୁବେଳେ ଗାଉଁଲି ସଂସ୍କାରି ଝିଅ ପସନ୍ଦ ,ଆଉ ଜଗନ୍ନାଥ ଙ୍କ ଅପାର କରୁଣା ରୁ ଆଜି ମୋ ମନ ପସନ୍ଦ ର ଝିଅ ସହ ମୋ ବାହାଢର ହେଉଛି।ତାପସୀ ମୋ ବାହାଘର ରେ ତୁମ ଉପସ୍ଥିତି ଏକାନ୍ତ କାମ୍ୟ।

                              ନିଜ ଦୁର୍ବଳ ମାନସିକତାର ମାପକାଠି କୁ ତାପସୀ ଆଜି ଠିକ୍ ବୁଝିପାରିଲେ।ତରୁଣକାନ୍ତ ଙ୍କୁ ସ୍ଵାମୀ ରୂପରେ ଦେଇ ଠାକୁର ଅଯାଚିତ ଭାବରେ ତାଙ୍କ ହସ୍ତ ପୂର୍ଣ୍ଣ କରିଦେଇଛନ୍ତି । ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରି ସ୍ଵପ୍ନ ର ଦିଗ୍ ବଳୟ ରେ ପ୍ରବେଶ କରି ଏକ ସୁନ୍ଦର ସୁପ୍ରଭାତ ର ଅପେକ୍ଷା ରେ ପ୍ରତିଜ୍ଞାବଦ୍ଧ ହେଲେ ।


Rate this content
Log in

Similar oriya story from Romance