Kalyani Hota

Others

4.0  

Kalyani Hota

Others

ବିରଳ ମାତୃତ୍ଵ

ବିରଳ ମାତୃତ୍ଵ

4 mins
35



ଆମ ଘରର ଠିକ୍ ବାହାର ଫାଟକ ବାମ ପାର୍ଶ୍ଵରେ ନଡ଼ିଆ ଗଛଟେ ଲାଗିଛି। ବେଳେବେଳେ ସମୟ ସୁଯୋଗ ଦେଖି ମୁଁ ତାହାର ଯତ୍ନ ନିଏ। ସଂନ୍ଧ୍ୟା ସମୟରେ ଛାତ ଉପରକୁ ଯାଇ ପାଣି ପାଇପ୍ ମାଧ୍ୟମରେ ନଡ଼ିଆ ଫୁଲ ଗୁଡାକୁ ପାଣି ସିଞ୍ଚେ।ଲୁଣ ବିଞ୍ଚେ...ଲୁଣର ଛୋଟ ଛୋଟ ପୁଡିଆ କରି ଗଛ ଉପରକୁ ଫୋପାଡି ଖଞ୍ଜି ଦିଏ।

''

                  ଗୋଟେ କାଉ ଦମ୍ପତି ସେଠାରେ ରହୁଛନ୍ତି।କି ବିଚିତ୍ର ଏ ସୃଷ୍ଟିର ଲୀଳା। ସେମାନେ କେମିତି ଜାଣନ୍ତି କେଜାଣି ଅଣ୍ଡା ଦେବା ସମୟ ଆସିବା ପୂର୍ବରୁ ବସା ବାନ୍ଧିବାରେ ଲାଗି ପଡ଼ନ୍ତି।

''''”

         ଖୋଜି ଖୋଜି କାଠି କୁଟା ସଂଗ୍ରହ କରି ତାଙ୍କ ପସନ୍ଦର ବସାଟିଏ ବାନ୍ଧନ୍ତି। ସେମାନେ ଦୂରରେ ଏକ ଗଛରେ ବସି ତାଙ୍କ ଅଣ୍ଡା ଗୁଡ଼ିକୁ ଲକ୍ଷ୍ୟ କରୁଥାନ୍ତି।ସେ ପାଖ ଛାଡି କୁଆଡେ ଯାଆନ୍ତି ନାହିଁ। ଆଉ କେତେ ଦିନ ପରେ ପକ୍ଷୀ ଶାବକ ଙ୍କ ଚେଁ ଚେଁ କଳନାଦରେ

ଗୁଞ୍ଜରିତ ହେବ ତାଙ୍କ ଝାଳବୁହା ବସା।ସତରେ କି ବିରଳ ମାତୃତ୍ଵ !! ମାଁ ନ ହେଉଣୁ ଛାତିରେ ସମୁଦ୍ରେ ମମତା।

”'

       ମୁଁ ଦିନେ ସଂଧ୍ୟାରେ ନଡିଆ ଗଛରେ ପାଣି ସ୍ପ୍ରେ (ସିଞ୍ଚନ)କରିବାକୁ ଛାତ ଉପରକୁ ଯାଇଛି। ସେମାନେ ଦୂରରେ ଏକ ଗଛ ଉପରେ ଥାଇ ତାଙ୍କ ଅଣ୍ଡା ଉପରେ ନଜର ରଖିଥିଲେ। କ୍ଷିପ୍ର ବେଗରେ ଉଡ଼ି ଆସି ମୋ

ଶିରରେ ଖୁମ୍ପି ବାରମ୍ଵାର ଆଘାତ କଲେ। ମୁଁ ପୁରାପୁରି ଭାବେ ଅନ୍ୟମନସ୍କ ଥିଲି , ବହୁତ କଷ୍ଟରେ ନିଜକୁରକ୍ଷା କରି ଘର ଭିତରକୁ ଆସିଲି।

''”''

ଏତିକିରେ ସରିନି ମୋ କଷ୍ଟ ,ଯୋଉଠି ଯେତେବେଳେ ଦେଖିଲେ ଖୁମ୍ପି ଚାଲିଲେ ମୋତେ। ପୁଣି ଦିନେ କମ୍ପ୍ୟୁଟର କ୍ଲାସ୍ରୁ ଫେରୁଥିଲି ଚଳନ୍ତା ଗାଡ଼ି ଉପରକୁ ଆସି ମୋ ମୁଣ୍ଡରେ ଆଘାତ କଲେ। ଆଉ ବାହାରକୁ ଜମା ବାହାରି ପାରିଲିନି। ସବୁବେଳେ ନିଜକୁ ଛୋଟ ମନେ କଲି।ମୋତେ ସବୁବେଳେ ଏଥିପାଇଁ କଷ୍ଟ ଲାଗେ ଯେ ଉଚ୍ଚ ଚେତନା ଶକ୍ତି ଥିବା ମଣିଷ ଟିଏ ହୋଇ ମୁଁ ଗୋଟେ ସାଧାରଣ ପକ୍ଷୀ ପାଖରେ କେତେ ବଡ଼ ଦୋଷୀ ହୋଇଗଲି।ଧିକ୍ ମୋ ବିଚାର ଶକ୍ତି ।

'''

ସବୁବେଳେ ମୋତେ ବ୍ୟତିବ୍ୟସ୍ତ ଲାଗେ ଯେ ମୁଁ ଏ ନିଷ୍ପାପ ସରଳ ଜୀବନ ଦୁଇଟି କୁ କିପରି ବୁଝାଇବି ଯେ ମୁଁ ମୋର ଅଜାଣତରେ ତାଙ୍କ ବସାରେ ପାଣି ସିଞ୍ଚିଛି । ଦୀର୍ଘ ସମୟ ଧରି ମୋତେ ମୋ କର୍ମଫଳ କୁ ଭୋଗିବାକୁ ପଡ଼ିଥିଲା। ମୋତେ ସବୁବେଳେ ସତର୍କରେ ରହିବାକୁ ପଡୁଥିଲା।ଭୂଲ୍ ତ କରିସାରିଛି ଆଉ କିଛି ଉପାୟ ନାହିଁ ଭାବି ସହିଯାଉଥିଲି।

ଥରେ ସେମାନେ ତାଙ୍କ କୁନି ଛୁଆ ଙ୍କୁ ନୂଆ ନୂଆ ଉଡ଼ିବା ଶିଖାଉଥିଲେ। ଆମ ଫାଟକ ଫାଙ୍କ ପଟୁ ଗୋଟେ ଛୁଆ ପସିଗଲା ଆଉ ବାହାରି ପାରିଲା ନାହିଁ। ମାଁ କାଉ ଟି ଘର ଗେଟ୍ ପାଖରେ ଜଗି ବସିଲା।ଘରର କାହାକୁ ବାହାର କରି ଦେଲେନି। ସମସ୍ତଙ୍କୁ ଖୁମ୍ପି ଖୁମ୍ପି ହଇରାଣ କରିଦେଲେ।

କାଉ ଜାତି ଙ୍କ ଏକତା ବହୁତ। କୋଉଠି ଥିଲେ କେଜାଣି

ସାଙ୍ଗେ ସାଙ୍ଗେ କାଉ ଦଳବଳ ପହଞ୍ଚି ଗଲେ।ସେରାସ୍ତା ଦେଇ କାହାକୁ ଯିବାକୁ ଦେଲେ ନାହିଁ। ଦିନ ସାରା ଏ ପାଲା ଲାଗିଲା।ରାତିରେ କେତେବେଳେ କେମିତି ସେ ଛୁଆଟିକୁ ଉଦ୍ଧାର କଲେ। ମୁଁ ଠିକ୍ ରେ ଜାଣିନି ମୋ ଶାଶୂ କହନ୍ତି ସେ କାଉ ଛୁଆ ଙ୍କୁ ଯଦି ମଣିଷ

ହାତ ବାଜିଯାଏ, ତାକୁ ଆଉ ସେମାନେ ଗ୍ରହଣ କରନ୍ତି ନାହିଁ।କାରଣ କ'ଣ ହେଇଥାଇପାରେ ... ବିଭିନ୍ନ ଭାବନା ମୁଣ୍ଡକୁ ଆସୁଛି।


ଦେଖୁ ଦେଖୁ ମୋ ପିଲାମାନେ ବଡ଼ ହୋଇଗଲେ। ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଚାରି ବର୍ଷ ମୁଁ ବାହାରେ ରହିଲି।ଏ ଭିତରେ ମୁଁ ଏକଥା ବି ଭୂଲି ଯାଇଥିଲି।ପଢାସାରି ଘର କୁ ଫେରିଲି ..... ଦିନେ ଆଚାର ଶୁଖାଇବା ପାଇଁ ଛାତ କୁ ଯାଇଛି ତ ପୁଣି ଖୁମ୍ପି ଆସିଲେ। ମୁଁ ପ୍ରାଣ ବିକଳରେ ଘର କୁ ପଶିଲି।


       ଆଉ ଚିନ୍ତା କଲି ପ୍ରକୃତରେ ମୁଁ ଜଣେ ଦୋଷୀ ... ନଚେତ୍ ଏଇ ନିରୀହ ପକ୍ଷୀ ଦୁଇଟି ପାଖେ ଦୀର୍ଘ ସମୟର ଅନ୍ତରାଳରେ ବି କ୍ଷମାର ପାତ୍ର ହୋଇପାରିଲିନି‌ ?

       ତାପରେ ମୋ ମୁଣ୍ଡ କୁ ଗୋଟେ ବୁଦ୍ଧି ଜୁଟିଲା।ସେହି ନଡ଼ିଆ ଗଛ ତଳେ ଗୋଟେ ଭଙ୍ଗା କଡ଼େଇଟେରଖିଲି ଆଉ ସବୁଦିନେ ଦୁଇବେଳା ସେଥିରେ ଖାଦ୍ୟ ଦେଲି।ଅନ୍ୟ ଏକ ପାତ୍ରରେ ପାଣି ଦେଲି।ସକାଳୁ ନଅ ଟା ବେଳେ କିଛିରୁଟି ଆଣି ଖଣ୍ଡ ଖଣ୍ଡ କରି ପକାଇ ଦିଏ।ଦୁଇ କାଉ ଆସି ଖାଆନ୍ତି ଆଉ କିଛି ତାଙ୍କ ଛୁଆ ପାଇଁ ନେଇ ଯାଆନ୍ତି।

                  ଆଜି ମୁଁ ବହୁତ ଖୁସି ଯେ ତାଙ୍କ ନିଷ୍ପାପ ହୃଦୟ କୁ ମୁଁ ଜୟ କରିପାରିଛି।


ଆଉ ଥରେ ଭୀଷଣ ବର୍ଷା ....ବହୁତ ଦିନ ଧରି ଲାଗିରହିଲା।ମୋ ଆଖି ଆଗରେ ଗୋଟି ଗୋଟି କରି ସବୁ ଛୁଆ ମରି ତଳେ ଗଳି ପଡ଼ିଲେ। ମୋତେ ବହୁତ କଷ୍ଟ ହେଲା .... ଯୋଉ ମାଁ ଦିନେ ନିଜ ସନ୍ତାନ ଙ୍କ

ସୁରକ୍ଷା ପାଇଁ ମଣିଷ କୁ ହନ୍ତସନ୍ତ କରିଦେଇଥିଲା ସେ ଆଜି ପ୍ରକୃତିର ଦାଉ ଆଗରେ ନୀରବଦ୍ରଷ୍ଟା ପାଲଟି ଯାଇଛି ।ସତରେ ତାଙ୍କ କିଂକର୍ତ୍ତବ୍ୟବିମୂଢ ମନ କେତେ ଯେ ମର୍ମାହତ ହୋଇଥିବ ତାର ହିସାବ କିଏରଖିବ ...ସେ ତ ଗୋଟେ ସାଧାରଣ ପକ୍ଷୀ।


         ମୁଁ ଛୋଟବେଳେ ଆଉ ଏବେବି ବହୁତ ଥର ଦେଖିଛି ଲୋକେ ବାଟୁଳି ଧରି ମଜ୍ଜା ମଜ୍ଜାରେ ନିଜ ମନର ଆମୋଦପ୍ରମୋଦ ପାଇଁ ଅବା ଖାଦ୍ୟ ପାଇଁ କେତେ ଯେ ନିରୀହ ପକ୍ଷୀ ଙ୍କୁ ବୃକ୍ଷରୁ ଟଳେଇ ଦିଅନ୍ତି।

ଛୋଟ ଛୋଟ ବୁଦାରେ ନିଆଁ ଲଗାଇ ଅଣ୍ଡା ଓ ଉଡ଼ି ପାରୁନଥିବା ଛୋଟ ଛୋଟ ପକ୍ଷୀ ଶାବକ ଙ୍କୁ ପୋଡ଼ି ଖାଇ ଦିଅନ୍ତି ..... ତାଙ୍କ ମାଁ ଙ୍କ ଅନୁପସ୍ଥିତିରେ ।

            ଆଉ ଥରେ କେତୋଟି ଖଳ ପ୍ରକୃତିର ଲୋକ ଗୋଟେ କାଉ କୁ ଧରି ତା'ର ଦୁଇ ଟି ଥଣ୍ଟ କୁ ଆଲ୍ ମିନିୟମ୍ ତାରରେ ଗୋଡ଼ାଇ ଗୋଡ଼ାଇ ବନ୍ଦ୍ କରି ଛାଡିଦେଲେ।କି ନିଷ୍ଠୁର ଦାନାରେ ଗଢା ତାଙ୍କ ହୃଦୟ ? ଅନ୍ୟ ଙ୍କୁ କଷ୍ଟ ଦେଇ କି ଆନନ୍ଦ ପାଆନ୍ତି କେଜାଣି। ବେଳେବେଳେ କାଉ ମାନଙ୍କୁରଙ୍ଗ ବେରଙ୍ଗ କରି ଛାଡିଦିଅନ୍ତି ।

ଯଦି ଆମେ ସେ ପକ୍ଷୀ ମାନଙ୍କ ସ୍ତର କୁ ଯାଇ ଚିନ୍ତା କରିବା ନିଶ୍ଚୟ

ବୁଝିପାରିବା ଗୋଟେ ପକ୍ଷୀର ମନସ୍ତତ୍ତ୍ୱ କୁ .......

          ସବୁ ପକ୍ଷୀ ଗୋଟେ ରଙ୍ଗର ଥିବେ ଆଉ ଗୋଟେ ପକ୍ଷୀ ବ୍ୟଙ୍ଗାତ୍ମକ ଭାବେ ଚିତ୍ରିତ ହୋଇ ତା ପକ୍ଷୀ ଦୁନିଆରେ କେତେ ଉପହସିତ ହେଉଥିବ ଚିନ୍ତା କରନ୍ତୁ।ଏ ଅପମାନରେ ସେ ଡାଳ ଉହାଡରେ ଲୁଚି ଲୁଚି ଜୀବନ ହରାଇ ଥାଏ।ଅନ୍ୟ ପକ୍ଷୀ ମାନେ ତାକୁ ଖୁମ୍ପି ଖୁମ୍ପି ତଳିତଳାନ୍ତ କରିବା ଦୃଶ୍ୟ ବି ମୁଁ ଦେଖିଛି।

               ଏହା ଦୁର୍ବଳ ଉପରେ ସବଳର ଅତ୍ୟାଚାର ନୁହେଁ ତ କ'ଣ ? ଭଗବାନ ଆମକୁ ବଳ ବୁଦ୍ଧି ଦୁନିଆର ଶ୍ରେଷ୍ଠ ଜୀବ କରି ଗଢ଼ିଛନ୍ତି ବୋଲି ଆମେ କ'ଣ ସେ ଦୁର୍ଲ୍ଲଭ ଆଶୀର୍ବାଦ କୁ ଏମିତି ଉପଯୋଗ କରିବା ? ସଂସାରରେ ବିଭିନ୍ନ କିସମର ସୁସ୍ବାଦୁ ଖାଦ୍ୟ ଇଶ୍ଵର ଆମ ପାଇଁରଖିଛନ୍ତି ....ଆମେ କ'ଣ ସେମାନଙ୍କୁ ମାରି ଖାଇଲେ ହିଁ ଆମ ପେଟ ପୁରିବ ? ସୃଷ୍ଟିନିୟନ୍ତା ଙ୍କ ନିୟମ କୁ ଭଙ୍ଗ କରିବା ପାଇଁ କିଏ ଆମକୁ ଅଧିକାର ଦେଇଛି ? ସେମାନଙ୍କ ଜଗତରେ ସେମାନଙ୍କୁ ଖୁସିରେରହିବାକୁ ଦେଇ ଆମ ଦୁନିଆରେ ଆମେ ଶାନ୍ତିରେରହିବା ସତରେ କ'ଣ କଷ୍ଟ ଦାୟକ ?

''''''''

   ସାମାନ୍ୟ ପକ୍ଷୀ ଜାତି ହେଲେ ବି ଏକ ବିରଳ ମାତୃତ୍ଵର ପରିଚୟ ଦେଇଛନ୍ତି ଏହି କାଉ ଦମ୍ପତି। ମାତୃତ୍ଵ ଏକ ଅନନ୍ୟ ଶାଶ୍ଵତ ଭାବଧାରା ।

                       ହେଲେ ମଣିଷ ସର୍ବଶ୍ରେଷ୍ଠ ଜୀବ ହୋଇ ମଧ୍ୟ ଆଜି ବୁଦ୍ଧି ବିବେକ ହରାଇ ଦେଇଛି। ମାନବିକତାର ଜଞ୍ଜିରରେ ବନ୍ଧା ହୋଇଥିବା ମାନବ ଆଜି ମୁକୁଳି ଯାଇଛି.......

        ସୀମାରେଖା ଟପି ଅଫେରାଯାତ୍ରୀ ଟିଏ ସାଜ୍ଜି ବହୁ ଦୂର କୁ ଚାଲି ଯାଇଛି ଆଉ ଫେରିବା କଷ୍ଟସାଧ୍ୟ।

'''

       


Rate this content
Log in