Kalyani Hota

Drama

4  

Kalyani Hota

Drama

ରାଜଧାନୀର ଅନୁଭୂତି

ରାଜଧାନୀର ଅନୁଭୂତି

6 mins
314


          

ବଣ ପାହାଡ,ନଦୀଝରଣା, ପୋଖରୀ ତୋଟା ପରିବେଷ୍ଟିତ ଏକ ଛୋଟିଆ ଗ୍ରାମ କୁନ୍ଦନପୁର।ସବୁ ସଂପ୍ରଦାୟ ର ଲୋକ, ଯେପରି ଆମ ଭାରତବର୍ଷ ସେଭଳି ଏ ଗାଁ ରେ ବିଭିନ୍ନ ଧର୍ମ, ଭାଷା ଭାଷୀ ଲୋକ ବସବାସ କରନ୍ତି।ଏହି ଗାଁ ର ନୈସର୍ଗିକ ଶୋଭା ପରିକଳ୍ପନାତୀତ।


ସତେ ଯେମିତି ଇଶ୍ଵର ଏକ ଛୋଟିଆ ସ୍ଵର୍ଗ ନିର୍ମାଣ କାର୍ଯ୍ୟ ରେ ଆସି,ଏ ଗାଁ କୁ ଗଢି ଚାଲିଯାଇଛନ୍ତି।ଵଣ ଜଙ୍ଗଲ ର ଆଢ଼ୁଆଳରେ କିମ୍ବଦନ୍ତୀ ମାଳା ରେ ଭୂଷିତା ଏକ ସୁନ୍ଦରୀ ଦେବୀ ସଦୃଶ୍ୟ ତା ରୂପରାଶି।ତା ମାଟି ବାସ୍ନା,ବିହଙ୍ଗରାବ,ଆମ୍ବତୋଟା ବିବ୍ରତ ମନେ ସଦା ଭରିଦିଏ ଅମାପ ଶାନ୍ତି। ସେହି ଗାଁ ର ବରଷା ରାତିର ଦର୍ଦ୍ଦୁର କ୍ରନ୍ଦନ ଏବେବି ମୋହିତ କରେ ସହର ଅଭିମୁଖେ ପଳାୟିତ ଗ୍ରାମବାସୀ ଙ୍କୁ। ଗ୍ରାମ ପଞ୍ଚାୟତ ସେତେବେଳକୁ ଅଗ୍ରସର ପଥେ। ମୋଟାମୋଟି ଉନ୍ନତି ହୋଇ ନ ଥାଏ କିନ୍ତୁ ଉନ୍ନତି ପଥେ। ନାରୀ ସଚେତନ ସମ୍ପୂର୍ଣ୍ଣ ଶୂନ୍ୟ। ଏମିତି କିଛି ପରିବାରରେ ନାରୀ ମାନଙ୍କୁ ସମ୍ୟକ ପାଠପଢ଼ା ର ସୁଯୋଗ ମିଳିଥିଲା।ପ୍ରଥମେ ଗ୍ରାମ ରେ ଗୋଟିଏ ଝିଅ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେଲା। ତାହାର କିଛି ବର୍ଷ ପରେ ଆଉ ଦୁଇଟି ଝିଅ, ଏମିତି ଉନ୍ନତି ର କ୍ରମବିକାଶ ଘଟି ଆଜି କୁନ୍ଦନ ପୁର ଏକ ଉନ୍ମେଷିତ ଗ୍ରାମ୍ୟ ରେ ପରିଚିତ।


           ଶ୍ରୀମତି ହେଉଛି କୁନ୍ଦନପୁର ଗ୍ରାମ ର ଜଣେ ସ୍ନାତକୋତ୍ତର ଝିଅ।ତା ଅସୁମାରୀ ସ୍ବପ୍ନ ରାଇଜ ରେ ସେ ଗୋଟିଏ ସୁନ୍ଦର ସ୍ନପ୍ନ କୁ ସାକାର କରିବା ପାଇଁ ସହର ରେ ରହିବାକୁ ଚେଷ୍ଟା କରିଥିଲା।ସବୁ କ୍ଷେତ୍ରରେ ତାର ସ୍ବତନ୍ତ୍ର ଆଗ୍ରହ ଥିଲା। ଗୀତ,ନାଚ,କଳା, ବାଣିଜ୍ୟ,ବିଦ୍ୟା ତଥା ଦର୍ଶନ (ଆଧ୍ୟାତ୍ମ) ସବୁଥିରେ ତା ଆଗ୍ରହ ଭରି ରହିଥିଲା। ସଂଭ୍ରାନ୍ତ ପରିବାର ଯୋଗୁଁ ତା ସଂଭାବନା ରେ ଖୁବ୍ ଆଘାତ ଆସିଥିଲା।ମାତୃ ପରିବାର ରେ କଳାକୈାଶଳ ଓ ଜ୍ଞାନ ର ଅଭିବୃଦ୍ଧି ପାଇଁ କିଛି ସୁଯୋଗ ନ ପାଇ ଶେଷରେ ଏକ ସହରୀ ବର ଙ୍କୁ ସମ୍ବନ୍ଧିତ ବିବାହ କଲା।ବିବାହ ର ଗୂଢ ରହସ୍ୟ ବୁଝିବା ତା ଜ୍ଞାନପରିଧି ର ସୀମା ବାହାରେ।ସେ ଭାବିଥିଲା ବିବାହ ଦ୍ଵାରା ସହର ରେ ରହି କିଛି ଲୁକ୍କାୟିତ କଳାକୈାଶଳ କୁ ବାହାର କରିବାର ସୁଯୋଗ ପାଇବ।


          କିନ୍ତୁ ସମୟର ଚକ୍ର ରେ ପ୍ରତ୍ୟାବୃତ୍ତ ଭାଗ୍ୟରେ ଆସିଯାଇଥିଲା ଏକ ଅହେତୁକ ବିଡମ୍ବନା।ଭାଗ୍ୟ ର ବ୍ୟତିକ୍ରମ ଘଟିଲା।ତା ସ୍ବାମୀ ଙ୍କ ଅପମୃତ୍ୟୁ।ଭାଗ୍ୟ ର କରାଳ ଗର୍ତ୍ତ ରେ ସେ ଭୂଲିଗଲା ନିଜ ଅସ୍ତିତ୍ଵ । ଏହି ଅଘଟଣ ପରେ ଖାଦ୍ୟ,ପାନୀୟ, ନିଦ୍ରା ସବୁକିଛି ତା ପାଇଁ ବିରକ୍ତିକର ହୋଇଗଲା। କିନ୍ତୁ ଅନିଚ୍ଛା ସତ୍ତ୍ବେ ସେ ଦୁଇଟି ପୁତ୍ର ସନ୍ତାନ ର ଜନନୀ ସାଜ୍ଜି ସାରିଥିଲା। ମାଁ ହିସାବରେ ଛାତିରେ ପଥର ରଖି ତାକୁ ଅଣ୍ଟା ଭିଡିବାକୁ ହିଁ ପଡିବ। ଜନନୀ ସ୍ରଷ୍ଟା ଙ୍କ ଏକ ଅନବଦ୍ୟ ସୃଷ୍ଟି।ଦୁର୍ବଳ ଶରୀର,ଭଙ୍ଗା ମନୋବଳକୁ ନେଇ ପୁଣି ନିଜ ଗୋଡ ରେ ଠିଆ ହେବାପାଇଁ ଶ୍ରୀମତି ପ୍ରାଣପଣେ ଚେଷ୍ଟା କଲା।ତା ଅତୀତ ପ୍ରତିଦିନ ଆସି ତା ଦ୍ଵାର ଠକ୍ ଠକ୍ କରେ,ଦ୍ଵାର ଖୋଲିବା ଦୂରକଥା ଶ୍ରୀମତି କବାଟ ଆଘାତ ର ଶଦ୍ଦ ଶୁଣିବାକୁ ବି ନାରାଜ। ବାରମ୍ବାର ଢଳିପଡୁଥାଏ କିନ୍ତୁ ସେ ଭଗବତ୍ ପ୍ରେମୀ ହୋଇଥିବାରୁ ସଂସାର ରୂପି ରଂଗମଞ୍ଚ ରେ ଅଭିନୟ ନାୟିକା ସାଜ୍ଜି ଦିନ କାଟୁଥାଏ। ସନ୍ତାନ ମାନଙ୍କୁ ସୁଯତ୍ନ ଓ ଉତ୍ତମ ପରାମର୍ଶ ଭିତରେ ରଖିଥାଏ।


ସମୟ କ୍ରମେ ତା ସନ୍ତାନ ଦୁଇଟି ଭଲ ନମ୍ବର ପାଇ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ। ସୁଦୂର ଘନ ଆକାଶରେ ନକ୍ଷତ୍ର ପୁଞ୍ଜା ଠାବ କଲାପରି ,ପୁଣି ତା ଆଖି ରେ ସ୍ଵପ୍ନପୁଞ୍ଜା। ଅନୁକୂଳ ପରିସ୍ଥିତି ଆଉ ଅଲୈାକିକ ଦୈବୀକୃପା ରୁ ସେ ଦୁଇଟି ସନ୍ତାନ କୁ ନେଇ ଆଜି ରାଜଧାନୀ ବାସିନ୍ଦା।ଖ୍ୟାତିସଂପନ୍ନ ବିଦ୍ୟାଳୟ ଗୁଡିକ ରେ ଏକାଦଶ ଶ୍ରେଣୀ ରେ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ପ୍ରବେଶ କରାଇବାକୁ ସମର୍ଥ ହୋଇପାରିଲା।ଅନେକ ସମୟରେ ଗୁଡାଏ ଅଡୁଆ ସୂତା କୁ ନେଇ ତା ଜୀବନରେ ଚାଲିଥାଏ ସମସ୍ୟା ଯୁକ୍ତ ଭାଗକ୍ରୀୟା।ଜାଣେନା ତା ଭାଗକ୍ରୀୟା ର ଭାଗଶେଷ ଛିଣ୍ଡିବ ନା ଅଛିଣ୍ଡା ରହିଯିବ। ତଥାପି ଅନବରତ ଚେଷ୍ଟା ଚଲାଇଥାଏ ସନ୍ତାନ ମାନଙ୍କୁ ଗୋଟିଏ ସୁଶୃଂଖଳିତ ଜୀବନ ଦେବାପାଇଁ।


         ଜନ୍ମମାଟି, ଗାଁ,ସହର, ଆତ୍ମୀୟ ସଜ୍ଜନ,ସାହିପଡୋଶୀ ଓ ସାଙ୍ଗସାଥି ସମସ୍ତଙ୍କୁ ଛାଡି ଶ୍ରୀମତି ଆସିଯାଇଛି ରାଜଧାନୀ। ଆତ୍ମୀୟ ଙ୍କ ସହାୟତା ରେ ସେ ଭଡାଘର ଟିଏ ପାଇଛି।ସେ ଭାବିଥିଲା ରାଜଧାନୀ କଥା ଭାରି ଗୁମର କିନ୍ତୁ ସେମିତି କିଛି ନାହିଁ। ଏଠାକାର ଲୋକ, ସାଙ୍ଗସାଥି, ଜଳବାୟୁ, ପରିବେଶ ତଥା ବିଦ୍ୟାଳୟ ସବୁକିଛି ଭଲ। ଶ୍ରୀମତି ଖାଲି ଘର ମାଲିକାଣୀ ପାଖରେ ଟିକିଏ ହଇରାଣ ହରକତ ହୋଇଥିଲା।କୂପମଣ୍ଡୁକ ସଦୃଶ୍ୟ ସେ ବାହାର ଦୁନିଆ ସହ ଅପରିଚିତା ଥିଲା,ଆଉ ଭାବୁଥିଲା ଏ ସଂସାର ର ସମସ୍ତ ଲୋକ ତାଭଳି ଉଦାରହୃଦୟୀ।


ଘର ମାଲିକାଣୀ ର ନାଁ ଥିଲା ସଂଜବତୀ ପ୍ରଧାନ। ଶ୍ରୀମତି ତାକୁ ଭୟରେ ସଂଜୁ ଭାଉଜ ବୋଲି ଡାକେ।ବୟସରେ ଶ୍ରୀମତି ତାଠୁ ବଡ କିନ୍ତୁ ସେ ପ୍ରଥମ ଦିନ ସଂଜୁ ର ମାଲିକାଣୀ ବେଶ ଦେଖି ଭୟ ରେ ତା ପାଟିରୁ ଆପେ ଆପେ ଭାଉଜ ଡାକ ବାହାରି ଆସିଥିଲା। ପୁଣି ପ୍ରଥମ ଡାକ କୁ ସବୁଦିନ ଶ୍ରୀମତି କୁ ନିଭାଇବାକୁ ପଡିଥିଲା।ଏପଟେ ସଂଜୁ ର ଦୀଲ୍ କୁଣ୍ଢେ ମୋଟ। କାହିଁ କୋରାପୁଟ ଜିଲ୍ଲା ଦୂରପାହାଡ କାଟି କାଟି ୭୨୦କିମି ରୁ ଆସି ଜଣେ ବ୍ରାହ୍ମଣ କୂଳବଧୁ ସଂଜୁକୁ ଭାଉଜ ବୋଲି ସ୍ନେହବୋଳା ସମ୍ବୋଧନ କରିବା ତାକୁ ବହୁତ ଆନନ୍ଦ ଦେଉଥିଲା।ଏପଟେ ବାହ୍ୟଜଗତ ପ୍ରତି ସମ୍ପୂର୍ଣ୍ଣ ଅନଭିଜ୍ଞା ଶ୍ରୀମତି ନିଜେ ଯୋଉ ପ୍ରକୃତିର ଅନ୍ୟମାନେ ବି ସେ ପ୍ରକୃତିର ଭାବେ। ଏଥିପାଇଁ ତ ଏ ରାଜଧାନୀ ମାଟିରେ ତାକୁ କିଛି କଷ୍ଟ ସହିବାକୁ ପଡିଥିଲା।ସଂଜୁ ଦେଖିଲା ଝିଅଟା ପଢୁଆ କିନ୍ତୁ ଉପସ୍ଥିତ ବୁଦ୍ଧିର ଅଭାବ। ଶ୍ରୀମତି ର ଭାଉଜ ଡାକଶୁଣି ସଂଜୁ ଶ୍ରୀମତି କୁ ଆଲିଙ୍ଗନ କରି ଅଭିନୟେ କୁମ୍ଭୀର କାନ୍ଦଣା କାନ୍ଦିଥିଲା। ଏପଟେ ଶ୍ରୀମତି ନିଜ ଆତ୍ମୀୟ ମାଟି, ବନ୍ଧୁ ବାନ୍ଧବ, ପିତାମାତା, ଭାଇଭଉଣୀ,ଶାଶୂଶ୍ଵଶୁର ସମସ୍ତଙ୍କୁ ଛାଡି ରାଜଧାନୀ ଯାଇଛି ପୁଣି ଏଭଳି ଆତ୍ମୀୟ ଭାଉଜ ଟିଏ ପାଇ ଭୋଭୋ ହୋଇ କାନ୍ଦି ଉଠିଛି। ଏହି କନ୍ଦାକନ୍ଦି ଭିତରେ ସଂଜୁ ଏକ ନୀଚ ଚାହାଣୀ ପକାଇଛି ଶ୍ରୀମତି ର ଜିନିଷ ପତ୍ର ଉପରେ।ସଂଜୁର ମନକଷ୍ଟ ହୋଇଛି ଯେ ଶ୍ରୀମତି ସେମିତି କିଛି ଆଖିଦୃଶିଆ ଜିନିଷ ପତ୍ର ଆଣିନାହିଁ।ଆଣିଛି ଖାଲି ବସ୍ତା ବସ୍ତା ବହି।ବହି ସହ ସଂଜୁର ମତ୍ଲବ୍ ହିଁ ନାହିଁ। ତଥାପି ଅତିକଷ୍ଟ ରେ ସଂଜୁ ତା ମନକୁ ବୁଝାଉଥାଏ ଜିନିଷ ପତ୍ର ନ ଆଣିଲେ କଣ ହେଲା ଶ୍ରୀମତି ହାତରେ ଗୁଡାଏ କାମ କରାଇବା ପାଇଁ ମନେ ମନେ ଚିଠା ପ୍ରସ୍ତୁତି କରିଛି। ଆତ୍ମୀୟ ପରି ଅଭିନୟ ନିଭାଇବା ପାଇଁ ସଂଜୁର କିଛି ସମୟ ବିତି ଯାଇଛି।


          ଏପଟେ ସଂଜୁର ଘରେ ସ୍ବାମୀ ମହେଶ୍ ପ୍ରଧାନ,ଝିଅ ପାୟଲ୍ ଓ ପୁଅ ଦେବାଶୀଷ ରୁହନ୍ତି। ସେମାନେ ସମସ୍ତେ ନିଜକୁ ବିଧିବଦ୍ଧ ଭାବେ ଗଢ଼ିବାକୁ ପ୍ରୟାସ କରନ୍ତି ସଂଜୁ ଭଳି। ସ୍ଵାମୀ ମହେଶ୍ ସଂଜୁ ର ଆଖି ଦୁଇଟାକୁ ଭାରି ଭୟ କରନ୍ତି।ସଂଜୁର ପ୍ରତ୍ୟେକ ଚାହାଣୀ ର ପରିଭାଷା ସହ ସ୍ଵାମୀ ମହେଶ୍ ଖୁବ୍ ପରିଚିତ।ସେ ନିଜକୁ ସଂଜୁ ପାଖରେ ନିବିଢ ଭାବେ ସମର୍ପି ଦେଇଛନ୍ତି ଆଉ ସଂପୂର୍ଣ୍ଣ ଭାବେ ନିଜସ୍ଵ ଜ୍ଞାନ କୁ ହରାଇ ବସିଛନ୍ତି।ସଂଜୁର ଆଖି ରେ ସେ ଦୁନିଆ ଦେଖନ୍ତି,ସଂଜୁର ଜିହ୍ୱା ରେ ସ୍ବାଦ ବାରନ୍ତି ଆଉ ସଂଜୁର କଥାରେ ଉଠ୍ ବସ୍ କରନ୍ତି। ଯେଉଁ ଭଡାଟିଆ ସେ ଘର କୁ ଆସନ୍ତି ଅଳ୍ପଦିନରେ ସଂଜୁ ର ପ୍ରକୃତି ସହ ଖାପ ଖୁଆଇ ଚଳିନ ପାରି ଚାଲିଯାଆନ୍ତି। ତେଣୁ ପୁଅଝିଅ ବେଳେବେଳେ ସଂଜୁ କୁ ଥଟ୍ଟାରେ ତାଗିଦ୍ କରନ୍ତି ମମି ହୁସିଆର୍....ମମି ହୁସିଆର୍। ଶ୍ରୀମତି କିଛି ବୁଝି ପାରୁନଥାଏ।ଭାବେ ଏତେ ଭଲଲୋକ ଙ୍କୁ ଏମାନେ ବାରମ୍ଵାର ହୁସିଆର ହୁସିଆର କାହିଁକି କହନ୍ତି?ଆଜି ପର୍ଯ୍ୟନ୍ତ ସେ ଘରେ ଦୁଇମାସ ରୁ ଅଧିକ କେହି ତିଷ୍ଠି ନାହାନ୍ତି। ଶ୍ରୀମତି ପ୍ରାଣପଣେ ନଅ ମାସ ବିତାଇଥିଲା।ସେ ତା ମନକୁ ବୁଝାଇସାରିଥିଲା ଯେ ଯାହା ଦୁଃଖ କଷ୍ଟ ହେଲେ ବି ସେ ପୁଅ ଦୁଇଟାକୁ ଯୋଗ୍ୟ କରିବାପାଇଁ ସହିନେବ। ଏମିତି ଗୁଡ଼ାଏ ଘାତପ୍ରତିଘାତ କୁ ପ୍ରତିଦିନ ଶ୍ରୀମତି ସାମ୍ନା କରେ।ଘର ଟି ପଢ଼ାପଢ଼ି ବାତାବରଣ ର ଅନୁକୂଳ ହୋଇ ଥିବାରୁ ସେ ମୁଣ୍ଡପାତି ସବୁକଷ୍ଟ କୁ ସହି ନେଇଥିଲା।ଅନ୍ୟପଟେ ପୁଅମାନେ ବି କେବେ ଶ୍ରୀମତି କୁ ନିନ୍ଦିତ କରି କାଳେ କହିଦେବେ ଯେ "ଆମ ଶିକ୍ଷା ପାଇଁ ମାଁ ଏତିକି ସହି ପାରିଲେନି"ଏପରି ସବୁ ଭାବନା କୁ ଆଖି ଆଗରେ ରଖି ଶ୍ରୀମତି ସହିଚାଲିଥାଏ। ସନ୍ତାନ ପାଇଁ ଗୋଟିଏ ମାଁ କୁ କେତେ ତ୍ୟାଗ ନିଷ୍ଠା ପରାକାଷ୍ଠା ର ଯୂପକାଠ ରେ ମୁଣ୍ଡ ନୁଆଇଁ ବଳି ଖାଇବାକୁ ହୋଇଥାଏ।ନିଜ ଶରୀର ର ଏକ ଏକ ରକ୍ତବିନ୍ଦୁ କୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମାଁ ବଳି ଦେଇଚାଲିଥାଏ।


ଏମିତି ଅନେକ ସମସ୍ୟା ସହ ବିତି ଗଲା ଅନେକ ଦିନ।ସଂଜୁର ସନ୍ତାନ ଦୁଇଟି ଅପାରଗ ହୋଇ ରାସ୍ତାରେ ବୁଲିବାକୁ ଲାଗିଲେ ତେଣୁ ସେ ଶ୍ରୀମତି ର ସନ୍ତାନ ମାନଙ୍କ ଉପରେ କୁଦୃଷ୍ଟି ନିକ୍ଷେପ କରିବାକୁ ଲାଗିଲା।ହେଲେ ଶ୍ରୀମତି କଣ, କିପରି କହି ଘରୁ ତା ସନ୍ତାନ ଦୁଇଟି କୁ ବାହାର କରିବ ବୁଝିପାରୁନଥାଏ। ଦିନେ ଶ୍ରୀମତି ର ଜ୍ୟେଷ୍ଠ ପୁତ୍ର ମହାବିଦ୍ୟାଳୟ ରୁ ଫେରିବା ଦେଖି ସଂଜୁର ପୋଷା ଶୁଆ ଖୁସିରେ ନାଚି ନାଚି ତା ନାଁ ଧରି ଡାକିବାକୁ ଲାଗିଲା।ଏହା ଦେଖି ସଂଜୁ ରାଗ ରେ ଥମଥମ ହୋଇ ଆସି କହିଲା "ଖାଉଛୁ ଜଣକ ଆଉ ଗାଉଛୁ ଜଣକ,କୃତଘ୍ନ ପକ୍ଷୀଟା,ତୋ ବେକ ମୋଡି ଫୋପାଡିଦେବି"।ଗୋଟିଏ ନିରୀହ ପକ୍ଷୀଜାତି ର କୁତ୍ସାରଟନା ଶୁଣି ଶ୍ରୀମତି ର ସନ୍ତାନ ଭାଙ୍ଗି ପଡିଥିଲା ଆଉ ତା ହୃଦୟ କୁ ଏତେ କୁଠାରାଘାତ କଲା ଯେ ସେ ନିଜେ ତା ମାଁ ଙ୍କୁ ବୁଝାଇ କହିଲା ମାଁ ଏ ଘର ଆମେ ଛାଡିଦେବା।ଯୋଉ ଘରେ ଗୋଟେ ନିଷ୍ପାପ ପକ୍ଷୀ ର ସ୍ଥାନ ନାହିଁ ସେଇଠି ଆମେ ରହିବା ଠିକ୍ ନୁହେଁ। ଶ୍ରୀମତି ର ରାସ୍ତା ଖୋଲିଗଲା,ସେ ପରିଚିତ ଲୋକ ଙ୍କ ସାହାଯ୍ୟ ରେ ନୂଆଘର ଟେ ପାଇ ସେଇଠୁ ବିଦାୟ ନେଲା।ବିଦାୟ ଅବଶ୍ୟ କରୁଣ ଥିଲା ତା ପାଇଁ ତଥାପି ବାଧ୍ୟତାମୂଳକ ଥିଲା। କିନ୍ତୁ କିଛି ଦିନ ପରେ ଶ୍ରୀମତି ଜାଣିବାକୁ ପାଇଲା ଯେ ସଂଜୁ ଜଣେ ମାନସିକ ବିକୃତି ଗ୍ରସ୍ତ ରୋଗୀ।ସେ ବହୁତ ଦୁଃଖ କରିଥିଲା।ସତରେ ରାଜଧାନୀ ଲୋକେ ବହୁତ ଭଲ ମୁଁ କାହିଁକି ସଂଜୁ ଭାଉଜ ଙ୍କୁ ଭୂଲ୍ ବୁଝି ଘର ଛାଡିଦେଲି ବୋଲି ନିଜକୁ ଧିକାର୍ କଲା ଆଉ ଫେରିଲା ବେଳେ ତାଙ୍କ ଆଶୀର୍ବାଦ ନେଇ ଘର କୁ ଫେରିଲା।

                  ବାସ୍ତବରେ ଆମେ କାହା ବିଷୟ ରେ କୈାଣସି ସିଦ୍ଧାନ୍ତ ବା ଆଲୋଚନା କରିବା ଅନୁଚିତ୍। ଇଶ୍ଵର ସମସ୍ତ ଙ୍କୁ କିଛି ନା କିଛି ଦିବ୍ୟଗୁଣ ରେ ମଣ୍ଡିତ କରିଛନ୍ତି।

                        


Rate this content
Log in

Similar oriya story from Drama