STORYMIRROR

Kalyani Hota

Inspirational

4  

Kalyani Hota

Inspirational

ଆଦିବାସୀ ହୃଦୟ

ଆଦିବାସୀ ହୃଦୟ

3 mins
415

କୋରାପୁଟ ଜିଲ୍ଲାର ଦକ୍ଷିଣ ପଶ୍ଚିମ ଦିଗରେ ରହିଛି ନବରଙ୍ଗପୁର ଜିଲ୍ଲା।ଜଙ୍ଗଲ ପରିବେଷ୍ଟିତ ଏହି ଜିଲ୍ଲାର ଅଧିକାଂଶ ଲୋକ ଆଦିବାସୀ। କୋରାପୁଟ ଜିଲ୍ଲା ଏହାର ସୀମାରେ ଅବସ୍ଥିତ।ଏଠାର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ଆଜ୍ଞାମାଳ ନେଇ ପ୍ରତିବର୍ଷ ମଣ୍ଡେଇ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଥାଏ। ଆଦିବାସୀ ଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହି ମଣ୍ଡେଇ ପର୍ବରେ ନିଜ ନିଜ କଳା କୈାଶଳ ଓ ବିଭିନ୍ନ ପ୍ରକାର ଜଙ୍ଗଲ ଜାତ ଦ୍ରବ୍ଯ କୁ ପ୍ରଦର୍ଶନ ତଥା ବିକ୍ରି କରି ଏମାନେ ଦି ପଇସା ରୋଜଗାର କରିଥାନ୍ତି।

ତାପସୀ ଜଣେ ବ୍ୟାଙ୍କ୍ କର୍ମଚାରୀ। ମଣ୍ଡେଇ ପଡିଆ ନିକଟରେ SBI ର ଟ୍ରେନିଂ ଚାଲିଥାଏ।ତାପସୀ ଦିନେ ଟ୍ରେନିଂ ରୁ ଫେରିବା ସମୟରେ ,ସାଙ୍ଗମାନଙ୍କ ସହ ମିଶି ମଣ୍ଡେଇ ମେଳା ଦେଖିବାକୁ ଗଲେ। ହଠାତ୍ ଦେଖିଲେ ମଙ୍ଗୁଳି ତା କିଛି ସାଥିଙ୍କ ସହ ମିଶି ଏକ ଷ୍ଟଲ୍ ପକେଇଛି। ଆଗରୁ ବ୍ୟାଙ୍କ୍ ରେ ମଙ୍ଗୁଳି ସହ ତାପସୀର ଥରେ ଦି ଥର ଦେଖା ହୋଇଛି। ମଙ୍ଗୁଳିର ରୂପକାନ୍ତି ରେ ଉଦାର ସରଳ ଭାବ ତଥା ନିରୀହ ଆଦିବାସୀ ଙ୍କ ମନମୋହକ ରୂପ ଫୁଟି ଉଠୁଛି।ସାଙ୍ଗେ ସାଙ୍ଗେ ମଙ୍ଗୁଳି ପାଟିରୁ ଶୁଭିଲା" ଜୁହାର ଦିଦି ଆସା ଆସା ଆମର SHG ଗୁରୁପ୍ କାଇଟା କାଇଟା ଆନ୍ଲାଚେ ଦେଖ୍ ବାସ୍ "।ତାପସୀ ଅଟକି ଗଲେ ସେ ଷ୍ଟଲ୍ ଆଗରେ। ଧୂପକାଠି,ଝୁଣା,ଛାଞ୍ଚୁଣୀ,ମହୁ, ବିଭିନ୍ନ ପ୍ରକାର ଛତୁ,ଫଳ,କନ୍ଦା,ହଳଦୀ ଇତ୍ୟାଦିର ବିଭିନ୍ନ ପସରା। କିନ୍ତୁ ତାପସୀ ଙ୍କୁ ଦରକାର ଥିଲା ପାଳୁଅ।ପଚାରିଲେ ଆଚ୍ଛା ମଙ୍ଗୁଳି ପାଳୁଅ ଆଣିଛ ? ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲା ପାଲ୍ ଗୁଣ୍ଡି ରେଲା ଦିଦି କାଲି ଆକା ସର୍ ତେ ସର୍ ଲା।ଆରି କାଲ୍ କେ ଆମର୍ ଗୁରୁପ୍ କେ ଆଇସି । ତାପସୀ ମଙ୍ଗୁଳିର ସ୍ନେହ ଭରା କଥାରେ ଏତେ ଭୋଳ ହୋଇଗଲେ ଯେ ସଙ୍ଗେ ସଙ୍ଗେ ପର୍ସ ରୁ ୫୦୦ ଟଙ୍କା ନୋଟ୍ ଟେ ବାହାର କରି ମଙ୍ଗୁଳି ହାତକୁ ବଢାଇ ଦେଲେ ଆଉ ଗୋଟିଏ କାଗଜରେ ଆଡ଼୍ରେସ୍ ଟି ଟିପିଦେଲେ। କିନ୍ତୁ ଭୂଲ୍ ବଶତଃ ନିଜ ଫୋନ୍ ନମ୍ଭର୍ ଟି ଟିପି ପାରିଲେ ନାହିଁ।କହିଲେ ଆଚ୍ଛା ମଙ୍ଗୁଳି ତୁମେ ଏଇ ଆଡ୍ରେସ୍ ରେ ପାଳୁଅ କିଛି ପଠାଇ ଦିଅ। ଆଜିକାଲି ତ ଆମ ବ୍ୟାଙ୍କ୍ ର ଟ୍ରେନିଂ ଚାଲିଛି ,ପୁଣି ମଣ୍ଡେଇ ଆସି ପାଳୁଅ ନେବା ପାଇଁ ଜମା ସମୟ ହେବ ନାହିଁ। ମଙ୍ଗୁଳି କହିଲା ଆଲେ ଜୁହାର୍ ଦିଦି‌। ୟା ଭିତରେ ବିତିଯାଇଛି ସପ୍ତାହେ,ଦେଖୁ ଦେଖୁ ପୁଣି ପନ୍ଦର ଦିନ ବିତି ଯାଇଛି।ନା କିଛି ପାର୍ସଲ ନା ପାଳୁଅ। ସ୍ବାମୀ ତରୁଣକାନ୍ତ ବି ଏକଥା ଜାଣିଲେ।।ସେ ତାପସୀ ଙ୍କୁ କହିଲେ ତୁମେ କଣ ଭାବୁଛ ଏ ଆଦିବାସୀ ଲୋକ ଗୁଡାକ ଆଗ ପରି ସରଳ ଓ ନିଷ୍ପାପ।ସେମାନେ ପରା ଆମ ଠାରୁ ଉନ୍ନତ ଓ ଶିକ୍ଷିତ ହେଲେଣି ଆଉ ସରଳତା ସେମାନଙ୍କ ଭିତରେ କୋଉଠୁ ପାଇବ ? ତାପସୀ କହିଲେ ମୁଁ ତ ତରତର ରେ ଥିଲି ଟଙ୍କା ଦେଇଦେଲି।ଫୋନ୍ ନମ୍ବର ବି ଆଣିପାରିଲିନି କି ଦେଇ ପାରିଲିନି ,ଯାହା ହେଉଛି ହେଉ ଆଉ କଣ କରାଯିବ ?ଏହା କହି ଅଫିସ୍ ଚାଲିଗଲେ ତାପସୀ। ସେଦିନ ଠିକ୍ ମଧ୍ୟାହ୍ନ ସମୟରେ ତାପସୀଙ୍କ ନାଁ ରେ ଘରକୁ ଏକ ପାର୍ସଲ୍ ଆସିଲା। ତାପସୀ ର ନାଁ ରେ ଆସିଥିବା ପାର୍ସଲଟିକୁ ଖୁବ୍ ଆଗ୍ରହ ରେ ଖୋଲିବାକୁ ଉଦ୍ୟତ ହେଉଥିଲେ ସ୍ଵାମୀ ତରୁଣକାନ୍ତ କିନ୍ତୁ କଣ ହେଲା କେଜାଣି ସେ ଆଉ ଖୋଲିଲେ ନାହିଁ।ବଂର ତାପସୀ ଅଫିସ୍ ରୁ ଆସିବା ଯାଏଁ ଅପେକ୍ଷା କଲେ ।ସେ ନିଜେ ଖୋଲି ଆଉ ଟିକେ ଅଧିକା ଖୁସି ହୁଅନ୍ତୁ ଭାବି ତାପସୀ ର ଟେବୁଲ୍ ଉପରେ ହିଁ ଥୋଇଦେଲେ।

ତାପସୀ ଆସୁ ଆସୁ ତରୁଣକାନ୍ତ ଧରେଇ ଦେଇ କହିଲେ ଏଇ ନିଅ,ତମ ନାଁ ରେ ଆଜି ପାର୍ସଲ ଆସିଛି। ତାପସୀ ଖୋଲି ଦେଖିଲେ ମଙ୍ଗୁଳି ଖାଲି ପାଳଗୁଣ୍ଡି ନୁହେଁ ବିଭିନ୍ନ ପ୍ରକାର ବନ୍ୟଜାତ ଦ୍ରବ୍ୟ ପଠାଇଛନ୍ତି।ଆଉ ତାପସୀ ଦେଇଥିବା ପଇସା ଠାରୁ ଢେର୍ ସାରା ଜିନିଷ।ସବୁ ଭଲ ଆଉ ମୂଲ୍ୟବାନ ଜିନିଷ ଗୁଡାକ।ଆଖି ଜକେଇ ଆସିଲା ତାପସୀ ଙ୍କର ,ଛଳଛଳ ଲୁହରେ ତରୁଣକାନ୍ତ ଙ୍କୁ କହିଲେ ସତରେ ଭଗବାନ କେତେ ସାଧୁ ଆଉ ନିଷ୍କପଟ କରି ଏ ଆଦିବାସୀ ଙ୍କୁ ଗଢ଼ିଛନ୍ତି ଏଇଥି ପାଇଁ ମୋତେ ଏମାନଙ୍କ ସହ ମିଶିବାକୁ ବହୁତ ଭଲ ଲାଗେ ହେଲେ ସବୁବେଳେ କଣ ସେ ସୁଯୋଗ ମିଳେ ? ବାସ୍ତବିକ୍ ନିଷ୍ପାପ ଆଦିବାସୀ ଙ୍କ ସଛୋଟପଣିଆ ଓ ସାଧୁତା ସର୍ବଦା ପ୍ରଶଂସନୀୟ।

                            


Rate this content
Log in

Similar oriya story from Inspirational