Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Saroj Kumar Jena

Thriller


3  

Saroj Kumar Jena

Thriller


ମୁଁ ଅଭିଶପ୍ତ କିନ୍ନର

ମୁଁ ଅଭିଶପ୍ତ କିନ୍ନର

6 mins 12.1K 6 mins 12.1K

        

ଦୀର୍ଘ ଦୁଇ ବର୍ଷ ତଳର କଥା । ମୁଁ ଆଉ ମୋର ସାଙ୍ଗ ସୁଦାମ ଦୁଇ ସାଙ୍ଗ ମିଶି ଚାକିରି କରିବା ନିମନ୍ତେ ମିଲିଟାରୀ ପରୀକ୍ଷା (ଇଣ୍ଟରଭିୟୁ) ଦେବା ପାଇଁ ବାରିପଦାରେଳ ଯୋଗେ କଟକରୁ ବାହାରି ଯାଇଥିଲୁ ।

   ସନ୍ଧ୍ୟା ଛଅ ଘଟିକା ସମୟରେ ଯାଇରେଳ ବାରିପଦାରେ ପହଞ୍ଚିବ ଏହି କଥା ଜାଣି ସୁଦାମ ଟିକିଏ ଶୋଇ ପଡ଼ିଥାଏ ।ମୁଁ କିନ୍ତୁ ଜାଗ୍ରତ ହୋଇଥାଏ ।କାହିଁକି ନାରେଳରେ ପ୍ରାୟ ଚୋରି ହୁଏ ।ଏମିତିରେ ଆମେ ତ ପରୀକ୍ଷା ଦେବା ପାଇଁ ଯାଉଥାଉ ସେଥିପାଇଁ ଆମ ନିକଟରେ ପ୍ରାୟ ସବୁ ପ୍ରମାଣ ପତ୍ର ଥାଏ । କାଳେ ଚୋରି ହୋଇଯିବ ବୋଲି ମୁଁ ସଜାଗ ହୋଇ ବସିଥାଏ ।

  ହଠାତ୍ କିଛି ସମୟ ଯାଇଛି ପ୍ରାୟ ସେତେବେଳକୁ ରେଳ ଯାଜପୁର ଦେଇ ଆଗକୁ ଯାଉଥାଏ ।ହଠାତ୍ ଆର ବଗିରୁ କିଛି କୋଳାହଳ ସୁବିଲା । ଠିକ୍ ଦୁଇ ମିନିଟ୍ ପରେ ଆମ ବଗିରେ କିଛି କିନ୍ନର ଶ୍ରେଣୀ ର ଲୋକ ଚଢ଼ିଲେ । ସମସ୍ତଙ୍କୁ ପଇସା ମାଗି ମାଗି ଆସୁଥାନ୍ତି । ତାଙ୍କ ମଧ୍ୟରୁ ପ୍ରାୟ ପାଞ୍ଚ ଜଣ ଥିଲେ ।ଏଥିରୁ ତିନି ଜଣ ପଇସା ମାଗି ମାଗି ଆଗ ବଗିକୁ ଚାଲିଗଲେ ।ଆଉ ଦୁଇ ଜଣ ଆମ ବଗିରେ ଥାନ୍ତି ।

ମୁଁ ପ୍ରାୟ ଶୁଣିଥିଲି ସେମାନେ ପ୍ରାୟ ହଇରାଣ କରନ୍ତି ଲୋକମାନଙ୍କୁ । କିନ୍ତୁ ମୋ ଆଖି ସମ୍ମାନରେ ଯାହା ଘଟିଗଲା ତାହା କହିଲେ ନ ସରେ । ସେଦିନ ମୁଁ କିଛି ଅପ୍ରିତି କର ଘଟଣା ଦେଖି ମୋତେ ଭାରି ଦୁଃଖ ଲାଗିଥିଲା । ଘଟଣା ଏମିତି ହେଲା । ଶେଷରେ ମୁଁ ସେହି ଘଟଣାରେ ସମ୍ପୃକ୍ତ ଥିବା ଜଣେ କିନ୍ନର କୁ ପାଖକୁ ଡାକିଲି ଆଉ ସେ କିନ୍ତୁ ଅଶ୍ରୁଭରା ଚକ୍ଷୁରେ କାନ୍ଦି ହେ ଜଗନ୍ନାଥ ହେ ଜଗନ୍ନାଥ ବୋଲି ମହାପ୍ରଭୁଙ୍କୁ ଡାକୁଥାଏ । ମୁଁ ପଚାରିଲି ବାବା ତୁମ ଘର କେଉଁଠି ।ଦେଖିବାକୁ ବହୁତ ସୁନ୍ଦର ଲମ୍ବା କେଶ ସଙ୍ଗତେ ହାତରେ କିଛି ନୋଟ୍ କୁ ଭାଙ୍ଗି ଧରିଥାଏ । ସିନ୍ଥିରେ ସିନ୍ଦୂର ହାତରେ ଶଙ୍ଖା ତତ୍ ସହିତ ଏକ ସୁନ୍ଦର ଶାଢ଼ୀ ପିନ୍ଧି ଥାଏ ସେହି କିନ୍ନର ।ଅତି ବାଧ୍ୟ କରି ମୋ ରାଣ ଦେଇ ପଚାରିବାରୁ ।ମୋତେ ତାର ସମସ୍ତ ବିଷୟରେ ଅବଗତି କରାଇଲା ।

    କହିଲା ମୋ ଘର ଜଗସିଂହପୁର । ନାମ ଅଭିଷ୍ପା ।ମୁଁ କହିଲି ତୁମ ପ୍ରକୃତ ନାମ କୁହ ।କହିଲା କାହିଁକି ତୁମେ ଏତେ କଥା ପଚାରୁଛ ।ମୁଁ କହିଲି ଆରେ ତୁମେ ଭାବିନୀୟ ଜଣେ ଆତ୍ମୀୟ ।ଏହା ଭାବି ମୋତେ ତୁମ କଥା କୁହ ।

ଧିରେ ଧିରେ ତାର ସବୁ କଥା ଖୋଲି ମୋତେ କହିବାକୁ ଲାଗିଲା କିନ୍ନର ଅଭିଷ୍ପା । କହିଲା ବାପା - ନିଧିଚରଣ ଗୋଛି ।ମାତା - ନିରୁପମା ଗୋଛି । ଦୁଇ ଭଉଣୀର ମୁଁ ଅତି ଗେଲବସରିଆ ଗୋଟିଏ ପୁଅ ଥିଲି । ବାପା ଦେଇଥିଲେ ନାମ ଅଭିଳାଷ ।

    ମୁଁ ସେଠୁ ପଚାରିଲି ସବୁତ ଠିକ୍ ଥିଲା ପୁଣି ଏମିତି ଏହି କିନ୍ନର ହେବାର କଣ କେମିତି ମନ ବଳେଇଲା । ଏହି କଥା ମୋ ଠାରୁ ଶୁଣି ସେଦିନ ଅଭିଷ୍ପା କହିଲା । ଶୁଣ କେହି କୋଉଟା ଜାଣି ଜାଣି କରନ୍ତ୍ନି ନାହିଁ । ସମୟ ସ୍ରୋତରେ ସବୁ ଆପେ ବଦଳି ଯାଏ ।ମୁଁ ପିଲାଟି ଦିନରୁ ଦିଦି ମାନଙ୍କ ସହିତ କୁତୁ କୁତୁ ଖେଳେ । ଦିଦି ମାନଙ୍କ ଜାମା ପିନ୍ଧେ ।ପାଉଁଜି ପିନ୍ଧେ ,ପାଦରେ ଅଳିତା ଲଗାଏ । ସେତେବେଳେ ସିନା ଛୋଟ ଥିଲି ।କେହି କିଛି କହୁ ନଥିଲେ ।ଧିରେ ଧିରେ ବୟସ ବଢିଲା ।ମୋତେ କାହିଁକି ଧିରେ ଧିରେ ମୋ ଭିତରେ ପରିବର୍ତ୍ତନ ହେଲା ଭଳି ମନ ହେଲା ।ହାଇସ୍କୁଲରେ ମୋ ରଙ୍ଗ ଢ଼ଙ୍ଗ ଦେଖି ପିଲା ମୋତେ ମାଇଚିଆ ବୋଲି ଡାକୁଥିଲେ । ଓଠରେ ବେଳେ ବେଳେ ଦିଦି ର ଲିପ୍ ଷ୍ଟିକ୍ ଲଗେଇ ଯାଉଥିଲି ହେରି କେହି କେହି କେବେ କେବେ ମୁଁ ଗୋଟେ ଝିଅ ଭାବି ମୋ ପ୍ୟାଣ୍ଟ୍ ଖୋଲି ଦେଖନ୍ତି ମଧ୍ୟ ।ମୋତେ କିନ୍ତୁ ଭାରି ଲାଜ ଲାଗେ । ଏହି କଥା କିନ୍ତୁ ଘରେ ଲାଜରେ କହେନି । ହାଇସ୍କୁଲ୍ ସରିବା ପାଇଁ ବାକି ଥାଏ ମାଟ୍ରିକ ପରୀକ୍ଷା । ଦିନେ ବାହାରୁ କୁଆଡ଼େ ବାପା ଶୁଣିକି ଆସିଲେ ନିଧିଚରଣ ଗୋଛି ପୁଅ ଟା କୁଆଡେ଼ ମାଇଆଚିଆ ହୋଇଗଲାଣି ।ଏହି କଥା ବାହାରୁ ଶୁଣି ବାପା ମୋତେ ଭାରି ମାରିଥିଲେ । କିନ୍ତୁ କଣ ହେବ ବିଧିର ବିଧାନ ଯିଏ ତ ଯେଉଁଥିରେ ବନ୍ଧା ।କଲେଜ୍ ଜୀବନ ଆରମ୍ଭ ହେଲା ।ସେତେବେଳ ମୋତେ ଲମ୍ୱା ଚୁଟି ରଖିବା ଧିରେ ଧିରେ ଇଚ୍ଛା ହେଲା । ପରେ ପରେ ମୋତେ ପ୍ରାୟ ସବୁଦିନ ଶାଢ଼ୀ ପିନ୍ଧିବାକୁ ଇଚ୍ଛା ହେଉଥାଏ ବୋଲି ଅଭିଷ୍ପା କହୁଥାଏ ।ମୁଁ ତାର କଥା ସବୁ ଶୁଣୁଥାଏ । ଏମିତିରେ ଆଉ ତାର ପୁଅ ହୋଇ ବଞ୍ଚି ରହିବାରେ ଜମାରୁ ଇଚ୍ଛା ନଥାଏ ।

   ଧିରେ ଧିରେ ଦିଦି ଶାଢ଼ୀ ପିନ୍ଧିବା ଦେଖି ଦିନେ ନିଧୁମ ମାଡ଼ ମାରି ମୋତେ ବାପା ଘରୁ ବାହାର କରିଦେଲେ । ଏହି ଭିତରେ ଦୁଇ ଦିଦି ର ବାହାଘର ସରି ଯାଇଥାଏ । ଘରେ ମୋ ଉପରେ ବାପା ବହୁତ ଆଶା କରିଥିଲେ ମୁଁ କିଛି ଘର ପାଇଁ କରିବି । କିନ୍ତୁ କଣ କରିବି ବାହାରେ ମୋର ଚିହ୍ନା ବୋଲି କେହି ନଥିଲେ । ଋଷି ବାପାଙ୍କ ମାଡ଼ ଗାଳି ଶୁଣି କଟକ ପଳାଇ ଆସିଲି ।ଆସି କିଭଳି ବଞ୍ଚିବି ବୋଲି ଭାବି ପାରିଲିନି । ଏମିତି ବୁଝା ବୁଝି କରି ଜଣକ ବାବୁ ଘରେ ରହିଲି ବାସନ ମାଜୁଥାଏ ।କିନ୍ତୁ ଏହା ପରେ ଯାହା ହେଲା ତୁମେ ଶୁଣିଲେ ବହୁତ କଷ୍ଟ ଦାୟକ ।ମୁଁ ଅଭିଷ୍ପା କୁ ପଚାରିଲି କଣ କୁହ ।ସେ କହିଲା ମୋତେ ଡରାଇ ମୋର ସେହି ମାଲିକ ମୋ ସହିତ ବହୁତ ବାର ଦୁଷ୍କର୍ମ କଲେ ।ଏହା ମୋତେ ଭଲ ଲାଗିଲାନି ।ସମୟ ଦେଖି ସେଠୁ ମୁଁ ପଳାଇ ଆସିଲି ।ଆଉ ଆସି ଏମିତି ଗୋଟେ ଦିନ ରାତିରେ ମନ ଦୁଃଖରେ ବସିଥାଏ । କିଛି ଟୋକା ମୋତେ ଜବର୍ ଦସ୍ତ ଗଣ ଦୁଷ୍କର୍ମ କଲେ ।ମୋତେ ବହୁତ କଷ୍ଟ ହୋଇଥିଲା ବୋଲି କହିଥିଲେ । ଏହି କଥା ଅଭିଷ୍ପା କଟକ ଥାନାରେ ଅଭିଯୋଗ କଲା କିନ୍ତୁ କିଏ ଶୁଣିବ ଓଲଟି ତାର କଥାକୁ ଥଟ୍ଟାରେ ଥାନା ବାବୁ ଉଡେଇ ଦେଇଥିଲେ ।

   ଧିରେ ଧିରେ ଚଳିବା ପାଇଁ ଭାରି କଷ୍ଟ ଦାୟକ ହୋଇ ପଡ଼ିଲା ଅଭିଷ୍ପା ପାଇଁ । ଏମିତି କେତେ ଦିନ ପେପର୍ ବି ବିକିଛି କିନ୍ତୁ ପେପର ମାଲିକ ମୁଁ ଗୋଟେ ମାଇଚିଆ ବୋଲି ମୋତେ କାର୍ଯ୍ୟରୁ ବାହାରି କରିଦେଲେ । ଧିରେ ଧିରେ କିଛିଦିନ ଗଲା ପରେ ସୁମତି ଅପା ଦେଖା ହେଲେ ଆମ ସମ୍ପ୍ରଦାୟ ର ସେ ମୋତେ ଦେଖି ତାଙ୍କ ପାଖରେ ନେଇ ରଖିଲେ ଆଉ ତାଙ୍କ ଆରଧ୍ୟ ଦେବୀଙ୍କୁ ସବୁ କାର୍ଯ୍ୟ କରି ମୋତେ ଶଙ୍ଖା ସିନ୍ଦୂର ପିନ୍ଧାଇ ଦେଲେ ଆଉ ମୋତେ କିଛି କାର୍ଯ୍ୟ କରିବାକୁ କହିଲେ । ତୁମେ ଭାବୁଥିବ ମୁଁ ଯେଉଁ ଶଙ୍ଖା ସିନ୍ଦୂର ପିନ୍ଧିଚି ଏହା ବୋଧେ କାହାକୁ ବିବାହ କରିଛି ନା ଏହା ଆମର ଏକ ପରମ୍ପରା । ସେଠୁ ସୁମତି ଅପା ପାଖରେ କିଛି ପିଲା ଥିଲେ ସେମାନେ ସବୁ ଦେହ ବ୍ୟବସାୟ କରିଥାନ୍ତି । ମୋତେ ଯଦିଓ ଇଚ୍ଛା ନଥାଏ ବଞ୍ଚିବାକୁ ବାଧ୍ୟ ହୋଇ ଏହାକୁ ଆପଣେଇ ନେଇଥିଲା କିଛି ଦିନ ପାଇଁ ବୋଲି ଅଭିଷ୍ପା କହିଲା । ମନେ ମନେ ସବୁ ବେଳେ ଭାବେ ମୁଁ ଜଣେ ଉଚ୍ଚ ଶିକ୍ଷିତ ହୋଇ ଆଜି ମୁଁ ଏ ସବୁ କରୁଛି ।କିନ୍ତୁ କଣ ହେବ ।ମୁଁ ତ ଜଣେ କିନ୍ନର ଏହା ଭାବି ପୁଣି ସବୁ ସହି ଯାଏ ।ଦିନେ ଏମିତିରେ ଘର କଥା ମନେ ପଡ଼ିଥିଲା ।ଆଉ ଗାଁ କୁ ଗଲି ଟିକିଏ ବାପା ବୋଉଙ୍କୁ ଦେଖିବି ବୋଲି କିନ୍ତୁ ମୋତେ ବାପା ଘରେ ପୁରାଇ ଦେଲେନି ।କିନ୍ତୁ ସେତେ ବେଳକୁ । ବାପାଙ୍କ ଦେହ ବହୁତ ଅସୁସ୍ଥ ଅଭିଷ୍ପା ଦେଖିବାକୁ ପାଇଥିଲା ବୋଲି ମୋତେ କହୁଥାଏ ।ତାର ବାପାଙ୍କର ଗୋଟିଏ କିଡିନି ଖରାପ ହୋଇଯାଇଛି ବୋଲି ପାଇଥିଲା ।କିନ୍ତୁ ସେଦିନ ଅଭିଷ୍ପା ତାର ବାପା ଘରେ ପୁରାଇ ଦେଇନଥିଲେ । ନିଜର ବାପାଙ୍କୁ ନ ଦେଖି ବହୁତ ନିରାଶ ହୋଇ ଫେରିଥିଲା । କିଛି ଦିନ ନିଜ ବଡ଼ ଦିଦି କୁ ବାପା ଓ ମାଆଙ୍କୁ ନ ଜଣେଇ କିଛି କିଛି ଟଙ୍କା ବି ଦେଉଥାଏ ବାପାଙ୍କ ଚିକିତ୍ସା ନିମନ୍ତେ ।କିନ୍ତୁ କିଛି ଦିନ ଗଲାପରେ ତାର ବାପା ଆର ପାରିକୁ ଚାଲିଗଲେ । ଶେଷରେ ନିଜ ଜନମ କଲା ବାପା ମୁହଁରେ ମୁଖା ଅଗ୍ନି ଦେଇ ପାରିନଥିଲା ସେ ଦିନ ଏହି କଥା ଶୁଣି ମୁଁ ବି ବହୁତ ମନ ଦୁଃଖ ଲାଗିଥିଲା ।ଆଉ କିଛ କଥା କହିଲା ମଧ୍ୟ ଆଉ ଶେଷରେ ଏହି ଦେହ ବ୍ୟବସାୟରୁ ନିବୃତ ରହି ଆଜିରେଳରୁ ପଇସା ଭିକ୍ଷା କରି ଚଳୁଛି । କିନ୍ତୁ ଆମର ବି ମନ ଅଛି ସମାଜରେ ଭଲରେ ଚଳିବା ପାଇଁ । କିନ୍ତୁ ଏ ସମାଜ ଆମକୁ ଘୃଣା କରେ । ଆମ ମଧ୍ୟରେ ବି ଶିକ୍ଷିତ ଅଛନ୍ତି । ଯଦିଓ ଆମକୁ ସେମିତି କିଛି ସୁବିଧା ସୁଯୋଗ ମିଳନ୍ତା ଆମେ ବି ସତ୍ ଉପାୟରେ କିଛି ପଇସା କମାଇ ନିଜେ ଆତ୍ମ ନିର୍ଭଶୀଳତା ହୋଇ ପାରନ୍ତୁ । ଶେଷରେ ମୁଁ ଅଭିଷ୍ପା କୁ ପଚାରିଲି ଏହି ଯେଉଁ ବଗିରେ ପଇସା ମାଗିଲା ବେଳେ ତୁମକୁ ସେ ଯେଉଁ ବିହାରି ଲୋକଟି ବାଡ଼େଇଲା କାହିଁକି ।ସେ ଅଭିଷ୍ପା କହିଲା କଣ କହିବି ସମସ୍ତେ ଭାବନ୍ତି ଆମ କିନ୍ନର ମାନେ ସମସ୍ତେ ଖରାପ । କିନ୍ତୁ ଏହା ବିଲକୁଲ୍ ଭ୍ରାନ୍ତ ଧାରଣା । ତଥାପି ଆମେ ସମାଜରେ ବଞ୍ଚିଛୁ । କାରଣ ସମସ୍ତେ ଖରାପ ନୁହନ୍ତି ଏଇ କେତେକ ଯୋଗୁଁ ସମସ୍ତେ ଆଜି ହଇରାଣ ହେଉଛନ୍ତି ।ତଥାପି ମୋ ଭାଗ୍ୟରେ ତ ଏଭଳି ଲେଖା ଅଛି କଷ୍ଟ ଦୁଃଖ ସହିବାର କାରଣ ମୁଁ ଗୋଟେ ଅଭିଶପ୍ତ କିନ୍ନର ।

    ଏହି କଥା ଶୁଣି ମୁଁ କହିଲି ନା ନା କିଏ କହିଲା ।ତୁମେ ଭାରି  ସାହସୀ ଆଉ ଧର୍ଯ୍ୟବାନ । ମୁଁ ବି ଅଭିଷ୍ପା କୁ କହିଲି ମୁଁ ବି ପ୍ରଥମେ ଭାବିଥିଲି ତୁମ ମାନଙ୍କ ପ୍ରତି ବିତୃଷ୍ଣା ଭାବ ଆସେ କିନ୍ତୁ ।ତୁମ ମାନଙ୍କ ହୃଦୟ ବହୁତ ବଡ଼ । ଏହି କଥା ଶୁଣି ଅଭିଷ୍ପା କହିଲା ନା ନା ଆଜି ତୁମେ ନଥିଲେ କଣ ଯେ ହୋଇଥାନ୍ତା ମୁଁ ଠିକ୍ ଜାଣି ପାରୁଛି ।ମୁଁ କହିଲି ନା ନା ତାହା ମୋର କର୍ତ୍ତବ୍ୟ ଥିଲା । ପ୍ରକୃତ କଥା ହେଉଛି ସେଦିନ ଯେଉଁ ଅପ୍ରୀତିକର ଘଟଣା ଘଟିଥିଲା ସେହି ବଗିରେ ଯଦିଓ ମୁଁ ନଥାନ୍ତି ଆଉ ମୋର ସାଙ୍ଗ ସୁଦାମ ତାହାଲେ ଆଜି ଆର ପାରିରେ ଅଭିଷ୍ପା ଥାନ୍ତା । ପଇସା ମାଗିବାରୁ ତାକୁ ଜଣେ ବିହାରିରେଳରୁ ଠେଲି ଦେବାକୁ ବସିଥିଲା ଆଉ ପ୍ରବଳ ଗଣ୍ଡୋଗୋଳ ବି କରିଥିଲା ଏହି ସମୟରେ ମୁଁ ତାଙ୍କୁ ମୋ ପାଖକୁ ଆଣି ସବୁ ପଚାରି ବୁଝି ଥିଲି । ଶେଷରେ ଖୁସିରେ ଅଭିଷ୍ପା କୁ ଶହେ ଟଙ୍କା ଦେଇଥିଲି ।ଯଦିଓ ତାହା ସେ ନେଉନଥିଲେ ମୁଁ ବାଧ୍ୟ କରି ଦେଇଥିଲି ।ଆଉ କହିଥିଲି କିଛି ଭଲ କାମ କରି ସମାଜରେରୁହ ।ଏହି କଥା ଶୁଣି ମୋତେ ଗୋଟିଏ ଦୁଇ ଟଙ୍କିଆ ମୁଣ୍ଡିଆ ମାରି ମୋତେ ଉପହାର ଭାବେ ଦେଇଥିଲେ ।ଶୁଣିବାକୁ ପାଇଥିଲି ଏହି ପଇସା ଭାରି ଶୁଭ ଦାୟକ ହୋଇଥାଏ । ଆଉ କହିଥିଲେ ଜଗନ୍ନାଥ ମଙ୍ଗଳ କରନ୍ତୁ ।ମୁଁ ପାଲଟାରେ କହିଥିଲି ତୁମରି ବି ଠାକୁର ମଙ୍ଗଳ କରନ୍ତୁ ।କାହିଁକି ନା ସଂସାରେ ଜନମ ହୋଇଛେ ବୋଲି ।ଖାଲି ପୁରୁଷ ଓ ନାରୀ ଜାତି ବଞ୍ଚିବ ତାହା ନୁହେଁ ତୁମେ କିନ୍ନର ସମାଜ ବି ଭଗବାନଙ୍କ ସୃଷ୍ଟି । ସ୍ଵୟଂ ଶିବ ବି ଅର୍ଦ୍ଧ ନାରୀଶ୍ଵର ଅବତାର ହୋଇଥିଲେ ।ତେଣୁ ତୁମେ ମାନେ ବି ଜଣେ ଜଣେ ମନୁଷ୍ୟ ସମାଜ ର ବ୍ୟକ୍ତି ବିଶେଷ । ଏହି କଥା ଶୁଣି ସେଦିନ ଅଭିଷ୍ପା କହିଥିଲା ନା ନା ମୁଁ ବା ଜଣେ ଅଭିଶପ୍ତ କିନ୍ନର । ଏହି ସମୟରେରେଳ ଯାଇ ବାରିପଦା ଷ୍ଟେସନରେ ପହଞ୍ଚି ଥିଲା ଆଉ ଆମେ ଆମ ବାଟରେ ଗଲୁ ସେ ଅଭିଷ୍ପା ଟା ଟା କରିରେଳରେ ଚାଲିଗଲେ ।



Rate this content
Log in

More oriya story from Saroj Kumar Jena

Similar oriya story from Thriller