Lopamudra Parida

Inspirational

3  

Lopamudra Parida

Inspirational

ମୁକ୍ତି ର ଅନୁଭବ

ମୁକ୍ତି ର ଅନୁଭବ

2 mins
190


ଦିନେ ଉଦାସୀ ମନଟେ ଘରୁ ଉଦାସିଆ ଟିକି ଟିକି ସହସ୍ର ଗୋଡିର ଜଞ୍ଜିର ବନ୍ଧା ପାଦକୁ ନେଇ ବାହାରିଲା ଖୋଜିବାକୁ ମୁକ୍ତିର ଆନନ୍ଦ, ଟାଣୁଥିଲା ଟାଣୁଥିଲା ଟାଣୁଥିଲା ତାର ସବୁ ବଳ ଦେଇ । ଜଞ୍ଜିର ଟାଣଉଥିଲା, ପଛକୁ ଝିଙ୍କୁଥିଲା..... ଯିବୁ? ଯାନା ଯାନା .... କହୁଥିଲା । ସେ ସେଦିନ କିଛିକୁ ବି ଶୁଣିବାକୁ ଚାହିଁ ନଥିଲା, ଏକ ଅଜଣା ଟାଣିବା 

ପଣ ରେ ଆକର୍ଷିତ ହୋଇ ଆଗକୁ ବଢୁଥିଲେ ହଳେ ଥକା ପାଦ ଉଦାସ ରୁ ଉଦାର ହେବା ଲକ୍ଷ୍ୟ ରେ । 

କିଏ କହେ ଢେଉ କେତେ ଦୁଃଖକୁ ଛାତିରେ ଚାପି କୂଳରେ ମୁଣ୍ଡ ପିଟୁଥାଏ ଅହର୍ନିଶି ଯେ ? ଉର୍ମି ତାର ଗତିପଥ ଦେଇ ଶିଖାଏ ଯେତେ ଥର ଫେରିଗଲେ ବି ଫେରିଆସିହବ ଜୀବନ ପଥକୁ ଉଦବେଳିତ କରି, ଫେନିଳ କରି । ସାଗର ଶିଖାଏ, ଦେଖ କେତେ ଶାନ୍ତ,କେତେ ଗଭୀର ଓ ସ୍ଥିର ମୋ ଅଭ୍ୟନ୍ତରୀଣ ଜଳରାଶି ଆଉ ତୁମେ ମୋର ଏଇ ଉତ୍ତାଳ ତରଙ୍ଗାୟିତ କୂଳର ଜଳକୁ ଦେଖି ଦେଇ ସିଦ୍ଧାନ୍ତ ରେ ପହଞ୍ଚି ପାରୁଛ କେମିତି ଯେ ମୁଁ ଅସ୍ଥିର ବୋଲି ? ତାହା ତ ବାହ୍ୟ ଆବରଣ ମାତ୍ର, ଖାସ୍ ସେଇଥିପାଇଁ ହି ମୁଁ ନୀଳତ୍ୱର ଅଭିସାରକ ଆଉ ମୋରି ଅଂଶ ହୋଇ ସେ ନାଚିଯାଏ ଥରି ଥରି କୁମ୍ଭକଲି ପକା ଧଡି ଥିବା ଶାଢୀ ପରି । 

ଏଇ ଦେଖ ନା ସେଇ ସ୍ୱଚ୍ଛ ନୀଳ ଦର୍ପଣକୁ ଯାହାକୁ ତୁମେ ଅମ୍ବର କୁହ, ଯିଏ ବରଷାଏ ଅମୃତଧାରା ସେ ବି କେତେ ଶାନ୍ତ ଦିଶେ ଗର୍ଭରେ ଭରି ଅଜସ୍ର ଝଡ । ଏ ପ୍ରକୃତି ଦିଶୁଥାଏ ଆନମନା ଷୋଡଶୀର ଶୃଙ୍ଗାର ପରି ....ରଖିଥାଏ କି ନା ଭିତରେ ଆଗ୍ନେୟଗିରି!

ଆଃ ଯେବେ ଯେବେ ଭାରାକ୍ରାନ୍ତ ପଥରେ ଖୋଜିବୁଲୁ ତୁ ମୁକ୍ତି, ଅଛି ମୁଁ, ଅଛି ସେ, ଅଛୁ ଆମେ ଚିରଦିନ ... ତୋରି ପାଇଁ । ଆ' ମୋ କୂଳରେ ବୁଲ୍, ଗଢେ ବାଲିର ମନ୍ଦିର, ସଜେଇ ଦେ ସିପ, ଶାମୁକାରେ, ଖଞ୍ଜିଦେ ଗୋଟେ କାଠି ପତାକା ଲହରେଇ ଶିଖରର ବାଲିକୁଦରେ । ସେଇ ହେଉ ତୋ ସ୍ୱପ୍ନର ସୌଧ । ଛାଡି ଯା ତାକୁ ଏଇଠି ତୋରି ପରି ଆଉ କିଏ ଗୋଟେ ଯଦି ଆସେ ପାଦକୁ ଟାଣି .... ଥାଉ ତା 'ପାଇଁ ଆଶାର ସ୍ତୁପଟେ .... ହେଉ ପଛେ ଭଗ୍ନ । ମୁଁ କଥା ଦେଲି ଫେରିବୁନି ତୁ ଖାଲି ମନ ନେଇ ଆସିଥିଲୁ ଯେମିତି .... ମୁଁ ଦେବି ତତେ ଜୀଁ ବାକୁ ଲକ୍ଷେ କାରଣ,ହସିବାକୁ ସମୁଦ୍ରେ ପୁଞ୍ଜି । 

ସୂର୍ଯ୍ୟାସ୍ତ ଦେଖ, ସୂର୍ଯ୍ୟୋଦୟ ଦେଖ । ଦେଖ ମୋ ନୀଳ ରଙ୍ଗ ବି ପିନ୍ଧି ପାରେ ନାରଙ୍ଗୀ ଚଦର । ଆଉ ଦେଖ ଆକାଶର ମୋର କେତେ ସାଙ୍ଗ, ଦିହେଁ ଦୁହିଁଙ୍କ ପାଇଁ .....ଅଦ୍ଭୁତ ପୂର୍ଣ୍ଣତା ରେ ଭରା । ଶୁଣିବୁ? ମୁଁ ବି ରଚିପାରେ କବିତା

"ଶ୍ୟାମକୁ ଅବୟବେ ଧାରଣ କରି ଗୋ, ରାଇ ପୁଛା କରୁଛନ୍ତି 

ସଖି ଗୋ ଆଜ କେମନ୍ତ କଥା

କାହିଁ ମନେ ଭରେ ଅଦ୍ଭୁତ ପୂର୍ଣ୍ଣତା । "

ହଁ ଏହା ହି ସତ । ମୁଁ ମାନେ । ହୃଦୟରେ ଯାହାକୁ ଥାପିବ ତାର ସବୁ ତୁମ ହୃଦୟକୁ ସଞ୍ଚରି ଆସିବ ହି । ବିନା ସର୍ତ୍ତ, ଆଶା, ପ୍ରତ୍ୟାଶାର ଡୋରି ଥିଲେ । କେବଳ ଖୁସି ........ ଯେ ମୁଁ ଜୀଇଁଛି ଅନନ୍ତ କାଳ । 

ହଁ ମୁଁ ମାଟି ପରି ଢଳିଯାଏ ସେଇ ପଟକୁ ଯିଏ ସ୍ନେହ ପରଶ ଦିଏ । ଗଛ ପରି ଲଟେଇ ଯାଏ ଅକ୍ଲେଶରେ । ବସ ଏଇଠି ବସ ଆମକୁ ଦେଖ । ଭୁଲି ଯା ତୁ କିଏ । ଭାବ ତୁ ବି ଆମରି ଭିତରୁ ଜଣେ । ଆମରି ଅଂଶ ......

ସଂଧ୍ୟା ରେ ଫେରୁଥିଲା ଉଦାସୀ ମନ, ପାଦର ଗୋଡି ସବୁ ସାଗରର ବାଲି ସହ ଏକାତ୍ମବୋଧ ରେ ବିଲୁପ୍ତ ହୋଇସାରିଥିଲେ । ସେ ତାରା ପରି ହାଲକା ଥିଲା । ସେ ଫୁଟି ଆସୁଥିଲା କୁଆଁ ତାରା ପରି ନୀଳାଭ ଆଭା ସହ । 



Rate this content
Log in

Similar oriya story from Inspirational