STORYMIRROR

Rashmi Ranjan Nayak

Inspirational

2  

Rashmi Ranjan Nayak

Inspirational

ମୃତ୍ୟୁର ସ୍ୱର

ମୃତ୍ୟୁର ସ୍ୱର

1 min
391


ସୁଖ ଦୁଃଖ ମଣିଷ ଜୀବନର ଦୁଇଟି ମୁଖ୍ୟ ଅତିଥି।ଜୀବନର ଆରମ୍ଭ ଜନ୍ମ ଏବଂ ଶେଷ ହେଉଛି ମୃତ୍ୟୁ। କଥାଟି ଶୁଣିବା ପାଇଁ ଭୟଙ୍କର ଲାଗିପାରେ ସତ କିନ୍ତୁ ଏହାଯେ ଜୀବନର ଏକ ନିରାଟ ସତ୍ୟ ଏହା ସଭିଙ୍କୁ ଭଲଭାବେ ଜଣା।


ଦୂର ଅନ୍ଧକାର ରାତି, ଜହ୍ନର କେଉଁଠି ଝଲକ ଟିକେବି ନାହିଁ, ଭୟଙ୍କର ପ୍ରାକୃତିକ ଦୃଶ୍ୟ ଏମିତି ମୃତ୍ୟୁ ଆସେନା ଏହାକୁ କେବଳ କଳ୍ପନା କରାଯାଏ ।

ସତକଥା ହେଉଛି ଏହାର ନା ସଠିକ ସମୟ ଅଛି ନା ଅଛି ଏହାର କୌଣସି ପ୍ରକାର, ଏହା ସତ୍ୟ ସୁନ୍ଦର ଏବଂ ସୃଷ୍ଟି ର ଏକ ନିୟମ। କେତେବେଳେ ଆସି ଉପସ୍ଥିତ ହୋଇଯାଏ ଏବଂ ମନୁଷ୍ୟକୁ ନେଇଯାଏ ଏକ ଭିନ୍ନ ରାଇଜକୁ ଯାହାର ଆକାର,ପ୍ରକାର ସଭିଙ୍କୁ ଅଜଣା।

କଥାରେ ଅଛି "ମର୍ତ୍ତ୍ୟ ମଣ୍ଡଳେ ଦେହ ବହି

          ଦେବତା ହେଲେବି ମରଇ"

ତେଣୁ ସେ ମୃତ୍ୟୁର ସ୍ୱର ସହ ପରିଚିତ ହେବାକୁ ପଡିବ। ଏହା ସୃଷ୍ଟିର ନିୟମ ବୁଝିବାକୁ ପଡ଼ିବ, ସବୁ ଭୁଲି ସମର୍ପିତ ହେବାକୁ ପଡ଼ିବ। ଗର୍ଵର ପାହାଡ଼କୁ, ଲୋଭ, ମୋହମାୟାକୁ ଉତ୍ସର୍ଗ କରି ଜୀବନର ମୂଲ୍ୟ ବୁଝିବାକୁ ପଡ଼ିବ ଓ ଦିନେନା ଦିନେ ମୃତ୍ୟୁର ସ୍ୱରୁକୁ ଶୁଣିବାକୁ ପଡିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational