STORYMIRROR

Pradeep Kumar Panda

Horror Tragedy Action

3  

Pradeep Kumar Panda

Horror Tragedy Action

ମୃତ୍ୟୁ

ମୃତ୍ୟୁ

1 min
6


ମାଆ ଗର୍ଭରୁ ସଂସାରକୁ ଆସିବା ପାଇଁ ମାତୃଗର୍ଭରେ ୯ ମାସ ରହି ଅପେକ୍ଷା କରୁଛେ।

ଚାଲିବା ପାଇଁ ଦୁଇ ବର୍ଷ,

ସ୍କୁଲରେ ପ୍ରବେଶପାଇଁ ତିନିବର୍ଷ,

ଭୋଟଦେବା ପାଇଁ ୧୮ ବର୍ଷ,

ଚାକିରି କରିବାକୁ ୨୨ ବର୍ଷ,

ବିବାହ କରିବାକୁ ୨୫-୩୦ ବର୍ଷ,

ଏହିପରି ଅନେକ ମଉକା ପାଇଁ ଆମେ ଅପେକ୍ଷା କରିଥାଉ....

କିନ୍ତୁ......

ଗାଡି ଓଭରଟେକ୍ କଲାବେଳେ ୩୦ ସେକେଣ୍ଡ୍ ବି ଅପେକ୍ଷା କରିପାରୁନା..

ଯଦି ଦୁର୍ଘଟଣା ହୋଇ ନ ମରି ଆଘାତ ପାଇ କୌଣସି ମତେ ବଂଚିଯାଉ ତ ତାହାକୁ ରିକୋଭରି କରିବା ପାଇଁ ମେଡିକାଲ୍ ରେ କେତେ ଘଣ୍ଟା କେତେ ଦିନ କେତେ ମାସ ବା କେତେ ବର୍ଷ ଲଗାଇଦେଇ ଥାଉ....

କିଛି ସେକେଣ୍ଡ ର ତରବର କେତେ ବଡ ପରିଣାମ ଆଣିଦେଇପାରେ... ? 

ଯିବା ଲୋକ ଚାଲିଯିବେ କିନ୍ତୁ ପଛରେ ବିକଳାଙ୍ଗ ହେଇ ରହିଥିବା ଲୋକ ମାନଙ୍କର ଅବସ୍ଥା କ'ଣ ହେବ...? 

ଏହା ଉପରେ କ'ଣ କେହି କେବେ ବିଚାର କରୁଛେ ?

ଆଉ ସବୁବେଳେ ଭାଗ୍ଯ ବା ନିୟତି କୁ ଦୋଷ ଦେଉଛେ। 

ଏଣୁ

ବନ୍ଧୁ !

ଠିକ୍ ରାସ୍ତାରେ ଠିକ୍ ବେଗରେ ଗାଡିକୁ ନିଜ ନିୟନ୍ତ୍ରଣରେ ରଖି ଟ୍ରାଫିକ୍ ନିୟମକୁ ମାନି ଗାଡି ଚଲାନ୍ତୁ ଆଉ ସୁରକ୍ଷିତରେ ନିଜ ଲକ୍ଷସ୍ଥଳରେ ପହଂଚନ୍ତୁ....

ଆପଣଙ୍କ ନୀରିହ ପରିବାର ଆପଣଙ୍କୁ ଅପେକ୍ଷା କରିଛି...

ଆପଣ ସାରା ଦୁନିଆ ପାଇଁ ଜଣେ ବ୍ୟକ୍ତି ହୋଇପାରନ୍ତି କିନ୍ତୁ ଆପଣଂକ ପରିବାର ପାଇଁ ଆପଣ ହିଁ ସାରା ଦୁନିଆ

 ଆମେ ବଦଳିଲେ ଯୁଗ ବଦଳିବ। 

 ଆମେ ସୁଧୁରିଲେ ଯୁଗ ସୁଧୁରିବ।


Rate this content
Log in

Similar oriya story from Horror