The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

RAJENDRA DASH

Tragedy

3.3  

RAJENDRA DASH

Tragedy

ମୋ ଶେଷ ଚିଠି

ମୋ ଶେଷ ଚିଠି

4 mins
95



ପୂଜନୀୟ ବାପା ,

ମୋ ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ, ବଉ କୁ ବି ମୋ ପ୍ରଣିପାତ ଜଣେଇ ଦେବ, ଟିକୁନା, ଚିନୁ ,ମିନୁ କୁ ମୋର ସ୍ନେହ ଦେବ , ହୁଏତ ଏହା ମୋର ତୁମ ପ୍ରତି ଶେଷ ପ୍ରଣିପାତ , ଓ ନିଶ୍ଚିତ ଭାବେ ମୋର ଶେଷ ଶବ୍ଦ ।

ଝିଅ ଟିଏ ହୋଇ ଜନ୍ମ ହେଇଛି ବୋଲି ପିଲା ବେଳୁ କେତେ ଲୋକ କେତେ କଥା କହୁଥିଲେ , ତୁମେ ନା ଦେଇଥିଲା ବନ୍ୟା , ତୁମେ କହୁଥିଲ କାହା ର ସାହସ ନଥିବ ମୋତେ ପ୍ରତିହତ କରିବାକୁ ସେଥିପାଇଁ ତ ତୁମେ ମୋ ନାଁ ରଖିଥିଲ ବନ୍ୟା, ହେଲେ ବାପା ଦିନ କେଇଟା ରେ ବନ୍ୟା ନାଁ ଟା ବି କେଜାଣି କୁଆଡେ ହଜିଗଲା ପାଣି ରେ ଗାର ଟାଣିଲା ପରି , ସାଙ୍ଗ ସାଥି, ପଡିସା ଘର ଝୁନା ମାଉସୀ, ଚମ୍ପା ଖୁଡୀ ସମସ୍ତ ଙ୍କ ମୁହଁ ରେ ମୁଁ ପାଲଟିଗଲି ଗୋଟେ କାଳୀ ବୋଲି , ପିଲା ବେଳେ ତ କିଛି ଫରକ ଜାଣି ପାରୁ ନଥିଲି ହେଲେ ଏବେ ବେଶ ବୁଝୁଛି , ଏବେ ୨୬ ବର୍ଷ ବୟସ୍କା ଯୁବତୀ ମୁଁ, ଅବିବାହିତ , ଯୌବନ ର ପୁଲକ ରେ ପୁଲକିତ ହେବା ପୂର୍ବରୁ ମୋତେ ମନେ ପକେଇ ଦିଆଯାଏ ଆଜି ମୋ ଶରୀର ର ଅବୟବ ବିଷୟ ରେ , ମୋ ଶରୀର ର ରଙ୍ଗ ର ବିଷମତା ଉପରେ, ଅନ୍ୟ ଲୋକ ମାନ ଙ୍କ ଦ୍ଵାରା ଯାହାଙ୍କୁ ମୁଁ ଜାଣେ ନାହିଁ , ଯେଉଁ ମାନେ ହୁଏତ ତାଙ୍କ ର ନିଜର ଦୋଷ ଘୋଡେଇବାକୁ ଚେଷ୍ଟା କରନ୍ତି ତାଙ୍କ ତଥାକଥିତ ମୋ ଶାରୀରିକ ଅପୂର୍ଣତା ର ଆଢୁଆଳ ରେ , ମୋତେ କଷ୍ଟ ହେଇନଥିଲା, ସତ କହୁଛି ବାପା ।

ସେଦିନ ମିନୁ ଦେଈ phone ରେ କହିଲା ତା ନଣନ୍ଦ ର ବାହା ଘର ହେଇ ପାରୁ ନଥିଲା ବୋଲି କେଉଁ ବ୍ରାଣ୍ଡ ର cream ଆଣି ଲଗେଇଲା ପରେ ତାର କାଳେ ବାହାଘର ହେଇଗଲା। ମୁଁ ବି କିଣି ଆଣିଥିଲି ତା କଥା ରେ ପଡି, ପ୍ରତି ସପ୍ତାହ ରେ ବି parlour ଗଲି , ଭଗବାନ ଙ୍କ ସୃଷ୍ଟି କୁ ହେୟ ମନେ କରି ନିଜକୁ ସୁନ୍ଦର କରି ଗଢି ତୋଳିବାକୁ , । ହେଲେ ମୁଁ ବୁଝି ପାରେନି ବାପା ସେମାନ ଙ୍କ ଭିତରୁ କେହି ମୋ ସୁନ୍ଦର ଆଖି ବିଷୟରେ କହି ନଥିଲେ, କେହି ମୋ ସୁନ୍ଦର ହସ ବିଷୟ ରେ କହୁ ନଥିଲେ, କେହି ମୋ ହୃଦୟ ର ନିର୍ମଳତା ବିଷୟ ରେ କହୁ ନଥିଲେ, କହୁ ନଥିଲେ ପିଲା ବେଳୁ ନିଜ ସୁରିଲା ଆୱାଜ ରେ ଜିତି ଆସିଥିବା ପୁରସ୍କାର କଥା, କେହି କହୁଥିଲେ କି ? ହଁ ଜଣେ ହିଁ ତ କହୁଥିଲେ । ମୋ ମାନସ….. ମୋତେ ଲାଗୁଥିଲା ସେ ବୋଧେ ଭଲ ପାଉଥିଲେ ମୋତେ , କିନ୍ତୁ ଜାତି ପ୍ରଥା ର ଘୃଣ୍ୟ କଷଟି ପଥର ରେ ପୁଣି ପେଶୀ ହେଇଗଲି ମୁଁ । ବହୁତ କଷ୍ଟ ରେ ଛିଡା ହେବା ଶିଖିଲି, ନିଜେ ନିଜ ମୁହଁ ରେ ହସ ଆଣିବାକୁ ଚେଷ୍ଟା କଲି, ଅଭିନୟ ହେଉ ପଛେ ପୁଣି ଥରେ ହସିବା ରେ ସଫଳ ହେଇଥିଲି ମୁଁ, କିଛି ସାଙ୍ଗ ମିଳିଥିଲେ ସେ ରାସ୍ତା ରେ , କିଛି ସମୟ ନିଜ ରୂପ ରଙ୍ଗ ବିଷୟ ରେ ଭୁଲି ଯାଇଥିଲି ମୁଁ । କିନ୍ତୁ ବୟସ ପୁଣି ମନେ ପକେଇଦେଲା ମୋତେ ମୋ ରଙ୍ଗ ରୂପ କଥା ବିବାହ ପ୍ରସ୍ତାବ ର ପ୍ରଚ୍ଛନ୍ନତା ରେ ରହି । କିଏ କହିଲେ ମୁ ବାଙ୍ଗିରି ବୋଲି, କିଏ କହିଲେ ମୁ ଉଚ୍ଚତା ଠାରୁ ଅଧିକ ସ୍ୱାସ୍ଥ୍ୟ ର ଅଧିକାରୀ, କାଳିମା ତ ସହୋଦର ଥିଲା ହିଁ ବାଲ୍ୟ କାଳ ରୁ । ତଥାପି ନିଜକୁ ସମ୍ଭାଳି ନେଇଥିଲି ବାପା। କିନ୍ତୁ ଏବେ କଥା ବାହ୍ୟ ଆବରଣ ରେ ସୀମିତ ନ ଥିଲା , ଥିଲା ମୋ ଅନ୍ତରଦେଶ ବିଷୟ ରେ , ମୋ ଯୌବନତ୍ଵ ଉପରେ , ବାହାରକୁ ଦେଖା ଯାଇ ପାରୁ ନଥିବା ତଥା କଥିତ ମୋ ଶରୀର ର ତ୍ରୁଟି ବିଷୟ ରେ , ଆଗରୁ ମୀରା ପିଉସୀ,ସାନ ଜେଜେମା ପର୍ଯ୍ୟନ୍ତ ଏ କଥା ସୀମିତ ଥିଲା ବାପା , କିନ୍ତୁ ଏବେ ମୋ ଅଫିସ ର ବିବାହିତା juniors ମାନେ ବି କରିଲେଣି । କଥା ସେତିକି ରେ ନଥିଲା ବାପା। ୧୬ ସୋମବାର ବ୍ରତ ତ କେବେ ଠୁ ସରିଯାଇଥିଲା, ମଙ୍ଗଳବାର ରେ ତୁମେ ଗାଁ ଠାକୁରାଣୀ ଙ୍କ ଡେଉଁରିଆ ବି ଆଣି ବାନ୍ଧି ଦେଇଥିଲା ମୋ ବାଁ ହାତ ରେ , ମୋ ଗ୍ରହ ଦୋଷ ଯେତେ ଅଛି କଟିଯିବ ବୋଲି। ଜେନତେନ ପ୍ରକାରେଣ ବିବାହ ହେଇଥିଲା ମୋର , ଲୋକ କହୁଥିଲେ ତୁମେ ସବୁଠୁ ବେଶୀ ଖୁସି ଥିଲା, କିନ୍ତୁ ମୁଁ ଜାଣିଛି ମୁଁ ସବୁଠୁ ବେଶୀ ଖୁସି ଥିଲି। ମୁଁ ବିବାହିତା ହେଇ ସାରିଥିଲି, ଆଜି କୁ ତିନି ଦିନ ବି ପୁରି ଯାଇଛି , ଆଜି ଏଇ ବାସର ରାତି ର ଶେଯ ରେ ମୁଁ ତୁମକୁ ମୋ ଅନ୍ତିମ ଚିଠି ଲେଖୁଛି । ମୋ ସ୍ଵାମୀ ଆଜି ହିଁ ତାଙ୍କ ପୂର୍ବ ବିବାହିତା ପତ୍ନୀ ଙ୍କ ପାଖକୁ ଚାଲିଯାଇଛନ୍ତି ମୋତେ ଏଠି ଏକା ଛାଡି, ବଞ୍ଚିବାକୁ ଇଚ୍ଛା ନାହିଁ ଆଉ, ଏବେ କାଳୀ , ବାଙ୍ଗିରି ସହ ଯୋଡି ହେଇଯିବ ଆଉ ଏକ ବିଶେଷଣ ଅଇଁଠା ବୋଲି ।  

କିନ୍ତୁ କଣ ମୁଁ ବିନା ବିବାହ ରେ ରହି ପାରି ନଥାନ୍ତି ବାପା? କଣ ମିନୁ ଚିନୁ ର ବାହାଘର ମୋ ବାହାଘର ବିନା ସତରେ ହେଇ ପାରି ନଥାନ୍ତା ? ପିଲା ବେଳୁ କଣ ମୁଁ ମୁକ୍ତ ଭାବେ ହସିବାର ବି ଯୋଗ୍ୟ ନଥିଲି? କଣ ମୁଁ ସତ ରେ ଆତ୍ମହତ୍ୟା କରୁଛି? ଆତ୍ମହତ୍ୟା କୁ ଭୀରୁତା ବୋଲି କହୁଥିବା ଏଇ ସମାଜ ମୁଁ ମରି ସାରିବା ପରେ ମୋ ମୃତ୍ୟୁ କୁ ନେଇ ହୁଏତ facebook whatsaap ର status ରେ RIP , MISS YOU ବୋଲି ଲେଖିପାରିବ, କିନ୍ତୁ ବଞ୍ଚିଥିବା ବେଳେ ମୋତେ ,ମୋ ହିସାବ ରେ କେବେ ବଞ୍ଚିବାକୁ ଦେଇଥିଲା କି? ଓଲଟି ସର୍ବଦା ମୋ ଶରୀର କୁ ମୋ ଖୁଣ ରୂପେ ପରିବେଷଣ କରି ଆସିଛି ମୋ ଆଗରେ , ହୁଏତ ମୋ ମୃତ୍ୟୁ କିଛି ଦିନ ଯାଏଁ କିଛି news channel ରେ ଏକ ଖବର ହେଇ ରହିଯାଇ ପାରେ, କିଛି ଜନମଞ୍ଚ ରେ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ବିତର୍କ ହେଇ ପାରେ , କିନ୍ତୁ ଏହା ଦ୍ଵାରା କଣ ମୋ ପରି ଶହ ଶହ ଝିଅ ମାନେ ମୁକ୍ତି ପାଇଯିବେ ଏଇ ଯନ୍ତ୍ରଣା ରୁ, କଣ ତାଙ୍କ ମା ବାପା ମାନେ ତ୍ରାହି ପାଇଯିବେ କାଳୀ ଝିଅ ର ମା ବାପା ହେବା ଅପବାଦ ରୁ? କିଛି ଫରକ ପଡିବନି , ମୁଁ ଜାଣେ, କିନ୍ତୁ ମୁଁ ସହିପାରୁନି , ଠିକ ସମୟ ରେ ମେଡିସିନ ଖାଇନେବ, ବଉ ର ଦୁଇ ମାସ ର diabetes ମେଡିସିନ କିଣି ରଖି ଦେଇଛି ଆଲମାରି ରେ, ତୁମ ଆଟାଚି ରେ ଟିକୁନା ବହି ପାଇଁ ପଇସା ଅଛି। ଚିନୁ ମିନୁ ପାଇଁ ଦୁଇ ହଳ କାନ ଫୁଲ ସିନ୍ଧୁକ ରେ ରଖି ଦେଇଛି, ରହୁଛି ବାପା,

ତୁମ ଅଲିଅଳୀ

 ବନ୍ୟା


Rate this content
Log in

More oriya story from RAJENDRA DASH

Similar oriya story from Tragedy