STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ମନୋବିଜ୍ଞାନ

ମନୋବିଜ୍ଞାନ

2 mins
176


  ମଣିଷ ତିନିଗୋଟି ପର୍ଯ୍ୟାୟରେ ଆରମ୍ଭର ରାସ୍ତା ସୃଷ୍ଟି କରିଥାଏ। ପ୍ରଥମେ ବାପା ମାଆ, ଦ୍ଵିତୀୟରେ ସ୍ୱାମୀ ବା ସ୍ତ୍ରୀ ସହ, ତୃତୀୟରେ ସନ୍ତାନ ପୁଅ ଝିଅ ସହ। ଆରତୀ ତାଙ୍କ ଆରମ୍ଭର ରାସ୍ତା ବାପାମାଆଙ୍କ ସହ ଆରମ୍ଭ କରି ବାଟ ଚାଲୁ ଚାଲୁ ଆଦିତ୍ୟଙ୍କ ଜୀବନରେ ଦିତୀୟ ପର୍ଯ୍ୟାୟ ଜୀବନର ଆରମ୍ଭ କରୁ କରୁ ସବୁବେଳେ ଚିନ୍ତିତ ରହୁଥିଲେ, ତୃତୀୟ ପର୍ଯ୍ୟାୟ ଆସିବାକୁ ଦିଅ ନାହିଁ ପ୍ରଭୁ, ସଧବା ସିନ୍ଦୂର ଥାଇ ମଶାଣିକୁ ଯିବାକୁ ଦିଅ।

  କୋଉ ଧର୍ମ ବଳରୁ କେଜାଣି, ନବବଧୂ ରୂପେ ଯାହା ହାତ ଧରି ଜୀବନ ରାସ୍ତା ଆରମ୍ଭ କରିଥିଲେ ତାଙ୍କୁ ଛାଡ଼ି, ତାଙ୍କ ସହ ପୁତ୍ର କନ୍ୟାଙ୍କୁ ଛାଡି, ହସ୍ପିଟାଲ୍ ବେଡରେ ମୃତ୍ୟୁ ବରଣ କଲା ପରେ ପରେ ଆରତୀଙ୍କ ଆତ୍ମା ଦେଖିଲା ସ୍ୱାମୀ, ପୁଅ, ଝିଅଙ୍କ ତାଙ୍କୁ ହରେଇବାର ଦୁଃଖ। କେବେ କାନ୍ଦିବା ଦେଖିନଥିବା ସ୍ୱାମୀ କାନ୍ଦୁଥିଲେ ଭୋ ଭୋ ଓ ପୁଅ ଝିଅ କାନ୍ଦୁଥିଲେ କଇଁ କଇଁ ହୋଇ ତ ସବୁକିଛି ମିଳିଗଲା ସୁଖ ମନେକରି ପୁଣି ଆତ୍ମା ଶରୀର ଭିତରେ ନିରୁର୍ଦ୍ଦିଷ୍ଟ ହେବା ଭିତରେ, ଜୈନେକ ଯୁବତୀ ଆକ୍ସିଡେଣ୍ଟରେ ପଡି ଆଖି ଓ କାନ ହରେଇ ଥିଲା ତ ତା ସ୍ୱାମୀ, ପିତା ମାତା ଆକୁଳ ପ୍ରାର୍ଥନା କରୁଥିଲେ ଡାକ୍ତରଙ୍କୁ କେହି ମୃତ ବ୍ୟକ୍ତି ତାଙ୍କ ଚକ୍ଷୁ ଓ କର୍ଣ୍ଣ ପଟଳ ଦାନ କଲେ ସେ କୋଟିଏ ଟଙ୍କା ଦେଇ ନିଜ ଝିଅକୁ ତଥା ଜୀବନ ଧନକୁ ରକ୍ଷା କରିପାରନ୍ତେ। ଡାକ୍ତର , ଆରତୀଙ୍କ ଘରଲୋକଙ୍କ ଆଡକୁ ହାତ ଦେଖାଇଦେବା ପୁର୍ବରୁ ଆରତୀଙ୍କ ଜଡ ଶରୀର ଶୁଣି ପାରିଲା, କୋଟିଏ ଟଙ୍କା ଲୋଭରେ ତାଙ୍କ ସ୍ୱାମୀ ପୁତ୍ର ଓ କନ୍ୟା ତାଙ୍କ ଅଙ୍ଗ ଦାନ କରିବାକୁ ତୁରନ୍ତ ରାଜି ହୋଇଗଲେ।

  ଡାକ୍ତରୀ ବିଦ୍ୟା ଅନୁଯାୟୀ କେତେ ସମୟ ଭିତରେ ମୃତ ଶରୀରର କୋଉ କୋଉ ଅଙ୍ଗ ଦାନ ବା ପ୍ରତିରୋପଣ କରିହେବ, ଡାକ୍ତର ବୁଝିଥିଲେ ତ ସାଙ୍ଗେ ସାଙ୍ଗେ ଆରତୀଙ୍କ ଆଖି ଓ କର୍ଣ୍ଣପଟଳ ପ୍ରତିରୋପଣ କାରାଇ ଝିଅଟିକୁ ସୁସ୍ଥ କଲା ପରେ, ସେ ଯୋଉ ଦିନ ଆଖି ଖୋଲିଲା ତା ସ୍ୱାମୀଙ୍କୁ ଚିହ୍ନିଲା ନାହିଁ କିନ୍ତୁ ପିତା ମାତାଙ୍କୁ ଚିହ୍ନିଲା। ମନୋବିଜ୍ଞାନ ବା ମନସ୍ତତ୍ତ୍ୱବିତ୍ ଡାକ୍ତର ସବୁ ଶୁଣିବା ପରେ, ଆରତୀଙ୍କ ସ୍ୱାମୀ ପୂତ୍ର କନ୍ୟାଙ୍କୁ ଡ଼କାଇ ପଠାଇଲେ, ତାଙ୍କୁ ଦେଖୁ ଦେଖୁ ଝିଅଟି ଆରତୀଙ୍କ ସ୍ୱାମୀଙ୍କୁ ମୋ ସ୍ୱାମୀ ଓ ମୋ ପୁଅ ମୋ ଝିଅ କହି ଯେତିକି ଖୁସି ହେଲା କିଛି ସମୟ ପରେ ସେମାନଙ୍କୁ ଘୃଣାରେ ଚାହିଁ, ନିଜ ପିତା ମାତାଙ୍କ ଆଡକୁ ଚାହିଁ କାନ୍ଦୁଥିଲା।

  ଡ଼ାକ୍ତରଙ୍କ ସହ ଦୁଇ ପରିବାରଙ୍କ ସହଯୋଗରୁ ଜଣା ପଡିଲା, ଆରତୀଙ୍କ ମୃତ୍ୟୁ ପରେ, ଆତ୍ମା ବଞ୍ଚିଥିବା ଭିତରେ ଆଖି ଯେତିକି ସମୟ ସ୍ୱାମୀ ପୁତ୍ର କନ୍ୟାଙ୍କ, ତାଙ୍କୁ ହରାଇବାର ବ୍ୟାକୁଳତା ଦେଖିଛି,ତାହା ଚକ୍ଷୁ ପଟଳରେ ରହିଯାଇଥିବାରୁ, ସେ ସେମାନଙ୍କୁ ଚିହ୍ନି ପାରୁଛନ୍ତି କିନ୍ତୁ କାନରେ ଯେବେ ପଇସା ପାଇଁ ତାଙ୍କ ଅଙ୍ଗ ବିକ୍ରି କରିବା ଶୁଣିଛନ୍ତି, ପୁଣି ଘୃଣାରେ ଆଖି ଫେରେଇନେଉଛନ୍ତି। ଏହାର ପ୍ରତିକାର ପାଇଁ ଗୋଟେ ଛୋଟ ଅପରେସନ ହେବ ଝିଅଟିର। ଆଉ ଆରତୀଙ୍କ ଶୁଦ୍ଧି କ୍ରିୟା ବିଶେଷ ରୂପେ କରି ଗ୍ରହ ସନ୍ତୁଷ୍ଟ ସହ ଆରତୀଙ୍କ ଆତ୍ମାକୁ ମଧ୍ୟ ସନ୍ତୁଷ୍ଟ କରିବାକୁ ପଡ଼ିବ। ଆରତୀଙ୍କ ସ୍ୱାମୀ ସେହିଭଳି କରିଥିଲେ ସତ ହେଲେ ପୁତ୍ର କନ୍ୟାଙ୍କୁ ବୁଝିବାକୁ ବାକି ନଥିଲା ଜୀବନ ଆରମ୍ଭ କରିଥିବା ବ୍ୟକ୍ତି ମାଆ ବାପା ହିଁ ସନ୍ତାନ ପାଇଁ ଶେଷ ଯାଏଁ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି, ନହେଲେ କୋଟିଏ ଟଙ୍କା ଦେଇ ଝିଅର ଆଖି ନାକ ପ୍ରତିରୋପଣ କରିବା, କିଏ କରିପାରେ ବପା ମାଆଙ୍କ ବ୍ୟତୀତ। ଏଇ ଏବେ ବି ଝିଅ ତାଙ୍କର କେମିତି ସୁସ୍ଥ ମସ୍ତିସ୍କରେ ସଂସାର କରିବ, ସେମାନେ ବ୍ୟସ୍ତ ଓ ବିବ୍ରତ। କିନ୍ତୁ ଆରତୀଙ୍କ ଆତ୍ମା ସନ୍ତୁଷ୍ଟ ହେଲାପରେ, ଝିଅଟି, ମଧ୍ୟ ଠିକ ହେବାକୁ ଲାଗିଥିଲା, ଆସ୍ତେ ଆସ୍ତେ। ଏବେ ସମସ୍ତେ ଅଙ୍ଗ ଦାନ ମହତ୍ ପୁଣ୍ୟ ଜାଣି, ଆରତୀଙ୍କ ସ୍ୱାମୀ ପୁତ୍ର ଓ କନ୍ୟା, ଟଙ୍କା ନେବାକୁ ରାଜି ହୋଇନଥିଲେ।



Rate this content
Log in

Similar oriya story from Tragedy