Sunanda Mohanty

Inspirational Others Children

3  

Sunanda Mohanty

Inspirational Others Children

ମନୋଭାବ

ମନୋଭାବ

1 min
218



ମାଆ'ଟି ଇଟା ବୋହୁଥିଲା ମୁଣ୍ଡରେ ଆଉ ସାଙ୍ଗରେ ଥିବା ନୁଖୁରା ଲଙ୍ଗଳା ପିଲାଟା ଇଟା ସଜାଡି ରତ୍ନସିଂହାସନ ବନେଇ ଗୋଡ଼ ଉପରେ ଗୋଡ଼ ଥୋଇ ରାଜାଙ୍କ ପରି ବସିଥିଲା ତ କିଏ ଭିଡ଼ିଓ କରି ମଜ୍ଜା ନେଉଥିଲେ କିଏ ହସି ହସି ବେଦମ ତ କିଏ ଏହାକୁ କହିବ "ଆଟିଚୁଡ଼"କହୁଥିଲା ବେଳେ ତା ମାଆର ଗୋଡ଼ ଖସିଯାଇଥିଲା । ତା ଚାରିପଟେ ଲୋକମାନେ ହୋ ହାଲ୍ଲା କଲେ ହେଲେ ଡାକ୍ତରଖାନା ଯିବା ପୂର୍ବରୁ ମରିଗଲା । ହରତାଳ ହରକତରେ ବାବୁ ଭାୟା ସବୁ ଆସି ତା ଦାୟାଦ ଖୋଜୁଥିଲେ ଆଉ ପିଲାଟାକୁ ଦେଖି ତା ହାତକୁ କିଛି ଫଳ ଓ ପାଉଁରୁଟି ବଢ଼େଇଦେବା ସହ ନୂଆ ସାର୍ଟ ପ୍ୟାଣ୍ଟ ଦେଇ ଅଳିଆ ଗଲା ଭାବୁଥିଲେ l

   ରଥ ଉପରେ ମତେ ଜଗନ୍ନାଥଙ୍କ ବଦଳରେ ସେଇ ପିଲାଟା ବସିଥିବାର ଦୃଶ୍ୟରେ ମୁଁ ଥରକୁ ଥର ଆଖି ମଳୁଥିଲି, ହେଲେ ସେଇ ଏକା ଦୃଶ୍ୟ ସହ ହୃଦୟରୁ ଗୋଟେ ପ୍ରଶ୍ନ "ତୁ କୋଉ ସେମାନଙ୍କ ଠୁ ଅଲଗା? " ତ ମୁଁ ଦଉଡିଲି, ପିଲାଟାକୁ ଖୋଜିଲି, ଅନାଥାଶ୍ରମରେ ଅନ୍ତତଃ ଥଇଥାନର ବନ୍ଦୋବସ୍ତ କରିଦେବି ଭାବିବା ବେଳକୁ ପିଲାର ସନ୍ଧାନ ନଥିଲା, ସେ ବନେଇଥିବା ଇଟା ସିଂହାସନ ମତେ ବିଦ୍ରୁପ କରୁଥିଲା l

   ଅନେକ ଦିନ ପରେ ଟ୍ରେନରେ ତାସହ ଦେଖା ହୋଇଗଲା ତ ତାକୁ ସେକଥା କହିଲି, ସେ ମନାକଲା, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତି ବୁଲି ବୁଲି ଟ୍ରେନ ଯାତ୍ରୀଙ୍କୁ ବିକୁଥିଲା । କୋଉଠୁ ଏସବୁ ପାଇଲୁ ପ୍ରଶ୍ନରେ ସେ ନିରୁତ୍ତର l

  ସେଦିନ ପେପର ପଢି ସ୍ତବ୍ଧ ହେଲି । ଜୈନିକ କଳାକାର ପରିବାର ଚତୁର୍ଦ୍ଧା ମୂର୍ତ୍ତି ସବୁ ଗଢି, ପେଟପାଟଣା ଯୋଗାଡ଼ କରିନପାରି ସମୁଦ୍ରରେ ଭସାଇ ବିଦେଶ ଚାଲିଯିବାର ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା ଚାଲିଛିର ଖବର ଆଉ ଆଗକୁ ପଢି ନପାରି ମୁଁ ସେ ପିଲାଟିକୁ ଖୋଜୁଛି, ପାଉନି ଆଉ, ହେଲେ ନବଦିନ ବ୍ୟାପି ରଥଯାତ୍ରାରେ ଦିନେ ବି ଆଡ଼ପ ମଣ୍ଡପରେ ଦର୍ଶନ କରିପାରିଲିନି କାହିଁକିର ଉତ୍ତର ପାଉନି କାହିଁକି ବୁଝିପାରୁନି l


Rate this content
Log in

Similar oriya story from Inspirational