STORYMIRROR

Samar Ballav Bhoi

Inspirational

3  

Samar Ballav Bhoi

Inspirational

ମଣିଷର ଗର୍ବ ଅହଙ୍କାର

ମଣିଷର ଗର୍ବ ଅହଙ୍କାର

3 mins
177


ଆଜି କ'ଣ ଏତେ ବ୍ୟସ୍ତ, ତରତର ହୋଇ କୁଆଡେ଼ ଯିବୁ, ସମୟ କ'ଣ ହେଇଗଲାଣି ଅଫିସ ଯିବା ପାଇଁ ? ମିନତି ତତେ ପଚାରୁଛି ? କ'ଣ ହେଲା ମାଆ ? କାହିଁକି ମୋତେ ଏତେ କଥା ପଚାରୁଛୁ ? ମୋତେ ଟିକେ ବାହାରିବାକୁ ଦେ । ସବୁ ଦିନ କ'ଣ ସମାନ ଥାଏ । ଦିନେ ଦିନେ ଶୀଘ୍ର ଯିବାକୁ ପଡ଼େ । 

ଆମ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରାଧ୍ୟାପକ ଅଛନ୍ତି, ସେ ବହୁତ କଠୋର ଆଉ ଭାରି କ୍ରୋଧିତ ସ୍ୱଭାବର ମଣିଷ । ସବୁ ଦିନ ଗାଳି ଗୁଲଜ ଓ କେଁ କେଁ ହୁଅନ୍ତି । ବହୁତ ଗର୍ବୀ ଓ ଅହଙ୍କାରୀ, ମୁଁ ଜଣେ ଅଧ୍ୟାପିକା, ମୋର କାମ ପାଠ ପଢ଼ାଇବା, ମୋ ପରିକା ଆଉ ଏମିତି କେତେ ଜଣ ସେଠାରେ ଅଛନ୍ତି, ସମସ୍ତଙ୍କ ମନରେ ସେହି ଗୋଟିଏ କଥା, ଆମେ ସମସ୍ତେ ନିଜ ନିଜ ଭିତରେ କଥାବାର୍ତ୍ତା ହେଉ ଯେ, ଏ ବେକାର ମଣିଷ ଅଧୀନରେ କାମ କରିବା ଭଲ ଲାଗୁନି । ତାଙ୍କ ବ୍ୟବହାର ଓ ଗର୍ବ, ବଡିମା କଥାବାର୍ତ୍ତା ସବୁଦିନେ ଆମ ମନରେ ବିଷାଦଗ୍ରସ୍ଥ କରେ । ଏହି କଥା ପାଇଁ ମୋତେ ଶୀଘ୍ର ଯିବାକୁ ଅଛି, ଏ ସମାଜରେ ଯେଉଁ ଦିନ ସବୁ ଗର୍ବୀ, ଅହଙ୍କାରୀ ମରିଥିଲେ ସେହି ଦିନ ସେ ପ୍ରାଧ୍ୟାପକ ଭାଗୀରଥି ସାର ବୋଧେ ଜନ୍ମ ହୋଇଥିଲେ କି କ'ଣ । ଅତି ନକାରାତ୍ମକ ଭାବନାର ମଣିଷ, ସବୁବେଳେ ଆମକୁ ଇଙ୍ଗିତ କରି କୁହନ୍ତି, "ଏମାନଙ୍କୁ କିଏ ସେ ଚାକିରି ଦେଲା, କିଛି କାମ ଜାଣନ୍ତି ନାହିଁ" କହି ଗାଳିଗୁଲଜ ବି କରନ୍ତି । ନିୟମ କାନୁନ ବହୁତ ଦେଖାନ୍ତି, କିନ୍ତୁ ନିଜର କାମ ବା ନିଜର ସ୍ୱାର୍ଥ ଥିଲେ ସେ ନିୟମ କାନୁନ ଲାଗୁ ହୁଏନାହିଁ । ପ୍ରାଧ୍ୟାପକ ହିସାବରେ କ୍ଲାସ ଯେତେ କରିବା କଥା କରନ୍ତି ନାହିଁ । ତାଙ୍କ ଭୁଲ୍ ଯଦି କେହି ବାଛି ଦେଲା, ତାପରେ ତାଙ୍କ ଶିକ୍ଷକତା ପ୍ରକୃତ ଗୁଣ ଗୁଡିକ ପ୍ରକାଶିତ ହୁଏ । ବୁଝିଲୁ ମା ଆମେ ଯେହେତୁ ଚୁକ୍ତିଭିତ୍ତିକ ଅଧ୍ୟାପକ/ଅଧ୍ୟାପିକା ନିଯୁକ୍ତି ପାଇଛୁ, ସେହିଥି ପାଇଁ ସେମାନେ ଆମକୁ ଘୃଣା ଚକ୍ଷୁରେ ଦେଖନ୍ତି । ସେ ଯେତେବେଳେ ଯେଉଁ ବିଭାଗରେ ଦାୟିତ୍ଵ ନିଅନ୍ତି, ସେ ବିଭାଗର ସମସ୍ତେ ନିଜ ନିଜକୁ ଦୂରେଇ ରଖନ୍ତି । ବିଭାଗରେ ସେ ସାରଙ୍କ ପାଠପଢା ଶୁନ, ସବୁବେଳେ ନିଜ ଦରମାକୁ ଛାଡି ଅନ୍ୟତ୍ର କେମିତି ଆଉ ପୁଳେ ମିଳିବ, ସେହି ସବୁ ଧନ୍ଦାରେ ଲାଗିଥାନ୍ତ । ସବୁବେଳେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସେହି କାମରେ ଲଗାଇ ଥାନ୍ତି, କାମ ଆମେ ସବୁ କରୁ, କିନ୍ତୁ ପ୍ରଶଂସା ସେ ନିଅନ୍ତି । ଗାଳିଗୁଲଜ ଆମର, ପ୍ରଶଂସା ତାଙ୍କର । ଆମ ବିରୋଧରେ ସବୁଆଡେ ଗାଇ ହୁଅନ୍ତି, ସତେ ଯେମିତି ବିଶ୍ୱବିଦ୍ୟାଳୟର ସବୁ କିଛି ସିଏ କରନ୍ତି, ପ୍ରଶଂସା ପାଇଁ ଆଗରେ ଛିଡା ହୋଇ ରହନ୍ତି । ଅନେକ ସମୟରେ ଧମକ ଦିଅନ୍ତି, ତମ ଦରମା କାଟି ଦେବି, ମୁଁ ଦରମା ଫାଇଲ୍ରେ ଯାହା ଲେଖିବି ତମମାନଙ୍କୁ ସେହି ମାତ୍ରା ହିଁ ମିଳିବ । ତେଣୁ ମୁଁ ଯାହା କହିବି ତୁମେ ମାନେ ସେହି କାମ କରିବ । ମାଆ ତୁ କହନା ଏଭଳି ଜାଗାରେ ଚାକିରି କରିବା କେତେ ଦୂର ଯଥାର୍ଥ? 

ମା କହିଲା, ଆଉ ସମସ୍ତେ କ'ଣ ଚିନ୍ତା କରୁଛନ୍ତି । ମୁଁ ଜାଣିନି ମାଆ, ସେମାନଙ୍କ ଭିତରୁ କିଏ ବି ଅଛନ୍ତି ସାରଙ୍କର ଚାମଚାଗିରି କରନ୍ତି । ସମସ୍ତେ ସେମିତି ନୁହଁନ୍ତି । ଯେଉଁମାନେ ସାରଙ୍କ ସହ ମିଶି ରହନ୍ତି, ସେମାନେ ସେମିତି ତାଙ୍କ କଥା ଅନୁସାରେ ଚାଲନ୍ତି । ଆମେ ଅସ୍ଥାୟୀ ଅଧ୍ୟାପକ/ଅଧ୍ୟାପିକା ହେଲୁ ବୋଲି କ'ଣ ଆମର କିଛି ସ୍ୱତନ୍ତ୍ରତା ନାହିଁ, ଏଭଳି ମଣିଷ ମାନଙ୍କର ନାଲି ଆଖିର ଚାହାଣିକୁ ଦେଖୁଥିବୁ । ଏତେ ଗର୍ବ ଅହଙ୍କାରକୁ ନେଇ ଶିକ୍ଷକ ହେବା କୌଣସି ଯଥାର୍ଥତା ନାହିଁ । ବେଶୀ ଗର୍ବ ଅହଙ୍କାର ଭଲ ନୁହେଁ, ଅତି ଗର୍ବ, ଅହଂକାରରୁ କୌରବଙ୍କ ବଂଶର ନିଧନ ହୋଇଥିଲା । ଯଦି କେହି ସ୍ଥାୟୀ ହେଉ କି ଅସ୍ଥାୟୀ ଚାକିରି କରିଥାନ୍ତି, ତା ମାନେ ନୁହେଁ ସ୍ଥାୟୀ ଚାକିରି କରିଥିବା ମଣିଷ ଭଲ ଆଉ ଚୁକ୍ତିଭିତ୍ତିକ ମଣିଷ ସବୁ ଖରାପ । କର୍ମରେ ସମସ୍ତେ ସମାନ, କର୍ମଚାରୀ ଯେମିତି ହୁଅନ୍ତୁ ନା କାହିଁକି ସବୁଥିରେ ସମ୍ମାନ ପାଇବା ଉଚିତ । ସମସ୍ତଙ୍କୁ ଭଲ ନଜରରେ ଦେଖିବା ଉଚିତ, କାହାରିକୁ ଗର୍ବ ଅହଙ୍କାରରେ ହଇରାଣ କରିବା ଅନୁଚିତ । 




Rate this content
Log in

Similar oriya story from Inspirational