STORYMIRROR

Sunanda Mohanty

Inspirational Others

2  

Sunanda Mohanty

Inspirational Others

ମଣିଷ ପଣିଆ

ମଣିଷ ପଣିଆ

1 min
105

ସେଦିନ ଦାମୀ ଗାଡ଼ିରୁ ଓହ୍ଲେଇ ଦାମୀ ହୋଟେଲରେ ପ୍ରବେଶ କରି ଦାମୀ ଖାଦ୍ୟ ମଗେଇ ସନ୍ତୋଷ ମିଶ୍ର କିଛି କିଛି ଖାଦ୍ୟରେ ହାତ ମାରି, କିଛିରେ ସମ୍ପୂର୍ଣ୍ଣ ହାତ ନମାରି, ତିନି ହଜାର ଟଙ୍କାର ବିଲ ଦେଇ ଫେରିଗଲା ବେଳେ ବୁଢୀଟିଏ ହାତ ପତେଇ କହୁଥିଲା ଦୁଇ ଦିନ ହେଲାଣି କିଛି ଖାଇନି ବାବୁ ତ ସନ୍ତୋଷ ବାବୁ, ପାଖେଇ ଯା, ଅନାର୍ଯ୍ୟ ସବୁ କୋଉଠିଥିବେ, ଏତିକି ବେଳକୁ ଆସି ଯିବେ କହି, ନାକଟେକି ବିରକ୍ତି ଭାବଭଙ୍ଗୀ କରି ଫେରିଗଲେ, ସବୁଦେଖୁଥିବା କାହ୍ନୁ ବାବୁ ହାତଧରି ବୁଢ଼ୀ ମାଉସୀ କୁ ଆଣି ହୋଟେଲ ରେ ବସେଇ ଖୁଆଇ ସାରି, ଅନୁମତି ମାଗି ସନ୍ତୋଷ ବାବୁଙ୍କ ବଳକା ଖାଦ୍ୟକୁ କିଛି ଅଳ୍ପ ପଇସାରେ କିଣି ନେଇ, ହାତ ମରାଯାଇନଥିବା ଖାଦ୍ୟକୁ ଭିକାରୀ ଓ ଅନ୍ୟ ସବୁ ଖାଦ୍ୟକୁ ଭୋକରେ ଧକାଉଥିବା କୁକୁର ମାନଙ୍କୁ ଦେଇ ଆତ୍ମସନ୍ତୋଷ ପାଇ ବି କିଛି ଭୁଲ କରିନାହାନ୍ତି ତ ବୋଲି ଭଗବାନଙ୍କ ଉଦ୍ଦେଶ୍ୟରେ ହାତଯୋଡୁଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational