STORYMIRROR

Gitanjali Pujapanda

Abstract

3  

Gitanjali Pujapanda

Abstract

ମନଖୋଲା ହସ

ମନଖୋଲା ହସ

2 mins
145

          

   

      ଧାରା ର ମନ ଖୋଲା ହସ, ସବୁ ବେଳେ ତା  ବୋଉ ଚିନ୍ତା ର କାରଣ, ଏ ଝିଅ ଟା କେଡେ ଜୋର ରେ ହସୁଛି ମ ଘୋଡା ପରି କାଲି ପର ଘର କୁ ଯିବ ସେଠି ଏମିତି ହସିକି ନା ଗାଁ ସବୁ ମାଟି ରେ ପକେଇଦେବ। ବୋଉ ର ସବୁ ବେଳେ ତାଗିଦି ଆଲୋ ଧାରା ଏତେ ବଡ ପାଟି ରେ କାହିଁକି ??ହସୁଚି ଗାଳି ଶୁଣି ଧାରା ର ହସୁ ହସୁ ମନ ଦୁଃଖ ହେଇଯାଏ।ମନେ ମନେ ଭାବେ ହସିବା ଉପରେ ବି ଅଙ୍କୁଶ, ହସି ଦେଲେ ଛାତିଟା ପୁରା ହାଲକା ହେଇ ଯାଏ ମୁଣ୍ଡ ଥଣ୍ଡା ହେଇ ଯାଏ, ଆଉ ବୋଉ ନିଜେ କେତେ ବେଳେ ତ ହାସେନି ମୁଁ  ବି ହସିଲା ବେଳକୁ ଗାଳି ଦିଏ କାହିଁକି?? କେଜାଣି କଣ ହସିବା ଗୋଟେ ବଦ ଅଭ୍ୟାସ ଝିଅ ମାନଙ୍କପାଇଁ କେତେ ଯେ ନିୟମ ଧୀର ଧୀରେ କଥା କହିବ ଜୋର ଜୋର ଚାଲିବନି ପର ଘର କୁ ଯିବ ପରା ଏ ସବୁ ଶୁଣି ଧାରା କିଛି ନା କହି ଚାଲି ଯାଏ।


       ମନେ ମନେ ଭାବେ ଏ ଦୁନିଆଁ ଯେତେବଦଳି ମଧ୍ୟ ଝିଅ ମାନଙ୍କ ପାଇଁ ତା ଘର ଲୋକ କେବେ ବଦଳି ବେନି ସବୁ କଟକଣା ଗୁଡିକ ଝିଅ ଉପରେ ଲଦି ଦେବେ ପାଠ ପଢା  ରୁ ଡ୍ରେସ ପିନ୍ଧା ପ୍ରଯନ୍ତ ସବୁ ଉପରେ କଟକଣା ଅଣ ନିଶ୍ୱାସୀ ପରି ଲାଗୁ ଥାଏ ତାକୁ ଦୌଡ଼ି କି ବାରି ପଟ କୁ ଚାଲିଯାଏ ।ଖରା ବେଳ ଟା ପୁଣି ଖରା ଦିନ କୂଅ ଚଉତରା ଟା ପୁରା ଗରମ ହେଲେ ଘର ଭିତର ଠୁ ଭଲ ଯାହା ଲାଗୁ ପଛେ କେତେ ସମୟ ପାଇଁ  ତାକୁ ସେଠି ଟିକେ ଭଲ ଲଗେ ତାକୁ।

 ହେଲେ ଜେଜେ ମା ର ପୁଣି ଡାକ ଆଲୋ ଧାରା ଉଦୁ ଉଦିଆ ଖରା ବେଳ ଟାରେ ବାରିପଟେ କଣ କରୁଛୁ ଘରୁ କୁ ଆସେ।ବୋଉ କୁ ଗାଳି ଝିଅ ଟା କୁ କେମିତି ବଢ଼େଇ ଚି କେଜାଣି କାହା କଥା ଶୁଣୁନି ଏତେ ସବୁ କଥା ଶୁଣି ଧାରା ବିରକ୍ତ ଭାବ ମନକୁ କରି ଘରକୁ ଭିତର କୁ ପ ଶେ ସିଧା ଯାଇ ରୋଷେଇ ଘରେ ଏବେ ସମସ୍ତେ ଶାନ୍ତି କାହା ପାଟି ରୁ ଆଉ ତା ନାଁଟି ନ ଶୁଣି ଦୀର୍ଘ ନିଶ୍ୱାସ ଟେ ଛାଡେ ବୋଉ କୁ ଅନାଇ  ବୋଉର ଏ ଆଖି ଦିଟା ଯେମିତି କହୁଥିଲା ଝିଅ ଜନ୍ମ ରୋଷେଇ  ଘରକୁ ପଛରେ ପର ଘର କୁ ଯିବ ଆଗ ସେ ନିଜ ଘରେ ପର।ତାର ବ୍ୟକ୍ତିଗତ ସ୍ୱାଧୀନତା ବୋଲି କିଛି ନାହିଁ ବୋଧେ ଏ ସବୁ ପାଇଁ କିଏ ଦାଇ ତା ବୋଉ ନା ତା ଜେଜେ ମାଆ ଘରେ ଯଦି ତମେ ଝିଅ କୁ ସ୍ୱାଧୀନତା ର ସ୍ୱାଦ ଦେଇପାରିବନି ଆଉ ପର ଘର ଉପରେ କି ଆଶା ରଖିବ ସାଧାରଣ ଗୋଟେ ଖୋଲା ହସ ଯୋଉଟା କି ସମସ୍ତେ କର ଅଧିକାର ସେଟା ବି ଆଜି କଣ ସମସ୍ତେ ଙ୍କର ମନ ରୁ ଲିଭି ସାରିଛି ।

    

     ବୋଉ ର ଆଜି ଡିପ୍ରେସନ,ମାଇଗ୍ରେନ,ବ୍ଲଡ଼ ପ୍ରେସ୍ର ର ହାଇ ରହୁଚି  କେତେ ପ୍ରକାର ରୋଗ ତାକୁ ମାଡି ବସିଚି ବାବା ତାକୁ ନିଉରୋଜି ସ୍ପେସିଆଲିଷ୍ଟ ଙ୍କର ପାଖକୁ ନେଇ କି ଯାଇଥିଲେ ।ସେ ବାବା କୁ ଡାକି କି କହିଲେ ବୋଉ ର ଟିକେ ମନ ଖୋଲା ହସ ର ଆବଶ୍ୟକ ତା ମେଡ଼ିସିନ ଠାରୁ ଅଧିକ ଅଛି ।ବାବା ଏବେ ଗୋଟେ ହସ କ୍ଳବ ରେ ବୋଉ କୁ ନେଇକି ଛାଡ଼ୁଛନ୍ତି । ହେଲେ ବୋଉ ର ତା ପିଲା ଦିନୁ ରୁ ଘରେ ସମସ୍ତଙ୍କର ଆକଟ ରେ ହସ ଲିଭି ଯାଇଚି ମୁହଁ ରୁ ସେ ହସିବ ବା କେମିତି ବେଳେ ବେଳେ ଧାରା ବୋଉ କୁ ତାର ସେଠିକି ନେଇକି ଯାଏ।ସାତ ଆଠ ଟା ଜୋକ ପରେ ଟିକେ ହସେ ସେ । ତା ମୁହଁ ରେ ହସ ବହୁତ ସୁନ୍ଦର ଆହୁରି ସୁନ୍ଦର କରେ ମୁହଁ କୁ ତାର ତାକୁ ଦେଖି ଧାରା କୁ ଖୁସି ଲଗେ।ଜେଜେ ମାଆ ଏବେ ଆଉ ଜୋର ରେ ହସିଲେ କିଛି କହୁନି ବୋଉ ର ରୋଗ ହେଲା ଦିନ ଠାରୁ ସମସ୍ତେ ଏବେ ବରଣ୍ଡା ରେ ବସି ଗପ ସପ ହେଲା ବେଳେ ଧାରା ଯଦି ଜୋର ରେ ହସି ଦିଏ ତା ଆଡ଼କୁ  କେହି ବଡ ଆଖି ରେ ଆଡେ ଚାହାଁନ୍ତି ନାହିଁ ବରଂ ତା ସହିତ ଜୋର ରେ ହସନ୍ତି କାରଣ ବୋଉ ର ଡ଼କ୍ଟର କହିଛନ୍ତି ମନ ଖୋଲା ହସ ସ୍ୱାସ୍ଥ୍ୟ ପକ୍ଷ ହିତକର.. ତେଣୁ ହସନ୍ତୁ ଆଉ ହସାନ୍ତୁ


     


Rate this content
Log in

Similar oriya story from Abstract