Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ମନେପଡେ ଅତୀତ

ମନେପଡେ ଅତୀତ

4 mins
249



     କୋଟି ପୂଣ୍ୟର ବଳେ ମୁଁ ମାନବ ଜୀବନ ଧରି ଏଇ ଧରାଧାମକୁ ଆସିଛି । ଖଚ ମିଛର ସଂସାରରେ ଅଣନିଶ୍ଵାସି ହୋଇ ରହିଛି ମୁଁ ।ଆମେ ଉଡା ଚଢେଇ । ସମୟର ଖେଳ ସରିଗଲେ ଗେଣ୍ଡାଳିଆ ପରି ଉଡ଼ିଯିବା ଓ ଝାଡି ଦେଇଥିବା ପର ଗଣି ହୁଅଇ ନାହିଁ। ଅଫେରା ଅତୀତ ଏବଂ ଅଦେଖା ଭବିଷ୍ୟତ ଓ ବର୍ତ୍ତମାନରେ ଆମେ ବାଇ ଚଢେଇ ପରି ଦୋଳାୟିତ। ନାଉରିଆଟିଏ ମୁଁ, ବର୍ତ୍ତମାନ ଏହି ଜଞ୍ଜାଳର ମଝି ନଈରେ ନାଆ ମୋ ଭାସୁଛି । ମିଛ ମାୟାରେ ଘାଣ୍ଟି ଚକଟି ହେଉଛି ବାରମ୍ବାର ଆଛନ୍ନ ମାୟାରେ । ଅସ୍ତାଚଳ ସୂର୍ଯ୍ୟ ପରି ବୟସ ଗଡି ଆସିଲାଣି । ସୂର୍ଯ୍ୟ ଆକାଶରୁ ପୃଥିବୀ ସହିତ ମିଶିଲା ପରି ମିଶିଯିବି । ଚମ ଧୁଡୁ ଧୁଡୁ ହୋଇ ଆସିଲାଣି । ଆୟୁଷ ମୋର ପୁରି ଯିବ । ଆଖି ବୁଜିଦେବି । ସବୁ ଦିନ ପାଇଁ ସତ୍ତା ଲିଭି ଯିବ । କୋକେଇ ଶେଜରେ ଶୋଇ ଯିବି । ଆତ୍ମା ରହିବ କି ଲୋପ ହେବ ଏହା କିଏ ଜାଣେ ? ମୁଁ ବି ଜାଣେନା । ଶରୀର ମାଟିରେ ମିଶିବ । କେଶ ଗୁଚ୍ଛ ପକ୍ବ ଅବସ୍ଥାରେ ପହଁଚିଛି । ମୁଁ ଦର୍ପଣ ସାମନାରେ ଦେଖି ଏକ ଲୟରେ ଚାହିଁ ରହିଛି ଓ ଭାବୁଛି । ଆମ ଗାଁଆ ପାଖ ନଈ କଥା ମନେ ପଡେ ।

   ସେ ପିଲାବେଳର ସାଥି ମେଳେ ପହଁରିବା କାହାଣୀ, ବାଲି ଛତୁ ତୋଳା କଥା, ଚୂନା ମାଛ ମରା କଥା କେତେ ସ୍ମୃତି ଏକାନ୍ତରେ ବସି ଭାବୁଛି ମୁଁ । କାହିଁଁ ଗଲା ସେହିଦିନ, ମନରେ ମନେ ପକାଉଛି । ଫେରିବନି ଆଉ ସେ ପିଲାଦିନ । ସବୁଠୁ ସୁନ୍ଦର ଥିଲା ସେହି ଅପାଶୋରା ପିଲା ଦିନ ଯହିଁ ନଥିଲା ମୋହ ମାୟା ଓ ଆସକ୍ତିର ଚିହ୍ନ ବର୍ଣ୍ଣ। ନିର୍ଭୀକ ହୋଇ ମନ ଖୋଲି ଖେଳୁଥିଲି ନାନା ଢଙ୍ଗରେ କେତେ ଖେଳ । 

 ନଥିଲା ମନରେ ହିଂସା ଦ୍ବେଷ ଅବା ରାଗ ରୋଷ । ଗୁରୁ ଗୁରୁଜନ ଆଶୀର୍ବାଦରେ ବଢୁଥିଲା ଆୟୁଷ। ସ୍ନେହ ମମତାର ବନ୍ଧନରେ ବିତୁଥିଲା ସେ ସମୟ । ଭୋକ ଶୋଷ ନଥିଲା ।

 କେବେ ଅବଶୋଷ ନଥିଲା ।

ମାଁର ପଣତ ଥିଲା ମୋର ସୁରକ୍ଷା କବଚ । ବିନା ସ୍ବାର୍ଥରେ ସେ ସନ୍ତାନଙ୍କ ସୁଖ ପାଇଁ ସର୍ବଦା ଚେଷ୍ଟିତ ଥିଲା । ପିଲାଙ୍କୁ ତାହାର ଯେବେ କଷ୍ଟ ହୁଏ, ସେ ଦୁଃଖରେ ଭାଙ୍ଗି ପଡେ । ଦୁଃଖ କଷ୍ଟ ନିଜେ ସହି, ବେଳେ ବେଳେ ଅନାହାରରେ ରହି ଆମର ଉଦର କିପରି ଭରିବ ସେ ଚିନ୍ତାରେ ତାର ସାରା ଜୀବନକୁ ସମର୍ପି ଦିଏ । ତାର ନିଜର ସୁଖ ଓ ଶାନ୍ତି ପ୍ରତି ନଜର ନଥାଏ ।

କାନ୍ଧେ ଅଖା ଝୁଲା ବହି ଖାତା ସିଲଟ ଖଡ଼ି ଥିଲା । ଝିଅ ପୁଅ ମିଶି ଖେଳୁଥିଲୁ ବସି ବୋହୁ ବୋହୁକାର ଖେଳ । ଭାବନା ନଥିଲା । ପୁଅ ଝିଅ ପିଲା ସଭିଏଁ ଥିଲେ ସରଳ । ପିଜୁଳି ଚୋରାଇ ଲୁଚି ଲୁଚି ଖାଇ ସ୍କୁଲକୁ ଫେରିଆସୁ । ଖେଳୁଥିଲୁ କିତି କିତି ଦାଣ୍ଡିଆ ଵୋହୁ ବାଗୁଡ଼ି ।

    ଗରମ ଭାତରେ କ୍ଷୀର ମିଶାଇ ଆନନ୍ଦ ମନରେ ଖାଇବାରେ କେତେ ଖୁସି ହେଉଥିଲୁ । ଗ୍ରୀଷ୍ମ କାଳରେ ଅବା ଶୀତ ବେଳେ ପଖାଳ ପୋଡ଼ା ଶୁଖୁଆ ଶାଗଭଜା ବଡ଼ିଚୁରା ର ମଜା ନିଆରା । 

    ଏବେ ସକାଳୁ ବେଳେ ବେଳେ ଉଠିବାକୁ ଡେରି ହେଲେ କେହି ଆଉ ରାଗୁ ନାହିଁ, ଗାଳି ଦେଇ ଡାକୁ ନାହିଁ, କହୁ ନାହଁ ଜଲଦି କର ଆଜି ପରା ଗୁରୁବାର । ଦେହ ଭଲ ନ ଲାଗିଲେ ମୁଁ ବିଛଣାରେ ପଡ଼ିଗଲେ ଶୁଖିଯାଏ ମୋ ବୋଉର ମୁହଁ । ଆଖିରୁ ଝରାଏ କେତେ ଲୁହ । 

  ମନେ ପଡୁଛି ମୁଁ କଅଣ ଛୁଆଟି ଦିନଠୁ ଶିଖି ବଡ ହୋଇଛି ।ଅଳପ କଥା କହିବି କାମ କରିବି ବେଶୀ । ଆଗତୁରାଙ୍କ କଥାରେ କେବେ ବି ଭାସି ଯିବିନି । ବିପଦରେ ଯିଏ ପଡ଼ିଥିବ ତାକୁ ସାହାଯ୍ୟ କରିବି । ସତ୍ୟ ପଥେ ଚାଲି ମଥାକୁ ଟେକି କରି ଚାଲିବି । ଖେଳ ବେଳରେ ଖେଳିବି, ପଢା ବେଳରେ ପଢିବି । ଆଜି କାମ ହିଁ ଆଜି କରିବି, ରଖିବିନି ଜମା କାଲିକୁ, କାରଣ ଥରେ ଗଡ଼ିଗଲେ ସମୟର ଚକ ଫେରେ ନାହିଁ ଆଉ ପଛକୁ ।

କଅଣ ଦେଖୁଛି ଏ ସମାଜରେ ?

   ଭୋଟବେଳେ ସବୁ କରିବାକୁ ଜବାବ ଦିଅନ୍ତି । ଭୋଟ ପରେ ନେତାଂକ ଦର୍ଶନ ଜମା ମିଳେ ନାହିଁ । ଦିନରେ ଦେଖାନ୍ତି ଚାନ୍ଦ। ନେତା ମାନଙ୍କର ପ୍ରତିଶ୍ରୁତି ହୋଇଛି ଚାଲିଲା ପାଣିରେ ଗାର ।କଥାଟା ତାଙ୍କର ଅତୀବ ଚିକ୍କଣ । ବଡ ଚତୁର ନେତା ନିର୍ବାଚନରେ ଜିତି ଯାଉଛନ୍ତି, ଅନ୍ଧାର ରାତିରେ ଲୋକ ଅନ୍ତରାଳେ ଗାନ୍ଧୀ ମୁଣ୍ଡ ଟଂକା ବାଣ୍ଟି କରି। ସପକ୍ଷ ବିପକ୍ଷ ଲଢ଼ାଲଢ଼ି ହୋଇ ବିଷୋଦ୍ଗାର କରିଥାନ୍ତି ଓ ନିର୍ବାଚନ ପରେ ଏ ଦଳ ସେ ଦଳ ହୁଅନ୍ତି । ଚଉକି ଫୋପାଡି ଗାଳି ମନ୍ଦ କରିଥାନ୍ତି । ନିଜର ଦରମା ବଢାଇବା ପାଇଁ ଏକାକାର ହୋଇଯାନ୍ତି। ପଂଚାୟତ ଠାରୁ ପାର୍ଲାମେଣ୍ଟ ଯାଏ ସବୁଠିଁ ଦେଖିବ ନେତା ସମାଜ ସେବା ନାମରେ କରନ୍ତି ନିଜର ଚିନ୍ତା। ନେତାଂକୁ ନେହୁରା ହୋଇଲେ କେହି ବି ଶୁଣନ୍ତି ନାହିଁ । 

   ମଣଷର ଜୀବନରେ କେତେ ପ୍ରକାର ଲକ୍ଷ୍ମଣରେଖା ବିଷୟରେ ଶୁଣି ଥିଲି । ତ୍ରେତୟା ଯୁଗରେ ସୀତା ଲକ୍ଷ୍ମଣରେଖା ଡେଇଁଥିଲେ, ତେଣୁ କେତେ ଦୁର୍ଦ୍ଦଶା ଭୋଗି ଥିଲେ ।

ଏବେ ଲକ୍ଷ୍ମଣରେଖା କିଏ ନଡେଉଁଛି ? ରାଜନେତା, ବ୍ୟବସାୟୀ, ଅଧ୍ୟାପକ, ଶିକ୍ଷକ, ଡାକ୍ତର, ନର୍ସ୍, ଯନ୍ତ୍ରୀ, ମନ୍ତ୍ରୀ, ଠିକାଦାର, କଳାକାର, କିରାଣୀ, ପିଅନ,ସାଧାରଣ ଜନତା, ନାରୀ, ପୁରୁଷ,ପୁତ୍ର, କନ୍ୟା, ଗୁରୁ, ଶିଷ୍ୟ, ଧନୀ ଓ ଗରୀବ, କିଏ ଲକ୍ଷ୍ମଣରେଖା ନଡେଉଁଛି ?

      ସମସ୍ତ ଜନତାଙ୍କ ପାଇଁ ନୀତି ନିୟମର ଲକ୍ଷ୍ମଣଗାର ନିଶ୍ଚୟ ରହିଛି । କିନ୍ତୁ ସମସ୍ତଙ୍କର ସେହି ଗୋଟିଏ ଲକ୍ଷ। ନୀତି ନିୟମକୁ ଅବଜ୍ଞା କରି ସ୍ବାର୍ଥ ନିମିତ୍ତ ମାନବିକତାର ଦ୍ବାହି ଦେଇ ମାନବରୁ କୀଟରେ ପରିବର୍ତ୍ତିତ ହେବାକୁ ଅତି ଆନନ୍ଦର ସହିତ ସ୍ବାଗତ କରିବା।ମୋ ଗଳ୍ପ ଗୁଡିକ ଦ୍ଵାରା ଯେଉଁମାନଙ୍କର ସ୍ବାର୍ଥ ହାନି ହୋଇଛି, ସେମାନେ ମୋ "ଲକ୍ଷ୍ମଣରେଖା"କୁ କଳେ ବଳେ କୌଶଳେ ନିଶ୍ଚିହ୍ନ କରି ଦେଇଛନ୍ତି।

        "ଅଗଷ୍ଟ ପନ୍ଦର" ଆସେ ଚାଲିଯାଏ । ଉଡେ "ତ୍ରିରଙ୍ଗା ପତାକା" । ଯାଇଛି ବ୍ରିଟିଶି ରହିଛି ସେହି ବ୍ରିଟିଶ ପଲିସି ।ନେତା ଜନତାଙ୍କୁ ମଣୁଛି ବୋକା। ବିଚାରର ବେଗ ଅଧିକ ମନ୍ଥର । ମନ୍ଥର ଗତି ପାଇଁ ଦୋଷୀ ପାଇଯାଏ ଖସି ଯିବାର ଶକ୍ତି। ଯିଏ ଶିକ୍ଷିତ ସେ ଏଠି ଗଳାବାଟ ଖୋଜି ଚାଲନ୍ତି । ସମ୍ବିଧାନ ଅଛି, ଆଇନ ଅଧିକ ରହିଛି, କିନ୍ତୁ ଦୁର୍ନୀତିରେ ଦେଶ ବିଶ୍ବରେ ନିନ୍ଦିତ ।ମୁନି ଋଷିଙ୍କର ଏ ଦେଶରେ ନକଲି ଡାକ୍ତର ନକଲି ଔଷଧ, ଭେଜାଲ ଗ୍ରୋସରୀ ଚିଜ, ନକଲି ବାବାଜୀ, ନକଲି ପୋଲିସି ଦେଖି ଆଶ୍ଚର୍ଯ୍ୟ ଲାଗେ । "ବେକାରୀ"ର ଭାର ଅଧିକ ପ୍ରବଳ । ମିଳୁନାହିଁ କାମ ଧନ୍ଦା ।

ଭାବିଲି ଲେଖନୀରେ କରି ଯିବି ମୁଁ ବୟାନ ଦୀନ ଜନତାର ବେଦନାର ଛବି ଯାହା ନୟନରେ ନାଚୁଛି ।



Rate this content
Log in

Similar oriya story from Abstract