STORYMIRROR

Urmila Mohanty 443993

Action

3  

Urmila Mohanty 443993

Action

ମନେପଡ ମନ କଥା

ମନେପଡ ମନ କଥା

2 mins
189


ଗାଆଁଟି ବହୁତ ବଡ ଥାଏ, ପୁରା ଅଧ କିଲୋମିଟର ବାଟ ଗାଁ ଆରମ୍ଭ ଆଉ ଶେଷ ସେଇ ଗାଆଁରେ ମୋର ଦଶ ଜଣ ସାଙ୍ଗ  ସାଥି ଥିଲେ, ତାଙ୍କରି ସାଥିରେ କଟୁୁ ଥିଲା ମୋର ପିଲାଦିନ ଛୋଟରୁ ବଡ ହୋଇ ଥିଲି ସେଇ ଗାାଁ ରେ କେତେ ମଜ୍ଜା କରୁଥିଲୁ, ଏକାଠି ମିଶିି ଭୋଜିି କରୁଥିଲୁୁ, ଡ୍ରାମା ବି ସବୁ ସାଥି ଅଂଶ ଗ୍ରହଣ କରିଥିଲୁ, ସେଦିନର କଥା ମନରୁଲିଭେନା ଆଜି ବି ମନେପଡେ ଆମେ ବସ୍ ଆଗରେ କାଠ ଗଣ୍ଡିକୁ ଘୋଡାଇ ରୋଡ ମଝିରେ ଶୁଆଇ ଦେଇ ଗାଡି ସବୁ ଅଟକାଇ ଚାନ୍ଦା ଆଦାୟ କରୁଥିଲୁ, ମୁଁ ହିରୋ ହୋଇ ଥାଏ ମୋ ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ଯାଉଥିଲା ଖୁସିରେ ଅନେକ ପ୍ରଶଂସକ ଟଙ୍କା ବିି ବକ୍ ସିିସ୍ ଦେଉଥିଲେ ମୋୋତେ ଷୋଳଶ ପଚାଶ ଟଙ୍କା ପ୍ରଦାନ କରିଥିଲେ ମୋର  ଏବଂ ସାଥି ମାାନଙ୍କର ଟଙ୍କା କୁ ମିଶାଇ ବାଇଶି ଶହ ଟଙ୍କା ମିଳି ଥିଲା ସେହି ଟଙ୍କା ରେ ଆମେ ଆମ ଗାଁ ମନ୍ଦିର ରେ ପ୍ରସାଦ ରୋଷେଇ କରି ସମସ୍ତେ ଖାଇଥିଲୁୁ ସେଦିନର ଅନୁୁଭୂତି ଆଜି ବି ମନେ ପଡେ, ଦିନେ ମୁଁ ମୋ ବଡ ଭଉଣୀ ଶାଶୁ ଘରକୁ ବୁଲି ଯାଇଥାଏ, ତା' ଘରକୁ ତାର ଦୂର ସମ୍ପର୍କୀୟ ପୁଅ ଟିଏ ଆସିଥାଏ, ସେ ରାଉରକେଲା ରେ ନୂଆ କରି ଚାକିରି ପାଇଥାଏ ଇଞ୍ଜିନିୟରିଂ ପାସ ପରେ, ସେ ମୋତେ ଦେଖି ମୋ ପିଛା ଜମା ଛାଡୁ ନଥାଏ, ମୁଁ କିନ୍ତୁ ଭାରି ରାଗି ଏବଂ ମଜାସ ଟାଇପ୍ ର ଥିଲି, ମୁଁ ଥଟା ରେ

 ଦେଖେଇ କୁହେ ଆରେ ଦିଦି ମୋ ପଛରେେ ଏ ଷ୍ଟେପିନ୍ କୁଆଡୁ ଆସିଲା ସେ କିନ୍ତୁ ମୋ କଥା ଶୁଣି ହସି ଦିଏ, ମୁଁ ଦିଦି ଘରେ ତିନି ଦିନ ରହିଲିି ସେ ପିଲା ବି ଥାଏ, ଦିଦିର ନଣନ୍ଦ ମାନଙ୍କ ସାଥିରେ ମୁଁ ତାଙ୍କ ଗାଁ ଆଶ୍ରମ ବୁଲି ଯାଇଥାଏ, ସେ ପିଲାାଟି ( ତା'ନାମ ବିକାଶ) ହଠାତ୍ ଆଶ୍ରମ ବଗିଚାରୁ ଗୋଟିଏ ଗୋଲାପ ଫୁଲ ଛିଣ୍ଡାଇ ଆଣି ମୋ ସାମ୍ନାରେ ଆଣ୍ଠେଇ ପଡି ମୋତେ ଫୁଲଟି ବଢେଇ ଦେଇ ଆଇ ଲଭ୍ ୟୁ କହିଥିଲା, ମୁଁ ରାଗିି ଯାଇ ତା ଗାଲରେ ଗୋଟିଏ ଶକ୍ତ ଚାପୁଡା ଟିଏ ପକେଇ ସେଠାରୁ ଚାଲି ଆସିଲି, ସେ କିନ୍ତୁ ହସି ଦେଇଥିଲା, ମୁଁ ସେହି ଦିନ ଆମ ଗାଁ କୁୁ ଚାଲି ଆସିଥିଲି, ମୋ ବିଭାଘର ନହେବା ଯାଏ ସେ ଅପେକ୍ଷା କରି ରହିଥାଏ, ମୋ ବିଭାଘର ପରେ ମୁଁ ପ୍ରଥମ ଥର ଦିଦି ଘରକୁ ବୁଲି ଯାଇ ଥାଏ, ସେ କିପରି ଖବର ପାଇ ଆସିଥାଏ, ମୁଁ ଶୁଣି ଥିଲି ସେ ବିଭା ହେବାକୁ ଜମା ରାଜି ହେଉ ନଥିଲା, ମୁଁ ତାକୁୁ ସେଦିିନ ର ଦେଇଥିବା ମାଡ ଭୁଲ୍ ମାଗିଥିଲି ଏବଂ ଅନୁରୋଧ କରିଥିଲିି ତୁମେ ଗୋଟିଏ ଭଲ ଝିଅ ଦେଖି ବିବାହ କରିବ, ମୋ ରାଣ ବି ଦେଇଥିଲି, ମୋ ଅନୁରୋଧ ରଖି ବିବାହ କଲା, ସେଦିନର ସେ ମନର କଥା ମନରେ ମୋର ଆଜି ବି ରହି ଯାଇଛି କାହାକୁ ପ୍ରକାଶ କରି ନଥିଲି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action