STORYMIRROR

Urmila Mohanty 443993

Tragedy

5.0  

Urmila Mohanty 443993

Tragedy

ଭାଗ୍ୟର ଲିଖନ

ଭାଗ୍ୟର ଲିଖନ

2 mins
1.1K


ଏକ ସତ୍ଯ ଘଟଣା ଉପରେ ଆଧାରିତ।

2017 ମସିହା ଆମେରିକାର ଇଣ୍ଡିଆନାର ସହରରେ ଥିବା ଏକ ପ୍ରେମି ଯୁଗଳଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ଏହି ସହରରେ ଜେସିକା ପେଜେଟ ନାମ୍ନୀ ଏକ ଯୁବତୀ ସେଠାରେ ବାସ କରୁଥିଲେ, ସେ ବହୁତ ସୁନ୍ଦରୀ ଥିଲେ। ସେ ଏକ ଯୁବକଙ୍କୁ ଭଲ ପାଉଥିଲେ। ତାଙ୍କ ନାମ ଥିଲା କେଣ୍ଡଲ ମର୍ଫି, ତାଙ୍କ ପ୍ରେମ ସଚ୍ଚା ଥିଲା, ଦୁହେଁ ଦୁହିଁଙ୍କୁ ଜୀବନ ଦେଇ ଭଲ ପାଉଥିଲେ। ଏ ବିଷୟରେ ତାଙ୍କ ପରିବାର ଲୋକ ମାନେ ଜାଣିଲେ। ଏବଂ ବିବାହ ପାଇଁ ଅନୁମତି ମଧ୍ୟ ଦେଲେ। ଦୁଇ ଜଣଙ୍କ ପରିବାର ଏକତ୍ର ମିଶି ବିବାହ ଡେଟ୍ ସ୍ଥିର କଲେ।

ସମସ୍ତ ପରିବାର ଏବଂ ବନ୍ଧୁ ବାନ୍ଧବ ଗହଣରେ, ଦୁଇ ପରିବାରଙ୍କ ଉପସ୍ଥିତରେ ତାଙ୍କର ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇଥିଲା। କିଛି ଦିନ ପରେ ବିବାହ ଦିନ ସ୍ଥିର କରାଗଲା

ଜେସିକା ଏବଂ ତାର ଭାବି ସ୍ବାମୀ ବିବାହ ପାଇଁ, ନିଜ ଇଛା ଅନୁସାରେ ସମସ୍ତ ବିବାହ ସାମଗ୍ରୀ କିଣାକିଣି କରିଥିଲେ। ନବ ବର ବଧୁ ସାଜିବା ପାଇଁ କେତେ ସ୍ବପ୍ନ ସବୁ ଦେଖୁଥିଲେ।

ଜେସିକା ବହୁତ ଖୁସି ଥିଲା। ହେଲେ ଭାଗ୍ଯର ବିଡମ୍ବନାକୁ କିଏ ରୋକି ପାରିବ। ହଠାତ୍ ଆସିଲା ଏକ ଦୁଃଖଦ ଘଟଣା, ଭାଗ୍ଯର କାଳଚକ୍ରରେ ସବୁ ଓଲଟ ପାଲଟ ହୋଇଗଲା।

ରାସ୍ତା ଦୁର୍ଘଟଣାରେ ଜେସିକାଙ୍କ ଭାବି ସ୍ବାମୀ କେଣ୍ଡଲ ପ୍ରାଣ ହରାଇଲେ। ଜେସିକାଙ୍କ ମୁଣ୍ଡରେ ବଜ୍ର ପଡିଲା ପରି ଲାଗିଲା। ସେ ମାନସିକ ଭାରସାମ୍ୟ ହରାଇଲେ। ଅନେକ ବର୍ଷ ସେ ଜଡ ବସ୍ତୁ ପରି ପଡି ରହିଲେ, ଗଭୀର ଦୁଃଖରୁ ବାହାରିବା ପାଇଁ ଅନେକ ବର୍ଷ ଲାଗିଲା। ଡକ୍ଟରଙ୍କ ସତ ଚେଷ୍ଟାରେ ସେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କଲେ। କିଛି ମାସ ପରେ ସେ ଏମିତି ଏକ ନିଷ୍ପତ୍ତି ନେଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଜେସିକା ବିବାହ କରିବା ପାଇଁ ସ୍ଥିର କଲେ। ଭାଗ୍ଯର ସେ ଖେଳ, ଯାହା ଲେଖା ଥିବ ସେଇଆ ହେବ।

କାହାକୁ ଜାଣିଛନ୍ତି ? ତାଙ୍କ ନିଜର ମୃତ ବାଗଦତ୍ତା କେଣ୍ଡଲ ମର୍ଫିଙ୍କ ସହ। ଘର ଲୋକ ବି ସହମତି ଜଣାଇଲେ। ପରିବାର ବର୍ଗ ଏବଂ କିଛି ସମ୍ପର୍କିୟଙ୍କ ଉପସ୍ଥିତିରେ 2018 ସେପ୍ଟେମ୍ବର 29 ତାରିଖରେ ସେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ମର୍ଫିଙ୍କ ସମାଧି ସହ ବିବାହ ସମ୍ପନ୍ନ କଲେ। ଜେସିକାଙ୍କ ଘରଲୋକ ମର୍ଫିଙ୍କ ପାଇଁ ଜୋତା, ସୁଟ୍ କିଣି ସାରିଥିଲେ। ଜେସିକା ବିବାହ ଦିନ ସେହି ଡ୍ରେସ୍ ଏବଂ ଜୋତା ନିଜ ସହ ସାଙ୍ଗରେ ଆଣିଥିଲେ। ଏହି ବିବାହରେ ଭିଡିଓ ଏବଂ ଫଟୋ ଉଠାଯାଇଥିଲା। ଯେଉଁ ଫଟୋଗ୍ରାଫର କୁ ବିବାହର ଫଟୋ ଉଠାଇବା ପାଇଁ ସ୍ଥିର କରାଯାଇ ଥିଲା, ସେହିହିଁ ଫଟୋ ସୁଟ କରିଥିଲେ। ଏହି ଫଟୋକୁ ଜେସିକା ନିଜ ଫେସବୁକ ପେଜ୍ ରେ ଅପଲୋଡ଼ କରିଥିଲେ। ଏହାପରେ ତାଙ୍କର ଏହି ପଦକ୍ଷେପ ପାଇଁ, ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା। ଆଜି କାଲି ଏମିତି ପ୍ରେମିକା ମିଳିବା ଦୁର୍ଲ୍ଲଭ। ତାଙ୍କ ପ୍ରେମ ସଚ୍ଚା ପ୍ରେମ ଥିଲା। ପ୍ରେମିକ ଠାରୁ କିଛି ନ ପାଇଲେ ବି.... ମନକୁ ତାଙ୍କର ଶାନ୍ତି ରଖି ପାରିଲେ।।

ତୁମ ଭାଗ୍ୟ ନିଶ୍ଚୟ ଦିନେନା ଦିନେ ତୁମର ପ୍ରେମିକକୁ ମିଳାଇବେ।

ପ୍ରେମ କରୁଥିଲି ତୁମକୁ ମୁଁ ଦିନ ରାତି

ମୋତେ ଛାଡି ଚାଲିଗଲ ମୋ ଜୀବନସାଥି।

କେମିତି ବଞ୍ଚିଥାଆନ୍ତି ମୁଁ ତୁମରି ବିନା

ତୁମରି କବର ଭିତରେ ଅଛି ମୋ ଆତ୍ମା।

ବଞ୍ଚିବି ମୁଁ ସେଠାରେ ତୁମକୁ ଦେଖୁ ଥିବି

ରହିଛନ୍ତି କେତେ ଅଶରୀରି ସବୁ ସାଖି।

ତୁମେ ମୋ ହୃଦୟରେ ଥିଲ ପ୍ରଥମ ପ୍ରେମ

କେମିତି ଭୁଲିବି ଆମରି ସେ ପିଲା ଦିନ।

ପ୍ରେମ ଆମ ଚିରଦିନ ଅମର ରହିବ

ଆମ ପ୍ରେମ କଥା ସମସ୍ତେ ମନେ ରଖିବ।।

ଉର୍ମିଳା ମହାନ୍ତି, ଭୁବନେଶ୍ବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy