Ayushman Tripathy

Abstract Classics Fantasy

3  

Ayushman Tripathy

Abstract Classics Fantasy

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

3 mins
262


ସକଳ ଶକ୍ତି ର ଆଧାର ସୂର୍ଯ୍ୟ। ଭାରତ ବର୍ଷ ରେ ସୂର୍ଯ୍ୟ ଙ୍କୁ ଦେବତା ରୁପେ ପୁଜା କରାଯାଏ ,ତେଣୁ ଅନେକ କାର୍ଯ୍ୟ ତଥା ପର୍ବ ସେହି ଭାସ୍କର ଙ୍କୁ ଆଧାର କରି ଆରମ୍ଭ ତଥା ପାଳନ କରାଯାଏ। ସେହିପରି ଏହି ମକର ପୁଙ୍ଗନ ତଥା ପୌଷ ସଂକ୍ରାନ୍ତି ର ଅନେକ ସାମାଜିକ, ସାଂସ୍କୃତିକ ଏବଂ ବୈଜ୍ଞାନିକ ମାହାତ୍ମ୍ୟ ରହିଛି।ମଣିଷ ର ବିଶ୍ୱାସ ହେଉଛି ଆସ୍ଥା ଏବଂ ଆସ୍ଥା ସଂସ୍କୃତି ର ଏକ ମୂଳ ସମ୍ବଳ। ନାନାବିଧ ମହାତ୍ମ୍ୟ ତଥା ଅନେକ ରହସ୍ୟ ର ଗନ୍ତାଘର ଏଇ ସୁବର୍ଣ୍ଣ ମେଖଳା ଭିରତ ଭୁମି, ଯାହାର ପ୍ରତିଟି ବସ୍ତୁ,ପର୍ବ ରେ ରହସ୍ୟ ନିହୀତ। କେବଳ ଭାରତ କଣ ଆଜିକାଲି ଭାରତ ର ଏହି ପରମ୍ପରା ବିଶ୍ବ ବିକ୍ଷାତ ତଥା ବିଶ୍ବ ଦରବାର ରେ ସୁନାମ ଅର୍ଜନ କରି ସାରିଛି।

ଶୀତର ଜାଡତ୍ବ ମଧ୍ୟରେ ଏଇ ପର୍ବ ସତେ ଯେପରି ଉଲ୍ଲାସ ର ଉଷ୍ମତା ଭରିଦେଇଥାଏ

ସମସ୍ତ ଙ୍କ ମଧ୍ୟରେ। ବୈଜ୍ଞାନିକ ମାନଙ୍କ ମତରେ ଏହି ଦିନ ଠାରୁ ଆରମ୍ଭ ହୁଏ ସୂର୍ଯ୍ୟ ଙ୍କର ଉତ୍ତରାୟଣ ଅବଧି।ଅର୍ଥାତ, ଆରମ୍ଭ ହୁଏ ଉଷ୍ମତା ର ପ୍ରଭାବ।ମାତ୍ର ଏହାପଛରେ ମଧ୍ୟ ରହିଛି ଏକ ପୌରାଣିକ ଗାଥା ଯହିଁରେ କର୍ମଫଳ ଦାତା ଶନିଶ୍ଚର ନିଜ ପିତା ଙ୍କ ନିକଟତର ହୋଇଥାନ୍ତି।

ଏପରି ଏକ ଅପୁର୍ବ ପୌରାଣିକ କିମ୍ବଦନ୍ତି,

ଯେତେବେଳେ ଭଗବାନ କପିଳ ଙ୍କ ଦ୍ବାରା ଅଭିଶାପ ପାଇ ଶ୍ରୀରାମଚନ୍ଦ୍ର ଙ୍କ ପୁର୍ବପୁରୁଷ ଅମୋକ୍ଷ ଅବସ୍ଥା ରେ ଥିଲେ, ସେତେବେଳେ ତାଙ୍କ କୁଳ ରେ ଆଶା ର କିରଣ ରୁପେ ଆସିଥିଲେ ରାଜା ଭାଗୀରଥ।

ସେ ହଜାର ବର୍ଷ ତପସ୍ୟା କରି ମାତା ମନ୍ଦାକିନୀ ଙ୍କୁ ପ୍ରଶଂସା କରି ଏହି ଦିନ ପୃଥିବୀ କୁ ଆଣିଥିଲେ ଯାହିଫଳରେ ତାଙ୍କ ପୁର୍ବପୁରୁଷ ମୁକ୍ତି ପାଇଥିଲେ। କୁହାଯାଏ ଇଛ୍ଛାଳମୃତ୍ୟୁ ବରଦାନ ପାଇଥିବା ଶ୍ରଷ୍ଠ କୁରୁ ପିତାମହ ଭୀଷ୍ମ ଏହିଦିନ ଦେହତ୍ୟାଗ କରିଥିଲେ। ଏହାଛଡା ସମୁଦ୍ର ମନ୍ଥନ ରୁ ନିର୍ଗତ ଅମୃତ ର ଏକ ଟୋପା ପୃଥିବୀ ର ତ୍ରିବେଣୀ ସଙ୍ଗମ ରେ ପଡିଥିଲା ତେଣୁ ଆଜିପରି ଦିନ ପ୍ରତି ବାରବର୍ଷ ରେ ଥରେ ମହାକୁମ୍ଭ ମେଳା ର ଆରମ୍ଭ ଆଜିପରି ଦିନରେ ହୋଇଥାଏ।

ମକର ସଂକ୍ରାନ୍ତି ରେ ସ୍ନାନ କର୍ମ ସାରି ଦେବ ଦର୍ଶନ ତଥା ନବ ଜପ ତପ ଏବଂ ତୀର୍ଥ ଯାତ୍ରା ଶୁଭ ମଙ୍ଗଳ ହୋଇଥାଏ।


ଏହିପରି ଦିନ ରେ ମହାପ୍ରଭୁ ଜଗତରନାଥ ମହାବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କର ନବାଙ୍କ ବେଶ

କରାଯାଏ। ସୁନ୍ଦର ସୁଲୋଭିତ ସୁବର୍ଣ୍ଣିତ ଗେଣ୍ଡୁ ଫୁଲ ର ମାଳା ରେ ବିଶୋଭିତ ହୋଇଥାନ୍ତି ଅନନ୍ତନାଥ ଜଗତପାଳକ ଶ୍ରୀଅରବିନ୍ଦ ମହାପ୍ରଭୁ।ମାତା ମହାଲକ୍ଷ୍ମୀ ଫେରିଥାନ୍ତି ନିଜ ବାପ ଘରରୁ।ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପୌଷ ମାସରେ ବିବାହ ଆଦି କର୍ମ କରିବା ର କୌଣସି ସୁତିଥି, ସୁଲଗ୍ନ ନାହିଁ। ଦିବାକର ଏହିଦିନ ଠାରୁ ଧନୁ ମାସରୁ ମକର ମାସକୁ ଗତି କରନ୍ତି। ଯାହା ଫଳରେ ସ୍ନିଗ୍ଧତା ର ପତନ ଆରମ୍ଭ ହୋଇଯାଏ। ଓଡିଶା ର ସଂସ୍କୃତି ତଥା ପରମ୍ପରା ର ଏକ ସୁବର୍ଣ୍ଣ ସ୍ମାରକୀ ହେଉଛି ମକର ସଂକ୍ରାନ୍ତି, ଯାହା ବନ୍ଧୁତ୍ବ ର ମିଳନ ର ଏକ ମାଧୁର୍ଯ୍ୟମୟ ଅବଧି।

କୁହାଯାଏ-

ମନ ମିଳନ ର ଅଭୂତ ସ୍ମାରକୀ

ଜାଡମୟ ପୌଷେ ଆସେ ମନମୁଖୀ

ବନ୍ଧୁତ୍ୱ ର ଡୋରି ବାନ୍ଧି ମଥାଶିରୀ

ମକର ସାଜନ୍ତି କେତେ ନର ନାରୀ

ଖାଆନ୍ତି ଅପୁର୍ବ ମକର ଚାଉଳ

ପିନ୍ଧିଥାନ୍ତି ନବ ବସ୍ତ୍ର ସ୍ବର୍ଣ୍ଣଜଳ

କରନ୍ତି ଶପଥ ବନ୍ଧୁତ୍ବ ରେ ଜଣେ

କେବେ ନ ସାଜିବେ ଶତ୍ରୁ ସେ ଜୀବନେ।


ଏହିପରି ଭାବେ ସାମାଜିକ ଦୃଷ୍ଟିକୋଣରୁ

ମକର ସଂକ୍ରାନ୍ତି ର ସ୍ଥାନ ବହୁତ ଉଚ୍ଚ ରେ ଯାହାର ବ୍ୟାଖା ରେ ସମଗ୍ର ଓଡିଆ ଭାଷା ସାହିତ୍ୟର ଶବ୍ଦ କମ୍ ପଡିଯିବ।

ରକ୍ତ ରେ ରଙ୍ଗୋଲି କରୁଥିବା ଶତ୍ରୁ ମଧ୍ୟ ନିଜ ଶତ୍ରୁତା କୁ ଭୁଲି ବଢେଇ ଦିଅନ୍ତି ମିତ୍ରତା ର ପାପୁଲି। ତେଣୁ କୁହାଯାଏ ମକର ସଂକ୍ରାନ୍ତି - ଉତ୍ତରାୟଣ ରେ ଏକତା।

ଏହା ଛଡା ବିଭିନ୍ନ ଗାଁ ତଥା ବଡ଼ ବଡ଼ ସହର ମାନଙ୍କରେ ଆରମ୍ଭ ହୋଇଥାଏ ଏକ ଭିନ୍ନ ସ୍ଵାଦ ର ପ୍ରତିଯୋଗିତା ଯାହାକୁ କୁହାଯାଏ , ଗୁଡ଼ି ଉଡାଣ ପ୍ରତିଯୋଗିତା । ଏପରି ପ୍ରତିଯୋଗିତା ରେ ଅନେକ ଲୋକ ଅଂଶଗ୍ରହଣ କରି ନିଜ ପିଲାବେଳ ସ୍ମୃତି କୁ ଜୀବନ୍ତ କରିଥାନ୍ତି। ବାସ୍ତବିକ ମକର ସଂକ୍ରାନ୍ତି ହେଉଛି ସ୍ମୃତି ର ରୋମନ୍ଥକ। ସେଇ ଦିବ୍ୟ ପବିତ୍ର ପାର୍ବଣ ର ସମାଗମ ଅନେକ ଶିକ୍ଷା ଦେଇଯାଏ, ବନ୍ଧୁତ୍ୱ ର ବାର୍ତ୍ତା ନେଇଯାଏ, ମାନବିକତା ର ମନ୍ତ୍ର ଶିଖାଇଦିଏ।



Rate this content
Log in

Similar oriya story from Abstract