STORYMIRROR

Ayushman Tripathy

Tragedy Crime Thriller

2  

Ayushman Tripathy

Tragedy Crime Thriller

ଅଜାଙ୍କ ବିଜୟ

ଅଜାଙ୍କ ବିଜୟ

2 mins
137

ସଁ.......ସଁ.......ପବନ ବହୁଛି, ଅସ୍ତଗାମୀ ସୂର୍ଯ୍ୟର ଲୋହିତ ଆଭାରେ ଧରିତ୍ରୀ ଉଦଭାଷିତ ହେଉଛି । ଧିରେ ଧିରେ ନିଶୀଥିନୀ ନିଜର କାୟା ବିସ୍ତାର କରୁଛି । 

ଠକ୍ ଠକ୍ ,ଠକ୍ ଠକ୍ । କବାଟ ଠକଠକର ଶବ୍ଦ କ୍ରମାଗତେ ବୃଦ୍ଧି ପାଇଲା । ଘର ଭିତରୁ ଧାଇଁ ଆସିଲେ ଡ.ନନ୍ଦ । କବାଟର ଲକ୍ ଖୋଲିବା ବେଳେ ଆସିଛି ଗୋଟେ କଲ୍। କବାଟ ଖୋଲିବା ଛାଡି ଦୋଡିଲେ କଲ୍ ଉଠେଇବାକୁ। କଲ୍ ଉଠେଇ ଶୁଣିଲେ ଏକ ବିଚିତ୍ର ହସ। ହସ ଶୁଣି ବେହୋସ ହୋଇ ପଡିଲେ ଡ.ନନ୍ଦ। ଆଗନ୍ତୁକ କବାଟ ବାଡେଇ ଚାଲିଥିଲେ। କିଛି ସମୟ ପରେ ଚେତା ପାଇ ନନ୍ଦ ସାର୍ କବିଟ ଖୋଲିଲେ। ଆଗନ୍ତୁକଙ୍କୁ ଦେଖି ଖୁସି ହେଲେ ସତ ମାତ୍ର କଲ୍ ପାଇଁ ଆଶ୍ଚର୍ଯ୍ୟ ଓ ଚିନ୍ତିତ ଥିଲେ। ଆଗନ୍ତୁକ କହିଲେ କଣ ହେଇଛି????

ନନ୍ଦ ସାର୍ କହିଲେ କଲ୍ କଥା। ସତେ ଯେମିତି ସେ ହସ ତାଙ୍କର ବେଶ୍ ଚିହ୍ନା ,ଯାହା ତାଙ୍କ ନାତିଆର ଭଳି ମନେହୁଏ। 

ତାଙ୍କ ନାତି କମାଣ୍ଡର ବିଜୟ ପ୍ରତାପ ନନ୍ଦ ଆତଙ୍କବାଦି ସହ ଲଢି ସହୀଦ୍ ହେବାର ଖବର ପାଇଥିଲେ । ହସ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଗନ୍ତୁକ ହଠାତ୍ ଉଠିଲେ ଓ ବାହାରକୁ ଚାଲିଗଲେ। ସେହିଦିନ ରାତିରେ ସୋଇଥିବା ବେଳେ ଏକ ବିଚିତ୍ର ସ୍ବପ୍ନର ଶିକାର ହେଲେ ଡ.ନନ୍ଦ । ସତେ ଯେମିତି ନାତିର ଭୂତ ଆସି ତାଙ୍କୁ ଆଶୀର୍ବାଦ ମାଗୁଛି ଯୁଦ୍ଧ ଯିବା ପାଇଁ। ନିଦ୍ରା ଭାଙ୍ଗିଗଲା ତାଙ୍କର ,ଭାବିଲେ ଆଉ କଣ ଧର୍ମ ନାହିଁ ଏ ସଂସାରେ?? 

ପୁଣି କଣ ଅଧର୍ମ ଜିତିବ? ଏହି କଥା ଭାବୁ ଭାବୁ ସକାଳ ପାହିଯାଏ,ହେଲେ ସେହି ଅତୀତ କଳ୍ପନାର ସମାପ୍ତ ନାହିଁ। 

 ସକାଳର ଚା ପିଇବା ସମୟରେ ମନେ ପଡିଗଲା ସେ ଦିନର ଘଟଣା, ନାତୁଣୀବୋହୁର ବିଧବା ହେବା,ତା ପରେ ପୁଣି ରାତିର ନାତି ସ୍ୱପ୍ନ। T.V ଅନ୍ କରି ଆଜ୍ ତକ୍ ଲଗେଇଲେ, ନିଉଜ୍ ଶୁଣି ଦଗ୍ଧିଭୁତ ହୋଇଗଲେ। ଆତଙ୍କବାଦୀଙ୍କ ଦୁଇଟି ବେସ୍ ରାତାରାତି ଧ୍ୱଂସ ହୋଇଯାଇଛି। ଏବଂ ତହିଁରୁ ସହୀଦ୍ କମାଣ୍ଡର ବିଜୟର ମୃତ ଦେହ ମିଳିଛି। ଅଜା ଚମକି ପଡିଲେ , ଭାବିଲେ ରାତିରେ ତାହେଲେ .......

ନିଜକୁ ଧିକ୍କାର କଲେ ନିଜ ନାତିକୁ ଆଶୀର୍ବାଦ ଦେଇ ନ ଥିବାରୁ। କାନ୍ଦି ପକାଇଲେ ଅଜା।

ସହୀଦ୍ ନାତିର ବୀର ଦେହକୁ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ କଲେ। ଶେଷରେ ସୁଦୀର୍ଘ ଭାରତ ବର୍ଷର ସବୁଜ ନୀଳ ପଟ୍ଟଭୁମି ଉପରେ ଅଗ୍ନିର ଉତ୍ତପ୍ତ ଆଭା ସହୀଦକୁ ଧରାପୃଷ୍ଠରୁ ବିଦାୟ ଦେଲା। 

   କାହାଣୀ ଶୁଣି ଶୁଣି ଉତ୍ସବ ଶୋଇପଡିଥାଏ ଅଜାଙ୍କ ପାଖରେ। ଧିରେ ଧିରେ ନିଶା ଦେବୀ ରସାକୁ ଗ୍ରାସ କରି ଚାଲିଥାନ୍ତି। ଝିଁ... ଝିଁ.... ଝିଙ୍କାରିର ଶବ୍ଦ ବଢିଚାଲିଥାଏ। ଅଜା ମଧ୍ୟ ଭଗବାନଙ୍କୁ ସ୍ମରଣ କରି ଶୋଇବାକୁ ଗଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy