Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ayushman Tripathy

Horror Thriller

4.0  

Ayushman Tripathy

Horror Thriller

ଭୂତ ବଙ୍ଗଳା ରେ ତିନି ସାଙ୍ଗ

ଭୂତ ବଙ୍ଗଳା ରେ ତିନି ସାଙ୍ଗ

2 mins
287


ହିସ୍................ହିସ୍................. ।

ନିସ୍ତବ୍ଧ ରାତିରେ ଧରିଣୀ ପୃଷ୍ଠ ରେ ଅମାବାସ୍ୟା

ର ଅନ୍ଧକାର ସମସ୍ତ ଆଲୋକ କୁ ବିତାଡିତ କରୁଥିଲା। ମୁଁ ଏବଂ ମୋ ସାଙ୍ଗ ରିତେଶ ନଦୀ ରେ ବୁଲୁଥିଲୁ। ଠିକ୍ ସେହି ସମୟ ରେ ରିତେଶ୍ କୁ ଗୋଟିଏ କଲ୍ ଆସିଲା।କଲ୍ ଉଠେଇବା ପାଇଁ କହିଲି ରିତେଶ୍ କୁ,ମାତ୍ର ମନାକଲା,କହିଲା ବୋଧେ ତା ବାପାଙ୍କ କଲ୍ ଆସିଥିବ। ରାତି ରେ ଖାଇସାରିଲି ନା ନାହିଁ ସେଥିପାଇଁ। ଘଟଣା ଟି ହେଉଛି ୨୦୧୦ ମସିହା ମାଘ ମାସ ଅମବାସ୍ୟା,

ସିନ୍ଧେକେଲା ନଦୀ ।

ନଦୀ ରେ ବୁଲୁବୁଲୁ ମଧ୍ୟରାତ୍ର ହୋଇଯାଇଥିଲା।

ଦୁହେଁ ନିଜ କଥା ରେ ମଜ୍ଜି ଯାଇଥିଲୁ।ସେହି ସମୟରେ କାହାର ଚପଲ ର ଶବ୍ଦ ଶୁଣାଗଲା,ଧିରେଧିରେ ବୃଦ୍ଧି ପାଇଲା ଶବ୍ଦ। ପଛ ପଟରୁ କେହିଜଣେ ମୋତେ ଧରିପକାଇଲା,ମୁଁ ଡରିଗଲି।ଅନ୍ଧକାର ଯୋଗୁଁ କିଛି ଜଣା ପଡୁନଥାଏ,ରିତେଶ ମୋବାଇଲ୍ ର ଲାଇଟ୍ ରେ ଦେଖି ଚମ୍କି ପଡିଲା । ଦେଖିଲା ନହିମ୍ ଆସିଛି,

ନହିମ୍ ଆମ ସାଙ୍ଗ। ପରେ ତିନି ଜଣ ମିଶି ନଦୀ ର ବାଲି ରେ କଥାବାର୍ତ୍ତା ହେଲୁ। ଏମିତି କଥା ହଉହଉ ରାତ୍ରି ୧ ଟା ବାଜିଲା। ଏହି ସମୟରେ ଚର୍ତୁଦିଗ ଅନ୍ଧକାରମୟ ହୋଇଯାଇଛି।ନଦୀ ପାଖରେ ଗୋଟିଏ ଭୁତବଙ୍ଗଳା ଥାଏ।ନହିମ୍ କହିଲା ଚାଲ୍ ଯିବା ସେଠାକୁ। ରିତେଶ୍ ମନାକଲା

ମାତ୍ର ତାକୁ ଜୋର୍ କରି ନେଇଗଲୁ ସେଠାକୁ, ବଙ୍ଗଳା ଟି ବାହାରୁ ବହୁତ ଘାତକ ଦେଖାଯାଉଥିଲା। ଭିତର କୁ ଯିବାକୁ ଡର ଲାଗିଲା

ଫେରବି ଭିତରକୁ ଗଲୁ।

କବାଟ ଖୋଲିବା ମାତ୍ରେ ଏକ ମୃତ କଙ୍କାଳ ର ଶବ ଆମ ଉପରେ ପଡିଲା। ଆମେ ଡରିଗଲୁ,

ନିଜ ସାହାସ ସହ ଶବ କୁ ତଳେ ପକେଇଲୁ।

ପୁଣି ବଢିଲୁ ଆଗକୁ,ଆଗରେ ଗୋଟିଏ ତିନି ଧାରିଆ ରାସ୍ତା। ତିନି ଜଣ ଗୋଟିଏ ଗୋଟିଏ ରାସ୍ତା ରେ ଗଲୁ। ରିତେଶ ନହିମ୍ ନିଜ ରାସ୍ତା ଛାଡି ମୋ ସହ ଗଲେ। ବାଟରେ ଲାଗିଲା ଯେମିତି କେହି ଆମକୁ ଫଲୋ କରୁଛି। କିଛି ବାଟ ଗଲା ପରେ ସବୁ ବନ୍ଦ ହୋଇଗଲା । ଖାଲି ଅନ୍ଧକାର

କିଛି ଶବ୍ଦ ଶୁଣାଗଲା। ଯେମିତି ଡାହାଣୀ ର ହସ,

ଆମେ ଡରିଗଲୁ,ଧିରେଧିରେ ନୂପୁର ର ଛମ୍ଛମ୍

ଧ୍ବନି ଆମକୁ ବ୍ୟଥିତ କରିଦେଲା। ସତକୁ ସତ

ଏକ ଧଳା ଶାଢି ରେ ଡାହାଣୀ ଟି ଚାଲି ଆସୁଥିଲା

ଆମ ଆଡକୁ। ତା ନୂପୁର ର ଶବ୍ଦ ଭୟଙ୍କର ଥିଲା। ଏହି ସମୟ ରେ ଆଉ ଏକ ପ୍ରେତାତ୍ମା ଆମ ଆଡକୁ ଆସିଲା। ଡର ରେ ଥରୁଥିଲୁ ଆମେ,ପ୍ରେତାତ୍ମା ଟି ରିତେଶ୍ ର ଶରୀର ରେ ପ୍ରବେଶ କଲା। ନହିମ୍ କୁ ମାରିବା ପାଇଁ ଗଲା ମାତ୍ର ପାରିଲା ନାହିଁ।ନହିମ୍ ନିଜ ପକେଟ୍ ରେ ଇସ୍ଲାମ ବହି ରଖେ। ପ୍ରେତାତ୍ମା ତାକୁ ଛୁଇଁ ପାରିଲା ନାହିଁ। ନହିମ୍ ମୋତେ ବି ବଞ୍ଚାଇଲା।

ଠିକ୍ ସମୟ ରେ ସକାଳ ହେବାକୁ ଲାଗିଲା।

ଆମେ ବଙ୍ଗଳା ରୁ ବାହାରି ଆସିଲୁ।

ସୂର୍ଯ୍ୟୋଦୟ ର କିରଣ ସତେ ଯେପରି ନବ ଜୀବନ ପ୍ରଦାନ କରିଥିଲା ଆମକୁ।

        ସେହିଦିନ ଠାରୁ ରାତିରେ ଆଉ ବାହାରକୁ ବାହାରିଲୁ ନାହିଁ । 


Rate this content
Log in

More oriya story from Ayushman Tripathy

Similar oriya story from Horror