The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ayushman Tripathy

Crime

3.5  

Ayushman Tripathy

Crime

ରକ୍ତାକ୍ତ ରଜ

ରକ୍ତାକ୍ତ ରଜ

3 mins
2.9K


ହାହାହାହାହାହା..............'.............................ହାହାହାହାହାହାହାହାହାହା.............................

ଡାକବାଜି ଯନ୍ତ୍ର ରେ ଶୁଣାଗଲା କୌଣସି ନାଟକ ର ପ୍ରଚାର, ଦର୍ଶକ ଗଣନାଟ୍ୟ ର ସୁପର୍ ହିଟ୍ ନାଟକ ,"ରକ୍ତଭିଜା ମାଟି ର ଟୋପା ଟୋପା ଲୁହ"। ନୀଳମୟ ଗଗନ, ସବୁଜ ପାଟ ପିନ୍ଧି ରବି ଙ୍କ ଲୋହିତ ଆଭା କୁ କୁମ୍କୁମ ରୁପେ ରଖି ଏକ ମନୋହର ଦିବସ ର ଆରମ୍ଭ କରିଛି ପ୍ରକୃତି।

ସୁନ୍ଦର ସେ ଚିତ୍ର, ମନୋହର ମୁର୍ଛ୍ଛନା ର ପ୍ରତିବିମ୍ବ

ଆଖି ଆଗରେ ନାଚି ଉଠୁଛି। ପଥ ରେ ଚାଲୁଥିବା ପଥିକ ମାନଙ୍କ ମନର ଖୁସି, ପାଖରେ

ଥିବା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ର ଘଣ୍ଟ ଶଙ୍ଖ କୀର୍ତ୍ତନ ର ମଧୁର ଝଙ୍କାର ଶରୀର ର ପଞ୍ଚତତ୍ତ୍ବ କୁ ଜୀବିତ କରିଦେଉଛି। ମନେ ପଡିଯାଉଛି କବିବର ଙ୍କ ଚିଲିକା ର ଏକ ମିଠା ପଦ, ଉଲ୍ଲାସ ର ଆତ୍ମା ପ୍ରାୟେ ଗୀତ ତାନ

ହ୍ରଦ ନୀଳ ବକ୍ଷେ କରେ ଅଧିଷ୍ଠାନ,

ଗୀତ ଗାଉ ଗାଉ ହଠାତ୍ ଯେମିତି ବହୁତ ଥଣ୍ଡା ଲାଗିଲା, ଆଖି ଖୋଲିଗଲା, ସ୍ବପ୍ନ ଭାଙ୍ଗିଗଲା। ପୁଅଟି ଥଣ୍ଡା ପାଣି ପକେଇ ଦେଇଛି ମୁହକୁ।

ସକାଳ ହେଲାଣି ନିଜ ନିତ୍ୟକର୍ମ ସାରିବାକୁ ଗଲେ ମଦନ ବାବୁ, ସ୍ବପ୍ନ ରେ ଦେଖିଥିବା ଦୃଶ୍ୟ

ଝାପସା ମନେ ପଡୁଛି।ନିତ୍ୟକର୍ମ ସାରି ଗାଧୋଇ ବାକୁ ଗଲେ ମହାନଦୀ କୁ। କଥା ଟି ହେଉଛି ୧୩ ଜୁନ ର। ମଦନ କୁ ମନେ ପଡିଗଲା ତିନି ବର୍ଷ ତଳ ର ଘଟଣା , ନିଜ ସାହାସ ର ସହ ପହିଲି ରଜ ରେ ସେ ଗାଁ ର ବିଖ୍ୟାତ ଡନ୍ ପ୍ରହରାଜ କୁ ଜେଲ କରେଇଥିଲେ,

ମାତ୍ର ଗଲାବେଳେ ସେ ଧମକ ଦେଇଥିଲା,ରଜ ପୁର୍ବ ରୁ ରକ୍ତ ର ସୁଅ ଖେଳେଇବ ବୋଲି।

ସେ ପ୍ରହରାଜ କଥା ଭାବୁ ଭାବୁ ନଦୀ କୁ ପହଞ୍ଚିଲେ

ସେଠାରେ ସେ ଗାଧୋଇ କି ମନ୍ଦିର ରେ ପୂଜା କଲେ ଓ ଘର କୁ ଫେରିଲେ। ବାଟ ରେ ଦେଖିଲେ ଲୋକ ମାନେ ଜୀବନ ବଞ୍ଚାଇ ଧାଉଁଛନ୍ତି। ସେ ଜଣ କୁ ପଚାରିଲେ କଣ ହେଲା? ପ୍ରହରାଜ ଫେରିଆସିଛି ଗାଁ କୁ କହି ପଳେଇଲା ସେ। ମଦନବାବୁ ଡରିଗଲେ, କଣ

ପ୍ରହରାଜ ତା ଧମକ ପୁରଣ କରିବାକୁ ଆସିଛି?

ନା....ନା......ଏମିତି ହେଇପାରେ ଭାବି ସେ ମଧ୍ୟ

ଘର କୁ ଧାଇଁଲେ।

ଘରେ ଖାଇସାରି ଟିଭି ଚଳେଇ ବସିଲେ ,ନିଉଜ୍ ରେ ପ୍ରହରାଜ ର ଖବର,ପ୍ରହରାଜ କୁ ମିଳିଲା ବେଲ୍ !ଆଶ୍ଚର୍ଯ୍ୟ

ହେଇଗଲା ମଦନ। ଏତେ ବଡ ଅଣ୍ଡରଓ୍ବାର୍ଲଡ୍ ଡନ୍ ପୁଣି ଏତେ ଚୋରି ଡକାୟତି କେସ୍ ଥାଉ ଥାଉ ବି ବେଲ୍ ! ଶୋଇ ପଡିଛନ୍ତି ମଦନ ବାବୁ

ଖବର ଶୁଣୁ ଶୁଣୁ ।ଉଠିଲା ବେଳକୁ ସନ୍ଧ୍ୟା ହୋଇ ସାରିଛି। ମୁହ ଧୋଇକି ଆସିଲା ପରେ

ଖଟ ପାଖରେ ଥିବା ରକ୍ତ ଲଗା କାଗଜ ଉପରକୁ ନଜର ପଡିଗଲା।କାଗଜ ରେ ଲେଖାଥିଲା----------

"ହେ ମଦନ ଯଦି ତୁ ନିଜକୁ ନିଜେ ମୋ ପାଖେ ନ ସମର୍ପୁ,ତାହେଲେ ତୋ ପରିବାର ସହ

ରକ୍ତ ରେ ରଜ ମନେଇବି।ଯଦି ଏ ଖବର କାହାକୁ ଜଣେଇବୁ ତାହେଲେ ତୋ ପୁଅ କୁ .............'.'. "

ଧିରେ ଧିରେ ରାତି ହେବାକୁ ଲାଗିଲା, ଅନ୍ଧକାର ସାରା ଧରା କୁ ଗ୍ରାସ କରିଦେଲା।ପେଣ୍ଟ ତଳେ ବନ୍ଧୁକ ଏବଂ ତରବାରୀ ଲୁକାଇ ମଦନ ଚାଲିଲା ପ୍ରହରାଜ ର ଆଡ୍ଡା କୁ। ଏଠାରେ ସେ ପୁର୍ବରୁ ମଧ୍ୟ ଥରେ ପ୍ରହରାଜ କୁ ହରେଇ ସାରିଥିଲା।ପହଞ୍ଚିଗଲା ପ୍ରହରାଜ ର ଆଡ୍ଡା କୁ ସେ।ପ୍ରହରାଜ ର ଲୋକ ମାନେ ତାକୁ ନେଇଗଲେ ଭିତରକୁ।ସେଠାରେ ଦେଖିଲା ବନ୍ଧା

ହୋଇଥିବା ତାର ପତ୍ନୀ ତଥା ପୁଅ କୁ।ରାଗରେ ପ୍ରହରାଜ କୁ ଗାଳି ଦେଲା ।ପ୍ରହରାଜ ମଧ୍ୟ ମନେ ପକାଇଦେଲା ସେ କହିଥିବା କଥାକୁ। ଦୁଇଜଣ ଙ୍କ ଭିତରେ ଆରମ୍ଭ ହେଲା ମହା ସଂଗ୍ରାମ।ମହାଭୟଙ୍କର ଯୁଦ୍ଧ ପରେ ପ୍ରହରାଜ ର ଗୋଟିଏ

ଗୁଳି ଯାଇ ବାଜିଲା ମଦନ ର ବାମ ହାତରେ।

ରାଗ ଓ କଷ୍ଟ ରେ ମଦନ ତରବାରୀ ରେ ମାରିଦେଲା ପ୍ରହରାଜ କୁ। କଷ୍ଟ ର ସହ ନିଜ ପତ୍ନୀ ତଥା ପୁଅ କୁ ଛଡେଇ ବାରେ ସମ୍ଭବ ହେଇଥିଲା। ମଦନ କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଗଲା। ଡାକ୍ତର ଜଣକ କହିଲେ ଗୁଳି ବାଜିଥିବାରୁ ବାମ ହାତ କୁ କାଟିବା କୁ ପଡିବ। ନହେଲେ ମୃତ୍ୟୁ ହେଇପାରେ। ଡାକ୍ତର ଙ୍କ କଥା ମାନି ନେଲେ

ମଦନ, ହାତ କଟା ହେଲା । ରାତ୍ରି ପାହିଗଲା ,

ଏକ ନୁତନ ରବି ଉଦୟ ହେଲେ ପହିଲି ରଜ ର

ଖୁସି ନେଇ।


Rate this content
Log in

More oriya story from Ayushman Tripathy

Similar oriya story from Crime