ମଜା ହେଲା ସଜା
ମଜା ହେଲା ସଜା
ଗୋପାଳ ବୋଲି ଛୋଟ ପିଲା, ଛୋଟ ଗାଁ ଟିରେ ଜନ୍ମ।ସେ ଥିଲା ଶାରିରୀକ ଓ ମାନସିକ କ୍ଷେତ୍ରରେ ଅପଙ୍ଗ, ଗୋଟେ ଗୋଡ଼ ଛୋଟା ପାଟି ଲାଗୁଥାଏ । କିନ୍ତୁ ସୁନ୍ଦର ସ୍ବର ନେଇ ଜନ୍ମ ହୋଇଛି।ହୃଦୟ ଥିଲା ଅତି ସୁନ୍ଦର ଆଉ ନମ୍ର।ସୁନ୍ଦର ଭାବରେ ଭଜନ ଗାଏ କିନ୍ତୁ ଗାଇବା ସମୟରେ ମୁହଁ ଟିକେ ଅଲଗା ପ୍ରକାରର ଦେଖାଯାଏ । ଯେହେତୁ ସେ ଥିଲା ବିକଳାଙ୍ଗ ,ହେଲେ ସେହି ଭକ୍ତି ଭାବପୂର୍ଣ୍ଣ ଗାଇବା ରେ ଗଛ ଲତା କାନେଇ ଶୁଣିଲା ଭଳି ଲାଗେ ।
କିନ୍ତୁ ସେହି ଗାଁ ର କିଛି ଅସାମାଜିକ ଲୋକ ତା'ର ଏପରି ଗାଇବା ର ମଜା ନିଅନ୍ତି। ସୋସିଆଲ ମିଡ଼ିଆ ରେ ଭାଇରାଲ କରନ୍ତି।ମନେ ମନେ ମଧ୍ୟ ବହୁତ ଖୁସି ହୁଅନ୍ତି ।
ଗୋପାଳ ଗୀତ ଗାଇବା ବେଳେ ଗୋଟେ ଗୋଡ଼ ଉଠିଯାଏ ।ଗୋଟେ ଗୋଡ଼ରେ ନାଚି ନାଚି ଗାଏ , କିନ୍ତୁ ପ୍ରକୃତରେ ତା'ର କଳାଟିକୁ କେହି ବୁଝିପାରନ୍ତି ନାହିଁ।ହେଲେ ତା'ର ପିଲାଦିନର ସାଙ୍ଗ ସାନ୍ତନୁ ତାକୁ ବହୁତ ଭଲ ପାଇବା ସଙ୍ଗେ ସଙ୍ଗେ ଇଜ୍ଜତ, ସମ୍ମାନ ଦେଇଥାଏ । ଗୋପାଳ କୁ କିଏ ଟାହି ଟାପରା କଲେ ସାନ୍ତନୁ କୁ ଭଲଲାଗେ ନାହିଁ। ଗୁଆ ଖୋଳପା ରେ ଗାଡି କରି ଗୋପାଳ କୁ ବସାଇ ଭିଡ଼ି ଭିଡ଼ି ଗାଁ ଜାକ ବୁଲାଏ ।ଏମିତି ବିତେ ଦୁଇ ସାଙ୍ଗଙ୍କ ଜୀବନ ।ସାନ୍ତନୁ ପାଖରେ ଥିଲା ବେଳେ କେହି ସାହାସ କରନ୍ତି ନାହିଁ ,ଗୋପାଳନ ମଜାକ ଉଡ଼ାଇବା ପାଇଁ ।
ଦିନକର କଥା କେଇଜଣ ଦୁଷ୍ଟ ଓ ଅସାମାଜିକ ଯୁବକ ଗୋପାଳକୁ ଏକୁଟିଆ ପାଇ କହିଲେ ଗୋପାଳ ତୁ ଗୋଟେ ଗୋଡ଼ ଉଠାଇ ଗୀତ ଗାଇ ନାଚେ ଡିଆଡି :କମ୍ପିଟେସନ ରେ ଆମେ ଦେବୁ ତୋର ଜଦି ଭଲ ହେବ ତୁ ଲକ୍ଷେ ଟଙ୍କା ପୁରସ୍କାର ପାଇବୁ ,ତୋର ଆଉ କିଛି ଦୁଃଖ ରହିବ ନାହିଁ ।ତୋ ବାପା ମା'ଙ୍କର ଗରିବ ଅବସ୍ଥା ମଧ୍ୟ ଦୁରେଇ ଯିବ । ଗୋପାଳ କିଛି ଭାବିବା ପୂର୍ବରୁ ସେପରି ମୁହଁ ବଙ୍କା କରି ଗୀତ ଗାଇବା ସଙ୍ଗେସଙ୍ଗେ ଗୋଟେ ଗୋଡ଼ ଉଠାଇ ନାଚିବା ଆରମ୍ଭ କରିଦେଲା ,ଗୋଟେ ଆଖି କୁ ବି ଠିକ୍ ସେ ଦେଖା ଯାଉନଥାଏ ; ଏ ପଟେ ପିଲା ମାନେ ଖୁବ୍ ଜୋରରେ ହସିବା ସାଙ୍ଗେ ସାଙ୍ଗେ ସୋସିଆଲ ମିଡ଼ିଆ ରେ ଭାଇରାଲ କରୁଥାନ୍ତି ।କାଳେ ଶବ୍ଦ ହେବ ବୋଲି କେହି କେହି ପାଟିରେ ରୁମାଲ୍ ଓ ଗାମୁଛା ଦେଇ ହସୁଥାନ୍ତି।ଗୋପାଳର କିନ୍ତୁ ନିଶା ଥାଏ ସେ କିପରି ପ୍ରଥମ ସ୍ଥାନ ଅଧିକାର କରିବା ।ଆଉ ପ ଇସା ପାଇବ ।ସେ ନାଚି ନାଚି ହାଲିଆ ହୋଇଗଲାଣି ; ତଥାପି ପିଲାମାନେ ତାକୁ ଆହୁରି ନାଚିବା ପାଇଁ କହୁଥାନ୍ତି ।ଆଉ ଗୋଟେ ଗୋଡ଼ରେ ବଳ ପାଉ ନ ଥାଏ ତଥାପି ନାଚୁଥାଏ ' ଲହୁ ଲୁହାଣ ହେଲା ପରି ଲାଗୁଥାଏ।ସେହି ସମୟରେ ସାନ୍ତନୁ ଦେଖି ପକାଇଲା ପିଛ ଭଳି ଦ ଉଡ଼ି ଆସିଲା ଗୋପାଳ ପଡ଼ି ଯିବା ପୂର୍ବରୁ ଛାତିରେ ଆଉଯାଇ ପକାଇଲା ଆଉ , ଭୋ,ଭୋ କରି କାନ୍ଦିଲା। ଗୋପାଳ କିନ୍ତୁ କିଛି ବୁଝି ପାରୁ ନଥାଏ ।ତୁ କାହିଁକି କାନ୍ଦୁଛୁ ବୋଲି ପ୍ରଶ୍ନ କଲା : ସାନ୍ତନୁ ତା'ର କିଛି ଉତ୍ତର ଦେଇ ନ ଥିଲା ,ସେଠୁ ଖଣ୍ଡେ ବାଡ଼ି ଉଠାଇ ପିଲା ମାନଙ୍କୁ ଗୋଡାଇଲା ମାରିବା ପାଇଁ ,ଯେ ଜୁଆଡେ ସେଠୁ ଛାଡ଼ି ପଳାଇଥିଲେ ।
ପୁଣି ଥରେ ଗୋପାଳ ପ୍ରଶ୍ନ କଲା ହେଲେ ସାନ୍ତନୁ ତାକୁ ଭୁଲାଇ ଦେଇ କହିଲା ଚାଲନା ସାଙ୍ଗ ଟିକେ ନ ଈ କୂଳ ଆଡ଼େ ଯିବା ତୋର ମୋର ଏକା ବସି ଗୀତ ଗାଇବା ଆଉ ନାଚିବା ନ ଈ ପଠା ରେ ମଜା କରିବା ଦୁଇଜଣ ସାଙ୍ଗ ହୋଇ ଗଲେ ।ଗୋପାଳନ ମନ ଥାଏ ମୁଁ ଜିତିବି , ପୁଣି ଆରମ୍ଭ କଲା ନାଚ ଆଉ ଗୀତ । ସେହି ବାଟ ଦେଇ ଅନେକ ଗୁଡ଼ିଏ ଦାମି ଗାଡ଼ି ସହିତ ଅନେକ ଲୋକ ମଧ୍ୟ ଯାଉଥିଲେ କିଛି ସମୟ ପାଇଁ ଗାଡ଼ି ଗୁଡ଼ିକ ଅଟକି ଯାଇଥିଲା ଓ ତା'ପରେ ଦୁଇ ସାଙ୍ଗ ଘରକୁ ଫେରି ଆସିଥିଲେ। କିଛିଦିନ ପରେ ଖବର ଆସିଥିଲା ଗୋପାଳ ନାଁରେ ମନ୍ତ୍ରୀ ତାକୁ ପୁରସ୍କାର ଦେବା ପାଇଁ ମନ୍ତ୍ରୀ ଭବନକୁ ଡାକିଛନ୍ତି।ଆଉ ଡ଼ାକ ମାଧ୍ୟମରେ ପ୍ରକାଶ ପାଇଥିଲା ଗୋପାଳ କୋଟିଏ ଟଙ୍କା ପୁରସ୍କାର ରାଶି ବାବଦରେ ପାଇବ । ଯେହେତୁ ସେ ବିକଳାଙ୍ଗ ହୋଇ ମଧ୍ୟ ଏତେ ସୁନ୍ଦର ନାଚ ଗୀତ କରିପାରୁଛି ।ଏଥିରେ ସବୁଠାରୁ ଅଧିକ ଖୁସି ହୋଇଯାଇଥିଲା ସାନ୍ତନୁ , ସେ ଆଜି ବହୁତ୍ ଖୁସି ତା'ର ସାଙ୍ଗ ଅନ୍ୟ ମାନଙ୍କ ମଜାରେ ଅନ୍ୟ ମାନଙ୍କୁ ମଧ୍ୟ ଦେଇ ଥିଲା ସଜା । ଗୋପାଳ ବି ଜିଦି ଧରି ତା ସାଙ୍ଗକୁ ସାଙ୍ଗରେ ନେଇ ଯାଇଥିଲା ପୁରସ୍କାର ପାଇଁ। ଗାଁ ଦାଣ୍ଡରେ ସକାଳୁ ସକାଳୁ ଦୁଇ ସାଙ୍ଗ ହାତଧରି ହୋଇ ଆଗକୁ ବଢ଼ି ଯାଇଥିଲେ ।
