ଚୋରା ବାଲି
ଚୋରା ବାଲି
ମହେଶ ବାବୁଙ୍କ ଗାଁ ରେ ଗୋଟେ ଛୋଟ ଘର ,ଯାହାକି ଦୁଇଟି ପରିବାର ଚଳିବା ଭଳିଆ ।ଦୁଇ ମହଲା ଘର ସମୁଦାୟ ବାର ବଖରା ।ଦୁଇଟି ପୁଅ ଯତିନ ଓ ପରେଶ ,ଦୁଇଙ୍କ ଭିତରେ ପିଲା ବେଳୁ ଖୋଲା କଥା ହେବା କି ଅଧିକା ଦୁଇ ଭାଇ ମିଶିବା ର ଦେଖାଯାଉ ନଥିଲା ।ପାଠପଢା,ଓ ଅନ୍ୟ କାମ କରି ଯେଝା ବାଟରେ ଯିଏ।ଶୋଇବା ର ରୁମ୍ ମଧ୍ୟ ଅଲଗା ଥିଲା।ସାନ ଭାଇ ପରେଶ୍ ପାଠ ପଢ଼ା ସାରି ବିଦେଶ ରେ ରହୁଥିଲେ ।ଆଉ ବଡ ଭାଇ ଗାଁ ରେ ।ଏହା ଭିତରେ ବାପା ମା'ଙ୍କର ଦେହାନ୍ତ ହୋଇଯାଇଥିଲା ।ଯତିନ ର ଦୁଇଟି ପିଲା ,ପରେଶ୍ ର ମଧ୍ୟ ଦୁଇଟି ପିଲା ।ଦିନେ ଘରକୁ ହଠାତ୍ ଗୋଟେ ଚିଠି ଆସିଥିଲା ।ଭାଇ ପରେଶ୍ କହିଥିଲା ଭାଇ ମୋର ଅରଜେଣ୍ଟ୍ ଟଙ୍କା ଦରକାର ବହୁତ ଟଙ୍କା ଦରକାର୍ ଆଉ ମୁଁ ତ ସେଠି ରହୁନି ଗାଁ ଘରଟିକୁ ବିକ୍ରି କରିବାକୁ ଚାହୁଁଛି,ମୋ ଭାଗ ମୋତେ ଦେଇଦେବେ ତୁମ ଭାଗ ତୁମେ ରଖିବ।ପରେଶ୍ ଚିଠି ପଢିବା ପରେ ।ଭାଇ ଜତିନ ଓ ତାଙ୍କ ସ୍ତ୍ରୀ ଙ୍କ ମନରେ ବହୁତ ଦୁଃଖ ଆସିଥିଲା ।ଯେମିତି ପାଦ ତଳୁ ମାଟି ଖସିଯାଉଥିଲା।ମନରେ କୋହ, ଆଖିରେ ଲୁହ ତଥାପି ଦୁଇଜଣ ଉପରେ ହସୁଥାନ୍ତି।କାରଣ ପରେଶ୍ ସମୟ ଦେଇଥିଲା ମାତ୍ର ଗୋଟେ ସପ୍ତାହ।ଆଉ ଗୋଟେ ସପ୍ତାହରେ ସେ ନିଜେ ଆସି ପହଞ୍ଚିବ ।
ଏଥିରେ ଭାଉଜ ରୀତା ଜତିନ୍ କୁ ବାରମ୍ବାର କହିଚାଲିଥାନ୍ତି,ସେ ଯାହା ହେଉ ନିଜ ଘର କାହିଁକି ବିକ୍ରି ହେବ ତୁମେ କ'ଣ ଅନ୍ୟ ବ୍ୟବସ୍ଥା କର ।ତୁମେ ବଡ଼ ଭାଇ ହୋଇ କିଛି କହୁନ କାହିଁକି।ଆଜି ପର୍ଯ୍ୟନ୍ତ ଖୋଲା ଖୋଲି ଦୁଇ ଭାଇ କଥା ବି ହେଉନ ।ଏଇ ଘରେ କେତେ ହସ ,ଲୁହ ଖୁସି ,ବାପା ମା'ଙ୍କର ସ୍ବପ୍ନ,ଆଶା ଅନେକ କିଛି ରହିଛି ଏ ଘରେ ।ଜତିନ ସ୍ତ୍ରୀ ଙ୍କୁ ଥାପୁଡେଇ ଦେଇ କହିଲେ ତୁମେ ବ୍ୟସ୍ତ ହୁଅନି ସେ ଆଗ ତା ଘରକୁ ଆସୁ ।ହ ଉ ଠିକ୍ ଅଛି,।
ଏହାପରେ ପରେଶ୍ ତା ପିଲା ଓ ସ୍ତ୍ରୀ କୁ ନେଇ ପହଞ୍ଚି ଥିଲା ଏୟାର ପୋର୍ଟ ରେ ।ଖୁସିରେ ଜତିନ ତା ପିଲା ଓ ତା ସ୍ତ୍ରୀ ଫାଟି ପଡୁଥନ୍ତି ।ଏତେ ଦିନ ପରେ ସମସ୍ତେ ଏକାଠି ହେବେ ।ପିଲାମାନେ ଭାଇ ଭ ଉଣୀ ଙ୍କୁ ପାଇଁ ଅନେକ ଗୁଡ଼ିଏ ଯୋଜନା କରୁଥାନ୍ତି ।ଭାଉଜ ରୀତା ମୋ ଦିଅର ଏହିସବୁ ଖାଇବାକୁ ଭଲପାଆନ୍ତି ବୋଲି ଅନେକ ପ୍ରକାରର ବ୍ୟଞ୍ଜନ ତିଆରି କରିଥାନ୍ତି ।ଖୁସିରେ ଯେପରି ପରିବାରରେ ଆଉଥରେ ଖୁସି ଆସିଛି ।ଜତିନ ଗାଡ଼ି ବାହାର କରି ସାନ ଭାଇକୁ ଆଣିବା ପାଇଁ ବାହାରିଲା ବେଳକୁ ଭାଉଜ ମଧ୍ୟ ବାହାରିଲେ ମୁଁ ବି ତମ ସାଙ୍ଗରେ ଯିବି ,ମୋ ପିଲା ମାନେ ଆସୁଛନ୍ତି କିନ୍ତୁ ଜତିନ କହିଲେ ନାଇଁ ମୁଁ ଏଇ ସାଙ୍ଗେ ସାଙ୍ଗେ ସେମାନଙ୍କୁ ନେଇ ଆସୁଛି ।ତୁମେ ଘରଟିକୁ ଭଲ ଭାବରେ ସଜଡା ସଜଡ଼ି କରିଦିଅ ।ହଁ ଉ ଠିକ୍ ଅଛି ବୋଲି ରୀତା କହିଲେ।ଜତିନ ଯାଇ ପହଞ୍ଚିଲେ ଭାଇ ପାଖରେ ଆଗଭଳି ସେଇ ଟିକେ ମୁରୁକି ହସ, ଓ ସାମାନ୍ୟ ଟିକେ ଆଲିଙ୍ଗନ। ବାସ୍ ସେତିକିରେ ଦୁଇ ଭାଇ ଖୁସି ।ମନ କଥା ମନରେ ରହିଯାଏ ସବୁବେଳେ ପରି ।ଜତିନ ଘରକୁ ଗାଡି ନେଲାବେଳେ ପରେଶ୍ କହିଲେ ନାଇଁ ଭାଇ ମୁଁ ହୋଟେଲ୍ ବୁକିଙ୍ଗ କରିଦେଇଛି କାଳେ ତୁମେ ହ ଇରାଣ ହେବ ।ପିଲାମାନେ କାଳେ ନିଜକୁ free ହୋଇପାରିବେନି ସେଥିପାଇଁ କିନ୍ତୁ ପରେଶ୍ ଙ୍କ ସ୍ତ୍ରୀ ମଧ୍ୟ କହିଲେ ଭାଇ ମୁଁ ମନା କରୁଚି,ଏତେ ଦିନ ପରେ ପିଲା ମାନେ ଏକାଠି ହେବେ,ଅପାଙ୍କ ହାତରୁ ବହୁତ ଦିନ ହେଲା କିଛି ବି ଖାଇ ନାହିଁ। କିନ୍ତୁ ମତେ କହିଲେ ; ସେମାନେ ଆମ ପାଇଁ କାଳେ ହ ଇରାଣ ହେବେ । ବଡ଼ ଭାଇ କହିଲେ ହଁ ଉ ଠିକ୍ ଅଛି ଯାହା ତୋର ଇଚ୍ଛା ।ଜତିନ ଘରକୁ ଗାଡି ଗଡାଇଲେ ।ଭାଉଜ ରୀତା ସ୍ବାମୀ ଙ୍କୁ ଏକା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ପଚାରିଲେ ସେମାନେ ,? ।ଜତିନ ସବୁ କଥା କହିଲେ ଜିଦି କରି ରୀତା କହିଲେ ଏବେ ଚାଲ ମୁଁ ତାଙ୍କୁ ସାଙ୍ଗରେ ନେଇ ଆସିବି ।ଜତିନ ଅଟକାଇ ଦେଇଥିଲେ ଦୁଇ ଦିନ ପରେ ପରେଶ୍ ଓ ତାଙ୍କ ପିଲାମାନେ ଆସିଲେ ।ଖୁସିରେ ଘର ଫାଟିପଡୁଥାଏ ପିଲାମାନଙ୍କର ମାଡ଼ ଗୋଳ,ହସ କାନ୍ଦ ରେ ଘରର ମାହଲ ପରିବର୍ତ୍ତନ ହେଲା ଭଳି ଲାଗୁଥାଏ।ଦୁଇ ଭାଇ ଦୁଇ ଭ ଉଣୀ ମିଳି ମିଶିହସ ଖୁସି ରେ ମାତି ଯାଇଥାନ୍ତି। କିନ୍ତୁ ଦୁଃଖର କଥା ଦୁଇ ଭାଇ ସେଇ ଦୁରତା ଭିତରେ ରହିଥାନ୍ତି ।କାରଣ ଛୋଟ ବେଳରୁ ଏତେ ଭଲଭାବରେ କେବେ ମିଶି ନାହାନ୍ତି କି କେବେ ହୃଦୟ ଖୋଲି କଥା ହୋଇନାହାନ୍ତି।ସମସ୍ତେ ସାଙ୍ଗ ହୋଇ ଖାଇବା ପିଇବା ସବୁ କରୁଥାନ୍ତି ।ତଥାପି ତା ଭିତରେ ଥାଏ ଡର କାଳେ କେତେବେଳେ,ଘର ବିକିବା କଥା ଉଠାଇବ,ସାନ ଭାଇ ।ସେଇୟା ହେଲା ପରେଶ୍ ଘର ବିକିବା କଥା ଉଠାଇଲେ ।ଏହା ଶୁଣି ଭାଇ ,ଭାଉଜ ଚମକି ପଡ଼ିଲେ ।ବଡ଼ ଭାଇ ରାଗିଯାଇ କହିଲେ ନାଁ ଏ ଘର ବିକ୍ରି ହେବନାହିଁ ।ତୁ ଜାଣିଛୁ,ଏ ଘରେ କେତେ ସ୍ମୃତି,କେତେ ଦୁଃଖ ,କେତେ ହସ,କେତେ ଲୁହ ରହିଛି।ଆଜି ତୁ ବାହାରେ ରହିଲୁ ବୋଲି ଘର ବିକିବା କଥା କହୁଛୁ। ବହୁତ ଜୋରରେ ପାଟି କରି ରାଗିଗଲେ ବଡ଼ ଭାଇ । ପରେଶ୍ ଚୁପ୍ ଚାପ୍ ସବୁ ଦେଖୁଥାନ୍ତି।କିଛି ଉତର ଦେଉନ ଥାନ୍ତି
ଆଖିରୁ ଦୁଇଟୋପା ଲୁହ ନିଗାଡି ଦେଲେ ସାନଭାଇ ଆଉ କହିଲେ ଭାଇ ଆଜି ଏତେ ଦିନ ପରେ ମୋ ଉପରେ ରାଗିବା ,ଅଧିକାର ଜଣାଇବା,ତୁମ ମନରେ କ'ଣ ଅଛି ଖୋଲି କରି କହିବା ହେଉଛି ମୋ ପାଇଁ ବହୁମୂଲ୍ୟ ଭଲପାଇବା।ପ୍ରକୃତରେ ତୁମେ ସତରେ ମତେ ଏତେ ଭଲପାଅ , ମୁଁ ଆଜି ଜାଣିଲି। ସବୁ ବେଳେ ଦୁଇଜଣ ଙ୍କର ନିରବତା ଭିତରେ କଟି ଯାଇଥିଲା ଜୀବନ ।ତୁମ ମନ ଭିତରେ କ'ଣ ଅଛି ମୁଁ ଜାଣି ପାରିଲି ନାହିଁ ।କି ମୋ ମନ ଭିତରେ କ'ଣ ଅଛି ତୁମେ ଜାଣି ପାରିଲେ ନାହିଁ । ପ୍ରଥମରୁ ଜଦି ମତେ ଏହା କହିଥାନ୍ତି । ମୁଁ କେବେ ଘର ବିକ୍ରି କଥା ଉଠାଇ ନ ଥାନ୍ତି । ମୁଁ ବହୁତ ପ ଇସା ରୋଜଗାର କରୁଛି କେଉଁଠି ହେଲେ ସଂଗ୍ରହ କରିଦେବି । କିନ୍ତୁ ଆଜି ମୁଁ ବହୁତ ଖୁସି ମୋ ଭାଇ ଆଜି ମନ ଖୋଲି ମତେ କିଛି କହିଛି ।ଆଉ ମୁଁ ବି ମୋ ଭାଇ କୁ ମନ ଖୋଲି କିଛି କହିଛି ।ମୋର ଜୀବନର ସମସ୍ତ ପରିଶ୍ରମ ଆଜି ସାର୍ଥକ ହୋଇଛି ।ଏହା ଦେଖି ପିଲା ମାନଙ୍କ ସହିତ ,ଦୁଇ ମା ଦୁଇ ଭ ଉଣୀ ଭଳି କୋଳାକୋଳି ହୋଇଥିଲେ ।ଭାଇ ,ଭାଇ ଭିତରେ ଛୋଟ ବେଳରୁ ଏଥି ଦୁର୍ଗା ରହିଥାଏ ସେ ହୁଏତ ସବୁଦିନ ପାଇଁ ରହିଥାଏ । ତେଣୁ ପରଷ୍ପର ମଧ୍ୟରେ ଆଲୋଚନା,ଭଲପାଇବା ସଂସାରକୁ ସୁଖ ଶାନ୍ତି ଦେଇଥାଏ ।
ସମାଜ ପାଇଁ ସମସ୍ତଙ୍କୁ ଅନୁରୋଧ ମନରେ ଥିବା କଥା ନିଜ ଲୋକ ଆଗରେ ପ୍ରକାଶ କରିବା ଦ୍ୱାରା ଅନେକ ସମସ୍ୟା ସମାଧାନ ହୋଇଥାଏ।
