STORYMIRROR

Sagarika Dash

Others

3  

Sagarika Dash

Others

ଯେବେ ବର୍ଷା ଆସେ

ଯେବେ ବର୍ଷା ଆସେ

2 mins
12


ପହିଲି ବସନ୍ତର ଆଗମନରେ ଯେପରି ଧରଣୀ ରାଣୀ ଶିରୋସୀମା ଡେଇଁ,ନାଚିବା ,ଗାଇବା ସହିତ ତା'ର ସନ୍ତାନ ସନ୍ତତି ମାନଙ୍କୁ ନେଇ ଆନନ୍ଦର ମଧୂ ପୁଷ୍ପ ଅଳଙ୍କାର ଢାଳିଦେଇଥାଏ । ଠିକ୍ ସେହିପରି ପହିଲି ଶ୍ରାବଣର ଆଗମନରେ ଜଳ ବିନ୍ଦୁ ର ପ୍ରକୃତି ଉପରେ ପ୍ରତିପାଦନ ଅତି ସୁନ୍ଦର ଓ ଶୁସୋଭିତ। ଚଷା ଭାଇ କାନ୍ଧରେ ଲଙ୍ଗଳ ଥୋଇ ଗୁଣୁଗୁଣୁ ଗୀତ ଗାଇ କ୍ଷେତକୁ ଧାଇଁ ଯାଇଥାଏ ସକାଳୁ ସକାଳୁ।କୁନି କୁନି ବିହଗ ଓ ବିହଙ୍ଗମ ଗୁଡିକ ,ଶ୍ରାବଣ ର ଜଳ ବିନ୍ଦୁ ଗୁଡିକୁ ଶରୀରର ଡେଣା ଦ୍ଵାରା ସ୍ବାଗତ କରିଥାନ୍ତି। ସେହି ଜଳ କଣିକା ଗୁଡ଼ିକ ଯେପରି ସଞ୍ଜିବନୀ ହୋଇ ଧରା ପୃଷ୍ଠକୁ ଅବତରଣ କରିଛନ୍ତି।ଜଳର ସ୍ପର୍ଶ ରେ ଝାଡିଝୁଡି ହୋଇଥାନ୍ତି କୁନି ପକ୍ଷୀ ଗୁଡିକ,

କ'ଣ କେଜାଣି ଇଆଡୁ ସିଆଡୁ ପୁଳେ ଗୀତ ଗାଇଥାନ୍ତି। ସେହି ଚି, ଚି କୁ, କୁ ଶଦ୍ଦ ରେ ଧରାକୁ ଲହରାଇ ଦେଇଥାନ୍ତି।

       

          ଏହି ତ ପ୍ରକୃତିର ରଚନା , ଆହାଃ କି ସୁନ୍ଦର ଶ୍ରାବଣ ର ଧାରା ଜଳ ବାରିଧି ରେ ପକ୍ଷୀ ମାନଙ୍କ ଡେଣାରୁ ଛିଟିକି ଆସେ ଜଳ ବିନ୍ଦୁ ଗୁଡିକ । ଧରଣୀ ରାଣୀ ର କୋଳରେ ପତ୍ର ଆଉ ପୁଷ୍ପ ରେ ଲଟକି ଥିବା ଜଳ ବିନ୍ଦୁ ଗୁଡିକ,କୁନି କୁନି ପିଲାମାନେ ଜିଭ ଅଗରେ ଥୋଇ ଯେପରି ମଧୂଫେଣା ରୁ ମଧୂ ସଂଗ୍ରହ କରୁଛନ୍ତି । ସେହି ଜଳ ବିନ୍ଦୁ ଗୁଡିକ ଅମୃତମୟ ହୋଇ ପିଲାମାନଙ୍କ ଶରୀର ରେ ଅମୃତ ରସ ଭରି

 ଦେଇଥାଏ ।

     ବିଶାଳ ଆକାଶରେ ଧରି ରହିଛି ଅନେକ ଶାନ୍ତି, ମୈତ୍ରୀ ଓ ଅମୃତ ସେହି କଣିକା ଗୁଡ଼ିକ,ଆକାଶ ତା'ର ଉଚିତ୍ ସମୟରେ ପ୍ରକୃତି ରାଣୀ କୁ ଭେଟି ଦେଇଥାଏ ।ଆଉ ନିଦାଘ ଗ୍ରୀଷ୍ମ ପ୍ରବାହ,ଉତ୍ତପ୍ତ ପରିବେଶକୁ ଶାନ୍ତ କରାଇଥାଏ । ଆକାଶରେ ଅନେକ ମେଘମାଳା ଯେପରି ଗୋଟେ ପ୍ରିୟାସୀ ପାଖକୁ ଫେରିଯାଏ ତା'ର ପ୍ରିୟତମ।ଏଇ ଆକାଶ ,ସାଗର ଓ ଧରଣୀ ଏକ ଚକ୍ରବର୍ତ୍ତୀ ପରି ଘୁରି ବୁଲିଥାନ୍ତି। କିନ୍ତୁ ଧିରେଧିରେ ଏହା ବୈଜ୍ଞାନିକ ଜ୍ଞାନ, ଆଧୁନିକତାର ଢାଞ୍ଚା ଦ୍ଵାରା ବିଶାଳ ପ୍ରାଚୀର,ନଭଶ୍ଚୁମ୍ବୀ ଅଟ୍ଟାଳିକା, ପ୍ରକୃତି କେଉଁଠି ନା କେଉଁଠି ଲୁଚି ଯାଉଛି।ଧରଣୀ, ପ୍ରକୃତି ଆମ ଠାରୁ ଦୁରେଇ ଯାଉ ନାହାଁନ୍ତି ତ? ।ଏ' ତ ଅସମ୍ଭବ ଈଶ୍ୱର ଙ୍କ ସର୍ଜନା ରେ ସମସ୍ତେ ସମସ୍ତଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ ।ଏମାନଙ୍କ ର ରକ୍ଷା କ'ଣ ଆମ ମାନଙ୍କର ଦାୟିତ୍ଵ ନୁହେଁ।ଟିକେ ପୂର୍ବରୁ ଗରମ ଖରାରେ ଛଟପଟ ହେଉଥିବା ପ୍ରାଣୀ ଜଗତ ଆଜି କ'ଣ ବର୍ଷା କୁ ପାଇ ଆସ୍ବସ୍ତୀ ନୁହେଁ।ତାହା ହେଲେ କର୍ତ୍ତବ୍ୟ ତ ଆମମାନଙ୍କର ; 

      

       ଶ୍ରାବଣ ନୁହେଁ ସେ ଜୀବନ 

       ବସନ୍ତ ନୁହେଁ ସେ ଭାବନା ଆସକ୍ତ ।

ଆକାଶ ନୁହେଁ ସେ ବିଶାଳ ହୃଦୟ 

ଧରଣୀ ନୁହେଁ ସେ ପ୍ରକୃତି ଜୀବନ୍ତ ।

ସାଗରରୁ ପୁଣି ମହାସାଗର 

ହୃଦୟରୁ ଆଶା ଶରୀର 

ସବୁ ଲାଗେ ଚେତନା ବାହାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍